ଶିବ ନିବାସ ପେଲେସ , ଉଦୟପୁର

ଉଇକିପିଡ଼ିଆ‌ରୁ

ଶିବ ନିବାସ ପେଲେସ, ଭାରତୀୟ ରାଜ୍ୟ ରାଜସ୍ଥାନର ଉଦୟପୁରଠାରେ ପୂର୍ବତନ ଉଦୟପୁର ମହାରଣାଙ୍କ ବାସଭବନ । ଏହା ସେଠାରେ ଥିବା ହ୍ରଦ ପିଚୋଲାର ତଟରେ ନିର୍ମିତ ।  

ଅତିଥି ଭବନ [ସମ୍ପାଦନା]

ମହାରଣା ସଜ୍ଜନ ଶମ୍ଭୁ ସିଂହ ଏହାର ନିର୍ମାଣ 1874ରୁ 1884 ମସିହାରେ ନିର୍ମାଣ କରିଥିଲେ । ଏହି ଭବନର ନିର୍ମାଣ କାର୍ଯ୍ୟ ମହାରଣା ଫତେହ ସିଂହ 20 ଶତାବ୍ଦୀରେ ପୂର୍ଣ କରିଥିଲେ ଓ ଏହାକୁ ଅତିଥି ଭବନ ଭାବରେ ବ୍ୟବହାର କରାଯାଉଥିଲା .

।ଅତିଥି ଭବନ ଭାବରେ ବ୍ୟବହାର ହେଲା ସମୟରେ ଏଥିରେ ଅନେକ ବିଶ୍ୱ ନେତୃତ୍ୱ ଓ ମହାରାଜାମାନେ ରହିଥିଲେ । ଇଂଲଣ୍ଡର ରାଜା ଜର୍ଜ V 1905 ମସିହାରେ ଓ ପ୍ରିନ୍ସ ଓଫ ୱଲେସ ଏଡୱାର୍ଡ  ଏଠାରେ ଅବସ୍ଥାନ କରିଥିଲେ । 

1955ରେ ଭଗବତ ସିଂହ ଏହାକୁ ଉତ୍ତରାଧିକାରୀ ଭାବେ ପାଇବା ସମୟରେ ଏହି ସବୁ ରାଜମହଳର ରକ୍ଷଣା ବେକ୍ଷଣ ଅଧିକ ବ୍ୟୟ ସପେକ୍ଷ ହେଇଯାଇଥିବାରୁ ହ୍ରଦ ନିକଟସ୍ଥ ପେଲେସ ଓ ଫତେହ ପ୍ରକାଶ ପେଲେସକୁ ଅରମଦାୟକ ହୋଟେଲରେ ପରିଣତ କରି ଦିଆ ଯାଇଥିଲା । ପରେ ଶିବ ନିବାସ ପେଲେସ ମଧ୍ୟ 1982ରେ ଏକ ହେରିଟେଜ ହୋଟେଲରେ ରୂପାନ୍ତରିତ ହେଇଥିଲା । [୧]

ହୋଟେଲ [ସମ୍ପାଦନା]

ଏହି 3ଟି ପେଲେସ ଏକ ଅର୍ଦ୍ଧ ବୃତ୍ତକାର ଭାବରେ ଅବସ୍ଥିତ । ଏହାର ମଧ୍ୟ ସ୍ଥଳରେ ଏକ ମାର୍ବଲ ପୁଲ[୨] ତିଆରି ହୋଇଛି । ଉପର ମହଲା ମାନକ ବାଲକୋନୀରୁ ବଗିଚା ଓ ପିଚୋଳ ହ୍ରଦର ଦୃଶ୍ୟ ଦେଖା ଯାଇଥାଏ । ଭିତର ଅଞ୍ଚଳରେ ପ୍ରାଚୀନ ରାଜପୁତ ଚରୁ କଳା ସହ ହାତିଦାନ୍ତ , କାଚ ଇତ୍ୟାଦିର ସୂକ୍ଷ୍ମ କରୁକର୍ଜ୍ୟ ରହି ଏହାକୁ ଖୁବ ସୁନ୍ଦର କରିଥାଏ । ମହାରାଣା ନିଜେ ତତ୍ତ୍ୱାବଧାନ କରି କୁନ୍ଦନଲାଳ ଓ ଖାଜା ଉସ୍ତାଦ ନାମକ ସ୍ଥାପତ୍ୟ ଶିଳ୍ପୀଙ୍କୁ ଏହି କଳା ଶିଖେଇବାକୁ ଇଂଲଣ୍ଡ ପଠେଇ ଥିଲେ । [୩] 

ପରେ ଏହି ହୋଟେଲରେ ଆହୁରି ପରିବର୍ଦ୍ଧନ ହେଇ ବର୍ତ୍ତମାନ 36ଟି ଅତିଥି କୋଠରି ଉପଲବ୍ଧ ହେଇଛି ।

ଏହାର ପୁନର୍ବିନ୍ୟାସ ହେଲା ପରେ ଏଠାରେ ମହାରାଣୀ ଏଲିଜାବେଥ , ନେପାଲର ରାଜା , ଇରାନର ଶାହ ଓ ଜାକେଳିନ କେନେଡିଙ୍କ ପରି ବିଶିଷ୍ଟ ଅତିଥିମାନେ ରହିଥିଲେ । 

ପ୍ରସିଦ୍ଧ ଜେମ୍ସ ବଣ୍ଡ ଫିଲ୍ମ ଅକ୍ଟୋପୁସୀ(Octopussy)  ର ଭରତର ଦୃଶ୍ୟ ଚିତ୍ରଣ ବେଳେରେ ଏହି ହୋଟେଲ ପ୍ରଦର୍ଶିତ ହେଇଥିଲା । 

ଆଧାର [ସମ୍ପାଦନା]

ପୁନଶ୍ଚ ପଠନ [ସମ୍ପାଦନା]

  • Badhwar, Inderjit; Leong, Susan (2006). India Chic. Singapore: Bolding Books. ISBN 981-4155-57-8. {{cite book}}: Invalid |ref=harv (help)
  • Crites, Mitchell Shelby; Nanji, Ameeta (2007). India Sublime – Princely Palace Hotels of Rajasthan. New York: Rizzoli. ISBN 978-0-8478-2979-8. {{cite book}}: Invalid |ref=harv (help)
  • Crump, Vivien; Toh, Irene (1996). Rajasthan. London: Everyman Guides. ISBN 1-85715-887-3. {{cite book}}: Invalid |ref=harv (help)
  • Michell, George; Martinelli, Antonio (2005). The Palaces of Rajasthan. London: Frances Lincoln. ISBN 978-0-7112-2505-3. {{cite book}}: Invalid |ref=harv (help)
  • Warren, William; Gocher, Jill (2007). Asia's Legendary Hotels: The Romance of Travel. Singapore: Periplus Editions. ISBN 978-0-7946-0174-4. {{cite book}}: Invalid |ref=harv (help)

ବାହାର ଲିଙ୍କ [ସମ୍ପାଦନା]