କୃଷ୍ଣଚନ୍ଦ୍ର ସାବତ

ଉଇକିପିଡ଼ିଆ‌ରୁ
କୃଷ୍ଣଚନ୍ଦ୍ର ସାବତ
ଜନ୍ମ
ଖାନ୍ଦରାପୁର,ପାଣିକୋଇଲି, ଯାଜପୁର
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନପାଣିକୋଇଲି ଉଚ୍ଚ ବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ସଂଗୀତକାର


କୃଷ୍ଣଚନ୍ଦ୍ର ସାବତ ଜଣେ ଓଡ଼ିଆ କଥାଚିତ୍ର, ମଞ୍ଚ ଓ ଆଲବମ ସଂଗୀତ ନିର୍ଦ୍ଦେଶକ । ସେ ଟୋପାଏ ସିନ୍ଦୂର ଦି ଟୋପା ଲୁହ, କଥା ଦେଇଥିଲି ମା କୁ ଆଦି ଓଡ଼ିଆ କଥାଚିତ୍ର, "ଯମୁନା ଘାଟରେ କିଏଲୋ ବଇଁଶୀ ବଜେଇ ଦିଏଲୋ", "ବୋହୁ ଯିବ ଶାଶୁଘର", "ଜୀବନ ଧନ", "ନୂଡ଼ିଆ ପାଣି" ଆଦି ଭଜନ ତଥା "ହଳଦୀ ବସନ୍ତ ଚଢ଼େଇ ତୁ ଆଲୋ" ଆଦି ଆଲବମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧]

କୃଷ୍ଣଚନ୍ଦ୍ର ଯାଜପୁରର ପାଣିକୋଇଲି ଅନ୍ତର୍ଗତ ଖାନ୍ଦରାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପାଣିକୋଇଲି ଉଚ୍ଚ ବିଦ୍ୟାଳୟରୁ ସେ ୧୯୮୮ମସିହାରେ ମାଟ୍ରିକ ପାସ କରିଥିଲେ । ତାଙ୍କ ବଡ଼ଭାଇ ବିଶ୍ୱମ୍ବର ସାବତ କଟକର ସମ୍ରାଟ କ୍ୟାସେଟ କମ୍ପାନୀର ମାଲିକ ଅଟନ୍ତି । ବଡ଼ଭାଇଙ୍କ ପାଖକୁ ଆସୁଥିବା ବିଭିନ୍ନ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଦେଖି କୃଷ୍ଣଚନ୍ଦ୍ର ସଙ୍ଗୀତ ନିର୍ଦ୍ଦେଶନା ପ୍ରତି ଆଗ୍ରହି ହୋଇଥିଲେ ଓ ହାରମୋନିୟମ ବଜେଇ ସୁରଦେବା ଆରମ୍ଭ କରିଥିଲେ । ସମ୍ରାଟ କମ୍ପାନୀ ଆନୁକୁଲ୍ୟରେ ତାଙ୍କର ପ୍ରଥମ ଭଜନ ଆଲବମ "ଯମୁନା ଘାଟ" ପ୍ରସ୍ତୁତ ହୋଇ ବ୍ୟବସାୟିକ ସଫଳତା ଲାଭ କରିଥିଲା । ତାପରେ ସେ ଅନ୍ୟ ଆଲବମ ଓ ଓଡ଼ିଆ କଥାଚିତ୍ରରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ।

ସଙ୍ଗୀତ ନିର୍ଦ୍ଦେଶନା[ସମ୍ପାଦନା]

ଆଲବମ[ସମ୍ପାଦନା]

  • ଯମୁନା ଘାଟ
  • ଧନମାଳିରେ
  • ଚଉରାପାଣି
  • କାଜୁକିସିମିସ
  • ରାମ୍ବା ହୋ
  • କାଙ୍କଡ଼ କଷି

କଥାଚିତ୍ର[ସମ୍ପାଦନା]

  • ଟୋପାଏ ସିନ୍ଦୁର ଦି ଟୋପା ଲୁହ - ୨୦୦୫
  • କଥା ଦେଇଥିଲି ମା'କୁ - ୨୦୦୩
  • ତୁ ଆମ ଦିନ ତୁ ଆମ ରାତି
  • ମନ ମୋ ଛୁଇଁ ଛୁଇଁ ଯା
  • ଏମିତି ପ୍ରେମ କରିଛି କିଏ[୨]

ଆଧାର[ସମ୍ପାଦନା]

  1. "ଓଲିଉଡ଼କୁ ଫେରୁଛନ୍ତି କୃଷ୍ଣଚନ୍ଦ୍ର". ପ୍ରମେୟ. 4 September 2015. Archived from the original on 5 March 2016. Retrieved 4 September 2015.
  2. "ପ୍ରଥମ ରୋଜଗାର". ଧରିତ୍ରୀ ଛୁଟିଦିନ ମେ୭-୧୩' ୨୦୧୭ ପୃଷ୍ଠା ୧୦. Retrieved 9 May 2017.