କୋଲିକ୍ୟାଲସିଫେରଲ

ଉଇକିପିଡ଼ିଆ‌ରୁ
କୋଲିକ୍ୟାଲସିଫେରଲ
Clinical data
Pronunciation/ˌkləkælˈsɪfərɒl/
Synonymsvitamin D3, activated 7-dehydrocholesterol
AHFS/Drugs.com
Pregnancy
category
  • US: A (No risk in human studies) and C
ATC code
Legal status
Legal status
Identifiers
  • (3β,5Z,7E)-9,10-secocholesta-
    5,7,10(19)-trien-3-ol
CAS Number
PubChem CID
DrugBank
ChemSpider
UNII
ChEBI
ChEMBL
ECHA InfoCard100.000.612 Edit this at Wikidata
Chemical and physical data
FormulaC27H44O
Molar mass384.64 g/mol
3D model (JSmol)
Melting point83 to 86 °C (181 to 187 °F)
Boiling point496.4 °C (925.5 °F)
Solubility in waterPractically insoluble in water, freely soluble in ethanol, methanol and some other organic solvents. Slightly soluble in vegetable oils. mg/mL (20 °C)
  • O[C@@H]1CC(\C(=C)CC1)=C\C=C2/CCC[C@]3([C@H]2CC[C@@H]3[C@H](C)CCCC(C)C)C
  • InChI=1S/C27H44O/c1-19(2)8-6-9-21(4)25-15-16-26-22(10-7-17-27(25,26)5)12-13-23-18-24(28)14-11-20(23)3/h12-13,19,21,24-26,28H,3,6-11,14-18H2,1-2,4-5H3/b22-12+,23-13-/t21-,24+,25-,26+,27-/m1/s1
     ☒N
  • Key:QYSXJUFSXHHAJI-YRZJJWOYSA-N

କୋଲିକ୍ୟାଲସିଫେରଲ (ଇଂରାଜୀ ଭାଷାରେ Cholecalciferol ବା colecalciferol, ଅନ୍ୟ ନାମ ଜୀବସାର ଘ/vitamin D3) ଏକ ପ୍ରକାର ଜୀବସାର ଘ (vitamin D) ଯାହା ଖାଦ୍ୟରେ ଓ ଖାଦ୍ୟ ଅନୁପୂରକରେ (dietary supplement) ଥାଏ ।[୧] ଭିଟାମିନ ଡି ବା ଜୀବସାର ଘ ଅଭାବ ଜନିତ ରୋଗ ଯେପରିକି ରିକେଟ ଚିକିତ୍ସାରେ ଓ ପ୍ରତିଷେଧ ନିମନ୍ତେ ଏହା ଦିଆଯାଏ ।[୨][୩] ଫ୍ୟାମିଲିଆଲ ହାଇପୋଫସଫେଟିମିଆ (familial hypophosphatemia), ଅଳ୍ପ ରକ୍ତ କ୍ୟାଲସିଅମ (low blood calcium) କରୁଥିବା ହାଇପୋପାରାଥାଇରଏଡିଜ୍ମ (hypoparathyroidism) ଓ ଫାଙ୍କୋନି ସିଣ୍ଡ୍ରୋମ (Fanconi syndrome) ରୋଗମାନଙ୍କରେ ମଧ୍ୟ ଏହା ଦିଆଯାଏ ।[୩][୪]ଏହା ପାଟିରେ ଦିଆଯାଏ ।[୪]

ମାତ୍ରାଧିକ କୋଲିକ୍ୟାଲସିଫେରଲ ଦେଲେ ବାନ୍ତି, ଦୁର୍ବଳତା ଓ ମାନସିକ ଦ୍ୱନ୍ଦ୍ୱ ଜାତ ହୁଏ ।[୫] ଏହା ବ୍ୟତୀତ ବୃକ୍‌କ ପଥର (kidney stones) ମଧ୍ୟ ଜାତ ହୋଇପାରେ ।[୬] ନିର୍ଦ୍ଧାରିତ ମାତ୍ରାରେ ଦେଲେ ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[୫] ସାଂଘାତିକ ବୃକ୍‌କ ରୋଗ ଥିଲେ ଏହା କାମ ନକରିପାରେ ।[୬] ଦେହରେ ଏହା ୧,୨୫-ଡାଇହାଇଡ୍ରୋକ୍ସିଭିଟାମିନ ଡିରେ (1,25-dihydroxyvitamin D) ପରିବର୍ତ୍ତିତ ହୋଇ ଅନ୍ତନଳୀରୁ ଅଧିକ କ୍ୟାଲସିଅମ (calcium) ଅବଶୋଷଣ କରେ ।[୫] କେତେକ ପ୍ରକାରର ମାଛ (fish), ଛେନା ଓ ଅଣ୍ଡାରେ ଏହା ଥାଏ ।[୭]

କୋଲିକ୍ୟାଲସିଫେରଲ ପ୍ରଥମେ ସନ ୧୯୩୬ରେ ବର୍ଣ୍ଣନା କରାଯାଇଥିଲା ।[୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୯] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୩୦ ମି:ଲି ବୋତଲର କ୍ରୟ ମୂଲ୍ୟ ପ୍ରାୟ ୨.୧୪ ଆମେରିକୀୟ ଡଲାର ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଚିକିତ୍ସାର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ଥାଏ ।[୪] ଅନେକ ଦେଶରେ ଦୁଧ ଭଳି କେତେକ ଖାଦ୍ୟରେ କୋଲିକ୍ୟାଲସିଫେରଲ ମିଶାଯାଇଥାଏ ।[୭]

ଆଧାର[ସମ୍ପାଦନା]

  1. Coulston, Ann M.; Boushey, Carol; Ferruzzi, Mario (2013). Nutrition in the Prevention and Treatment of Disease (in ଇଂରାଜୀ). Academic Press. p. 818. ISBN 9780123918840.
  2. British national formulary : BNF 69 (69 ed.). British Medical Association. 2015. pp. 703–704. ISBN 9780857111562.
  3. ୩.୦ ୩.୧ WHO Model Formulary 2008 (PDF). World Health Organization. 2009. p. 496. ISBN 9789241547659. Retrieved 8 December 2016.
  4. ୪.୦ ୪.୧ ୪.୨ ୪.୩ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 231. ISBN 9781284057560.
  5. ୫.୦ ୫.୧ ୫.୨ "Cholecalciferol (Professional Patient Advice) - Drugs.com". www.drugs.com. Retrieved 29 December 2016.
  6. ୬.୦ ୬.୧ "Aviticol 1 000 IU Capsules - Summary of Product Characteristics (SPC) - (eMC)". www.medicines.org.uk. Archived from the original on 30 December 2016. Retrieved 29 December 2016.
  7. ୭.୦ ୭.୧ "Office of Dietary Supplements - Vitamin D". ods.od.nih.gov. 11 February 2016. Retrieved 30 December 2016.
  8. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 451. ISBN 9783527607495.
  9. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  10. "Vitamin D3". International Drug Price Indicator Guide. Retrieved 8 December 2016.[permanent dead link]