Jump to content

କୋଟ୍ଟୁ

ଉଇକିପିଡ଼ିଆ‌ରୁ
କୋଟ୍ଟୁ ରୁଟି
ଚିକେନ କୋଟ୍ଟୁ ରୁଟି
ଅନ୍ୟ ନାମକୋଠୁ ରୁଟି, କୋଠୁ ପରଟା, କୋଟ୍ଟୁ
ପରଷାମୁଖ୍ୟ ଖାଦ୍ୟ
ମୂଳ ସ୍ଥାନଶ୍ରୀଲଙ୍କା
ଅଞ୍ଚଳ ବା ରାଜ୍ୟବାଟ୍ଟିକଲୋଆ, ଶ୍ରୀଲଙ୍କା[]
ପରଷିବା ଉତ୍ତାପHot
ମୁଖ୍ୟ ଉପାଦାନରୁଟି, ଅଣ୍ଡା, ଗାଈ ମାଂସ, ଚିକେନ୍, ପିଆଜ, ଲଙ୍କା

କୋଟ୍ଟୁ ରୁଟି (ତାମିଲ: கொத்து ரொட்டி; ସିଂହଳ: කොත්තු රොටි),[][][][] ଶ୍ରୀଲଙ୍କାର ଏକ ମୁଖ୍ୟ ଖାଦ୍ୟ ଯାହାକି କଟା ରୁଟି, ଭଜା ଅଣ୍ଡା, ପିଆଜ ଏବଂ ଲଙ୍କା ସହିତ ମାଂସ ତରକାରୀ (ଯଥା- ଗୋମାଂସ, ମଟନ୍, ଚିକେନ୍ ଓ ସାମୁଦ୍ରିକ ଖାଦ୍ୟ ଇତ୍ୟାଦି) ଅନ୍ତର୍ଭୁକ୍ତ ଥାଏ ।[][][][] ଏହି ବ୍ୟଞ୍ଜନର ଅନ୍ୟ ଏକ ରୂପ ଭାରତୀୟ ରାଜ୍ୟ ତାମିଲନାଡୁ ଏବଂ କେରଳରେ କୋଠୁ ପରଟା (ତାମିଲ: கொத்து பரோட்டா; ମାଲାୟଲମ: കൊത്തു പൊറോട്ട) ନାମରେ ଜଣାଶୁଣା । ଏହି ଖାଦ୍ୟକୁ ରୁଟି ବଦଳରେ ପରଟାକୁ ବ୍ୟବହାର କରାଯାଏ । ଆନ୍ତର୍ଜାତୀୟ ସ୍ତରରେ ଶ୍ରୀଲଙ୍କାର ବିଦେଶୀ ଜନସଂଖ୍ୟା ଥିବା ଅଞ୍ଚଳରେ କୋଟ୍ଟୁ ରୁଟି ମିଳିଥାଏ ।[][୧୦][୧୧][୧୨][୧୩]

ଇତିହାସ

[ସମ୍ପାଦନା]
କୋଟ୍ଟୁ ରୁଟି

ତାମିଲ ଭାଷାରେ "କୋଥ୍ଥୁ" ଶବ୍ଦର ଅର୍ଥ ହେଉଛି "କାଟିବା", ଯାହାକି ଏହାର ପ୍ରସ୍ତୁତି ପ୍ରଣାଳୀକୁ ସୂଚିତ କରିଥାଏ,[୧୪] ଯେହେତୁ ଉପାଦାନଗୁଡ଼ିକ ସାଧାରଣତଃ ସ୍ୱତନ୍ତ୍ର କ୍ଲିଭର ବ୍ୟବହାର କରି ଏକା ସାଙ୍ଗରେ କଟା ହୋଇ ଏକ ଗରମ ପ୍ୟାନରେ ଭଜା ହୋଇଯାଏ । ଏହାକୁ ଯଥାକ୍ରମେ ତାମିଲ ଏବଂ ସିଂହଳ ଭାଷାରେ କ୍ରମଶଃ କୋଥୁ କିମ୍ବା କୋଟ୍ଟୁ ନାମରେ ସରଳୀକୃତ କରାଯାଇଛି ।

ସାଧାରଣତଃ ବିଶ୍ୱାସ କରାଯାଏ କି, ଏହାର ଉତ୍ପତ୍ତି ୧୯୬୦ ରୁ ୧୯୭୦ ଦଶକରେ ଶ୍ରୀଲଙ୍କାର ପୂର୍ବ ପ୍ରାନ୍ତରେ "ଷ୍ଟ୍ରିଟ ଫୁଡ଼" ରୂପେ ଉତ୍ପନ୍ନ ହୋଇଥିଲା, ଯାହା ସାମାଜିକ-ଆର୍ଥନୈତିକ କ୍ଷେତ୍ରରେ ଏକ ସୁଲଭ ମୂଲ୍ୟ ଖାଦ୍ୟ ଥିଲା । ପାରମ୍ପାରିକ ଭାବରେ, କୋଟ୍ଟୁ ସାଧାରଣତଃ ବାସି ରୁଟିକୁ ବ୍ୟବହାର କରି ତିଆରି କରାଯାଇଥାଏ, ଯାହାକୁ ଛୋଟ ଛୋଟ ଖଣ୍ଡରେ କାଟି ବିଭିନ୍ନ ମସଲା, ଭଜା ପନିପରିବା, ସମ୍ଭବତଃ ଅଣ୍ଡା କିମ୍ବା ମାଂସ ସହିତ ମିଶାଯାଇଥାଏ ଏବଂ ଲଙ୍କା ଓ ପିଆଜ ସହିତ ପ୍ରସ୍ତୁତ ହୋଇଥାଏ ।

ପ୍ରସ୍ତୁତି ପ୍ରଣାଳୀ

[ସମ୍ପାଦନା]

କୋଟ୍ଟୁ,[୧୫] ପରଟା କିମ୍ବା ରୁଟିରୁ ତିଆରି ହୋଇଥାଏ, ଯାହାକୁ ଛୋଟ ଛୋଟ ଖଣ୍ଡ କିମ୍ବା କଟାଯାଏ । ତା’ପରେ ପନିପରିବା ଏବଂ ପିଆଜକୁ ଏକ ଗରମ ଲୁହା କଢ଼େଇ କିମ୍ବା ପ୍ୟାନରେ ଭଜା କରାଯାଏ । ଅଣ୍ଡା, ମାଂସ କିମ୍ବା ମାଛକୁ ଭଜା ପନିପରିବାରେ ମିଶାଇ କିଛି ସମୟ ପାଇଁ ରନ୍ଧାଯାଏ । ଶେଷରେ, କଟା ପରଟା କିମ୍ବା ରୁଟି ଖଣ୍ଡଗୁଡ଼ିକୁ ସେଥିରେ ମିଶାଯାଏ । ଲୁହା ଖଡି଼କାର ବ୍ୟବହାର କରି ବାରମ୍ବାର ଘାଣ୍ଟିବା ଦ୍ୱାରା ଏଗୁଡିକ କାଟିହୋଇ ମିଶ୍ରିତ ହୋଇଯାଏ । ଏହାର ଶବ୍ଦ ଅତ୍ୟନ୍ତ ଭିନ୍ନ ଏବଂ ସାଧାରଣତଃ ବହୁ ଦୂରକୁ ଶୁଣାଯାଏ । ବ୍ୟବହୃତ ଉପାଦାନ ଅର୍ଥାତ ପନିପରିବା, ଅଣ୍ଡା, ଗୋମାଂସ, ଚିକେନ୍, ମଟନ୍ ଏବଂ ମାଛ ଉପରେ ଆଧାର କରି କୋଟ୍ଟୁ ରୁଟିର ଭିନ୍ନତା ରହିଥାଏ ।[୧୬] ଏହାକୁ ପ୍ରାୟତଃ ଫାଷ୍ଟଫୁଡ୍ ସମେତ ରାତ୍ରୀ ଭୋଜନ ଭାବରେ ମଧ୍ୟ ପରିବେଷଣ କରାଯାଏ ।[୧୭]

ଅନ୍ୟାନ୍ୟ ତଥ୍ୟ

[ସମ୍ପାଦନା]

ଶ୍ରୀଲଙ୍କାର ଷ୍ଟ୍ରିଟ୍ ଖାଦ୍ୟର ଏକ ମୁଖ୍ୟ, କୋଟ୍ଟୁ ରୁଟି ଏକ ମାଂସହୀନ ଷ୍ଟ୍ରାଇ ଫ୍ରାଏ, ତାଜା ପନିପରିବା ଏବଂ କଟା ରୁଟି ସହିତ ପ୍ରସ୍ତୁତ ହୋଇଥାଏ । ଏହା ଏକ ସୁସ୍ଥ ମଧ୍ୟାହ୍ନ ଭୋଜନ ପାଇଁ ଉପଯୁକ୍ତ ଅଟେ । କୋଟ୍ଟୁ ଶ୍ରୀଲଙ୍କାର ବିଦେଶୀ ଜନସଂଖ୍ୟା ବିଶିଷ୍ଟ ସହରରେ ଅର୍ଥାତ ଟରୋଣ୍ଟୋ ଏବଂ ନ୍ୟୁୟର୍କରେ ଲୋକପ୍ରିୟ ହୋଇପାରିଛି ।[୧୮][୧୯][୨୦]

  1. Pathirage, Jagath Bandara (8 October 2024). Home Across Borders: An Ethnography of Sri Lankan Immigrants in Australia (in ଇଂରାଜୀ). Taylor & Francis. p. 152. ISBN 978-1-040-15583-7. Retrieved 1 November 2024.
  2. Senaratne, Chamindi Dilkushi (2009). Sinhala-English Code-mixing in Sri Lanka: A Sociolinguistic Study. Vol. 217. Utrecht: Landelijke Onderzoekschool Taalwetenschap. p. 299. ISBN 9789078328926.
  3. Lopamudra Maitra Bajpai (2020). India, Sri Lanka and the SAARC Region: History, Popular Culture and Heritage. Taylor & Francis. p. 254. ISBN 9781000205817.
  4. ୪.୦ ୪.୧ Kraig, Bruce Kraig; Taylor, Colleen (2013). Street Food around the World: An Encyclopedia of Food and Culture. ABC-CLIO. p. 328. ISBN 9781598849554.
  5. Thaker, Aruna; Barton, Arlene, eds. (2012). Multicultural Handbook of Food, Nutrition and Dietetics. John Wiley & Sons. p. 88. ISBN 9781118350461.
  6. Reeves, Peter, ed. (2013). The Encyclopedia of the Sri Lankan Diaspora. Editions Didier Millet. p. 174. ISBN 9789814260831.
  7. "Chicken Kottu Roti Recipe". New York Times. Retrieved 12 September 2015.
  8. "Patak's Beef Kottu Rotti Recipe". Daily Telegraph. 8 February 2014. Retrieved 12 September 2015.
  9. "Spice City Toronto: Sri Lanka comes to Queen Street". torontoist.com. 8 November 2013. Retrieved 12 September 2015.
  10. Bartholomeusz, Rachel (2 June 2017). "Where to eat in Sydney's Little Sri Lanka". Good Food Guide - Australia. Retrieved 3 November 2022.
  11. Ueda, Reed, ed. (2017). America's Changing Neighborhoods: An Exploration of Diversity through Places. ABC-CLIO. p. 1064. ISBN 9781440828652.
  12. "SL Embassy in US woos tourists during winter season". Daily News. 10 October 2022. Retrieved 3 November 2022.
  13. Goldfield, Hannah (22 July 2022). "An Astonishing Array of Sri Lankan Specialties, at Queens Lanka". The New Yorker. Retrieved 3 November 2022.
  14. Lam, Francis (26 November 2014). "Sri Lankan Kottu Roti, by Way of Staten Island". The New York Times. Retrieved 25 April 2020.
  15. Taylor, G. (2017). MasterChef: Street Food of the World. Bloomsbury Publishing. p. 214. ISBN 978-1-4729-4620-1. Retrieved 9 February 2018.
  16. Briggs, P. (2018). Sri Lanka. Bradt Travel Guide. Sri Lanka. Bradt Travel Guides. p. 54. ISBN 978-1-78477-057-0. Retrieved 9 February 2018.
  17. "'High-tech' 'Kottu' on the way". island.lk. 4 May 2012. Retrieved 12 September 2015.
  18. "Spice City Toronto: Sri Lanka comes to Queen Street". torontoist.com. 8 November 2013. Retrieved 12 September 2015.
  19. "Sigir's Kotju Roti: One of Our 100 Favorite Dishes". villagevoice.com. 27 October 2014. Archived from the original on 26 September 2015. Retrieved 12 September 2015.
  20. Ueda, Reed, ed. (2017). America's Changing Neighborhoods: An Exploration of Diversity through Places. ABC-CLIO. p. 1064. ISBN 9781440828652.