କ୍ଲୋରଡିଆଜେପୋକ୍ସାଇଡ/କ୍ଲିଡିନିଅମ
Combination of | |
---|---|
Chlordiazepoxide | Benzodiazepine |
Clidinium bromide | Antimuscarinic |
Clinical data | |
Pronunciation | klor dye az e pox' ide kli di' nee um[୨] |
Trade names | Librax, Clindex, others[୨] |
Synonyms | Chlordiazepoxide/clidinium bromide |
AHFS/Drugs.com | monograph |
MedlinePlus | a601036 |
Pregnancy category | |
Routes of administration | By mouth |
Legal status | |
Legal status |
|
(verify) |
କ୍ଲୋରଡିଆଜେପୋକ୍ସାଇଡ/କ୍ଲିଡିନିଅମ (ଇଂରାଜୀ ଭାଷାରେ Chlordiazepoxide/clidinium), ଅନ୍ୟମାନଙ୍କ ମଧ୍ୟରେ ଲିବ୍ରାକ୍ସ ବ୍ରାଣ୍ଡ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଇରିଟେବଲ ବାୱେଲ ସିଣ୍ଡ୍ରୋମ (ଆଇବିଏସ୍) ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହା ଏକ ପସନ୍ଦ ଯୋଗ୍ୟ ଚିକିତ୍ସା ନୁହେଁ ।[୩] ଏହା ଅମ୍ଳରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିବାବେଳେ ଏହାର ଉପକାର ବିଷୟରେ କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ ।[୩] ଏହା ସାଧାରଣତଃ ପ୍ରତିଦିନ ତିନି କିମ୍ବା ଚାରିଥର ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଅସ୍ପଷ୍ଟ ଦୃଷ୍ଟି, କୋଷ୍ଠକାଠିନ୍ୟ ଏବଂ ପରିସ୍ରା କରିବାରେ ସମସ୍ୟା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ଖରାପ ସମନ୍ୱୟ, ଅପବ୍ୟବହାର ଏବଂ ଶ୍ୱାସକ୍ରିୟାରେ ଅସୁବିଧା ହୋଇପାରେ ।[୩] [୨] [୪] ଏଥିରେ କ୍ଲୋର୍ଡିଆଜେପକ୍ସାଇଡ୍ ଯାହା ଏକ ବେନୋଜୋଡିଜେପିନ୍ ଏବଂ କ୍ଲିଡିନିଅମ ବ୍ରୋମାଇଡ ଯାହା ଏକ ଆଣ୍ଟିକୋଲିନରଜିକ ଥାଏ ।[୨]
୧୯୬୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୫ମିଗ୍ରା କ୍ଲୋର୍ଡିଆଜେପୋକ୍ସାଇଡ୍/୨.୫ ମିଗ୍ରା କ୍ଲିଡିନିୟମ ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୮୦ଡଲାର୍ ଥିଲା ।[୬]
ଆଧାର
[ସମ୍ପାଦନା]- ↑ "Chlordiazepoxide / clidinium Use During Pregnancy". Drugs.com. 18 September 2019. Archived from the original on 29 November 2020. Retrieved 15 August 2020.
- ↑ ୨.୦ ୨.୧ ୨.୨ ୨.୩ "Librax". MedlinePlus: US National library of medicine. Archived from the original on 5 July 2016. Retrieved 31 May 2013.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Clidinium Monograph for Professionals". Drugs.com (in ଇଂରାଜୀ). Archived from the original on 28 August 2018. Retrieved 5 January 2022.
- ↑ "Librax- chlordiazepoxide hydrochloride and clidinium bromide capsule". DailyMed. 31 May 2020. Archived from the original on 8 August 2020. Retrieved 15 August 2020.
- ↑ "Librax: FDA-Approved Drugs". U.S. Food and Drug Administration (FDA). Archived from the original on 23 October 2020. Retrieved 15 August 2020.
- ↑ "Chlordiazepoxide / Clidinium Prices, Coupons & Savings Tips - GoodRx". GoodRx. Archived from the original on 5 November 2016. Retrieved 5 January 2022.