କୁମାରିଲ ଭଟ୍ଟ

ଉଇକିପିଡ଼ିଆ ରୁ
Jump to navigation Jump to search


କୁମାରିଲ ଭଟ୍ଟ (Kumārila Bhaṭṭa) ମଧ୍ୟଯୁଗୀୟ ଭାରତର ଜଣେ ହିନ୍ଦୁ ବ୍ରାହ୍ମଣବାଦୀ ଦାର୍ଶନିକ ଓ ମୀମାଂସା ଛାତ୍ର । ସେ ତାଙ୍କର ବିଭିନ୍ନ "ମୀମାଂଶାଶ୍ଳୋକବର୍ତ୍ତିକା" ଭଳି ମୀମାଂଶା ସମ୍ବନ୍ଧୀୟ ନିବନ୍ଧଗୁଡ଼ିକ ପାଇଁ ଜଣା । ସେ ବୈଦିକ ନିଶେଦ୍ଧାଜ୍ଞାର ଦୃଢ଼ ସମର୍ଥକ ଥିଲେ ଓ ପୂର୍ବ-ମୀମାଂଶାର ପ୍ରଚାରକ ଏବଂ ଜଣେ ନିଶ୍ଚିତ ରୂପେ ପ୍ରଥାପନ୍ଥୀ ଥିଲେ ।[୧] ବର୍ତ୍ତିକା ଯାମିନୀଙ୍କ ପୂର୍ବ ମୀମାଂଶା ସୂତ୍ର ଉପରେ ସବରଙ୍କ ଟିପ୍ପଣୀର ଏକ ଉପଟିପ୍ପଣୀ ଭାବେ ରଚିତ ।

ପରିଚୟ[ସମ୍ପାଦନା]

କୁମାରିଲ ଭଟ୍ଟଙ୍କ ଜନ୍ମସ୍ଥାନ ଅଜ୍ଞାତ । ୧୬ଶ ଶତାବ୍ଦୀର ଦାର୍ଶନିକ ତାରାନାଥଙ୍କ ମତରେ ସେ ହେଉଛନ୍ତି ଦକ୍ଷିଣ ଭାରତ ନିବାସୀ । କିନ୍ତୁ ଆନନ୍ଦଗିରିର ଶଙ୍କରବିଜୟଙ୍କ ମତରେ ସେ ଉତ୍ତରରୁ (ଉଦଗ୍‌ଦେଶାତ୍) ଓ ଦକ୍ଷିଣ ଭାରତର ବୌଦ୍ଧ ଓ ଜୈନମାନଙ୍କୁ ପ୍ରତାଡ଼ିତ କରିଥିଲେ ।[୨]

କିମ୍ବଦନ୍ତୀ[ସମ୍ପାଦନା]

ଏକ କୀମ୍ବଦନ୍ତି ଅନୁଯାୟୀ କୁମାରିଲ ବୌଦ୍ଧ ଧର୍ମ ସମ୍ବନ୍ଧରେ ଶିକ୍ଷା ଗ୍ରହଣ କରିବା ପାଇଁ ନାଳନ୍ଦାକୁ (ଚତୁର୍ଥ ଶତାବ୍ଦୀର ବୃହତ୍ତମ ବିଶ୍ୱବିଦ୍ୟାଳୟ) ଯାଇଥିଲେ । ବୈଦିକ ଧର୍ମ ବିରୁଦ୍ଧରେ ବୌଦ୍ଧ ଧର୍ମର ପ୍ରଚାରକୁ ମିଥ୍ୟା ଏବଂ ଭିତ୍ତିହୀନ ପ୍ରମାଣ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ସେଠାରେ ନିଜ ଶିକ୍ଷକ ଧର୍ମକୀର୍ତ୍ତୀଙ୍କ ବୈଦିକ ପ୍ରଥାକୁ ଭର୍ତ୍ସନା କରିବା ସେ ବିରୋଧ କରିବା କାରଣରୁ ସେ ନାଳନ୍ଦାରୁ ବହିଷ୍କୃତ ହୋଇଥିଲେ । ଲୋକକଥା କହେ ଯେ ବିଶ୍ୱବିଦ୍ୟାଳୟର ମୀନାର ଉପରୁ ତାଙ୍କୁ ଫୋପାଡି ଦେବା ସତ୍ତ୍ୱେ ସେ କେବଲ ଗୋଟିଏ ଆଖିରେ ସାମାନ୍ୟ ଆଘାତ ସହ ବର୍ତ୍ତି ଯାଇଥିଲେ( ଆଧୁନିକ ମିମାଂସା ବିଦ୍ୱାନ ଏବଂ ବେଦାନ୍ତ ବିଶ୍ୱାସି ବିଶ୍ୱାସ କରନ୍ତି ଯେ ବେଦର ପ୍ରାମାଣିକତା ତଥା ଅବ୍ୟର୍ଥତା ଉପରେ ହିନ୍ଦୁ ମାନଙ୍କର ସନ୍ଦେହ ଦୂର କରିବା ତଥା ବିଶ୍ୱାସ ଜନ୍ମାଇବା ସକାଶେ ସର୍ତ୍ତ ଆରୋପ ପୂର୍ବକ ଏହା କରାଯାଇଥିଲା । ତତ୍ପରେ କୁମାରିଲ ନାଲନ୍ଦା ତ୍ୟାଗ କରି ପ୍ରୟାଗରେ ରହିଲେ ଯାହା ବର୍ତ୍ତମାନର ପ୍ରୟାଗରାଜ । କୁମାରିଲ ଭଟ୍ଟ ଅନେକ ରାଜ୍ୟ ଏବଂ ଅଂଚଲ ବୌଦ୍ଧ ପଣ୍ଡୋଇତ ମାନଙ୍କ ସହ ବିତର୍କ କରିବା ପାଇଁ ଭ୍ରମଣ କରିଥିଲେ । ସେହି ସମୟର ଅପ୍ରଥା ଅନୁଯାୟୀ ଯେଉଁ ପଣ୍ଡିତ ରାଜ ସଭାରେ ବିତ୍ରକରେ ଜୟଲାଭ କରୁଥିଲେ, ସେହି ପଣ୍ଡିତଙ୍କ ଦର୍ଶନ ଏବଂ ତତ୍ତ୍ୱ ଉକ୍ତ ରାଜା ଏବଂ ତାଙ୍କ ପ୍ରଜା ଗ୍ରହଣ କରୁଥିଲେ । ବୈଦିକ ସଂସ୍କୃତିର ଆସନ୍ନ ପତନକୁ ବନ୍ଦ କରିବା ସକାଶେ କୁମାରିଲ ଭଟ୍ତ ଅନେକ ବୌଦ୍ଧ ପଣ୍ଡିତଙ୍କୁ ପରାସ୍ତ କରି ଦେଶର ବୈଦିକ ସଂସ୍କୃତିକୁ ର଼କ୍ଷା କରିଥିଲେ ।

ଅନେକେ ବିଶ୍ୱାସ କରନ୍ତି ଯେ କୁମାରିଲ ଭଟ୍ଟ, କୁମାର ସ୍ୱାମୀଙ୍କ(ଭଗବାନ ଶିବ ଓ ପାର୍ବତୀଙ୍କ ପୁତ୍ର) ଏକ ଅବତାର । ଏହି ଅବତାରର ମୁଖ୍ୟ ଲକ୍ଷ୍ୟ ଥିଲା ତତ୍‌କାଳୀନ ଭାରତର ଟଳମଳ ହେଉଥିବା ବୈଦିକ ଧର୍ମର(କର୍ମ, ପୂଜା, ଅଭିଷେକ, ଯଜ୍ଞ, ଯୋଜନ, ହୋମ) ରକ୍ଷା କରିବା ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ସେ ପୂର୍ବ-ଭାରତ ନିବାସୀ, ବିଶେଷ କରି କାମରୂପର (ଏବେର ଆସାମ) । ଶେଷଙ୍କ ସର୍ବସିଦ୍ଧାନ୍ତ-ରହସ୍ୟରେ ତାଙ୍କର ପୂର୍ବ ସାଙ୍ଗିଆ ଭଟ୍ଟାଚାର୍ଯ୍ୟ ରହିଛି । ତାଙ୍କ ଲେଖାରେ ସେ ରେଶମ ତିଆରି ବାବଦରେ ଜାଣିଥିଲେ ବୋଲି ଉଲ୍ଲେଖ ରହିଛି ଓ ତାହା ବର୍ତ୍ତମାନର ଆସାମରେ ଜଣା ।[୩]

ଆଉ ଏକ କିମ୍ବଦନ୍ତୀ ଅନୁସାରେ ସେ ବଙ୍ଗ ଓ ଆସାମ ନିଜର ସଂସ୍କୃତି ପାଇଥିବା ମିଥିଳାରୁ

ରଚନାବଳୀ[ସମ୍ପାଦନା]

କୁମାରିକ ଭଟ୍ଟଙ୍କ ଦର୍ଶନ ତତ୍ତ୍ବ[ସମ୍ପାଦନା]

କୁମାରିଲଙ୍କ ଦର୍ଶନ ତତ୍ତ୍ବକୁ ତିନୋଟି ମୁଖ୍ୟ ଭାଗରେ ଅଧ୍ୟୟନ କରାଯାଇପାରେ । ଯଥା, ଜ୍ଞାନ ମୀମାଂସା, ତତ୍ତ୍ୱ ମୀମାଂସା ଓ ଆଚାର ମୀମାଂସା । ଜ୍ଞାନର ସ୍ବରୂପ ତଥା ଏହାର ସାଧନ ବିଷୟରେ କୁମାରିଲ ବିସ୍ତାର ଭାବରେ ବିବେଚନା କରିଛନ୍ତି । ଏଠାରେ ଜ୍ଞାନର ଅର୍ଥ ବୁଦ୍ଧି ବା ବିବେକ ନୁହେଁ, ବର ବିଦିତ ହେବା । ଜ୍ଞାନ ବିଷଯରେ ପ୍ରଥମ ପ୍ରଶ୍ନ ଏହି ଯେ, ଯଥାର୍ଥ ଜ୍ଞାନର ସ୍ବରୂପ ବାସ୍ତବରେ କଣ ? ଅର୍ଥାତ ଯାହା ଆମେ ଦେଖୁ, ଚାଖୁ ବା ଶୁଙ୍ଘୁ ତାହା ମନ କେମିତି ଜାଣିପାରେ ? କୁମାରିଲଙ୍କ ମତରେ ପ୍ରମାଣ ଛଅ ପ୍ରକାରର । ଯଥା: ପ୍ରତ୍ୟକ୍ଷ, ଅନୁମାନ,ଊପମାନ,ଶବ୍ଦ,ଅର୍ଥାପତି ଓ ଅନୁପଲବ୍ଧୀ । ଅଦ୍ବୈତ ବେଦାନ୍ତ ମଧ୍ୟ ଏହି ଛଅ ପ୍ରକାର ପ୍ରମାଣକୁ ମାନ୍ୟତା ଦିଏ । ମୀମାଂସା ଜ୍ଞାନକୁ ସ୍ୱତଃ ପ୍ରାମାଣ୍ୟ ବୋଲି ଗ୍ରହଣ କରେ । କୁମାରିଲଙ୍କ ଅନୁସାରେ ଜ୍ଞାନର ପ୍ରାମାଣିକତା ଅଥବା ସତ୍ୟତା କେବଳ ଜ୍ଞାନର ଉତ୍ପତ୍ତି ସହିତ ହିଁ ଅନୁଭବ କରି ହେବ । ଯେଉଁ ସମୟରେ କୋଣସି ବସ୍ତୁ ବିଷୟରେ ଜ୍ଞାନ ଲାଭ ହୁଏ ତେବେ ଯାଇ ତାହାର ସତ୍ୟତା ବିଷୟରେ ଉପଲବଧି କରିହୁଏ । କୁମାରିଲ ଓ ପ୍ରଭାକର ଉଭୟେ ଏହି ମତର ପ୍ରତିପାଦକ ଅଟନ୍ତି ।

ସୌତ୍ରାନ୍ତ୍ରିକ ବୌଦ୍ଧ ଧର୍ମାବଲମ୍ବୀ ବିଶ୍ବାସ କରନ୍ତି ଯେ ଜଗତ କ୍ଷଣସ୍ଥାୟୀ । କୁମାରିଲ ଏହି ମତର ବିରୋଧ କରୁଥିଲେ । ତାଙ୍କ ମତରେ ଏହା ସଂପୂର୍ଣ୍ଣ ଅସଂଗତ ।

ଆଧାର[ସମ୍ପାଦନା]

  1. Sharma, pp. 5–6.
  2. Kumārila Bhaṭṭa; Peri Sarveswara Sharma (1980). Anthology of Kumārilabhaṭṭa's Works. Motilal Banarsidass. p. 11. ISBN 978-81-208-2084-5.
  3. Biswanarayan Shastri (1995). Mīmāṁsā philosophy & Kumārila Bhaṭṭa. Rashtriya Sanskrit Sansthan. p. 76.