ଗଣେଶ୍ୱର ବେହେରା

ଉଇକିପିଡ଼ିଆ‌ରୁ
ଗଣେଶ୍ୱର ବେହେରା
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ନିର୍ବାଚନ ମଣ୍ଡଳୀପଟ୍ଟାମୁଣ୍ଡାଇ
୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ନିର୍ବାଚନ ମଣ୍ଡଳୀପଟ୍ଟାମୁଣ୍ଡାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-09-23) ୨୩ ସେପ୍ଟେମ୍ବର ୧୯୫୯ (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଉର୍ବସୀ ବେହେରା
ବାପା/ବୋଉଗୋବିନ୍ଦ ଚନ୍ଦ୍ର ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଗଣେଶ୍ୱର ବେହେରା (ଜନ୍ମ: ୨୩ ସେପ୍ଟେମ୍ବର ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାମୁଣ୍ଡାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଗଣେଶ୍ୱର ବେହେରା ୧୯୫୯ ମସିହାର ସେପ୍ଟେମ୍ବର ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋବିନ୍ଦ ଚନ୍ଦ୍ର ବେହେରା ଓ ପତ୍ନୀଙ୍କ ନାମ ଉର୍ବସୀ ବେହେରା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଗଣେଶ୍ୱର ବେହେରା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୯୯ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Ganeswar Behera". odishaassembly.nic.in. Odisha Assembly. Retrieved 17 August 2022.