କୀର୍ତି ଆଜାଦ

ଉଇକିପିଡ଼ିଆ‌ରୁ

Kirti Azad
ବ୍ୟକ୍ତିଗତ ତଥ୍ୟ
ନାମKirtivardhan Bhagwat Jha Azad
ଜନ୍ମ (1959-01-02) ୨ ଜାନୁଆରୀ ୧୯୫୯ (ବୟସ ୬୫)
Purnea, Bihar, India
ବ୍ୟାଟିଂ ପ୍ରକାରRight-hand
ବୋଲିଂ ପ୍ରକାରRight-arm offbreak
ଭୂମିକାBowler
ସମ୍ପର୍କୀୟBhagwat Jha Azad (Father)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 150)21 February 1981 v New Zealand
ଶେଷ ଟେଷ୍ଟ12 November 1983 v West Indies
ପ୍ରଥମ ଦିନିକିଆ (cap 29)6 December 1980 v Australia
ଶେଷ ଦିନିକିଆ18 April 1986 v Pakistan
ଘରୋଇ ଦଳ ତଥ୍ୟ
YearsTeam
1976-1994Delhi
Career statistics
ପ୍ରତିଯୋଗିତା Test ODI FC LA
ମ୍ୟାଚ ସଂଖ୍ୟା 7 25 142 72
ମୋଟ ରନ 135 269 6,634 1521
ବ୍ୟାଟିଂ ହାର 11.25 14.15 39.48 27.16
ଶତକ/ଅର୍ଦ୍ଧଶତକ 0/0 -/- 20/27 0/8
ସର୍ବାଧିକ ରନ 24 39* 215 94
ବଲ ସଂଖ୍ୟା 750 390 15420 2086
ଉଇକେଟ 3 7 234 50
ବୋଲିଂ ହାର 124.33 39.00 30.72 27.48
ଇନିଙ୍ଗସରେ ୫ଟି ଉଇକେଟ - - 5 -
ମ୍ୟାଚରେ ୧୦ଟି ଉଇକେଟ - - - -
ସବୁଠୁ ଭଲ ବୋଲିଂ 2/84 2/48 7/63 3/16
କ୍ୟାଚ/ଷ୍ଟମ୍ପିଙ୍ଗ 3/- 7/- 95/- 22/-
Source: ESPNCricinfo, 19 August 2014


କିର୍ତିବର୍ଦ୍ଧନ ଭଗବତ ଝା ଆଜାଦ ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ବିହାରର ପୁର୍ଣିଆଠାରେ ୨  ଜାନୁଆରୀ୧୯୫୯ରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୮୦ରୁ ୧୯୮୬ ମଧ୍ୟରେ ଏକ ଅଲରାଉଣ୍ଡର ଭାବେ  ଜାତୀୟ ଦଳ ପାଇଁ ୭ଟି ଟେଷ୍ଟ ଓ ୨୫ଟି ଏକଦିବସୀୟ ଖେଳିଥିଲେ । ଅଧୁନା ସେ ଜାତୀୟ  ରାଜନୀତି ସହିତ ଜଡ଼ିତ । ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଭଗବତ ଝା ଅଜଡଙ୍କ ପୁତ୍ର କୀର୍ତ୍ତି ଆଜାଦ  ଜଣେ ଆକ୍ରାମକ ବ୍ୟାଟ୍ସ ମ୍ୟାନ ତଥା ଦ୍ରୁତ ଗତି ବିଶିଷ୍ଠ ସ୍ପିନର ଥିଲେ । ୧୯୮୦-୮୧ରେ ସେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନିଉଜିଲାଣ୍ଡ ଗସ୍ତ ପାଇଁ ମନୋନୀତ ହୋଇ ଥିଲେ ।  ଖେଳ ଜୀବନ ରେ ତାଙ୍କର ଉଲ୍ଲେଖନୀୟ  କୀର୍ତିମାନ ହେଲା ସେ ୧୯୮୩ରେ ଭାରତ ଜିତି ଥିବା ବିଶ୍ୱ କପ ଦଳର ସଦସ୍ୟ ଥିଲେ । [୧]

ଘରୋଇ ପ୍ରଦର୍ଶନ [ସମ୍ପାଦନା]

ସେ ନୂଆ ଦିଲ୍ଲୀରେ ସ୍କୁଲ କ୍ରିକେଟ ଦଳରେ ତାଙ୍କର କ୍ରିକେଟ ଜୀବନ ଆରମ୍ଭ କରି ଦିଲ୍ଲୀ ରଣଜୀ ଦଳ ପାଇଁ ୯୫ଟି  ମେଚ ଖେଳି ୪୮୬୭ ରନ ଓ ୧୬୨ଟି ଉଇକେଟ ନେଇଥିଲେ । ତାଙ୍କର ସର୍ବୋତ୍ତମ ଘରେଇ ପ୍ରଦର୍ଶନ ହେଲା ହିମାଚଳ ପ୍ରଦେଶ ବିରୁଦ୍ଧରେ ୧୯୮୫/୮୬ରେ ୨୧୫ ରନ ସଂଗ୍ରହ ।  

ଅନ୍ତର୍ଜାତିକ ପ୍ରଦର୍ଶନ [ସମ୍ପାଦନା]

ଅନ୍ତର୍ଜାତିକ ସ୍ତରରେ ଖୁବ ବେଶୀ ସଫଳତା ପାଇ ନ ଥିଲେ ଭି ସେ ଭାରତ  ପ୍ରଥମ ଥର ପାଇଁ ୧୯୮୩ରେ ହାସଲ କରିଥିବା ବିଶ୍ୱ କପରେ ତାଙ୍କର ଅବଦାନ ଖୁବ ଉଲ୍ଲେଖଯୋଗ୍ୟ । ଅଲ୍ ରାଉଣ୍ଡର ମାନଙ୍କଦ୍ୱାରା ଭର୍ତ୍ତି ଥିବା ଭାରତୀୟ ଦଳରେ ସେ ସେମି ଫାଇନାଲରେ ଭଲ ବୋଲିଂ କରିବା ସହ ଇଂଲଣ୍ଡ ଅଲରାଉଣ୍ଡର ଇୟାନ ବୋଥାମଙ୍କୁ ଆଉଟ କରି ଭାରତୀୟ ଦଳର  ବିଜୟ ପଥ ସୁଗମ କରିଥିଲେ । 

ଆଜାଦ ୧୯୮୩ରେ ନୂଆ ଦିଲ୍ଲୀରେ ଖେଳାଯାଇଥିବା ଭାରତର ପ୍ରଥମ ଦିବାରାତ୍ର ଏକଦିବସୀୟ ମ୍ୟାଚରେ ଏକ ସ୍ମରଣୀୟ ପ୍ରଦର୍ଶନ ଦେଇଥିଲେ । ପାକିସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୯୭ ରନ ୩ ଉଇକେଟରେ କରିଥିଲା । ସମସ୍ତ ୩ଟି ଯାକ ଉଇକେଟ କୀର୍ତି ହିଁ ନେଇଥିଲେ । ପରେ ସେ ଅପରାଜିତା ୭୧ ରଣ କରିବା ଫଳରେ ଭାରତ ବିଜୟୀ ହେଇ ପାରିଥିଲା । ଏଥିରେ ସେ ୭ଟି ବିରାଟ ଛକ୍କା ମାରିଥିଲେ । କିନ୍ତୁ ତାହା ପରେ ସେ ଟେଷ୍ଟ ବା ଏକଦିବାସୀୟରେ ବିଶେଷ ସଫଳତା ନ ପାଇ ଦଳରୁ ବିଦାୟ ନେଇଥିଲେ । 

ରାଜନୀତି [ସମ୍ପାଦନା]

ପିତା ଭାଗବତ ଝା ଅଜାଦଙ୍କ ପଦାଙ୍କ ଅନୁସରଣ କରି ସେ ନିଜ ନିର୍ବାଚନ ମଣ୍ଡଳୀ ଦରଭଙ୍ଗାରୁ ଲୋକ ସଭା ପାଇଁ ଲଢି ଭାରତୀୟ ଜନତା ପାର୍ଟି ସଦସ୍ୟ ହେଇ ନିର୍ବାଚିତ ହେଇଥିଲେ । [୨]ବର୍ତ୍ତମାନ ସେ ତୃତୀୟ ଥର ପାଇଁ ସେଇ ଆସନରୁ ଲୋକ ସଭା ସଦସ୍ୟ ଅଛନ୍ତି । ଦିଲ୍ଲୀ କ୍ରିକେଟ ପରିଚାଳନାକୁ ନେଇ ତାଙ୍କ ଅସନ୍ତୋଷ ପାଇଁ ସେ ଦଳରୁ ୨୦୧୫ରେ ବିତାଡିତ ମଧ୍ୟ ହେଇଥିଲେ ।[୩] ବର୍ତ୍ତମାନ ସେ ତୃତୀୟ ଥର ପାଇଁ ଦରଭଙ୍ଗା ଲୋକ ସଭା ଆସନରୁ ବିଜୟୀ ହେଇ ବର୍ତ୍ତମାନ ସେବାରତ ।

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

ପତ୍ନୀ ପୁନମ ସହ ତାଙ୍କର ଦୁଇ ପୁତ୍ର ଅଛନ୍ତି । [୪]ତାଙ୍କର ପୁଅମାନେ ଦିଲ୍ଲୀ ଜୁନିଅର ଦଳ ତରଫରୁ ଖେଳନ୍ତି । 

IPL ପ୍ରତି ଆଜାଦଙ୍କ ମନ୍ତବ୍ୟ [ସମ୍ପାଦନା]

୨୦୧୨ରେ IPLରେ ମେଚ ଫିକସିଙ୍ଗ ପରେ ଆଜାଦ ଏହାକୁ ତୀବ୍ର ସମାଲୋଚନା କରି IPL ବନ୍ଦ କରାଯିବା ପାଇଁ ଦାବି କରିଥିଲେ । [୫]

ଆଧାର[ସମ୍ପାଦନା]

  1. "Kirti Azad". Cricinfo. Retrieved 6 ମାର୍ଚ୍ଚ 2011.
  2. http://india.gov.in/govt/loksabhampbiodata.php?mpcode=25
  3. "Kirti Azad Suspended By BJP For Publicly Targeting Finance Minister Arun Jaitley". NDTV. Retrieved 24 ଡିସେମ୍ବର 2015.
  4. "Detailed Profile: Shri Kirti (Jha) Azad". National Portal of India. Retrieved 6 ମାର୍ଚ୍ଚ 2011.
  5. PTI (20 ମଇ 2012). "Kirti Azad begins hunger fast against IPL". IBNLive. Archived from the original on 23 ମଇ 2012. Retrieved 21 ମଇ 2012.