ହଣ୍ଡ୍ରେଡ୍ ଆଇଲ୍ୟାଣ୍ଡ୍ ଜାତୀୟ ଉଦ୍ୟାନ
ହଣ୍ଡ୍ରେଡ୍ ଆଇଲ୍ୟାଣ୍ଡ୍ ଜାତୀୟ ଉଦ୍ୟାନ ଶତ ଦ୍ୱୀପ ଜାତୀୟ ଉଦ୍ୟାନ | |
---|---|
IUCN Category V (Protected Landscape/Seascape) | |
ଶହେରୁ କିଛି ଦ୍ୱୀପଖଣ୍ଡର ଚିତ୍ର | |
ଅବସ୍ଥାନ | ଫିଲିପାଇନ୍ସ |
ପାଖ ସହର | ଆଲାମିନୋସ୍, ପାଙ୍ଗାସିନାନ୍ |
କ୍ଷେତ୍ରଫଳ | ୧୮୪୪ ହେକ୍ଟର୍ |
ସ୍ଥାପିତ | ୧୯୪୦ ମସିହା ଜାନୁଆରୀ ୧୮ |
ପରିଚାଳନା | ପରିବେଶ ଓ ପ୍ରାକୃତିକ ସମ୍ବଳ ବିଭାଗ (Department of Environment and Natural Resources) |
[www |
ହଣ୍ଡ୍ରେଡ୍ ଆଇଲ୍ୟାଣ୍ଡ୍ ଜାତୀୟ ଉଦ୍ୟାନ ବା ଶତ ଦ୍ୱୀପ ଜାତୀୟ ଉଦ୍ୟାନ (ଇଂରାଜୀରେ Hundred Islands National Park, ସ୍ଥାନୀୟ ଭାଷାରେ କାପୁଲୋ ପୁଲୋନ୍ ବା ତେତେ ବେକ୍ସ) ଉତ୍ତର ଫିଲିପାଇନ୍ସରେସ୍ଥିତ ଏକ ଜାତୀୟ ଉଦ୍ୟାନ ଓ ସଂରକ୍ଷିତ ଅଞ୍ଚଳ । ପାଙ୍ଗାସିନାନର ଉକ୍ତ ପ୍ରଥମ ଜାତୀୟ ଉଦ୍ୟାନ ଶତାଧିକ ଦ୍ୱୀପ ଖଣ୍ଡକୁ ନେଇ ଗଠିତ । ସମୁଦ୍ରରେ ଉଚ୍ଚ ଜୁଆର ଥିଲେ ଏଠାରେ ୧୨୩ଟି ଓ ନିମ୍ନ ଜୁଆର ଥିଲେ ୧୨୪ଟି ଦ୍ୱୀପ ଖଣ୍ଡ ଦେଖିବାକୁ ମିଳନ୍ତି । ଏହି ଦ୍ୱୀପ ଖଣ୍ଡଗୁଡ଼ିକ ଲିଙ୍ଗାୟେନ୍ ଉପସାଗରର ୧୬.୭୬ ବର୍ଗ କିଲୋମିଟର୍ ଅଞ୍ଚଳରେ ବିଚ୍ଛୁରିତ ହୋଇ ରହିଛନ୍ତି । ଏହି ସମସ୍ତ ଦ୍ୱୀପ ଖଣ୍ଡ ମଧ୍ୟରୁ କେବଳ ଗଭର୍ଣ୍ଣର୍ ଦ୍ୱୀପ, କ୍ୟୁଜନ୍ ଦ୍ୱୀପ ଓ ଚିଲ୍ରେନ୍ସ ଦ୍ୱୀପ ପର୍ଯ୍ୟଟକଙ୍କ ପାଇଁ ବିକଶିତ ହୋଇପାରିଛି ।
ଭୂବିଜ୍ଞାନ
[ସମ୍ପାଦନା]ଏହି ଦ୍ୱୀପ ଖଣ୍ଡଗୁଡ଼ିକ ପ୍ରାୟ ୨୦ ଲକ୍ଷ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଏ । ପ୍ରାଚୀନ ସମୟରେ ସମୁଦ୍ରରେ ବୁଡ଼ି ରହିଥିବା ପ୍ରବାଳ ଭିତ୍ତି କାଳକ୍ରମେ ରୂପାନ୍ତରିତ ହୋଇ ଦ୍ୱୀପ ବା ଦ୍ୱୀପ ଖଣ୍ଡରେ ପରିଣତ ହୋଇଛି । ସମୁଦ୍ର ଜଳପତନ କମିଯିବା ଫଳରେ ଏହି ନିମଗ୍ନ ଦ୍ୱୀପ ଖଣ୍ଡ ସବୁ ଛତୁ ପରି ସମୁଦ୍ର ଗର୍ଭରୁ ଫୁଟି ଉଠିଛନ୍ତି । ଦ୍ୱୀପମାନଙ୍କ ଛତୁ ପରି ଆକାର ସାମୁଦ୍ରିକ ଢେଉର ଆଘାତରେ ଦ୍ୱୀପମାନଙ୍କ ଅବକ୍ଷୟ ହୋଇ କିଛି ଦ୍ୱୀପଖଣ୍ଡ ପ୍ରକୃତ ଛତୁ ପରି ଆକାରର ଦେଖାଯାନ୍ତି ।
ଇତିହାସ
[ସମ୍ପାଦନା]ରାଷ୍ଟ୍ରପତିଙ୍କ ଉଦଘୋଷଣା କ୍ରମାଙ୍କ – ୬୬୭ ଆଧାରରେ ୧୬.୭୬ ବର୍ଗ କିଲୋମିଟର୍ ପରିମିତ ଅଞ୍ଚଳକୁ ୧୯୪୦ ମସିହା ଜାନୁଆରୀ ୧୮ ତାରିଖରେ ଏହି ଜାତୀୟ ଉଦ୍ୟାନ ପ୍ରତିଷ୍ଠିତ ହୋଇଥିଲା । ଫିଲିପାଇନ୍ସର ତତ୍କାଳୀନ ରାଷ୍ଟ୍ରପତି ମାନୁଏଲ୍ କ୍ୟୁଜନ୍ ଏହାକୁ ସ୍ୱାକ୍ଷର କରି ଅନୁମୋଦନ ପ୍ରଦାନ କରିଥିଲେ । ଫିଲିପାଇନ୍ସର ଲୋକଙ୍କ ଲାଭ ଓ ମନୋରଞ୍ଜନ ପାଇଁ ଏହି ଜାତୀୟ ଉଦ୍ୟାନ ପ୍ରତିଷ୍ଠିତ ହେଲା ଓ ଏହାକୁ ହଣ୍ଡେଡ୍ ଆଇଲ୍ୟାଣ୍ଡ୍ ଜାତୀୟ ଉଦ୍ୟାନ (Hundred Islands National Park - HINP) ବୋଲି ନାମିତ କରାଗଲା । ୧୯୬୨ ମସିହା ଜୁନ୍ ୨୨ ତାରିଖରେ ରିପବ୍ଲିକ୍ ଆକ୍ଟ – ୩୬୫୫ ସ୍ୱାକ୍ଷରିତ ହେଲା ଯାହା ଅନୁସାରେ ହଣ୍ଡ୍ରେଡ୍ ଆଇଲ୍ୟାଣ୍ଡ୍ ସଂରକ୍ଷଣ ଓ ଉନ୍ନୟନ ପ୍ରାଧିକରଣ (Hundred Islands Conservation and Development Authority - HICDA) ଗଠିତ ହେଲା । ରାଷ୍ଟ୍ରପତିଙ୍କ ଉଦଘୋଷଣା କ୍ରମାଙ୍କ – ୫୬୪ର ଅଧ୍ୟାୟ-୩୫ ଅନୁସାରେ ଲୁକାପ୍ ଉପସାଗର ଓ ଜାତୀୟ ଉଦ୍ୟାନ HICDAଠାରୁ ଫିଲିପାଇନ୍ସ ପର୍ଯ୍ୟଟନ ପ୍ରାଧିକରଣକୁ (Philippine Tourism Authority -PTA) ହସ୍ତାନ୍ତରିତ ହେଲା ।[୧]
୧୯୮୨ ମସିହା ଅପ୍ରେଲ୍ ୨୭ ତାରିଖରେ ଉଦଘୋଷଣା ୨୧୮୩ ଅନୁଯାୟୀ ଲୁକାପ୍ ଉପସାଗର ଏବଂ ପୂର୍ବରେ ସିତିଓ ତେଲବାଂଗ୍ରୁ ନେଇ ପଶ୍ଚିମରେ ସିତିଓ ରେକୁଡୋ ପର୍ଯ୍ୟନ୍ତ ଅଞ୍ଚଳକୁ ପର୍ଯ୍ୟଟନ ସ୍ଥଳ ଓ ସାମୁଦ୍ରିକ ଅଭୟାରଣ୍ୟ ଭାବେ ମାନ୍ୟତା ଦିଆଗଲା ଏବଂ ଏହା PTAର ନିୟନ୍ତ୍ରଣାଧୀନ ରହିଲା । ୧୯୭୪ ମସିହା ଜୁନ୍ ୨୧ ତାରିଖରେ ଉଦଘୋଷଣା ୧୨୮୨କୁ ଭିତ୍ତି କରି କିଛି ଅଞ୍ଚଳରେ ମାଛ ଧରିବା ପାଇଁ ଯେଉଁ ସବୁ ନିୟମ ରହିଥିଲା, ତାହା ୧୯୮୨ ମସିହା ନଭେମ୍ବର ୬ ତାରିଖର ଉଦଘୋଷଣା ୨୨୩୭ ଅନୁସାରେ ଉଚ୍ଛେଦ କରାଗଲା ଓ ଏହି ଅଞ୍ଚଳକୁ ଅଧିକ ବିକଶିତ କରିବା ପାଇଁ ପର୍ଯ୍ୟଟନ ବିଭାଗର ନିୟନ୍ତ୍ରଣ କଡ଼ାକଡ଼ି କରାଗଲା ।[୧]
୨୦୦୫ ମସିହା ଜୁନ୍ ୨୧ ତାରିଖରେ ରାଷ୍ଟ୍ରପତି ଗ୍ଲୋରିଆ ମକାପଗାଲ୍-ଆରୋୟୋ ଏକ ଆଦେଶନାମା ଜାରି କରିଥିଲେ ଯାହା ଅନୁସାରେ ଜାତୀୟ ଉଦ୍ୟାନର ପରିଚାଳନା, ରକ୍ଷଣାବେକ୍ଷଣ ଦାୟିତ୍ୱ PTA ହାତରୁ ନେଇ ଆଲାମିନୋର ସରକାରଙ୍କୁ ଦିଆଯାଇଥିଲା ।[୧]
-
ଗଭର୍ଣ୍ଣର୍ ଦ୍ୱୀପ
-
କ୍ୟୁଜନ୍ ଦ୍ୱୀପ
-
କ୍ୟୁଜନ୍ ଦ୍ୱୀପରେ ପର୍ଯ୍ୟଟକ
-
ଶତ ଦ୍ୱୀପର ଆଉ ଏକ ଦୃଶ୍ୟ
-
ଛତୁ ପରି ଫୁଟିଥିବା ଦ୍ୱୀପଖଣ୍ଡଙ୍କ ମଧ୍ୟରେ ଥିବା ଯୀଶୁ ପ୍ରତିମୂର୍ତ୍ତି
ଜୀବଜଗତ
[ସମ୍ପାଦନା]ସାମୁଦ୍ରିକ ପରିବେଶ ଓ ସମ୍ବଳ ଫାଉଣ୍ଡେସନ୍ (Marine Environment and Resources Foundation Inc) ସଂସ୍ଥା ଓଲନ୍ଦାଜ ସରକାରଙ୍କ ଆର୍ଥିକ ସହାୟତାରେ ଏଠାରେ ସାଗିପ୍ ଲିଙ୍ଗାୟେନ୍ ଉପସାଗର ପ୍ରକଳ୍ପ ନାମକ ଏକ ଗବେଷଣା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଗବେଷଣାରୁ ଦ୍ୱୀପସମୂହରେ ଥିବା ଜୀବ ଓ ଉଦ୍ଭିଦଙ୍କ ତଥ୍ୟ ମିଳିଥିଲା ଯାହାକୁ ପରିବେଶ ସଂରକ୍ଷଣ ପାଇଁ ସ୍ଥାନୀୟ ସରକାରଙ୍କୁ ହସ୍ତାନ୍ତରିତ କରାଯାଇଥିଲା ।[୨]

ବନ୍ୟ ଜୀବ
[ସମ୍ପାଦନା]ଫିଲିପାଇନ୍ ବତକ, ଧଳାକାନ ଥିବା ମାଟିଆ କପୋତ, ଫିଲିପାଇନ୍ ବାଜ-କୋଇଲି, ଫିଲିପାଇନ୍ କୋଇଲି, ଫିଲିପାଇନ୍ ବୁଲ୍ବୁଲ୍, ଏଲିଗେଣ୍ଟ୍ ଟିଟ୍, ଲେମ୍ବୁ ରଙ୍ଗର କଣ୍ଠଯୁକ୍ତ ଲିଫ୍ ୱାର୍ବ୍ଲର୍, ପାଉଁଶିଆ ପୃଷ୍ଠ ଥିବା ଟେଲର୍ବର୍ଡ୍ ପ୍ରଭୃତି ପକ୍ଷୀ ଏବଂ ସାର୍କ୍, ଏଞ୍ଜେଲ୍ ଫିଶ୍, ବଟରଫ୍ଲାଇ ଫିଶ୍, ବିଭିନ୍ନ ପ୍ରଜାତିର କଙ୍କଡ଼ା ଏହି ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳନ୍ତି ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Executive Order No. 436". the LawPhil Project. Retrieved on 2013-05-20.
- ↑ Sotelo, Yolanda (2010-08-18). "Study finds no frogs in Hundred Islands". Inquirer.net.
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]