କୁଣ୍ଡାଖିଆ ଚଢ଼େଇ

ଉଇକିପିଡ଼ିଆ‌ରୁ
(କୁଣ୍ଡାଖିଆ ଚଢେ‍ଇରୁ ଲେଉଟି ଆସିଛି)

କୁଣ୍ଡାଖିଆ ଚଢ଼େଇ
ସାତଭାୟା ଚଢ଼େଇ
Turdoides striata striata
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Passeriformes
କୁଳ: Leiothrichidae
ପ୍ରଜାତି: Turdoides
ଜାତି: T. striata
ବାଇନୋମିଆଲ ନାମ
Turdoides striata
(Dumont, 1823)
Synonyms

Turdoides striatus
Malacocercus terricolor
Cossyphus striatus
Crateropus canorus

କୁଣ୍ଡାଖିଆ ଚଢ଼େଇ

କୁଣ୍ଡାଖିଆ ଚଢ଼େଇ ବା କୁଣ୍ଡା ଚଢ଼େଇ (ଇଂରାଜୀରେ "Jungle Babbler" , ଜୀବ ବିଜ୍ଞାନ ନାମ "Turdoides striata" , "Turdoies somervillei") ଭାରତୀୟ ଉପମହାଦେଶ ତଥା ଓଡ଼ିଶାରେ ବହୁଳ[୨] ଭାବେ ଦେଖାଯାଉଥିବା ଏକ ଚଢ଼େଇ ।[୩] । ଏମାନେ ଅନେକ ସମୟରେ ଛଅଟିରୁ ଦଶଟି ପକ୍ଷୀ ରହିଥିବା ଦଳରେ ବିଚରଣ କରନ୍ତି । ସହର, ଉଦ୍ୟାନ ତଥା ଜଂଗଲିଆ ଅଞ୍ଚଳରେ ଏହି ପକ୍ଷୀ ବାସ କରନ୍ତି ।[୪]

ଦଳରେ ବୁଲୁଥିବା କାରଣରୁ ଉତ୍ତର ଭାରତରେ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଏହି ଚଢ଼େଇକୁ "ସାତ ଭାଇ" (ଓଡ଼ିଆରେ ମଧ୍ୟ "ସାତଭାୟା") କୁହାଯାଇଥାଏ ।

ବର୍ଣ୍ଣନା[ସମ୍ପାଦନା]

ଏମାନେ ଦେଖିବାକୁ ହାଲୁକା ଧୂସରିଆ ରଂଗର ହୋଇଥାନ୍ତି । ଅଣ୍ଡିରା ଓ ମାଈ ଚଢ଼େଇ ଦେଖିବାକୁ ପ୍ରାୟ ଏକା ଭଳି । ଏମାନଙ୍କ ଥଣ୍ଟଟି ଛୋଟ ଓ ଫିକା ହଳଦିଆ ରଂଗର । ଡେଣାଗୁଡିକ ଛୋଟ ଛୋଟ, ତେଣୁ ସେମାନେ ପ୍ରାୟ ଖଣ୍ଡିଉଡା ଦେ‍ଇଥାନ୍ତି |

ଓଡ଼ିଶାରେ ଦେଖାଯାଉଥିବା ଉପପ୍ରଜାତିଟି ସଧାରଣତଃ ଟିକିଏ ଅଧିକା ମାଟିଆ ରଙ୍ଗର ହୋଇଥାଏ [୫]


ଆଧାର[ସମ୍ପାଦନା]

  1. "Turdoides striata". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013. {{cite web}}: Invalid |ref=harv (help)
  2. "Avibase - Bird Checklists of the World Orissa". ଏଭିବେସ. Retrieved 27 May 2018.
  3. GAZETTEERS & DIRECTOR GENERAL, TRAINING COORDINATION, DR. TARADATT, IAS CHIEF EDITOR (16 April 2016). ODISHA DISTRICT GAZETTEERS SUBARNAPUR (PDF). ଭୁବନେଶ୍ୱର: GOPABANDHU ACADEMY OF ADMINISTRATION, [GAZETTEERS UNIT] GENERAL ADMINISTRATION DEPARTMENT GOVERNMENT OF ODISHA. p. 29.{{cite book}}: CS1 maint: multiple names: authors list (link)
  4. "Jungle babbler". Wikipedia, the free encyclopedia. ଇଂରାଜୀ ଉଇକିପିଡ଼ିଆ. Retrieved 27 May 2018.
  5. "Jungle babbler". Wikipedia, the free encyclopedia. ଇଂରାଜୀ ଉଇକିପିଡ଼ିଆ. Retrieved 27 May 2018.