ଖୁସୱନ୍ତ ସିଂହ

ଉଇକିପିଡ଼ିଆ ରୁ
(ଖୁସ‌ୱ‌ନ୍ତ ସିଁହ ରୁ ଲେଉଟି ଆସିଛି)
Jump to navigation Jump to search
ଖୁସୱନ୍ତ ସିଂହ
Khushwantsingh.jpg
ଖୁସୱନ୍ତ ସିଂହ ଦିଲ୍ଲୀଠାରେ ଏକ ପୁସ୍ତକ ସମ୍ମିଳନୀରେ
ଜନ୍ମଖୁସୱନ୍ତ ସିଂହ
୨ ଫେବୃଆରୀ ୧୯୧୫(1915-02-02)
ହଦଳି, ବ୍ରିଟିଶ ଭାରତ, ପଞ୍ଜାବ, ପାକିସ୍ତାନ
ମୃତ୍ୟୁ୨୦ ମାର୍ଚ୍ଚ ୨୦୧୪ (୯୯ ବର୍ଷ)
ନୂଆ ଦିଲ୍ଲୀ, ଭାରତ
ବୃତ୍ତିସାମ୍ବାଦିକ, ଲେଖକ
ଶିକ୍ଷାନୁଷ୍ଠାନସେଣ୍ଟ ଷ୍ଟିଫେନ୍ସ କଲେଜ
କିଙ୍ଗସ୍ କଲେଜ, ଲଣ୍ଡନ ମଡର୍ଣ ବିଦ୍ୟାଲୟ, ଦିଲ୍ଲୀ

ଖୁସୱନ୍ତ ସିଂହ( ଜନ୍ମ ନାମ ଖୁସହାଲ ସିଂହ, ୨ ଫେବୃୟାରୀ ୧୯୧୫ - ୨୦ ମାର୍ଚ୍ଚ ୨୦୧୪) ଜଣେ ଲେଖକ, ଅଇନ‌ଜୀବି, ସାମ୍ବାଦିକ, ରାଷ୍ଟ୍ରଦୂତ ଓ ରାଜନେତା ଥିଲେ । ୧୯୪୭ରେ ଭାରତ ବିଭାଜନର ସ୍ମୃତି ତାଙ୍କୁ "ଟ୍ରେନ୍ ଟୁ ପାକିସ୍ତାନ" ବ‌ହି ଲେଖିବାକୁ ଉତ୍ସାହିତ କରିଥିଲା ।[୧][୨] ଏହି ଉପନ୍ୟାସକୁ ନେଇ ୧୯୯୮ ମସିହାରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ।

ସିଂହଙ୍କ ଜନ୍ମ ପଞ୍ଜାବରେ ଓ ସେ ଶିକ୍ଷା ଦିଲ୍ଲୀରେ ଶିକ୍ଷାଲାଭ କରିଥିଲେ । ସେ ଦିଲ୍ଲୀର ସେଣ୍ଟ ଷ୍ଠିଫେନ୍ସ ମହାବିଦ୍ୟାଳୟରେ ପଢିଲା ପରେ ଲଣ୍ଡନର କିଙ୍ଗସ୍ ବିଦ୍ୟାଳୟରେ ଆଇନ ପଢିଥିଲେ । ୮ ବର୍ଷ ଲାହୋର ଅଦାଲତରେ ଆଇନ‌ଜୀବି ଭାବେ କାମ କରିବା ପରେ, ସେ ୧୯୪୭ ମସିହାରେ ଭାରତୀୟ ବିଦେଶ ସେବାରେ ଯୋଗ ଦେଇଥିଲେ । ୧୯୫୧ ମସିହାରେ ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା) ସାମ୍ବାଦିକ ଭାବେ ଯୋଗଦେଇଥିଲେ, ଓ ପରେ ୧୯୫୬ ମସିହାରେ ୟୁନେସ୍କୋର ଜନସଂଚାର ବିଭାଗରେ ଯୋଗ ଦେଇଥିଲେ । ତାଙ୍କ ଲେଖାରେ କଟୁ ଧର୍ମନିରପକ୍ଷ‌ତା, କଟାକ୍ଷ ଓ କବିତା ପ୍ରେମ ଦେଖିବାକୁ ମିଳେ ।[୩]। ୧୯୭୦ରୁ ୧୯୮୦ ମଧ୍ୟରେ ସେ ବହୁ ପତ୍ରିକା ଓ ଖବରକାଗଜର ସମ୍ପାଦନା କରିଥିଲେ । ୧୯୮୦-୧୯୮୬ ଯାଏଁ ସେ ଭାରତୀୟ ରାଜ୍ୟ ସଭାର ସାଂସଦ ଥିଲେ ।

ଖୁସୱନ୍ତ ସିଂହଙ୍କୁ ୧୯୭୪ ମସିହାରେ ପଦ୍ମ ଭୂଷଣରେ ପୁରସ୍କୃତ କରାଯାଇଥିଲା । ସେ ୧୯୮୪ ମସିହାରେ ଅପରେସନ୍ ବ୍ଲୁ ଷ୍ଟାରକୁ ବିରୋଧ କରି ଏହି ପୁରସ୍କାରକୁ ଫେରାଇ ଦେଇଥିଲେ । ୨୦୦୭ ମସିହାରେ ଭାରତ ସରକାର ସିଂହଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମ ବିଭୂଷଣ ଦିଆଯାଇଥିଲା ।[୪] ତାଙ୍କ ଜେଜେମା କିନ୍ତୁ ଯୁକ୍ତି କରୁଥିଲେ ଯେ, ସେ ଅଗଷ୍ଟ ମାସରେ ଜନ୍ମଗ୍ରହଣ କରିଥିଲେ, ତେଣୁ ପରବର୍ତ୍ତୀ ସମୟରେ ଖୁସୱନ୍ତ ନିଜ ଜନ୍ମଦିନକୁ ଅଗଷ୍ଟ ୧୫ ତାରିଖ କରିଦେଇଥିଲେ ।[୧] ଶୋଭା ସିଂହ ଦିଲ୍ଲୀରେ ଜଣେ ସ୍ଥପତି ଥିଲେ ।[୫] ତାଙ୍କ କକା ସର୍ଦାର ଉଜ୍ଜ୍ୱଳ ସିଂହ ପଞ୍ଜାବତାମିଲନାଡୁର ରାଜ୍ୟପାଳ ଥିଲେ ।

ପ୍ରାରମ୍ବିକ ଜୀବନ[ସମ୍ପାଦନା]

ଖୁସୱନ୍ତ ପଞ୍ଜାବର ହଦାଲିଠାରେ ଜନ୍ମଗ୍ରହଣ କରିଥିଲେ । ଭାରତ ବିଭାଜନ ପରେ ହଦାଲି ବର୍ତ୍ତମାନ ପାକିସ୍ତାନରେ । ତାଙ୍କ ପିତାଙ୍କ ନାମ ଶୋଭା ସିଂହ ଓ ମାତାଙ୍କ ନାମ ବୀରନ ବାଈ ଥିଲା । ସଠିକ ଜନ୍ମଦିନ ମନେ ନଥିଲେ ମଧ୍ୟ, ଦିଲ୍ଲୀର ମଡ଼ର୍ଣ୍ଣ ସ୍କୁଲରେ ନାମଲେଖା ସମୟରେ ତାଙ୍କ ଜନ୍ମଦିନ ୦୨ ଫେବୃଆରୀ ୧୯୧୫ ବୋଲି ଲେଖା ଯାଇଥିଲା ।[୬]

ଖୁସୱନ୍ତ ଜନ୍ମ ହେଲାବେଳକୁ, ଜେଜେମା ତାଙ୍କ ନାଁ ରଖିଥିଲେ ଖୁସହାଲ ସିଂହ ଅର୍ଥାତ ସମୃଦ୍ଧ ସିଂହ । ତାଙ୍କ ଡାକ ନାମ ଥିଲା "ସେଲି" । ଏହି ସେଲି ନାମକୁ ନେଇ ତାଙ୍କ ସାଙ୍ଗସାଥୀମାନେ ତାଙ୍କର ମଜା ଉଡେଇବାରୁ ସେ ନିଜ ନାମ ଖୁସୱନ୍ତ ରଖିଥିଲେ, ଯାହା ତାଙ୍କ ବଡ଼ ଭାଇ ଭଗୱନ୍ତଙ୍କ ନାମ ସହିତ ମିଶୁଥିଲା ।[୭] ୧୯୨୦ ମସିହାରେ ସେ ଦିଲ୍ଲୀ ମଡ଼ର୍ଣ୍ଣ ସ୍କୁଲରେ ନାମ ଲେଖାଇ, ସେଠାରେ ୧୯୩୦ ଯାଏଁ ପଢିଥିଲେ । ସେହି ସ୍କୁଲରେ ହିଁ ସେ ନିଜର ଭବିଷ୍ୟତର ପତ୍ନୀ କନ୍ୱଲ ମଲ୍ଲିକଙ୍କୁ ପ୍ରଥମେ ଭେଟିଥିଲେ । କଣ୍ଵଲ, ଖୁସୱନ୍ତଙ୍କର ଗୋଟିଏ ବର୍ଷ ତଳ ଶ୍ରେଣୀରେ ପଢୁଥିଲେ । ପରେ ସେ ଲୋହୋରର ସରକାରୀ ମହାବିଦ୍ୟାଳୟ, ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଲଣ୍ଡନର କିଙ୍ଗସ କଲେଜରୁ ପାଠ ପଢିଥିଲେ । ସେ ଲଣ୍ଡନର "ଇନର ଟେମ୍ପୁଲ"ରୁ ଲ' ପଢିଥିଲେ ।[୮][୯]

ବୃତିଗତ ଜୀବନ[ସମ୍ପାଦନା]

୧୦୩୯ ମସିହାରେ ଖୁସୱନ୍ତ ଓକିଲାତିରୁ ନିଜ ବୃତ୍ତିଗତ ଜୀବନ ଆରମ୍ବ କରିଥିଲେ । ଲାହୋର ଉଚ୍ଚ ନ୍ୟାୟାଳୟରେ ସେ ୮ ବର୍ଷ ଓକିଲାତି କରିଥିଲେ । ୧୯୪୭ରେ ସ୍ୱାଧିନତା ପରେ ସେ "ଭାରତୀୟ ବିଦେଶ ସେବା"ରେ ଯୋଗ ଦେଇଥିଲେ । ପ୍ରଥମେ ସେ କାନାଡ଼ାରେ ଭାରତର ସୂଚନା ଅଧିକାରୀ ଭାବରେ ଯୋଗ ଦେଇଥିଲେ । ଭାରତୀୟ ବିଦେଶ ସେବା ଅଧିକାରୀ ଭାବରେ ସେ ଲଣ୍ଡନ ଓ ଅଟାୱାରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୫୧ରେ ସେ ଆକାଶବାଣୀରେ ଜଣେ ସାମ୍ବାଦିକ ଭାବରେ ଯୋଗ ଦେଇଥିଲେ ଓ ପରେ ୧୯୫୬ ମସିହାରେ ୟୁନେସ୍କୋର ଜନସଂଚାର ବିଭାଗରେ ଯୋଗ ଦେଇଥିଲେ ।[୧୦][୧୧] ୧୯୫୬ରେ ଭାରତ ସରକାରଙ୍କର ମୁଖପତ୍ର ଭାବରେ "ଯୋଜନା" ପତ୍ରିକା ଆରମ୍ଭ କରି ଏହାର ସମ୍ପାଦନା ଆରମ୍ଭ କରିଥିଲେ ।[୧୨] ସେ "ଇଲୁଷ୍ଟ୍ରେଟେଡ଼ ଉଇକ୍ଲି", "ନେସନାଲ ହେରାଲ୍ଡ" ଓ "ହିନ୍ଦୁସ୍ତାନ ଟାଇମ୍ସ"ରେ ମଧ୍ୟ କାର୍ଯ୍ୟ କରିଥିଲେ ।[୧୩][୧୪] ସେ ଇଲୁଷ୍ଟ୍ରେଟେଡ଼ ଉଇକ୍ଲିରେ କାମ କରୁଥିବା ବେଳେ ଏହାର ବିକ୍ରୀ ୬୫ ହଜାରରୁ ବଢି ୪ଲକ୍ଷ ହୋଇ ପାରିଥିଲା । ସେଠାରେ ୯ ବର୍ଷ କାର୍ଯ୍ୟକଲା ପରେ, ୧୯୭୮ ଜୁଲାଇ ୨୫ ତାରିଖରେ ତାଙ୍କୁ ବହିସ୍କାର କରାଯାଇଥିଲା ।[୧୫] [୧୫] ଖୁସୱନ୍ତ ସିଂହଙ୍କ ବହିସ୍କାର ପରେ ଏହି ଖବରକାଗଜର ବିକ୍ରୀ ହ୍ରାସ ପାଇଥିଲା ।[୧୬] ୨୦୧୬ରେ ଖୁସୱନ୍ତ ସିଂହ ଲିମକା ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇଥିଲେ ।[୧୭]

ରାଜନୈତିକ ଜୀବନ[ସମ୍ପାଦନା]

୧୯୮୦ରୁ ୧୯୮୬ ପର୍ଯ୍ୟନ୍ତ ଖୁସୱନ୍ତ ରାଜ୍ୟ ସଭାର ସଦସ୍ୟ ଥିଲେ । ୧୯୭୪ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୧୯୮୪ରେ "ଅପରେସନ ବ୍ଲୁ ଷ୍ଟାର"କୁ ବିରୋଧ କରି ସେ ପଦ୍ମଶ୍ରୀ ପୁରସ୍କାରେ ଫେରେଇ ଦେଇଥିଲେ ।[୧୮] ୨୦୦୭ରେ ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।

ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା କଂଗ୍ରେସ ସରକାରକୁ ଖୁସୱନ୍ତ ସମର୍ଥନ କରୁଥିଲେ ବୋଲି କୁହା ଯାଉଥିଲା । ଇସ୍ରାଏଲ ଦେଶର ସେ ସମର୍ଥକ ଥିଲେ ଓ ୧୯୭୦ରେ ସେହି ଦେଶ ଭ୍ରମଣରେ ଯାଇଥିଲେ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଖୁସୱନ୍ତ, ନିଜ ପିଲାଦିନର ସାଙ୍ଗ କଣ୍ୱଲ ମଲ୍ଲିକଙ୍କୁ ବିବାହ କରିଥିଲେ । ଦୁହେଁ ପ୍ରଥମେ ସ୍କୁଲରେ ଓ ପରେ ଆଇନ ଏକାଠି ପଢିଥିଲେ । ତାଙ୍କ ପୁତ୍ରଙ୍କ ନାମ ରାହୁଲ ସିଂହ ଓ କନ୍ୟାଙ୍କ ନାମ ମାଲା । କଣ୍ୱଲଙ୍କର ୨୦୦୧ ମସିହାରେ ନିଧନ ହୋଇଥିଲା । ଖୁସୱନ ଦିଲ୍ଲୀର ଖାନ ମାର୍କୈଟ ନିକଟସ୍ଥ "ସୁଜନ ସିଂହ ପାର୍କ" ଆପାର୍ଟମେଣ୍ଟରେ ରହୁଥିଲେ । ଏହି ଆପାର୍ଟମେଣ୍ଟ ତାଙ୍କ ପିତା ଶୋଭା ସିଂହ ନିର୍ମାଣ କରିଥିଲେ ଓ ଜେଜେବାପା ସୁଜନ ସିଂହଙ୍କ ନାମରେ ନାମିତ କରିଥିଲେ ।[୧୯] ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ "ଅମୃତା ସିଂହ" ଓ ଟିସ୍କା ଚୋପ୍ରା ଖୁସୱନ୍ତଙ୍କର ଜ୍ଞାତି କୁଟୁମ୍ବ ।[୨୦]ଖୁସୱନ୍ତ ନାସ୍ତିକ ଥିଲେ ଓ କୌଣସି ଧର୍ମ ପ୍ରତି ତାଙ୍କର ଆସକ୍ତି ନଥିଲା ।[୨୧]

ମୃତ୍ୟୁ[ସମ୍ପାଦନା]

୨୦ ମାର୍ଚ୍ଚ ୨୦୧୪ରେ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ୯୯ ବର୍ଷ ବୟସରେ ସିଂହଙ୍କ ଦେହାନ୍ତ ହେଇଥିଲା । ମୃତ୍ୟୁର ସମାଚାର ଶୁଣି ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକପ୍ରକାଶ କରିଥିଲେ । ଦିଲ୍ଲୀର ଲୋଧି ସ୍ମଶାନରେ ତାଙ୍କୁ ସମାଧୀ ଦିଆଯାଇଥିଲା[୩]

୧୯୪୩ ମସିହାରେ ସେ ନିଜ ପାଇ ନିଜ ଖୁଦ୍ର ଗଲ୍ପ ସଂଗ୍ରହରେ ନିଜ ପାଇଁ ଏକ ମରଣୋତ୍ତର ଶୋକ ସନ୍ଦେଶ ଲେଖିଥିଲେ । ଏହି ଲେଖାର ଶିରୋନାମା ଥିଲା "Sardar Khushwant Singh Dead":

ଆମେ ଦୁଃଖର ସ‌ହ ଜଣେଇବାକୁ ଚାହୁଁଛୁ ଯେ ସରଦାର ଖୁସ‌ୱ‌ନ୍ତ ସିଂହଙ୍କ ଦେହାନ୍ତ କାଲି ସନ୍ଧ୍ୟା ୬ଟା ବେଳେ ହେଇଛି । ସେ ନିଜ ପଛରେ ନିଜର ବିଧବା ସ୍ତ୍ରୀ, ଦୁଇଟି ଶିଶୁ, କିଛି ସାଙ୍ଗ ଓ ପ୍ରଶଂସକଙ୍କୁ ଛାଡିଯାଇଛନ୍ତି । ମୃତ ସରଦାରଙ୍କ ଘରକୁ ମୁଖ୍ୟ ବିଚାରପତିଙ୍କ ପିଏ, କିଛି ମନ୍ତ୍ରୀ ଓ ମୁଖ୍ୟ ନ୍ୟାୟାଳ‌ୟର ଅନ୍ୟ କିଛି ବିଚାରପତି ମାନେ ଫୋନ କରିଥିଲେ ।[୨୨]

ସେ ନିଜ ସମାଧୀ ସନ୍ଦେଶ ଇଂରାଜୀ ଲେଖିଥିଲେ, ଯାହାର ମର୍ମାନୁବାଦ ଥିଲା :

ଶୋଇଥିବା ଲୋକଟି ନା ମଣିଷକୁ ଛାଡିଥିଲା ନା ଭଗବାନଙ୍କୁ

ତା ପାଇଁ ଲୁହା ଝରାଅନା, ସେ ମାଟି ପରି ହୀନ ଥିଲା
ଖରାପ ଜିନିଷ ଲେଖିବାକୁ ତାକୁ ଭଲ ଲାଗୁଥିଲା
ଧନ୍ୟବାଦ ଭଗବାନ,ସେ ବଦମାସଟା ମରିଗଲା ।[୨୩]

ଖୁସୱନ୍ତଙ୍କ ଶେଷକର୍ମ ପରେ, ତାଙ୍କ ପାଉଁଶକୁ ହଦାଲି ସ୍କୁଲରେ ପୋତି ଦିଆଯାଇଥିଲା । ସେଠାରେ ରଖାଯାଇଥିବା ସ୍ମୃତି ଫଳକରେ ଲେଖା ଯାଇଥିଲା :

ସର୍ଦାର ଖୁସୱନ୍ତ ସିଂହଙ୍କ ସ୍ମୃତିରେ

(୧୯୧୫-୨୦୧୪)
ଜଣେ ଶିଖ, ପଣ୍ଡିତ ଓ ହଦାଲି(ପଞ୍ଜାବ)ର ପୁତ୍ର
ଏଇଟି ମୋର ଭିଟାମାଟି । ମୁଁ ଏହାକୁ ଲୁହ ସିଞ୍ଚି ସମୃଦ୍ଧ କରିଛି ।[୨୪]

ରଚନାବଳୀ[ସମ୍ପାଦନା]

  • The Mark of Vishnu and Other Stories, (Short Story) 1950[୨୫]
  • The History of Sikhs, 1953
  • Train to Pakistan, (Novel) 1956[୨୫]
  • The Voice of God and Other Stories, (Short Story) 1957[୨୫]
  • I Shall Not Hear the Nightingale, (Novel) 1959[୨୫]
  • The Sikhs Today, 1959[୨୫]
  • The Fall of the Kingdom of the Punjab, 1962[୨୫]
  • A History of the Sikhs, 1963[୨୬]
  • Ranjit Singh: The Maharaja of the Punjab, 1963[୨୫]
  • Ghadar 1915: India's first armed revolution, 1966[୨୫]
  • A History of the Sikhs, 1966 (2nd edition)[୨୭]
  • A Bride for the Sahib and Other Stories, (Short Story) 1967[୨୫]
  • Black Jasmine, (Short Story) 1971[୨୫]
  • Tragedy of Punjab'"
  • The Collected Stories of Khushwant Singh, N.p., Ravi Dayal Publisher, 1989
  • Delhi: A Novel, (Novel) 1990[୨୫]
  • Not a Nice Man to Know: The Best of Khushwant Singh, 1993[୨୫]
  • We Indians, 1993[୨୫]
  • Women and Men in My Life, 1995[୨୫]
  • Declaring Love in Four Languages, by Khushwant Singh and Sharda Kaushik, 1997
  • India: An Introduction, by Khushwant Singh
  • The Company of Women, (Novel) 1999[୨୫]
  • Truth, Love and a Little Malice (an autobiography), 2002
  • With Malice towards One and All
  • The End of India, 2003[୨୫]
  • Burial at the Sea, 2004[୨୫]
  • Paradise and Other Stories, 2004[୨୫]
  • A History of the Sikhs: 1469–1838, 2004[୨୮]
  • Death at My Doorstep, 2005[୨୫]
  • A History of the Sikhs: 1839–2004, 2005[୨୯]
  • The Illustrated History of the Sikhs, 2006[୨୫]
  • Why I Supported the Emergency: Essays and Profiles, 2009[୨୫]
  • The Sunset Club, (Novel) 2010
  • Gods and Godmen of India, 2012 ISBN 978-9-350-29244-0
  • Agnostic Khushwant: There is no God, 2012 ISBN 978-9-381-43111-5
  • The Good, the Bad and the Ridiculous, 2013 (Co-authored with Humra Qureshi)
  • More Malicious Gossip 1989 - Collection of Writings
  • Sex, Scotch & Scholarship, 1992 Collection of Writings
  • Big Book of Malice, 2000, Collection of Writings
  • Khushwantnama, The Lessons Of My Life, 2013
  • The Freethinker's Prayer Book and Some Words To Live By, 2012

କ୍ଷୁଦ୍ର ଗଳ୍ପ[ସମ୍ପାଦନା]

  • The Portrait of a Lady
  • The Strain
  • Success Mantra
  • A Love Affair In London
  • ना कहू से दोस्‍ती ना कहू से बैर
  • The Wog

ନାଟକ[ସମ୍ପାଦନା]

Television Documentary: Third World—Free Press (also presenter; Third Eye series), 1983 (UK).[୩୦]


ଆଧାର[ସମ୍ପାଦନା]

  1. ୧.୦ ୧.୧ Sengupta, Somini (20 March 2014). "Khushwant Singh, provocative Indian journalist, dies at 99". The New York Times. Retrieved 25 February 2018.
  2. Subramonian, Surabhi (20 March 2014). "India's very own literary genius Khushwant Singh passes away, read his story". dna. Diligent Media Corporation Ltd. Retrieved 7 May 2015.
  3. ୩.୦ ୩.୧ TNN (20 March 2014). "Khushwant Singh, journalist and writer, dies at 99". The Times of India. Retrieved 21 March 2014.
  4. TNT (28 January 2008). "Those who said no to top awards". The Times of India. Retrieved 7 May 2015.
  5. Singh, Ranjit (2008). Sikh Achievers. New Delhi: Hemkunt Publishers. p. 168. ISBN 978-8-17-01036-53.
  6. Singh, Rahul (2008). "The Man in the Light Bulb: Khushwant Singh". In Dharker, Anil (ed.). Icons: Men & Women Who Shaped Today's India. New Delhi: Lotus Collection, an imprint of Roli Books. ISBN 978-81-7436-612-2.
  7. Singh, Khushwant (19 February 2001). "The Kh Factor". Outlook. Retrieved 7 May 2015.
  8. Vinita Rani, "Style and Structure in the Short Stories of Khushwant Singh. A Critical Study.", PhD Thesis
  9. Singh, Khuswant (2000). Bhattacharjea, Aditya; Chatterji, Lola (eds.). The Fiction of St. Stephen's. New Delhi: Ravi Dayal Publisher. p. v. ISBN 978-8-17-53003-09.
  10. Press Trust of India (20 March 2014). "Khushwant Singh could easily switch roles from author to commentator and journalist". The Indian Express. Retrieved 21 March 2014.
  11. "Life and times of Khushwant Singh l". India Today. Retrieved 21 March 2014.
  12. "Yojana". Retrieved 18 September 2013.
  13. PTI (20 March 2014). "Khushwant Singh, renowned author and journalist, passes away". The Economic Times. Bennett, Coleman & Co. Ltd. Retrieved 21 March 2016.
  14. "Khushwant Singh, 1915-". The South Asian Literary Recording Project. The Library of Congress (New Delhi). 2016. Retrieved 21 March 2016.
  15. ୧୫.୦ ୧୫.୧ {{cite book|title=Not a Nice Man To Know|chapter=Farewell to the Illustrated Weekly|editor=Nandini Mehta|author=Khushwant Singh|publisher=Penguin Books|year=1993|page=8|
  16. "Khushwant Singh's Journalism: The Illustrated Weekly of India". Sepiamutiny.com. Retrieved 9 August 2009.
  17. "TRIBUTE - Khushwant Singh". Limca Book of Records. Retrieved 20 June 2016.
  18. "Those who said no to top awards". The Times of India. 20 January 2008. Retrieved 5 November 2008.
  19. "Making history with brick and mortar". Hindustan Times. 15 September 2011. Archived from the original on 5 December 2012. Unknown parameter |url-status= ignored (help)
  20. "Grandniece Tisca Chopra remembers granduncle Khushwant Singh". IANS. news.biharprabha.com. Retrieved 20 March 2014.
  21. Nayar, Aruti. "Staring into The Abyss: Khushwant Singh's Personal Struggles With Organized Religion". sikhchic.com. Retrieved 21 March 2014.
  22. Singh, Khushwant (16 October 2010). "How To Live & Die". Outlook. Retrieved 7 May 2015.
  23. PTI (20 March 2014). "Here lies one who spared neither man nor God: Khushwant's epitaph for himself". The Hindu. Retrieved 7 May 2015.
  24. Masood, Tariq (15 June 2014). "Khushwant Singh: The final homecoming". Tribune. Retrieved 7 May 2015.
  25. ୨୫.୦୦ ୨୫.୦୧ ୨୫.୦୨ ୨୫.୦୩ ୨୫.୦୪ ୨୫.୦୫ ୨୫.୦୬ ୨୫.୦୭ ୨୫.୦୮ ୨୫.୦୯ ୨୫.୧୦ ୨୫.୧୧ ୨୫.୧୨ ୨୫.୧୩ ୨୫.୧୪ ୨୫.୧୫ ୨୫.୧୬ ୨୫.୧୭ ୨୫.୧୮ ୨୫.୧୯ ୨୫.୨୦ "Khushwant Singh". Open University. Retrieved 21 March 2014.
  26. Singh, Khushwant (1963). A History of the Sikhs. Princeton University Press.
  27. Singh, Khushwant (1966). A History of the Sikhs (2 ed.). Princeton University Press.
  28. Singh, Khushwant (2004). A History of the Sikhs: 1469–1838 (2, illustrated ed.). Oxford University Press. p. 434. ISBN 9780195673081. Retrieved 7 July 2009.
  29. Singh, Khushwant (2005). A History of the Sikhs: 1839–2004 (2, illustrated ed.). Oxford University Press. p. 547. ISBN 9780195673098. Retrieved 7 July 2009.
  30. "Third Eye: Third World – Free Press?". BFI. Retrieved 21 March 2014.