କୁସୁମ
କୁସୁମ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Asterales |
କୁଳ: | Asteraceae |
ଗୋଷ୍ଠୀ: | Cynareae |
ପ୍ରଜାତି: | Carthamus |
ଜାତି: | C. tinctorius |
ବାଇନୋମିଆଲ ନାମ | |
Carthamus tinctorius |
କୁସୁମ (ଉଦ୍ଭିଦ ବିଜ୍ଞାନ ନାମ Carthamus tinctorius କାର୍ଥାମସ ଟିଂଟୋରିୟସ) ହେଉଛି ଏକ ବହୁଶାଶା ଯୁକ୍ତ ଗୁଳ୍ମ ଜାତୀୟ, ସପୁଷ୍ପକ, ଦ୍ୱୀବୀଜପତ୍ରୀ, ବର୍ଷଜୀବୀ ଉଦ୍ଭିଦ। ସଂସ୍କୃତ ଭାଷାରେ ଏହାକୁ କସୁମ୍ଭ ବୋଲି କୁହାଯାଏ। ଏହି ଗଛର ମଞ୍ଜିରୁ ତେଲ ଆହରଣ କରିବାପାଇଁ ମୁଖ୍ୟତଃ ଏହାକୁ ଚାଷ କରାଯାଏ। ଏହି ଗଛ ୩୦ରୁ ୫୦ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ହୋଇଥାଏ। ଏହାର ଫୁଲ ହଳଦିଆ, କମଳା ବା ଲାଲ ରଙ୍ଗର ହୋଇଥାଏ। ଏହି ଗଛର ପ୍ରତ୍ୟେକ ଶାଖାରେ ୧ରୁ ୫ଟି ଯାଏ ଫୁଲ ହୋଇଥାଏ ଓ ପ୍ରତ୍ୟେକ ଫୁଲରେ ୧୫ରୁ ୨୦ଟି ଲେଖାଁ ମଂଜି ରହିଥାଏ।
ଉପଯୋଗ
[ସମ୍ପାଦନା]ଏହି ଗଛର ମଂଜି ଓ ଫୁଲ ମୁଖ୍ୟତଃ କାମରେ ଲାଗିଥାଏ.[୨]
ପାରମ୍ପରିକ ଭାବରେ ଏହାର ମଂଜି ପାଇବାପାଇଁ ଏହାକୁ ଅମଳ କରାଯାଉଥିଲା। ଏହାର ମଂଜିକୁ ଖାଦ୍ୟଦ୍ରବ୍ୟକୁ ସୁଦୃଶ୍ୟ ଓ ସୁଗନ୍ଧିତ କରିବାପାଇଁ, ବିଭିନ୍ନ ଔଷଧିରେ ଓ ବିଭିନ୍ନ ପ୍ରକାରର ରଂଗ ପ୍ରସ୍ତୁତିରେ ବ୍ୟବହାର କରା ଯାଉଥିଲା। [୩] ବିଗତ ପ୍ରାୟ ୫ ଦଶନ୍ଧି ଧରି ଏହି ଗଛକୁ ମୁଖ୍ୟତଃ ବନସ୍ପତି ତେଲ ପାଇଁ ଉତ୍ପାଦନ କରା ଯାଉଅଛି।
ଚାଷ
[ସମ୍ପାଦନା]ବିଶ୍ୱର ପାଖାପାଖି ୬୦ଟି ଦେଶର ଅମଳକୁ ମିଶାଇଲେ ଏହା ବର୍ଷକୁ ପ୍ରାୟ ୬୦୦୦୦ ଟନ୍ ଉତ୍ପାଦିତ ହୋଇଥାଏ। ଏମାନଙ୍କ ମଧ୍ୟରୁ ଭାରତ, ଆମେରିକା, ଓ ମେକ୍ସିକୋରେ ଏହା ଅଧିକ ଉତ୍ପାଦିତ ହେଉଥିଲେହେଁ ଇଥିଓପିଆ, କାଜାକସ୍ତାନ, ଚୀନ,ଆରବ୍ୟ ଦେଶ ସମୂହ, ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ଆଦି ଦେଶ ମଧ୍ୟ ଏହାର ଉତ୍ପାଦନରେ ଆଗଧାଡ଼ିରେ ରହିଛନ୍ତି। ବିଗତ ୫ ଦଶଂଧି ଧରି ଏହାକୁ ମୁଖ୍ୟତଃ ବନସ୍ପତି ତେଲ ପାଇଁ ଉତ୍ପାଦନ କରା ଯାଉଅଛି।
ଆଧାର
[ସମ୍ପାଦନା]- ↑ http://www.tropicos.org/Name/2700365
- ↑ John Chadwick, The Mycenaean World (Cambridge: University Press, 1976), p. 120
- ↑ Daniel Zohary and Maria Hopf, Domestication of plants in the Old World, ତୃତୀୟ ସଂସ୍କରଣ (ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ ୨୦୦୦), ୨୧୧ ପୃଷ୍ଠା
Safflower Oil and Weightloss Archived 2013-10-07 at the Wayback Machine. Safflower Oil Comparison Archived 2013-10-07 at the Wayback Machine.
ବାହ୍ୟ ଆଧାର
[ସମ୍ପାଦନା]- Complementary and Alternative Healing University (Chinese Herbology)
- Ahmed M. Zahran, M. F. Omran, S. Z. Mansour and N. K. Ibrahim. Effectiveness of Carthamus tinctorius L. in the Restitution of Lipid Composition in Irradiated Rats. Egypt. J. Rad. Sci. Applic., 20(1) 75-94 (2007).
- Safflower production (in the United States)
- Safflower field crops manual
- UN FAO statistics on safflower production
- Globe and Mail: "Calgary firm turns safflower into insulin"
- List of Chemicals in Safflower (Dr. Duke's Databases) Archived 2004-11-18 at the Wayback Machine.
- The Paulden F. Knowles personal history of safflower germplasm exploration and use