କୋଟ୍ଟୁ
ଅନ୍ୟ ନାମ | କୋଠୁ ରୁଟି, କୋଠୁ ପରଟା, କୋଟ୍ଟୁ |
---|---|
ପରଷା | ମୁଖ୍ୟ ଖାଦ୍ୟ |
ମୂଳ ସ୍ଥାନ | ଶ୍ରୀଲଙ୍କା |
ଅଞ୍ଚଳ ବା ରାଜ୍ୟ | ବାଟ୍ଟିକଲୋଆ, ଶ୍ରୀଲଙ୍କା[୧] |
ପରଷିବା ଉତ୍ତାପ | Hot |
ମୁଖ୍ୟ ଉପାଦାନ | ରୁଟି, ଅଣ୍ଡା, ଗାଈ ମାଂସ, ଚିକେନ୍, ପିଆଜ, ଲଙ୍କା |
|
କୋଟ୍ଟୁ ରୁଟି (ତାମିଲ: கொத்து ரொட்டி; ସିଂହଳ: කොත්තු රොටි),[୨][୩][୪][୫] ଶ୍ରୀଲଙ୍କାର ଏକ ମୁଖ୍ୟ ଖାଦ୍ୟ ଯାହାକି କଟା ରୁଟି, ଭଜା ଅଣ୍ଡା, ପିଆଜ ଏବଂ ଲଙ୍କା ସହିତ ମାଂସ ତରକାରୀ (ଯଥା- ଗୋମାଂସ, ମଟନ୍, ଚିକେନ୍ ଓ ସାମୁଦ୍ରିକ ଖାଦ୍ୟ ଇତ୍ୟାଦି) ଅନ୍ତର୍ଭୁକ୍ତ ଥାଏ ।[୬][୪][୭][୮] ଏହି ବ୍ୟଞ୍ଜନର ଅନ୍ୟ ଏକ ରୂପ ଭାରତୀୟ ରାଜ୍ୟ ତାମିଲନାଡୁ ଏବଂ କେରଳରେ କୋଠୁ ପରଟା (ତାମିଲ: கொத்து பரோட்டா; ମାଲାୟଲମ: കൊത്തു പൊറോട്ട) ନାମରେ ଜଣାଶୁଣା । ଏହି ଖାଦ୍ୟକୁ ରୁଟି ବଦଳରେ ପରଟାକୁ ବ୍ୟବହାର କରାଯାଏ । ଆନ୍ତର୍ଜାତୀୟ ସ୍ତରରେ ଶ୍ରୀଲଙ୍କାର ବିଦେଶୀ ଜନସଂଖ୍ୟା ଥିବା ଅଞ୍ଚଳରେ କୋଟ୍ଟୁ ରୁଟି ମିଳିଥାଏ ।[୯][୧୦][୧୧][୧୨][୧୩]
ଇତିହାସ
[ସମ୍ପାଦନା]ତାମିଲ ଭାଷାରେ "କୋଥ୍ଥୁ" ଶବ୍ଦର ଅର୍ଥ ହେଉଛି "କାଟିବା", ଯାହାକି ଏହାର ପ୍ରସ୍ତୁତି ପ୍ରଣାଳୀକୁ ସୂଚିତ କରିଥାଏ,[୧୪] ଯେହେତୁ ଉପାଦାନଗୁଡ଼ିକ ସାଧାରଣତଃ ସ୍ୱତନ୍ତ୍ର କ୍ଲିଭର ବ୍ୟବହାର କରି ଏକା ସାଙ୍ଗରେ କଟା ହୋଇ ଏକ ଗରମ ପ୍ୟାନରେ ଭଜା ହୋଇଯାଏ । ଏହାକୁ ଯଥାକ୍ରମେ ତାମିଲ ଏବଂ ସିଂହଳ ଭାଷାରେ କ୍ରମଶଃ କୋଥୁ କିମ୍ବା କୋଟ୍ଟୁ ନାମରେ ସରଳୀକୃତ କରାଯାଇଛି ।
ସାଧାରଣତଃ ବିଶ୍ୱାସ କରାଯାଏ କି, ଏହାର ଉତ୍ପତ୍ତି ୧୯୬୦ରୁ ୧୯୭୦ ଦଶକରେ ଶ୍ରୀଲଙ୍କାର ପୂର୍ବ ପ୍ରାନ୍ତରେ "ଷ୍ଟ୍ରିଟ ଫୁଡ଼" ରୂପେ ଉତ୍ପନ୍ନ ହୋଇଥିଲା, ଯାହା ସାମାଜିକ-ଆର୍ଥନୈତିକ କ୍ଷେତ୍ରରେ ଏକ ସୁଲଭ ମୂଲ୍ୟ ଖାଦ୍ୟ ଥିଲା । ପାରମ୍ପାରିକ ଭାବରେ, କୋଟ୍ଟୁ ସାଧାରଣତଃ ବାସି ରୁଟିକୁ ବ୍ୟବହାର କରି ତିଆରି କରାଯାଇଥାଏ, ଯାହାକୁ ଛୋଟ ଛୋଟ ଖଣ୍ଡରେ କାଟି ବିଭିନ୍ନ ମସଲା, ଭଜା ପନିପରିବା, ସମ୍ଭବତଃ ଅଣ୍ଡା କିମ୍ବା ମାଂସ ସହିତ ମିଶାଯାଇଥାଏ ଏବଂ ଲଙ୍କା ଓ ପିଆଜ ସହିତ ପ୍ରସ୍ତୁତ ହୋଇଥାଏ ।
ପ୍ରସ୍ତୁତି ପ୍ରଣାଳୀ
[ସମ୍ପାଦନା]କୋଟ୍ଟୁ,[୧୫] ପରଟା କିମ୍ବା ରୁଟିରୁ ତିଆରି ହୋଇଥାଏ, ଯାହାକୁ ଛୋଟ ଛୋଟ ଖଣ୍ଡ କିମ୍ବା କଟାଯାଏ । ତା’ପରେ ପନିପରିବା ଏବଂ ପିଆଜକୁ ଏକ ଗରମ ଲୁହା କଢ଼େଇ କିମ୍ବା ପ୍ୟାନରେ ଭଜା କରାଯାଏ । ଅଣ୍ଡା, ମାଂସ କିମ୍ବା ମାଛକୁ ଭଜା ପନିପରିବାରେ ମିଶାଇ କିଛି ସମୟ ପାଇଁ ରନ୍ଧାଯାଏ । ଶେଷରେ, କଟା ପରଟା କିମ୍ବା ରୁଟି ଖଣ୍ଡଗୁଡ଼ିକୁ ସେଥିରେ ମିଶାଯାଏ । ଲୁହା ଖଡି଼କାର ବ୍ୟବହାର କରି ବାରମ୍ବାର ଘାଣ୍ଟିବାଦ୍ୱାରା ଏଗୁଡିକ କାଟିହୋଇ ମିଶ୍ରିତ ହୋଇଯାଏ । ଏହାର ଶବ୍ଦ ଅତ୍ୟନ୍ତ ଭିନ୍ନ ଏବଂ ସାଧାରଣତଃ ବହୁ ଦୂରକୁ ଶୁଣାଯାଏ । ବ୍ୟବହୃତ ଉପାଦାନ ଅର୍ଥାତ ପନିପରିବା, ଅଣ୍ଡା, ଗୋମାଂସ, ଚିକେନ୍, ମଟନ୍ ଏବଂ ମାଛ ଉପରେ ଆଧାର କରି କୋଟ୍ଟୁ ରୁଟିର ଭିନ୍ନତା ରହିଥାଏ ।[୧୬] ଏହାକୁ ପ୍ରାୟତଃ ଫାଷ୍ଟଫୁଡ୍ ସମେତ ରାତ୍ରୀ ଭୋଜନ ଭାବରେ ମଧ୍ୟ ପରିବେଷଣ କରାଯାଏ ।[୧୭]
ଅନ୍ୟାନ୍ୟ ତଥ୍ୟ
[ସମ୍ପାଦନା]ଶ୍ରୀଲଙ୍କାର ଷ୍ଟ୍ରିଟ୍ ଖାଦ୍ୟର ଏକ ମୁଖ୍ୟ, କୋଟ୍ଟୁ ରୁଟି ଏକ ମାଂସହୀନ ଷ୍ଟ୍ରାଇ ଫ୍ରାଏ, ତାଜା ପନିପରିବା ଏବଂ କଟା ରୁଟି ସହିତ ପ୍ରସ୍ତୁତ ହୋଇଥାଏ । ଏହା ଏକ ସୁସ୍ଥ ମଧ୍ୟାହ୍ନ ଭୋଜନ ପାଇଁ ଉପଯୁକ୍ତ ଅଟେ । କୋଟ୍ଟୁ ଶ୍ରୀଲଙ୍କାର ବିଦେଶୀ ଜନସଂଖ୍ୟା ବିଶିଷ୍ଟ ସହରରେ ଅର୍ଥାତ ଟରୋଣ୍ଟୋ ଏବଂ ନ୍ୟୁୟର୍କରେ ଲୋକପ୍ରିୟ ହୋଇପାରିଛି ।[୧୮][୧୯][୨୦]
ଆଧାର
[ସମ୍ପାଦନା]- ↑ Pathirage, Jagath Bandara (8 October 2024). Home Across Borders: An Ethnography of Sri Lankan Immigrants in Australia (in ଇଂରାଜୀ). Taylor & Francis. p. 152. ISBN 978-1-040-15583-7. Retrieved 1 November 2024.
- ↑ Senaratne, Chamindi Dilkushi (2009). Sinhala-English Code-mixing in Sri Lanka: A Sociolinguistic Study. Vol. 217. Utrecht: Landelijke Onderzoekschool Taalwetenschap. p. 299. ISBN 9789078328926.
- ↑ Lopamudra Maitra Bajpai (2020). India, Sri Lanka and the SAARC Region: History, Popular Culture and Heritage. Taylor & Francis. p. 254. ISBN 9781000205817.
- ↑ ୪.୦ ୪.୧ Kraig, Bruce Kraig; Taylor, Colleen (2013). Street Food around the World: An Encyclopedia of Food and Culture. ABC-CLIO. p. 328. ISBN 9781598849554.
- ↑ Thaker, Aruna; Barton, Arlene, eds. (2012). Multicultural Handbook of Food, Nutrition and Dietetics. John Wiley & Sons. p. 88. ISBN 9781118350461.
- ↑ Reeves, Peter, ed. (2013). The Encyclopedia of the Sri Lankan Diaspora. Editions Didier Millet. p. 174. ISBN 9789814260831.
- ↑ "Chicken Kottu Roti Recipe". New York Times. Retrieved 12 September 2015.
- ↑ "Patak's Beef Kottu Rotti Recipe". Daily Telegraph. 8 February 2014. Retrieved 12 September 2015.
- ↑ "Spice City Toronto: Sri Lanka comes to Queen Street". torontoist.com. 8 November 2013. Retrieved 12 September 2015.
- ↑ Bartholomeusz, Rachel (2 June 2017). "Where to eat in Sydney's Little Sri Lanka". Good Food Guide - Australia. Retrieved 3 November 2022.
- ↑ Ueda, Reed, ed. (2017). America's Changing Neighborhoods: An Exploration of Diversity through Places. ABC-CLIO. p. 1064. ISBN 9781440828652.
- ↑ "SL Embassy in US woos tourists during winter season". Daily News. 10 October 2022. Retrieved 3 November 2022.
- ↑ Goldfield, Hannah (22 July 2022). "An Astonishing Array of Sri Lankan Specialties, at Queens Lanka". The New Yorker. Retrieved 3 November 2022.
- ↑ Lam, Francis (26 November 2014). "Sri Lankan Kottu Roti, by Way of Staten Island". The New York Times. Retrieved 25 April 2020.
- ↑ Taylor, G. (2017). MasterChef: Street Food of the World. Bloomsbury Publishing. p. 214. ISBN 978-1-4729-4620-1. Retrieved 9 February 2018.
- ↑ Briggs, P. (2018). Sri Lanka. Bradt Travel Guide. Sri Lanka. Bradt Travel Guides. p. 54. ISBN 978-1-78477-057-0. Retrieved 9 February 2018.
- ↑ "'High-tech' 'Kottu' on the way". island.lk. 4 May 2012. Retrieved 12 September 2015.
- ↑ "Spice City Toronto: Sri Lanka comes to Queen Street". torontoist.com. 8 November 2013. Retrieved 12 September 2015.
- ↑ "Sigir's Kotju Roti: One of Our 100 Favorite Dishes". villagevoice.com. 27 October 2014. Archived from the original on 26 September 2015. Retrieved 12 September 2015.
- ↑ Ueda, Reed, ed. (2017). America's Changing Neighborhoods: An Exploration of Diversity through Places. ABC-CLIO. p. 1064. ISBN 9781440828652.