Jump to content

କ୍ଲିଡୋକ୍ରାନିଆଲ ଡିସଅସ୍ଟୋସିସ

ଉଇକିପିଡ଼ିଆ‌ରୁ
କ୍ଲିଡୋକ୍ରାନିଆଲ ଡିସଅସ୍ଟୋସିସ (Cleidocranial dysostosis)
Cleidocranial dysplasia,[] Marie-Sainton syndrome,[] mutational dysostosis[]
ମୁଖ ଓ କପାଳର ପରିବର୍ତ୍ତନ ଓ ସୋଲଡର ଗାର୍ଡଲର ଅଧିକ ଚଳନ କ୍ଷମତା
ବିଭାଗମେଡିକାଲ ଜେନେଟିକସ (Medical genetics)
ଲକ୍ଷଣଅନୁପସ୍ଥିତ କ୍ଲାଭକ୍ସ ବା କଲାର ଅସ୍ଥି (collarbon), ଉନ୍ନତ କପାଳ, ଛୋଟ ଚେପା ନାକ []
ଆକ୍ରାନ୍ତ ସମୟଆଜନ୍ମ[]
କାରଣଜେନେଟିକ, ଆରୟୁଏନଏକ୍ସ୨ ଜିନ (RUNX2 gene)[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ, ଏକ୍ସ-ରେ X-rays, ଜେନେଟିକ ଟେଷ୍ଟିଙ୍ଗ(genetic testin)[]
ସଠିକ ରୋଗ ନିର୍ଣ୍ଣୟମାଣ୍ଡିବୁଲୋଆକ୍ରାଲ ଡିସପ୍ଲାସିଆ (Mandibuloacral dysplasia), ପିକ୍ନୋଡିସଅସ୍ଟୋସିସ (pyknodysostosis), ଓଷ୍ଟିଓଜେନେସିସ ଇମ୍ପରଫେକ୍ଟା, ହାଜଡୁ-ଚେନେ ସିଣ୍ଡ୍ରୋମ (Hajdu-Cheney syndrome)[]
ଚିକିତ୍ସାସାହାଯ୍ୟକାରୀ ଯତ୍ନ (Supportive care)[]
Prognosisସାଧାରଣ ଜୀବନ ଯାତ୍ରା[]
ପୁନଃପୌନିକଏକ ନିୟୁତରେ ଜଣେ[]

କ୍ଲିଡୋକ୍ରାନିଆଲ ଡିସଅସ୍ଟୋସିସ ବା ସିସିଡି ବା କ୍ଲିଡୋକ୍ରାନିଆଲ ଡିସପ୍ଲାସିଆ (ଇଂରାଜୀ ଭାଷାରେ Cleidocranial dysostosis/ CCD, also called cleidocranial dysplasia) ଏକ ଜନ୍ମତୃଟି ରୋଗ (birth defect) ଯାହା ଅସ୍ଥି (bones) ଓ ଦାନ୍ତକୁ (teeth) ପ୍ରଭାବିତ କରେ ।[] ଏହି ରୋଗରେ କ୍ଲାଭିକ୍ଲ ବା କଲାରବୋନ (collarbone) ଆଦୌ ବିକଶିତ ହୋଇନଥାଏ ବା ସ୍ୱଳ୍ପ ବିକଶିତ ହେବା ଫଳରେ ଦୁଇ କାନ୍ଧ ପାଖକୁ ପାଖ ଲାଗିଯାଇପାରେ ।[] ଖପୁରୀର ସମ୍ମୁଖ ଭାଗ ତିଆରି ହେବାକୁ ବ‌ହୁତ ବିଳମ୍ବ ହୁଏ ଓ ଯାହା ତିଆରି ହୋଇଥାଏ ତାହା ଛୋଟ ଥାଏ ।[] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଉନ୍ନତ କପାଳ, ଦୁଇ ଚକ୍ଷୁ ମଧ୍ୟରେ ଅଧିକ ଦୂରତା, ଅସାଧାରନ ଦାନ୍ତ ଓ ଚେପା ନାକ ଥିବା ଦେଖାଯାଏ । [] ଲକ୍ଷଣମାନ ପୃଥକ ହୋଇପାରେ ଓ ବୁଦ୍ଧିମତା ସାଧାରଣ ଥାଏ ।[]

ଏହି ରୋଗ ବଂଶାନୁକ୍ରମିକ (inherited from a person's parents|) ବା ନୂତନ ମ୍ୟୁଟେସନ (mutation) ଯୋଗୁ ହୋଇପାରେ ।[] ଅଟୋସୋମାଲ ଡୋମିନାଣ୍ଟ (en:autosomal dominant) ଆକାରରେ ବଂଶାନୁକ୍ରମେ ଚାଲେ ।[] ଅସ୍ଥି ପ୍ରସ୍ତୁତ କରୁଥିବା ଜିନ ଆରୟୁଏନଏକ୍ସ୨ ଜିନର (RUNX2 gene) ତୃଟି ଯୋଗୁ ଏହି ରୋଗ ହୁଏ । [] ଲକ୍ଷଣ ଅନୁଶୀଳନ ଓ ଏକ୍ସ-ରେ X-rays ଦେଖି ନିର୍ଣ୍ଣୟ କରିବାପରେ ଜେନେଟିକ ଟେଷ୍ଟିଙ୍ଗ (genetic testing) କରି ରୋଗ ସୁନିଶ୍ଚିତ କରାଯାଏ । [] ପ୍ରାୟ ଏକା ଭଳି ଲକ୍ଷଣ ଦର୍ଶାଉଥିବା ଅନ୍ୟ ରୋଗମାନଙ୍କ ନାମ ଯଥାକ୍ରମେ ମାଣ୍ଡିବୁଲାର ଡିସପ୍ଲାସିଆ (mandibuloacral dysplasia), ପିକ୍ନୋଡିସଅସ୍ଟୋସିସ (pyknodysostosis), ଓଷ୍ଟିଓଜେନେସିସ ଇମ୍ପରଫେକ୍ଟା ଓ ହାଜଡୁଚେନେ ସିଣ୍ଡ୍ରୋମ (Hajdu-Cheney syndrome) । []

ଖପୁରୀ ଓ ଦାନ୍ତର ସୁରକ୍ଷା ନିମନ୍ତେ ସୁରକ୍ଷାକାରୀ ଯତ୍ନ (supportive measures) ଚିକିତ୍ସା କରାଯାଏ ।[] କେତେକ ଅସ୍ଥି ତୃଟିର ଚିକିତ୍ସା ନିମନ୍ତେ ଅପରେଶନ ଆବଶୟକ ହୋଇପାରେ । [] ସାଧାରଣ ଆୟୁଷ ପ୍ରାୟ ରହେ । []

ପ୍ରତି ଏକ ନିୟୁତ ଲୋକଙ୍କ ମଧ୍ୟରୁ ଜଣକର ଏ ରୋଗ ଥାଏ ।[] ମହିଳା ଓ ପୁରୁଷମାନେ ସମ‌ ଭାବରେ ଆକ୍ରାନ୍ତ ହୁଅନ୍ତି । [] ସନ ୧୮୯୬ରୁ ଏହି ରୋଗର ବର୍ଣ୍ଣନା ରହିଆସିଛି ।[] କ୍ଲିଡୋ ଶବ୍ଦ କ୍ଲାଭିକ୍ଲ ଶବ୍ଦରୁ ଓ କ୍ରାନିଆଲ ଶବ୍ଦ ମୁଣ୍ଡ ଅର୍ଥରୁ ନିଆଯାଇଛି ଓ ତାହା ସ‌ହିତ ଡିସଅସ୍ଟୋସିସ ଶବ୍ଦ ନିଆଯାଇଛି ଯାହାର ଅର୍ଥ ଅସାଧାରଣ ଅସ୍ଥି; ଏହି ତିନି ଶବ୍ଦ ମିଶେଇ 'କ୍ଲିଡୋକ୍ରାନିଆଲ ଡିସଅସ୍ଟୋସିସ' ନାମ ଦିଆଯାଇଛି ।[]

  1. 1 2 3 4 5 6 7 8 9 10 11 12 13 14 "cleidocranial dysplasia". GHR. January 2008. Archived from the original on 3 October 2016. Retrieved 2 October 2016.
  2. Rare Genetic Disorders That Affect the Skeleton (in ଇଂରାଜୀ). AuthorHouse. 2013. p. 43. ISBN 9781491815045. Archived from the original on 2017-11-05.
  3. 1 2 3 Young, Ian D. (2002). Genetics for Orthopedic Surgeons: The Molecular Genetic Basis of Orthopedic Disorders (in ଇଂରାଜୀ). Remedica. p. 92. ISBN 9781901346428. Archived from the original on 2016-11-03.
  4. 1 2 3 "Cleidocranial dysplasia". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2016. Archived from the original on 28 January 2017. Retrieved 29 October 2017.
  5. 1 2 3 4 5 "Cleidocranial Dysplasia". NORD. 2004. Archived from the original on 3 October 2016. Retrieved 2 October 2016.
  6. Epstein, Charles J.; Erickson, Robert P.; Wynshaw-Boris, Anthony Joseph (2004). Inborn Errors of Development: The Molecular Basis of Clinical Disorders of Morphogenesis (in ଇଂରାଜୀ). Oxford University Press. p. 333. ISBN 9780195145021. Archived from the original on 2016-10-03.
  7. "Cleidocranial Dysostosis". UCSF Benioff Children's Hospital. Archived from the original on 29 October 2016. Retrieved 2 October 2016.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ