କୋଲୋବୋମା

ଉଇକିପିଡ଼ିଆ‌ରୁ
Coloboma
Ocular coloboma, coloboma of the eye
Coloboma in a 16-year-old female
ବିଭାଗOphthalmology
ଲକ୍ଷଣMissing part of the eye, vision loss, sensitivity to light[୧]
ଆକ୍ରାନ୍ତ ସମୟPresent at birth[୧]
ଅବଧିLife long[୧]
ବିପଦ କାରକFamily history, alcohol use during pregnant[୧]
ରୋଗ ନିର୍ଣ୍ଣୟ ପଦ୍ଧତିEye exam[୧]
ଚିକିତ୍ସାGlasses, contact lenses, surgery[୧]
ପୁନଃପୌନିକ1 in 10,000 people[୨]

କୋଲୋବୋମା ହେଉଛି ଏକ ଅବସ୍ଥା ଯେଉଁଥିରେ ଆଖିର ତଳ ଅଂଶରେ କିଛି ତନ୍ତୁର ଅଭାବ ଥାଏ ।[୧] [୨] ଏହି ଅଭାବ ଜନ୍ମରୁ ଥାଏ ।[୧] ଏହି ରୋଗର ଲକ୍ଷଣଗୁଡ଼ିକ ମଧ୍ୟରେ ଦୃଷ୍ଟି ଶକ୍ତି ହ୍ରାସ କିମ୍ବା ଆଲୋକ ପ୍ରତି ସମ୍ବେଦନଶୀଳତା ହୋଇପାରେ ।[୧] ଗୋଟିଏ କିମ୍ବା ଉଭୟ ଆଖି ପ୍ରଭାବିତ ହୋଇପାରେ ।[୧] ରୋଗ ଜଟିଳ ହେଲେ କ୍ଷୀଣ ଦୃଷ୍ଟି (amblyopia) ହୋଇପାରେ ।[୧]

ଜେନେଟିକ୍ କିମ୍ବା ପରିବେଶ ସମସ୍ୟା ହେତୁ ଏହି ଅସ୍ୱାଭାବିକ ଚକ୍ଷୁ ବିକାଶ ହୋଇଥାଏ ।[୧] [୨] ଗର୍ଭବତୀ ସମୟରେ ମଦ୍ୟପାନ କଲେ ଏହି ବିପଦ ସଙ୍କଟ ରହିଥାଏ ।[୧] ଏହି ରୋଗରେ ଚକ୍ଷୁର ଆଇରିସ, ଲେନ୍ସ, ଆଖିପତା ଏବଂ ରେଟିନା ସମେତ ବିଭିନ୍ନ ଅଂଶ ପ୍ରଭାବିତ ହୋଇଥାଏ | [୧] ଚକ୍ଷୁ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ । [୧]

ଏହାର ଚିକିତ୍ସାରେ ଚଷମା, କଣ୍ଟାକ୍ଟ ଲେନ୍ସ କିମ୍ବା ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[୧] କୋଲୋବୋମା ପ୍ରତି ୧୦,୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରିଥାଏ ।[୨] ଏହି ରୋଗର ବର୍ଣ୍ଣନା ପ୍ରାଚୀନ ମେସୋପୋଟାମିଆ କାଳରୁ ଆରମ୍ଭ ହୋଇଛି ।[୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ "Coloboma | National Eye Institute". www.nei.nih.gov. Archived from the original on 9 October 2021. Retrieved 24 January 2022.
  2. ୨.୦ ୨.୧ ୨.୨ ୨.୩ "Coloboma: MedlinePlus Genetics". medlineplus.gov (in ଇଂରାଜୀ). Archived from the original on 19 October 2021. Retrieved 25 January 2022.
  3. Diagnoses in Assyrian and Babylonian Medicine: Ancient Sources, Translations, and Modern Medical Analyses (in ଇଂରାଜୀ). University of Illinois Press. 18 July 2005. p. 197. ISBN 978-0-252-02956-1. Archived from the original on 25 January 2022. Retrieved 25 January 2022.