Jump to content

କୋରୋନ୍ ଦ୍ଵୀପ

କୋରୋନ୍ ଦ୍ୱୀପ
କାୟାଂଗାନ ହ୍ରଦ ଯିବା ବେଳର ଦୃଶ୍ୟ
କୋରୋନ୍ ଦ୍ୱୀପ is located in Philippines
କୋରୋନ୍ ଦ୍ୱୀପ
କୋରୋନ୍ ଦ୍ୱୀପ
ଫିଲିପାଇନ୍ସରେ ଦ୍ୱୀପର ଅବସ୍ଥିତି
Geography
Coordinates11°55′45″N 120°14′30″E / 11.92917°N 120.24167°E / 11.92917; 120.24167
Archipelagoକାଲାମ୍ୟାନ୍ ଦ୍ୱୀପପୁଞ୍ଜ
Adjacent bodies of waterସୁଲୁ ସମୁଦ୍ର
Area୭୧ km୨ (୨୭.୪ sq mi)
Length୨୦ km (୧୨ mi)
Width୯ km (୫.୬ mi)
Highest elevation୬୦୦ m (୨,୦୦୦ ft) [୧]
Administration
ଅଞ୍ଚଳମିମାରୋପା
ପ୍ରାନ୍ତପାଲାୱାନ
ନଗରକୋରୋନ
Demographics
Population୨୬୪୯ (୨୦୧୦)[୨]
କାୟାଂଗାନ୍ ହ୍ରଦ ନିକଟସ୍ଥ ଉପସାଗର

କୋରୋନ୍ ଦ୍ୱୀପ (ଇଂରାଜୀ ଭାଷାରେ Coron Island) ଫିଲାପାଇନ୍ସର ଉତ୍ତର ପାଲାୱାନରେସ୍ଥିତ କାଲାମ୍ୟାନ୍ ଦ୍ୱୀପପୁଞ୍ଜର ତୃତୀୟ ବୃହତ୍ତମ ଦ୍ୱୀପ । ଏହି ଦ୍ୱୀପଟି କୋରୋନ୍ ନାମରେ ଏଠାରେ ରହିଥିବା ଏକ ନଗରପାଳିକାର ଅଂଶ ବିଶେଷ । ଫିଲିପାଇନ୍ସର ରାଜଧାନୀ ମାନିଲାଠାରୁ ଏହା ଦକ୍ଷିଣ-ପଶ୍ଚିମ ଦିଗରେ ୩୧୦ କିଲୋମିଟର ଦୂର । ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳର ଅନେକ ଜାପାନୀ ନୌକା ଭାଙ୍ଗି ଏହି ଅଞ୍ଚଳରେ ବୁଡ଼ି ରହିଛନ୍ତି । ସ୍ୱତନ୍ତ୍ର ପରିସଂସ୍ଥା ଯୋଗୁଁ ଏହି ଅଞ୍ଚଳର ସଂରକ୍ଷଣ ପାଇଁ ଅନେକ ନିୟମ ଲାଗୁ କରାଯାଇଛି ।[୧]

ଏହି ଦ୍ୱୀପ ଓ ଆଖପାଖର ମାଛ ମରା ଅଞ୍ଚଳରେ ଆଦିମ ତାଗବାନୱା ଜନଜାତିର ଲୋକ ବସବାସ କରି ଆସୁଛନ୍ତି । ୧୯୯୮ ମସିହା ଜୁନ୍ ୫ ତାରିଖରେ ଏହି ଜନଜାତି ସରକାରୀ ମାନ୍ୟତା ପାଇଥିଲା ।[୧] ଏହି କୋରୋନ୍ ନଗରପାଳିକାରେ ବାନୁଆଂଗ୍ ଦାନ୍ ଓ କାବୁଗାଓ ନାମକ ଦୁଇଟି ଉପ-ପ୍ରଶାସନ କ୍ଷେତ୍ର ରହିଛି ।[୧]

ଭୂଗୋଳ

[ସମ୍ପାଦନା]

ଆଂଶିକ ରୂପେ ବୁଶୁଆଂଗା ଓ କ୍ୟୁଲିଅନ୍ ଦ୍ୱୀପ ମଧ୍ୟରେସ୍ଥିତ କୋରୋନ୍ ଦ୍ୱୀପ ସୁଲୁ ସାଗରରେ କୋରୋନ୍ ଉପସାଗରର ପୂର୍ବ ଭାଗ । ଉତ୍ତର-ଦକ୍ଷିଣ ଦିଗରେ ଏହାର ଦୈର୍ଘ୍ୟ ୨୦ କିଲୋମିଟର ଓ ଏହାର ସବୁଠାରୁ ଅଧିକ ଚଉଡ଼ା ସ୍ଥାନରେ ଏହାର ପ୍ରସ୍ଥ ୯ କିଲୋମିଟର ।

ଏହି ଅଞ୍ଚଳର ୭୦ ଶତକଡ଼ା ଅଞ୍ଚଳରେ ଜୁରାସିକ୍ ଯୁଗର ପ୍ରାଚୀନ ଚୁନପଥରର ପାହାଡ଼ମାନ ରହିଛି । ଦ୍ୱୀପର ଅନ୍ୟ ୨୫% ମାଳ ଅଞ୍ଚଳ ଓ ପ୍ରାୟ ୫% ଅଞ୍ଚଳ ସମଭୂମି । ଏହି ଅଞ୍ଚଳରେ ୧୧ଟି ହ୍ରଦ ମଧ୍ୟ ରହିଛନ୍ତି । ତନ୍ମଧ୍ୟରୁ ୩ଟି ହ୍ରଦର ସମୁଦ୍ର ସହିତ ଭୂତଳ ସଂଯୋଗ ପଥ ରହିଛି । ଉପକୂଳ ଅଞ୍ଚଳରେ କିଛି ହେନ୍ତାଳ ଓ ଲୁଣା ବନ ମଧ୍ୟ ରହିଛି ।[୧]

କୋରୋନ୍ ଦ୍ୱୀପରେ ଡାଇଭିଂ (ବୁଡ଼) ପର୍ଯ୍ୟଟନ

[ସମ୍ପାଦନା]

ଏଠାକାର ସ୍ୱଚ୍ଛ ଜଳରେ ବୁଡ଼ ପକାଇ ସ୍ନର୍କେଲିଂ କରିହେବ । ସ୍ୱଚ୍ଛ ଜଳ ଯୋଗୁଁ ସମୁଦ୍ର ଜଳ ସ୍ତର ତଳେ ମଧ୍ୟ ୮୦ ଫୁଟ୍ ପର୍ଯ୍ୟନ୍ତ ସହଜରେ ଦେଖିହୁଏ । ସମୁଦ୍ରର ପାଣି ପ୍ରାୟ ଶାନ୍ତ ରୁହେ । ଫିଲିପାଇନ୍ସରେ ଭଙ୍ଗା ଜାହାଜର ଅବଶେଷ ଦେଖିବା ପାଇଁ ବହୁ ଲୋକ ଏଠାରେ ବୁଡ଼ା ଦର୍ଶନ (ଡାଇଭିଂ) କରନ୍ତି । ଏହି ସବୁ ବୁଡ଼ା ଜାହାଜ ରହିଥିବା ସ୍ଥାନର ସର୍ବନିମ୍ନ ଗଭୀରତା ୧୦-୩୦ ଫୁଟ୍ ଓ ସର୍ବାଧିକ ଗଭୀରତା ୧୨୦-୧୪୦ ଫୁଟ୍ ।

ଗୁନ୍ଥର୍ ଗୁମ୍ଫା (ବା କ୍ୟାଥେଡ୍ରାଲ୍ ଗୁମ୍ଫା) ଏହି ସମସ୍ତ ଡାଇଭିଂ ଅଞ୍ଚଳର ପରିସୀମା ମଧ୍ୟରେ ଅବସ୍ଥିତ । ଦିନ ବେଳା ସୂର୍ଯ୍ୟାଲୋକ ଏହି ଗୁମ୍ଫା ଛାତରେ ଥିବା ଛିଦ୍ର ମଧ୍ୟ ଦେଇ ପ୍ରବେଶ କରେ ଓ ଏହାର ଅଭ୍ୟନ୍ତରକୁ ଆଲୋକିତ କରିଥାଏ । ଗୁମ୍ଫା ମଧ୍ୟରେ ବାୟୁ ପ୍ରବାହ ମଧ୍ୟ ହେଉଥିବାର ବୁଡ଼ ପକାଇ ଏହି ଗୁମ୍ଫା ମଧ୍ୟରେ ବାହାରି ହେବ । ଗୁନ୍ଥର୍ ବର୍ଣ୍ଣେଟ୍‍ଙ୍କ ନାମାନୁସାରେ ଏହି ଗୁମ୍ଫାର ନାମ ରଖାଯାଇଛି । ସ୍ଥାନୀୟ ମାଛ ଧରାଳିଙ୍କଠାରୁ ଶୁଣି ସର୍ବ ପ୍ରଥମେ ଯେଉଁ କିଛି ବ୍ୟକ୍ତି ଏଠାରେ ବୁଡ଼ ପକାଇଥିଲେ ଗୁନ୍ଥର୍ ସେହି ଦଳର ସଦସ୍ୟ ଥିଲେ ।

କୋରୋନ୍‍ର ଯୁଦ୍ଧ ଭଗ୍ନାବଶେଷ ଅଞ୍ଚଳମାନଙ୍କ ମଧ୍ୟରେ ଆକିତ୍ସୁଶିମା, ଇରାକୋ, କୋଗ୍ୟୋ ମାରୁ, କ୍ୟୋକୁଜାନ ମାରୁ, ନାନ୍‍ଶିନ୍ ମାରୁ, ଓକିକାୱା ମାରୁ, ଓଲିମ୍ପିଆ ମାରୁ, ଲୁସଂଙ୍ଗ ପୋତ, ପୂର୍ବ ତଙ୍ଗାତ ପୋତ ଓ କଙ୍କାଳ ଅବଶେଷ ପ୍ରଭୃତି ସ୍ଥାନ ରହିଛି । କିଛି ଓଲନ୍ଦାଜ ବୁଡ଼ପକାଳି ନିକଟ ଅତୀତରେ ତେରୁକାଜେ ଜାହାଜର ଭଗ୍ନାବଶେଷ ଆବିଷ୍କାର କରିଥିଲେ । କୋରୋନ୍ ଦ୍ୱୀପ ନିକଟରେ ବୁଡ଼ି ଯାଇଥିବା ଜାପାନୀ ଜାହାଜର ଦୃଶ୍ୟକୁ ଫୋର୍ବସ୍ ଟ୍ରାଭେଲର୍ ପତ୍ରିକା ବିଶ୍ୱର ଦଶଟି ଶ୍ରେଷ୍ଠ ସ୍କୁବା ଡାଇଭିଂ ଅଞ୍ଚଳ ମଧ୍ୟରେ ପରିଗଣିତ କରିଥିଲା ।[୩][୪]

ଅନ୍ୟ ଆକର୍ଷଣ

[ସମ୍ପାଦନା]

ବିଗତ ଦଶନ୍ଧିରେ କୋରୋନ୍ ଦ୍ୱୀପ କେବଳ ଡାଇଭିଂ ପାଇଁ ନୁହେଁ ବରଂ ଇକୋ-ଟୁରିଜମ୍ ପାଇଁ ପରିଚିତ ହୋଇ ଉଠିଲାଣି । ଆୟ ବଢ଼ୁଥିବାରୁ କୋରୋନ୍ ଦ୍ୱୀପରେ ସ୍ଥାନୀୟ ଫିଲିପିନୋ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋରୋନ୍ ଦ୍ୱୀପର କିଛି ସ୍ଥାନ ପର୍ଯ୍ୟଟକଙ୍କ ଗହଣରେ ବେଶ ଲୋକପ୍ରିୟ ।

  • କାୟାଂଗାନ୍ ହ୍ରଦ[୫]
  • ଲୁଲୁୟୁଆନ୍ ବାରାକୁଦା ହ୍ରଦ[୬]
  • ଯୁଗଳ ହ୍ରଦ[୭]

ଚିତ୍ର ଗ୍ୟାଲେରି

[ସମ୍ପାଦନା]

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. 1 2 3 4 5 "Coron Island Natural Biotic Area". World Heritage Centre: Tentative lists. UNESCO. Retrieved 16 February 2016.
  2. ↑ "Total Population by Province, City, Municipality and Barangay: as of May 1, 2010" (PDF). 2010 Census of Population and Housing. National Statistics Office. Archived from the original (PDF) on 15 November 2012. Retrieved 16 February 2016.
  3. ↑ "Manila Standard". Retrieved 20 April 2017.
  4. ↑ "canada.com - Page Not Found". Retrieved 20 April 2017 – via Canada.com. {{cite web}}: Cite uses generic title (help)
  5. ↑ "Get the important info on Kayangan Lake before you go". Unofficialguide.ph. Archived from the original on 11 November 2019. Retrieved 20 September 2018.
  6. ↑ "Photo Story: Barracuda Lake". Unofficialguide.ph. Archived from the original on 13 August 2020. Retrieved 25 September 2018.
  7. ↑ "Photo Story: Coron's Amazing Twin Lagoons". Unofficialguide.ph. Archived from the original on 21 December 2019. Retrieved 23 September 2018.
  8. ↑ Ferdz (11 July 2008). "Coron: Scenic Kayangan Lake". Archived from the original on 28 January 2016. Retrieved 20 April 2017.
  9. ↑ "Kayangan Lake (Coron, Philippines): Top Tips Before You Go - TripAdvisor". Retrieved 20 April 2017.

ଅନ୍ୟାନ୍ୟ ଲିଂକ୍

[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ Coron Island-ସମ୍ପର୍କିତ ମିଡ଼ିଆ