କୀର୍ତି ଆଜାଦ
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Kirtivardhan Bhagwat Jha Azad | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | Purnea, Bihar, India | ୨ ଜାନୁଆରୀ ୧୯୫୯|||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-hand | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm offbreak | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Bowler | |||||||||||||||||||||||||||||||||||||||||||||||||||||||||||||||||
ସମ୍ପର୍କୀୟ | Bhagwat Jha Azad (Father) | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 150) | 21 February 1981 v New Zealand | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 12 November 1983 v West Indies | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 29) | 6 December 1980 v Australia | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 18 April 1986 v Pakistan | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
1976-1994 | Delhi | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNCricinfo, 19 August 2014 |
କିର୍ତିବର୍ଦ୍ଧନ ଭଗବତ ଝା ଆଜାଦ ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ବିହାରର ପୁର୍ଣିଆଠାରେ ୨ ଜାନୁଆରୀ୧୯୫୯ରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୮୦ରୁ ୧୯୮୬ ମଧ୍ୟରେ ଏକ ଅଲରାଉଣ୍ଡର ଭାବେ ଜାତୀୟ ଦଳ ପାଇଁ ୭ଟି ଟେଷ୍ଟ ଓ ୨୫ଟି ଏକଦିବସୀୟ ଖେଳିଥିଲେ । ଅଧୁନା ସେ ଜାତୀୟ ରାଜନୀତି ସହିତ ଜଡ଼ିତ । ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଭଗବତ ଝା ଅଜଡଙ୍କ ପୁତ୍ର କୀର୍ତ୍ତି ଆଜାଦ ଜଣେ ଆକ୍ରାମକ ବ୍ୟାଟ୍ସ ମ୍ୟାନ ତଥା ଦ୍ରୁତ ଗତି ବିଶିଷ୍ଠ ସ୍ପିନର ଥିଲେ । ୧୯୮୦-୮୧ରେ ସେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ଗସ୍ତ ପାଇଁ ମନୋନୀତ ହୋଇ ଥିଲେ । ଖେଳ ଜୀବନ ରେ ତାଙ୍କର ଉଲ୍ଲେଖନୀୟ କୀର୍ତିମାନ ହେଲା ସେ ୧୯୮୩ରେ ଭାରତ ଜିତି ଥିବା ବିଶ୍ୱ କପ ଦଳର ସଦସ୍ୟ ଥିଲେ । [୧]
ଘରୋଇ ପ୍ରଦର୍ଶନ
[ସମ୍ପାଦନା]ସେ ନୂଆ ଦିଲ୍ଲୀରେ ସ୍କୁଲ କ୍ରିକେଟ ଦଳରେ ତାଙ୍କର କ୍ରିକେଟ ଜୀବନ ଆରମ୍ଭ କରି ଦିଲ୍ଲୀ ରଣଜୀ ଦଳ ପାଇଁ ୯୫ଟି ମେଚ ଖେଳି ୪୮୬୭ ରନ ଓ ୧୬୨ଟି ଉଇକେଟ ନେଇଥିଲେ । ତାଙ୍କର ସର୍ବୋତ୍ତମ ଘରେଇ ପ୍ରଦର୍ଶନ ହେଲା ହିମାଚଳ ପ୍ରଦେଶ ବିରୁଦ୍ଧରେ ୧୯୮୫/୮୬ରେ ୨୧୫ ରନ ସଂଗ୍ରହ ।
ଅନ୍ତର୍ଜାତିକ ପ୍ରଦର୍ଶନ
[ସମ୍ପାଦନା]ଅନ୍ତର୍ଜାତିକ ସ୍ତରରେ ଖୁବ ବେଶୀ ସଫଳତା ପାଇ ନ ଥିଲେ ଭି ସେ ଭାରତ ପ୍ରଥମ ଥର ପାଇଁ ୧୯୮୩ରେ ହାସଲ କରିଥିବା ବିଶ୍ୱ କପରେ ତାଙ୍କର ଅବଦାନ ଖୁବ ଉଲ୍ଲେଖଯୋଗ୍ୟ । ଅଲ୍ ରାଉଣ୍ଡର ମାନଙ୍କଦ୍ୱାରା ଭର୍ତ୍ତି ଥିବା ଭାରତୀୟ ଦଳରେ ସେ ସେମି ଫାଇନାଲରେ ଭଲ ବୋଲିଂ କରିବା ସହ ଇଂଲଣ୍ଡ ଅଲରାଉଣ୍ଡର ଇୟାନ ବୋଥାମଙ୍କୁ ଆଉଟ କରି ଭାରତୀୟ ଦଳର ବିଜୟ ପଥ ସୁଗମ କରିଥିଲେ ।
ଆଜାଦ ୧୯୮୩ରେ ନୂଆ ଦିଲ୍ଲୀରେ ଖେଳାଯାଇଥିବା ଭାରତର ପ୍ରଥମ ଦିବାରାତ୍ର ଏକଦିବସୀୟ ମ୍ୟାଚରେ ଏକ ସ୍ମରଣୀୟ ପ୍ରଦର୍ଶନ ଦେଇଥିଲେ । ପାକିସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୯୭ ରନ ୩ ଉଇକେଟରେ କରିଥିଲା । ସମସ୍ତ ୩ଟି ଯାକ ଉଇକେଟ କୀର୍ତି ହିଁ ନେଇଥିଲେ । ପରେ ସେ ଅପରାଜିତା ୭୧ ରଣ କରିବା ଫଳରେ ଭାରତ ବିଜୟୀ ହେଇ ପାରିଥିଲା । ଏଥିରେ ସେ ୭ଟି ବିରାଟ ଛକ୍କା ମାରିଥିଲେ । କିନ୍ତୁ ତାହା ପରେ ସେ ଟେଷ୍ଟ ବା ଏକଦିବାସୀୟରେ ବିଶେଷ ସଫଳତା ନ ପାଇ ଦଳରୁ ବିଦାୟ ନେଇଥିଲେ ।
ରାଜନୀତି
[ସମ୍ପାଦନା]ପିତା ଭାଗବତ ଝା ଅଜାଦଙ୍କ ପଦାଙ୍କ ଅନୁସରଣ କରି ସେ ନିଜ ନିର୍ବାଚନ ମଣ୍ଡଳୀ ଦରଭଙ୍ଗାରୁ ଲୋକ ସଭା ପାଇଁ ଲଢି ଭାରତୀୟ ଜନତା ପାର୍ଟି ସଦସ୍ୟ ହେଇ ନିର୍ବାଚିତ ହେଇଥିଲେ । [୨]ବର୍ତ୍ତମାନ ସେ ତୃତୀୟ ଥର ପାଇଁ ସେଇ ଆସନରୁ ଲୋକ ସଭା ସଦସ୍ୟ ଅଛନ୍ତି । ଦିଲ୍ଲୀ କ୍ରିକେଟ ପରିଚାଳନାକୁ ନେଇ ତାଙ୍କ ଅସନ୍ତୋଷ ପାଇଁ ସେ ଦଳରୁ ୨୦୧୫ରେ ବିତାଡିତ ମଧ୍ୟ ହେଇଥିଲେ ।[୩] ବର୍ତ୍ତମାନ ସେ ତୃତୀୟ ଥର ପାଇଁ ଦରଭଙ୍ଗା ଲୋକ ସଭା ଆସନରୁ ବିଜୟୀ ହେଇ ବର୍ତ୍ତମାନ ସେବାରତ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ପତ୍ନୀ ପୁନମ ସହ ତାଙ୍କର ଦୁଇ ପୁତ୍ର ଅଛନ୍ତି । [୪]ତାଙ୍କର ପୁଅମାନେ ଦିଲ୍ଲୀ ଜୁନିଅର ଦଳ ତରଫରୁ ଖେଳନ୍ତି ।
IPL ପ୍ରତି ଆଜାଦଙ୍କ ମନ୍ତବ୍ୟ
[ସମ୍ପାଦନା]୨୦୧୨ରେ IPLରେ ମେଚ ଫିକସିଙ୍ଗ ପରେ ଆଜାଦ ଏହାକୁ ତୀବ୍ର ସମାଲୋଚନା କରି IPL ବନ୍ଦ କରାଯିବା ପାଇଁ ଦାବି କରିଥିଲେ । [୫]
ଆଧାର
[ସମ୍ପାଦନା]- ↑ "Kirti Azad". Cricinfo. Retrieved 6 ମାର୍ଚ୍ଚ 2011.
- ↑ http://india.gov.in/govt/loksabhampbiodata.php?mpcode=25
- ↑ "Kirti Azad Suspended By BJP For Publicly Targeting Finance Minister Arun Jaitley". NDTV. Retrieved 24 ଡିସେମ୍ବର 2015.
- ↑ "Detailed Profile: Shri Kirti (Jha) Azad". National Portal of India. Retrieved 6 ମାର୍ଚ୍ଚ 2011.
- ↑ PTI (20 ମଇ 2012). "Kirti Azad begins hunger fast against IPL". IBNLive. Archived from the original on 23 ମଇ 2012. Retrieved 21 ମଇ 2012.