କି ବୋର୍ଡ଼

ଉଇକିପିଡ଼ିଆ ରୁ
କି-ବୋର୍ଡ଼ ରେ ଏକ "କି" କୁ ଟିପା ଯାଉଛି।

କମ୍ପ୍ୟୁଟରରେ ଯେଉଁ କି-ବୋର୍ଡ଼ ବ୍ୟବହାର ହୁଏ ତାହା ଦେଖିବାକୁ ପୁରା ଟାଇପ ରାଇଟରର କି-ବୋର୍ଡ଼ ଭଳି । କି-ବୋର୍ଡ଼କୁ ଓଡ଼ିଆରେ କୁଞ୍ଚିପଟା କୁହାଯାଇଥାଏ । ଏହାକୁ ସାଧାରଣତଃ "କ୍ଵେରଟି"(QWERTY) କି-ବୋର୍ଡ଼ କୁହାଯାଏ କାରଣ ଏହାର ଅକ୍ଷର କୁଞ୍ଚି ଗୁଡିକ ଇଂରାଜୀ ଅକ୍ଷର Q,W,E,R,T,Y ରୁ ଆରମ୍ଭ ହଉଛି । କି-ବୋର୍ଡ଼ ଅନେକ ଗୁଡିଏ "କି"(Key) ବା କୁଞ୍ଚି ର ସମାହାର । ଏହା କମ୍ପ୍ୟୁଟରକୁ ଯାନ୍ତ୍ରୀକ ଯକୃତ(Mechanical Lever) ଭାବେ ବୈଦ୍ୟୁତିକ ସୁଇଚ(Electronic Switch) ଦ୍ଵାରା ପରିକଳିତ କରେ । ଏହା ମୋଟ ଉପରେ କମ୍ପ୍ୟୁଟର ପାଇଁ ଏକ ନିବେଶକାରୀ(Input) ଉପକରଣ ଅଟେ ।

ଅନେକ ବିକଳ୍ପ ନିବେଶକାରୀ(Input) ଉପକରଣ ଯଥା କମ୍ପ୍ୟୁଟର ମାଉସ, ଟାବଲେଟ ଉପକରଣ, ଅକ୍ଷର ଚିହ୍ନକ ଯନ୍ତ୍ର , ଶବ୍ଦ ଚିହ୍ନକ ଯନ୍ତ୍ର ଇତ୍ୟାଦି ବାହାରିଥିଲେ ମଧ୍ୟ କି-ବୋର୍ଡ଼ ଆଜି ମଧ୍ୟ ମଣିଷ ଦ୍ଵାରା ସର୍ବାଧିକ ବ୍ୟବହୃତ ନିବେଶକାରୀ(Input) ଉପକରଣ ଭାବେ ପରିଚିତ ।

ପ୍ରତ୍ୟେକ "କି" ବା "କୁଞ୍ଚି" ଏକ ଏକ ଅକ୍ଷରକୁ ପ୍ରତିଫଳିତ କରେ। "କି"କୁ ଥରେ ଚିପିଲେ ସେହି "କି" ରେ ଥିବା ଅକ୍ଷରକୁ ଥରେ ମାତ୍ର ଦେଖାଏ । କିନ୍ତୁ ଏକାଧିକ ପ୍ରତୀକକୁ ଦେଖେଇବା ପାଇଁ ଆମକୁ ଅନେକ ଗୁଡିଏ "କି" ଏକା ସଙ୍ଗେ ଅଥବା ଗୋଟେ ପରେ ଗୋଟେ ଏକ କ୍ରମାନୁସାରେ ଟିପିବାକୁ ପଡେ। ଏକ କମ୍ପ୍ୟୁଟର କି-ବୋର୍ଡ଼ ଅକ୍ଷର(a-z),ସଂଖ୍ୟା(0-9), ଚିହ୍ନାକ୍ଷର(!,@,# ,+ ଇତ୍ୟାଦି) ଏବଂ ଅନ୍ୟ "କି" ର ସମାହାର, ଯାହାକୁ ଦବେଇଲେ କମ୍ପ୍ୟୁଟର ମଧ୍ୟକୁ ସୂଚନା(Information) ତଥା ଆଦେଶ(Command) ଯାଇଥାଏ ।

ସାଧାରଣତଃ କି-ବୋର୍ଡ଼ କୁ "ଶବ୍ଦ କାର୍ଯ୍ୟବାହକ" (Word Processor) ବା "ଲେଖା ସମ୍ପାଦକ" (Text Editor)ରେ ଲେଖିବା ନିମନ୍ତେ ବ୍ୟବହାର କରାଯାଏ । କିନ୍ତୁ ଆଧୁନିକ କମ୍ପ୍ୟୁଟରରେ "କି"ର ବ୍ୟବହାର ସଫ୍ଟବେର ଉପରେ ନିର୍ଭର କରେ। କମ୍ପ୍ୟୁଟର ନିଜେ "କି"ର ଅଲଗା ଅଲଗା ବ୍ୟବହାରକୁ ଜାଣିରଖେ ଏବଂ ସେହି ବାଟରେରେ ସଫ୍ଟବେର ପରିଚାଳିତ ହୁଏ। ବର୍ତ୍ତମାନ ଆମେ କି-ବୋର୍ଡ଼ରେ ଟାଇପ କରିବା ଛଡା କମ୍ପ୍ୟୁଟର ଉପରେ ପର୍ଯ୍ୟବେଷିତ ଖେଳ(Computer Game) ବି ଖେଳିପାରୁଛେ । ଆଜିକାଲି ଖେଳିବା ପାଇଁ ସ୍ଵତନ୍ତ୍ର "କି-ବୋର୍ଡ଼" ମଧ୍ୟ ମିଳୁଛି। କି-ବୋର୍ଡ଼କୁ କମ୍ପ୍ୟୁଟରର ସଂଚାଳକ ପ୍ରଣାଳୀ(Operating System)କୁ ଆଦେଶ ଦେବାପାଇଁ ବ୍ୟବହାର କରାଯାଏ ଯଥା ମାଇକ୍ରୋସଫ୍ଟ ଉଇଣ୍ଡୋଜର କଣ୍ଟ୍ରୋଲ-ଅଲ୍ଟ-ଡିଲିଟ କି ଗୁଡିକର ସମଷ୍ଟି ବ୍ୟବହାର କମ୍ପ୍ୟୁଟରରେ ଚାଲିଥିବା କାର୍ଯ୍ୟଗୁଡିକୁ(Computer Programs) ବନ୍ଦ କରିବାରେ ସାହାଯ୍ୟ କରେ । କି-ବୋର୍ଡ଼ କେବଳ ଗୋଟିଏ ହିଁ ବାଟ ଯାହା କମାଣ୍ଡ-ଲାଇନ-ଇଣ୍ଟରଫେସ ଦ୍ଵାରା ଆଦେଶ(Command) ପଠାଇ ଥାଏ।

ବିଷୟସୂଚୀ

ଇତିହାସ[ସମ୍ପାଦନା]

ଯଦିଓ ଆମେ ଟାଇପରାଇଟର ର କି-ବୋର୍ଡ଼କୁ କମ୍ପ୍ୟୁଟର କି-ବୋର୍ଡ଼ର ପୂର୍ବଜ କହିପାରିବା, କିନ୍ତୁ ଦୁହିଙ୍କ ମଧ୍ୟରେ ଏତିକି ପାର୍ଥକ୍ୟ ଏହା ଯେ ଟାଇପ ରାଇଟରର କି-ବୋର୍ଡ଼ ଲେଖିବା ପାଇଁ ହେଇଥିଲା ବେଳେ କମ୍ପ୍ୟୁଟର କି-ବୋର୍ଡ଼ ଲେଖିବା ତଥା ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ଅଟେ ଯାହାକି ଦୁଇଟି ମୁଖ୍ୟ ଯନ୍ତ୍ରର ବ୍ୟବହାରରୁ ତିଆରିହେଇଛି ସେଗୁଡ଼ିକ ହେଲା ଟେଲିପ୍ରିଣ୍ଟରକିପଞ୍ଚ

୧୮୭୦ ର ଆରମ୍ଭରୁ ଟେଲିପ୍ରିଣ୍ଟର ଭଳି ଯନ୍ତ୍ର ଗୁଡ଼ିକ ସେୟାର ବଜାରରେ ବ୍ୟବହୃତ ହେଉଥିଲା ଯେଉଁଥିରେ କି-ବୋର୍ଡ଼ ରୁ ତଥ୍ୟ ଟିକର ଟେପକୁ ଟେଲିଗ୍ରାଫ ରେଖା ଦ୍ଵାରା ଛପା ଯାଉଥିଲା । ଏହି ଟେଲିପ୍ରିଣ୍ଟରକୁ ୧୯୦୩-୧୯୧୦ ରେ ଆମେରିକୀୟ ଯନ୍ତ୍ରଶିଳ୍ପୀ ଚାର୍ଲ୍ସ କ୍ରମ ଓ ତାଙ୍କ ପୁତ୍ର ହାଉଆର୍ଡ କ୍ରମ, ଫ୍ରାଙ୍କ ପର୍ନେଙ୍କ ସହିତ ମିଶି ବିକଶିତ କରିଥିଲେ। ଯଦିଓ ମୂଳଯନ୍ତ୍ର କୁ ରୟାଲ ଅର୍ଲ ହାଉସ ଆଉ ଫ୍ରେଡରିକ ଜି. କ୍ରୀଡ ଅଲଗା ଅଲଗା ଭାବେ ବିକଶିତ କରିଥିଲେ ।

ହେର୍ମାନ ହୋଲ୍ଲେରିଥ ପ୍ରଥମେ କିପଞ୍ଚ ଯନ୍ତ୍ର ବାହାର କରିଥିଲେ ଯାହା ପରେ ୧୯୩୦ ରେ ଟାଇପ ରାଇଟର ରେ ବ୍ୟବହାର ହୋଇଥିଲା ।

ବିଂଶତମ ଶତାବ୍ଦୀରେ ଟେଲିପ୍ରିଣ୍ଟର Point-to-Point ଓ Multipoint ସମ୍ପର୍କ ସ୍ଥାପନା(Communication)ରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଯେତେବେଳେ କି କିପଞ୍ଚ ବା ପୁରୁଣା କିବୋର୍ଡ ତଥ୍ୟ କୁ ଭର୍ତି କରିବା ଓ ତାକୁ ସମ୍ଭାଳି ରଖିବାର ଭୂମିକା ଗ୍ରହଣ କରିଥିଲା। ପ୍ରଥମେ ଯେତେବେଳେ କମ୍ପ୍ୟୁଟର ବାହାରିଥିଲା ସେଥିରେ ବୈଦ୍ୟୁତିକ ଟାଇରାଇଟର ବ୍ୟବହାର କରାଯାଉଥିଲା ଯଥା ଏନିଆକ କମ୍ପୁଟର ଯାହା ଇନପୁଟ ଭାବେ କିପଞ୍ଚ କୁ ବ୍ୟବହାର କରୁଥିଲା ଏବଂ ଯାହା ଟାଇପ ତାହା ଏକ କାଗଜ ରେ ଲେଖା ହେଇ ଆଉଟପୁଟ ରେ ବାହାରୁଥିଲା ଯେତେବେଲେକି ବାଇନାକ ଏକ ବୈଦ୍ୟୁତିକ ଯନ୍ତ୍ରଚାଳିଳ (Electromechanical) ଟାଇପରାଇଟର ଯାହାର ଚୁମ୍ବକୀୟ ଟେପକୁ ତଥ୍ୟ ଇନପୁଟ ତଥା ଆଉଟପୁଟ ରେ ବ୍ୟବହାର କରାଯାଉଥିଲା।

କିବୋର୍ଡ଼ ର ପ୍ରକାରଭେଦ[ସମ୍ପାଦନା]

ଅବିକଳ "କି" ର ସଂଖ୍ୟା କିବୋର୍ଡ଼ର ଆକାର ନିରୂପଣ କରିବାର ଏକ ପ୍ରମୁଖ ଭୂମିକା ଯଥା ସଂଖ୍ୟା ଲେଖିବା ପାଇଁ ଅଲଗା କିବୋର୍ଡ଼ ।

କିବୋର୍ଡ଼ ର ଆକାର ମଧ୍ୟ ତାହା ଉପରେ ନିର୍ଭର କରେ ଯାହା ଦୁଇ ପ୍ରକାରର ଟାଇପ କୁ ପ୍ରଶ୍ରୟ ଦିଏ ଯଥା ବହୁତ ଗୁଡ଼ିଏ "କି" କୁ ଏକାଧାର ରେ ଟାଇପ କରିବା ଅଥବା ଗୋଟିଏ "କି" କୁ ଏକାଧିକ ଥର ଟାଇପ କରିବା । କିବୋର୍ଡ ଯାହାର କିଛି "କି" ଥାଏ ତାକୁ ଆମେ "କିପ୍ୟାଡ" ବୋଲି କହିଥାଉ ।

କିବୋର୍ଡ଼ ର ଆକାର ଆଉ ଏକ କାରଣ ଉପରେ ମଧ୍ୟ ନିର୍ଭର କରେ ତାହା ହାଉଛି "କି" ଗୁଡିକ ମଧ୍ୟରେ ଥିବା ଦୂରତା । "କି" ର ଆକାର ସେତିକି ହବା ଦରକାର ଯାହାଫଳରେ ତାହା ଅଙ୍ଗୁଳି ସହ ଖାପ ଖୁଆଇବାରେ ସହଜ ହବ । ଛୋଟ ଛୋଟ "କି " ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।

ମାନକ[ସମ୍ପାଦନା]

ଉଇଣ୍ଡୋଜ ୭ ଡେସ୍କଟପ କମ୍ପୁଟର ପାଇଁ କମ୍ପୁଟର କିବୋର୍ଡ଼

ଡେସ୍କଟପ କିବୋର୍ଡ଼ ଯଥା ଯୁକ୍ତରାଷ୍ଟ୍ରର ପାରମ୍ପରିକ କିବୋର୍ଡ଼ ରେ ୧୦୧ ଟି "କି" ଏବଂ ଉଇଣ୍ଡୋଜ କିବୋର୍ଡ଼ ରେ ୧୦୪ ଟି 'କି" ଥାଏ ଯେଉଁଥିରେ ଅକ୍ଷର, ସ୍ଵତନ୍ତ୍ର ଚିହ୍ନ ଓ ବିଭିନ୍ନ ପ୍ରକାର ଫଙ୍କସନ କି ଥାଏ । ଏକ ଆନ୍ତର୍ଜାତୀୟ ସାଧାରଣ୧୦୨/୧୦୫ "କି" ବିଶିଷ୍ଟ କିବୋର୍ଡ଼ ରେ ଦୁଇଟି ଲେଖାଏଁ Shift, Enter, Control, Alt "କି" ଥାଏ ।[୧] କମ୍ପ୍ୟୁଟର କିବୋର୍ଡ଼ ଦେଖିବାକୁ ଟାଇପରାଇଟର କିବୋର୍ଡ଼ ଭଳି କିନ୍ତୁ ଏଥିରେ କିଛି ଅତିରିକ୍ତ "କି" ଥାଏ । ମାନକ USB କିବୋର୍ଡ଼ ଅଣ-ଡେସ୍କଟପ ଯନ୍ତ୍ରରେ ଲାଗିପରିବ ।[୨]

ଲାପଟପ ଆକାର[ସମ୍ପାଦନା]

ଲାପଟପ ପାଇଁ କମ ଦୂରତା ବିଶିଷ୍ଟ ସ୍ଵତନ୍ତ୍ର କିବୋର୍ଡ଼

ଲାପଟପ ତଥା ନୋଟବୁକର କିବୋର୍ଡ଼ ଆକାର ଓ ତାମଧ୍ୟ ରେ ଦୂରତା କମ ଥାଏ ସେହିଅନୁସାରେ "କି" ର ସଂଖ୍ୟା ମଧ୍ୟ କମ ଥାଏ । ସେଥିରେ ସଂଖ୍ୟା ଥିବା କି ଥାଇପାରେ ନଥାଇ ବି ପାରେ ଏବଂ ଫଙ୍କସନାଲ "କି" ସବୁ ନିଜ ଜାଗାରେ ନଥାଇ ଅନ୍ୟଜାଗାରେ ଲାପଟପର ସୁବିଧାନୁସାରେ ଥାଏ ।

ବୁଢା ଅଙ୍ଗୁଳି ଆକାର (Thumb Sized)[ସମ୍ପାଦନା]

ଯେଉଁ ଛୋଟ ଛୋଟ କମ୍ପ୍ୟୁଟର ଯଥା PDA ଓ ସ୍ମାର୍ଟଫୋନ ରେ କିବୋର୍ଡ଼ ଲଗେଇବା ସମ୍ଭବପର ନୁହେଁ ସେଥିନିମନ୍ତେ ଭିତର ତିଆରି କିବୋର୍ଡ଼ ଲାଗିଥାଏ । ସେଥିରେ କାମ କରିବାର ଜାଗା କମ ଥାଏ । କୋଡେଡ କିବୋର୍ଡ଼ରେ ଗୋଟିଏ କି ରେ ଅନେକ ଗୁଡିଏ ଅକ୍ଷର ଟାଇପ କରିହୁଏ ଯାହା ସାଧାରଣତଃ ମୋବାଇଲ ଫୋନରେ ବ୍ୟବହାର କରାଯାଏ । ଏହାର ଆକାର ଏତେ ଛୋଟ ଯେ ଏହାକୁ କେବଳ ବୁଢା ଅଙ୍ଗୁଳି ଦ୍ଵାରା ଟାଇପ କରାଯାଏ । ଆଜିକାଲି ଟଚସ୍କ୍ରୀନ କିବୋର୍ଡ଼ ମଧ୍ୟ ଆସିଗଲାଣି ଯାହା ସ୍ପର୍ଶ ସମ୍ବେଦନଶୀଳ । ଏଥିପାଇଁ ସ୍ଵତନ୍ତ୍ର କିବୋର୍ଡ଼ର ଆବଶ୍ୟକତା ପଡେ ନାହିଁ ପରଦା ଉପରେ କିବୋର୍ଡ଼ର ଛବି ଆସିଯାଏ ଆମେ ଯେଉଁ "କି" କୁ ଛୁଇଁଥାଉ ସେହିପରି ଟାଇପ ହୁଏ । ଆଜିକାଲି ଏହି ପ୍ରଣାଳୀ ଲାପପଟପ ରେ ମଧ୍ୟ ଲାଗୁଛି ଖାଲି ସ୍କ୍ରୀନ ରେ ଆମେ ଛୁଇଁକରି ଯାହା ଲେଖିବା କଥା ଲେଖୁଚୁ । ଏହାକୁ "ଟାବଲେଟ" କୁହାଯାଏ ।

ମାନକ ବିହୀନ ସଜାଣି ଓ ଏହାର ସ୍ଵତନ୍ତ୍ର ବ୍ୟବହାର[ସମ୍ପାଦନା]

କୋର୍ଡେଡ(Chorded)[ସମ୍ପାଦନା]

ଯେତେବେଳେ ଅନ୍ୟ କିବୋର୍ଡ ଗୁଡିକ ଗୋଟିଏ "କି" ର ଚାପ ସହିତ ସଂଶ୍ଳିଷ୍ଟ ସେତେବେଳେ କୋର୍ଡେଡ କିବୋର୍ଡ ର କାମ ଅନେକ ଗୁଡିଏ "କି" ଚାପ ର ସମାହାର ସହ ସଂଯୁକ୍ତ।ଯଦିଓ ସେଥିରେ ବହୁତ କମ୍ବିନେସନ ଅଛି କୋର୍ଡେଡ କିବୋର୍ଡ ରେ ଆମେ କମ "କି" ର ପ୍ରୟୋଗ ରେ ଅନେକ ଗୁଡିଏ କାର୍ଯାନୁଷ୍ଠାନ କୁ ରୂପ ଦିଏ। କଚେରୀ ର ରିପୋର୍ଟର ମାନେ ଷ୍ଟେନୋଟଇପ ଯନ୍ତ୍ର ରେ ଏହି କୋର୍ଡେଡ କିବୋର୍ଡ ବ୍ୟବହାର କରନ୍ତି।ଏହା ରିପୋର୍ଟର ଙ୍କୁ ଏତେ ଶୀଘ୍ର ଟାଇପକାରିବାରେ ସହଯୋଗ କରେ ଯେ କହିବାର ବେଗ ଅନୁସାରେ ଶୀଘ୍ର ଶୀଘ୍ର ଟାଇପ କରିହୁଏ।୨୦୦୭ ଯାଏଁ ଏହି ଷ୍ଟେନୋଗ୍ରାଫ ପରି କୋର୍ଡେଡ କିବୋର୍ଡ ବ୍ୟବହାର ହଉଥିଲା।କେତେଗୁଡିଏ କିବୋର୍ଡ ରେ ଗୋଟିଏ "କି" ରେ ଅନେକ ଗୁଡିଏ ଅକ୍ଷର ଟାଇପ କରିହୁଏ ଯାହାକି ମୋବାଇଲ ଫୋନ ରେ ବ୍ୟବହାର ହୁଏ।ଏହି କିବୋର୍ଡ ଆଜିକାଲି କମ ବ୍ୟବହାର ହଉଛି କାରଣ ଏଥିରେ ପରଙ୍ଗମତା ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ପଡେ।

ସଫ୍ଟବେର(Software)[ସମ୍ପାଦନା]

ସଫ୍ଟବେର କିବୋର୍ଡ ବା ଅନ-ସ୍କ୍ରିନ କିବୋର୍ଡ ଏକ କମ୍ପୁଟର ପ୍ରୋଗ୍ରାମ ଦ୍ଵାରା ପରିଚାଳିତ ହୁଏ ଯାହାକି କମ୍ପୁଟର ର ପରଦା ଉପରେ କିବୋର୍ଡ ର ଛବି ଦେଖାଏ।ଏହାକୁ ଅଲଗା ଇନପୁଟ ଜନ୍ତ୍ର ମାଉସ (mouse) କିମ୍ବା ଟଚ-ସ୍କ୍ରିନ ଦ୍ଵାରା ପରିଚାଳନା କରାଯାଏ।ଏହା ସଫ୍ଟବେର ଦ୍ଵାରା ପରିଚାଳିତ ହୁଏ ଯାହା ଆଜି କାଲି ମୋବାଇଲ ଫୋନ ବେଶୀକରି ସ୍ମାର୍ଟଫୋନ,ଟାବଲେଟ ରେ ବ୍ୟବହାର କରାଯାଏ।ମାଇକ୍ରୋସଫ୍ଟ ଉଇଣ୍ଡୋଜ ,ମାକ ଓ.ଏସ ଓ ଲିନକ୍ସ ର କିଛି ପ୍ରକାର ଓ.ଏସ ରେ ଅନ-ସ୍କ୍ରିନ କିବୋର୍ଡ ର ସୁବିଧା ଦେଇଥାଏ ଯାହାକି ମାଉସ ଦ୍ଵାରା ପରିଚାଳିତ ହେଇଥାଏ।

ଚଉତାଯାଇପାରୁଥିବା(Foldable)[ସମ୍ପାଦନା]

ଏକ ଭଙ୍ଗାଯାଇପାରୁଥିବା କିବୋର୍ଡ଼

ଫୋଲଡ଼େବଲ କିବୋର୍ଡ ବା ଖାଣ୍ଟି ଓଡିଆ ରେ ଚଉତାଜାଇପାରୁଥିବା କିବୋର୍ଡ ନରମ ପ୍ଲାଷ୍ଟିକ କିମ୍ପା ସିଲିକନ ରେ ରେ ତିଆରି ହେଇଥାଏ ଯାହାକୁ ଆମେ ସହଜରେ ଚଉତେଇପାରୁଥିବା।[୩]ଏହା ସାଧାରଣତଃ ସେହିମାନେ ବ୍ୟବହାର କରନ୍ତି ଯେଉଁମାନେ ବାରମ୍ବାର ଭ୍ରମଣ କରନ୍ତି।ଏହା ସବୁ ପ୍ରକାର ଜାଗା ରେ ବ୍ୟବହାର କରିହବ ଏବଂ ଏହା ର ଜଳ ପ୍ରତିରୋଧକ କ୍ଷମତା ମଧ୍ୟ ରହିଛି।ଏହା ସାଧାରଣତଃ ପୋର୍ଟେବଲ ଜନ୍ତ୍ର ତଥା ସ୍ମାର୍ଟଫୋନ ରେ ବ୍ୟବହାର ହୁଏ ।କିଛି ପ୍ରକାର ତ ପୁରା ଜଳ ଭିତରେ ବ୍ୟବହାର କରିହୁଏ ।ସେଥିପାଇଁ ଏହା ଚିକିତ୍ସାଳୟ ତଥା ଗବେଷଣାଗାର ରେ ବହୁଳ ଭାବେ ବ୍ୟବହୃତ ହୁଏ।

ଲେଜର ଦ୍ଵାରା ପ୍ରୋଜେକ୍ସନ(Projection (as by laser))[ସମ୍ପାଦନା]

ପ୍ରୋଜେକସନ କିବୋର୍ଡ ରେ ଲେଜର(ଲୋହିତ ରଶ୍ମୀ) ଦ୍ଵାରା କିବୋର୍ଡ ର ଏକ ଛାଇ ଏକ ସମତଳ ରେ ପକାଯାଏ । ଏଥିରେ ଏକ କ୍ୟାମେରା ବା ନୀଳ ଲୋହିତ ସମ୍ବେଦକ (sensor) ବ୍ୟବହାର କରାଯାଏ ଛାଇ ରେ ଅଙ୍ଗୁଳି ର ଗତି କୁ ନିରୀକ୍ଷଣ କରିବା ପାଇଁ।ଯେତେବେଳେ ଅଙ୍ଗୁଳି କିବୋର୍ଡ ର ଛାଇ କୁ ଛୁଇଁ ଥାଏ ସେତେବେଳେ "କି' ଟି ଦବାହେଲା ବୋଲି ଜଣାପଡେ।କିବୋର୍ଡ ର ଛାଇ ଏକ ଛୋଟ ପ୍ରୋଜେକ୍ଟର ରୁ ଆସିଥାଏ।ଯେହେତୁ ଏହା ଏକ ଛାଇ ଟାଇପ କଲା ବେଳେ ଅନୁଭବ କରିହୁଏନି ଯାହାକି ଇଉଜର କୁ ଅସୁବିଧା ସୃଷ୍ଟି କରାଏ।ଏହାର ଅନ୍ୟ ଏକ ମୁଖ୍ୟ ଅସୁବିଧା ହେଲା ଛାଇ ସୃଷ୍ଟି କରିବା ପାଇଁ କେବଳ ସମତଳ ଓ ଅଣ-ପ୍ରତିଫଳିତ କ୍ଷେତ୍ର ଟିଏ ଦରକାର।

ଅପ୍ଟିକାଲ କିବୋର୍ଡ଼ ପ୍ରଯୁକ୍ତି(Optical Keyboard Technology)[ସମ୍ପାଦନା]

ଏହାକୁ ଫୋଟୋ-ଅପ୍ଟିକାଲ କିବୋର୍ଡ,ଲାଇଟ ରେଶପନସିଭ କିବୋର୍ଡ,ଫୋଟୋ-ଇଲେକ୍ଟ୍ରିକ କିବୋର୍ଡ ମଧ୍ୟ କହନ୍ତି।ଫୋଟୋ ମାନେ ଆଲୋକ।ଏହା ମାନେ ଏହି କିବୋର୍ଡ ର ପ୍ରଯୁକ୍ତି ରେ ଆଲୋକ ର ବ୍ୟବହାର ହୁଏ।ଏହି କିବୋର୍ଡ ରେ ଆଲୋକ ନିଗର୍ମକ ଯନ୍ତ୍ର (Light Emitting Device) ଓ ଆଲୋକ ସମ୍ବେଦକ (Photo Sensor) ବ୍ୟବହାର ହୁଏ ଆଲୋକ ଦ୍ଵାରା ବ୍ଯବହ୍ରୁତ ହେଇଥିବା "କି" ଗୁଡିକୁ ଦେଖିବା ପାଇଁ।ସାଧାରଣତଃ ଏହା ପିସିବି (PCB) ମଧ୍ୟରେ ଥାଏ।ଆଲୋକ ରଶ୍ମି କିବୋର୍ଡ ର "କି" କୁ ଉଜ୍ଜ୍ଵଳ କରାଏ।ସାଧାରତଃ ଅପ୍ଟିକାଲ କିବୋର୍ଡ ଦୁଇପ୍ରକାର ରଶ୍ମୀ ବ୍ୟବହାର କରିଥାଏ ଗୋଟିଏ ହାଉଛି ସମାନ୍ତରାଳ ରଶ୍ମୀ(Horizontal Beam) ଅନ୍ୟ ଟି ହଉଛି ଅନୁଲମ୍ବ ରଶ୍ମୀ (Vertical Beam)।

ସଜାଣି[ସମ୍ପାଦନା]

ଆକ୍ଷରିକ(Alphabetic)[ସମ୍ପାଦନା]

ଟାଇପରାଇଟର ର କିବୋର୍ଡ଼ ଭଳି ଦେଖାଯାଉଥିବା QWERTY କିବୋର୍ଡ଼
ଇଂରାଜୀ ରେ ଟାଇପ କରିବାର ସବୁଠୁ ସହଜ ଓ କମ ପରିଶ୍ରମଯୁକ୍ତ କିବୋର୍ଡ଼

ଅକ୍ଷର,ସଂଖ୍ୟା ଓ ପ୍ରତୀକ କୁ ଭିତ୍ତି କରି କିବୋର୍ଡ ରେ "କି" ର ବିଭିନ୍ନ ପ୍ରକାର ସାଜସଜ୍ଜା ହେଇଥାଏ।ବିଭନ୍ନ ଲୋକଙ୍କ ଦ୍ଵାରା ବ୍ୟବହାର ସାପେକ୍ଷ ହବାପାଇନ ଏହି ଭିନ୍ନ ଭିନ୍ନ ପ୍ରକାର ର ସାଜସଜ୍ଜା କରାଯାଇଥାଏ।ସୁବିଧା ପ୍ରଦାନ ଭିନ୍ନ ଭିନ୍ନ ଭାଷା ଭାଷୀ ଲୋକଙ୍କ ଭିତ୍ତି ରେ ହେଇଥାଇପାରେ କିମ୍ବା ସେମାନଙ୍କର କର୍ମକ୍ଷେତ୍ର ଭିନ୍ନ ହେଇଥାଇପାରେ ଯଥା ଗଣିତ,ଅର୍ଥ ସମ୍ବନ୍ଧୀୟ ,କମ୍ପୁଟର ପ୍ରୋଗ୍ରାମିଂ ଏବଂ ଅନ୍ୟାନ୍ୟ।ଯୁକ୍ତରାଷ୍ଟ୍ର ଆମେରିକା ନାମିତ କିବୋର୍ଡ ର ସଜାଣି ଆଜିକାଲି ବିକଳ୍ପ କିବୋର୍ଡ ଭାବେ ଭିନ୍ନ ଅପରେଟିଂ ସିଷ୍ଟମ ରେ ବ୍ୟବହାର କରାଯାଉଛି ଯଥା Windows[୪],Mac OS X[୫] and Linux.[୬][୭]।ଟାଇପରାଇଟର ଯୁଗରେ ଯେଉଁ QWERTY କିବୋର୍ଡ ବ୍ୟବହାର କରାଯାଉଥିଲା ଏହା ତାହାର ସୀମା କୁ ବଢେଇଦେଇଥିଲା।


ଟାଇପ କରିବା ସମୟରେ "କି" ଗୁଡିକ ଟାଇପରାଇଟର ରେ ସୁରୁଖୁରୁ ରେ ଦବୁନଥିଲେ।ଏହାକୁ କ୍ରୀଷ୍ଟୋଫର ସୋଲ୍ସ QWERTY ସଜାଣି ରେ କମେଇଦେଇଥିଲେ।ଯେହେତୁ QWERTY ଆଗରୁ ବହୁତ ବ୍ୟବହାର ହଉଥିଲା କମ୍ପୁଟର ବାହାରିଲା ପରେ ଏହି କିପ୍ୟାଡ କୁ ବ୍ୟବହାର କରିବାପାଇଁ ସବୁଠୁ ସହଜ ଲାଗିଲା।ବିକଳ୍ପ ରେ Dvorak Simplified Keyboard ବାହାରିଥିଲା ଯାହାର ବହୁଳ ବ୍ଯ୍ବହାର ହେଇପାରିନଥିଲା।


QWERTZ କିବୋର୍ଡ ଜର୍ମାନୀ ତଥା କେନ୍ଦ୍ରୀୟ ଇଉରୋପ ରେ ବହୁଳ ଭାବେ ବ୍ୟବହାର କରାଗଲା।QWERTY ଓ QWERTZ ମଧ୍ୟ ରେ ମୁଖ୍ୟ ପାର୍ଥକ୍ଯ ହେଉଛି ଏଥିରେ Z ଓ Y ର ସ୍ଥାନ କୁ ଅଦଳବଦଳ କରଯାଇଥିଲା ଓ ବନ୍ଧନୀ ଭଳିଆ ସ୍ଵତନ୍ତ୍ର ପ୍ରତୀକ ଗୁଡିକୁ Diaktrial ପ୍ରତୀକ ଦ୍ଵାରା ଅଦଳବଦଳ କରଯାଇଥିଲା।

ଇଂରାଜୀ ଭାଷା ର ଲିପି ସହ ସ୍ପେନୀୟ ଫ୍ରେଞ୍ଚ ଇତ୍ୟାଦି ଭାଷା ର ଲିପି ସହ କିଛିଟା ଅସାମଞ୍ଜସ୍ୟ ରହୁଥିବାରୁ ସେହି ଭାଷା ପାଇଁ ମଧ୍ୟ ସ୍ଵତନ୍ତ୍ର କିବୋର୍ଡ ନିର୍ମାଣ କରଯାଇଥିଲା।ଉଦାହରଣ ସ୍ୱରୂପ ସ୍ପେନୀୟ ଭାଷା ରେ Ñ ñ ପାଇଁ ସ୍ଵତନ୍ତ୍ର "କି" ରହିଲା ସେହିପରି ଫ୍ରେଞ୍ଚ ତଥା ଅନ୍ୟ ଇଉରୋପୀୟ ଭାଷା ପାଇଁ Ç ç ପାଇଁ "କି" ରହିଲା।AZERTY କିବୋର୍ଡ ଫ୍ରାନ୍ସ,ବେଲଜିଅମ ତଥା ସେମାନଙ୍କ ପଡୋଶୀ ଦେଶ ରେ ବ୍ୟବହାର କରାଗଲା।ଏଥିରେ Q ଓ A , Z ଓ W ର ସ୍ଥାନ କୁ ଅଦଳବଦଳ କରଯାଇଥିଲା।M N ବଦଳ ରେ L ର ଡାହାଣ ପଟକୁ ଚାଲିଆସିଥିଲା(US କିବୋର୍ଡ ରେ ଯେଉଁଠି ; : ଚିହ୍ନ ଅଛି)।0-9 ସଂଖ୍ୟା ଅକ୍ଷର ର ବିକଳ୍ପ ଭାବେ ଥିଲା ତାକୁ ଟାଇପ କରିବାପାଇଁ SHIFT ମାରିବାକୁ ପଡୁଥିଲା।


ଏସିଆ ମହାଦେଶ ରେ ମଧ୍ୟ ଭିନ୍ନ ଭାଷା ପାଇଁ ଅଲଗା ଅଲଗା କିବୋର୍ଡ ବାହାରିଲା।ଜାପାନ ରେ ଜାପାନୀ ଭାଷା ତଥା ଲାଟିନ ଭାଷା କୁ ଭିତ୍ତି କରି ଅଲଗା କିବୋର୍ଡ ବାହାରିଲା।ଜାପାନ ର ଅର୍ଥ ର ପ୍ରତୀକ ¥ (ୟେନ) ପାଇଁ ସ୍ଵତନ୍ତ୍ର "କି" ରହିଲା।ସେହିଭଳି ଆରବ ଦେଶ ମାନଙ୍କରେ ଲାଟିନ ଓ ଆରବ ଭାଷା କୁ ସମାନ୍ତରାଳ କରି ସ୍ଵତନ୍ତ୍ର କିବୋର୍ଡ ତିଆରି ହେଇଥିଲା।

କାନାଡା ଭଳି ଦ୍ଵିଭାସୀୟ ଦେଶ ରେ ଉଭୟ ଇଂରାଜୀ ଓ ଫ୍ରେଞ୍ଚ ଭାଷା ବ୍ୟବହାର ହଉଥିଲା।ତେଣୁ ସେଠାରେ ଫ୍ରେଞ୍ଚ କହୁଥିବା ଲୋକ ମାନଙ୍କୁ ବହୁ ସମୟ ରେ କିବୋର୍ଡ ର ସଜାଣି ବଦଳେଇବାକୁ ପଡୁଥିଲା।ବେଶିକରି ତାଙ୍କର ସ୍ଵରବର୍ଣ "é" କିମ୍ବା "à" ଥରକରେ ରେ ବ୍ୟବହାର କରିବାପାଇଁ କିବୋର୍ଡ ସ୍ଵତନ୍ତ୍ର ଭାବେ ତିଆରି ହେଲା।ଏହିପରିଭାବେ ଇଂରାଜୀ ବ୍ଯତୀତ ଅନ୍ୟ ଭାଷା ପାଇଁ କିବୋର୍ଡ ସ୍ଵତନ୍ତ୍ର ଭାବେ ତିଆରି କରିବାରେ ବହୁତ ଅସୁବିଧା ର ସମ୍ମୁଖୀନ ହବାକୁ ପଡୁଥିଲା। .

"କି" ପ୍ରକାରଭେଦ[ସମ୍ପାଦନା]

ଅଙ୍କାକ୍ଷରିକ(Alphanumeirc)[ସମ୍ପାଦନା]

ହିବ୍ରୁ କିବୋର୍ଡ଼ ଯାହା ବ୍ୟବହାରକାରୀକୁ ଉଭୟ ଅକ୍ଷର ଓ ସଂଖ୍ୟା ଲେଖିବାରେ ସାହାଯ୍ୟ କରେ
ControlଓAlt କି ଯାହାର ଏକ ମହତ୍ଵପୂର୍ଣ୍ଣ ଭୂମିକା ରହିଥାଏ।
Space-cadet keyboard ର ବହୁତ ବଦଳକରି "କି" ରହିଥାଏ।

ଟାଇପରାଇଟର ହାଉ କି କମ୍ପୁଟର କିବୋର୍ଡ ର କାମ ସମାନ ଥାଏ।ଟାଇପରାଇଟର ରେ ଯାହା ଟାଇପ କରୁ ସିଧାସଳଖ କାଗଜ ରେ ବାହରିଥାଏ କିନ୍ତୁ କମ୍ପୁଟର ରେ ଯାହା ଟାଇପକରୁ ତାହା ଆଗ କମ୍ପୁଟର ର ଫାଇଲ ରେ ସୁରକ୍ଷିତ ରହେ।ଏହି ଫାଇଲ କୁ ଆମେ ଲେଖ ସମ୍ପାଦକ(Text Editor) ,Data Spreadsheet କହିଥାଉ।ଏହି "କି" ଗୁଡିକ ଅନ୍ୟ ଏକ ପ୍ରତୀକ ଦେଖେଇଥାଏ ଯେତେବେଳେ ଆମେ ବଦଳକାରୀ କି (Modifier Key) ତଥା Shift କି ବ୍ୟବହାର କରିଥାଉ।ଇଂରାଜୀ ରେ shift key କିମ୍ବା Caps Lock ବ୍ୟବହାର କଲେ ତାହାର Upper Case ଅକ୍ଷର ଗୁଡିକ ଆସିଥାଏ।Shift କି ଦ୍ଵାରା ସଂଖ୍ୟା ଗୁଡିକ ସ୍ଵତନ୍ତ୍ର ପ୍ରତୀକ ହିସାବ ରେ ଆସିଥାଏ।ଅକ୍ଷର,ସଂଖ୍ୟା ଓ ପ୍ରତୀକ ଏଗୁଡ଼ିକର ଅନ୍ୟ କାମ ବି ରହିଅଛି ଯେତେବେଳେ ଏହା ବଦଳକାରି କି ସହ ଏକସଙ୍ଗେ ଟାଇପ ହୁଅନ୍ତି।


ସ୍ପେସବାର କିପ୍ୟାଡ ର ସବା ତଳ ଧାଡି ରେ ଥାଏ ଯାହା ସବୁଠୁ ଲମ୍ବା "କି"।ଅକ୍ଷର,ସଂଖ୍ୟା ,ପ୍ରତୀକ ପରି ଏହା ମଧ୍ୟ ଟାଇପରାଇଟର ରୁ ଆସିଛି।ଏହାର ମୁଖ୍ୟ ଉଦ୍ଦେଶ୍ୟ ହଉଛି ଶବ୍ଦ ଶବ୍ଦ ମଧ୍ୟ ରେ ଦୂରତା ରଖିବା ଯାହାଫଳ ରେ କି ପଢିବାରେ ସୁବିଧା ହବ।ଏହା ଯେହେତୁ ଲମ୍ବା ହେଇଥାଏ ଟାଇପ କଲା ବେଳେ ବୁଢା ଅଙ୍ଗୁଳି ବ୍ୟବହାର କରି ଆମେ ଏହାକୁ ସହଜରେ ବ୍ୟବହାର କରିପାରୁ। ଅପରଟିଙ୍ଗ ସିଷ୍ଟମ କୁ ନିର୍ଭର କରି ସ୍ପେସ ର ବ୍ୟବହାର ବାଦଳକାରୀ କି ଭିନ୍ନ ଭିନ୍ନ ଫଳ ଦେଇଥାଏ ଯଥା ୱିଣ୍ଡୋ କୁ ବନ୍ଦ କରିବା,ଅଧା ଜାଗା ଛାଡିବା,ପଛକୁ ଜାଗା ଛାଡିବା ଇତ୍ୟାଦି ଇତ୍ୟାଦି।ଉଏବପେଜ ରେ ଏହାର ବ୍ୟବହାର ପେଜ ର ତଳକୁ ଡେଇଁବା କିମ୍ବା ଚେକ ବକ୍ସ କୁ ଚିହ୍ନିତ କରିବାରେ ସାହାଯ୍ୟ କରେ।ଯେତେବେଳେ ଆମେ ଗୀତ କିମ୍ବା ଚଳଚ୍ଚିତ୍ର ଚଳଉ ଏହା ତାହାକୁ ସେଇଠି ରଖିବା(Pause) ଓ ସେଇଠୁ ଚଳେଇବା(Resume) ରେ ସାହାଯ୍ୟ କରେ।

ବଦଳ(Modified)[ସମ୍ପାଦନା]

Modifier କି ଗୁଡିକ ସ୍ଵତନ୍ତ୍ର "କି' ଯାହା ସାଧାରଣ କାମକୁ ବଦଳେଇଦିଏ।ଯେତେବେଳେ ଦୁଇଟା "କି" ଏକସଙ୍ଗେ ଦବାହୁଏ ଉଦାହରଣ ସ୍ୱରୂପ ମାଇକ୍ରୋସଫ୍ଟ ଉଇଣ୍ଡୋଜ ରେ ଯେତେବେଳେ <alt>+<F4> ଦବାହୁଏ କମ୍ପୁଟର ର ବର୍ତମାନ ଚାଲୁଥିବା ପ୍ରୋଗ୍ରାମ ବନ୍ଦ ହେଇଯାଏ।କିନ୍ତୁ ଖାଲି F4 ଚିପିଲେ କିଛି ହୁଏନି ,ତେଣୁ ଏହି "କି" ସହ ଅନ୍ୟ କିଛି ସ୍ଵତନ୍ତ୍ର "କି" ନଚିପିଲେ ଏହାର କୌଣସି କାମ ନଥାଏ।


Control,Shift,Alt "କି" Modifier "କି" ହିସାବ ରେ ସବୁଠୁ ବେଶୀ ବ୍ଯବହ୍ରୁତ ହୁଏ । AltGr କି କିଛି ଅତିରିକ୍ତ ପ୍ରତୀକ ଗୁଡିକୁ ଟାଇପ କରିବା ପାଇଁ ବ୍ୟବହୃତ ହୁଏ।Macintosh ଓ Apple କିବୋର୍ଡ ରେ Modifier କି କ୍ରମାନ୍ଵୟ ରେ Option କି ଓ Command କି ଭାବେ କାମ କରନ୍ତି। MIT କିବୋର୍ଡ ରେ Meta କି Modifier ହିସାବ ରେ ବ୍ୟବହାର ହୁଏ ଏବଂ ଉଇଣ୍ଡୋଜ ରେ Windows କି ଥାଏ।ଛୋଟ କିବୋର୍ଡ ରେ Fn କି ଥାଏ।


Enter/Return କି ଏକ ଆଦେଶ ଭାବେ କାମ କରେ।ସଫ୍ଟବେର ର ଭିନ୍ନ ଭିନ୍ନ କାମ ଲାଗି Enter କି ର ଆବଶ୍ୟକତା ପଡେ।ସାଧାରଣ ଭାବେ ଏକ ପୁରୁଣା ବେବପେଜ(Webpage) ରୁ ନୂଆ ବେବପେଜ କୁ ଯିବାପାଇଁ ଏହାର ଅବଶ୍ୟକତା ପଡେ।ଟାଇପିଙ୍ଗ ବେଳେ Enter କି ପାରା ଶେଷ ଓ ନୂଆ ପାରା ଆରମ୍ଭ ରେ ବ୍ଯବହ୍ରୁତ ହୁଏ।

ଦିଗସୂଚକ ଓ ଟାଇପ କରିବା ଶୈଳୀ(Navigation and Typing Modes)[ସମ୍ପାଦନା]

Navigation ବା ଦିଗସୂଚକ କି ରେ ଏମିତି ଅନେକ "କି" ରହିଥାଏ ଯାହା ସ୍କ୍ରିନ ରେ କର୍ସର(Cursor) ର ଅବସ୍ଥିତି କୁ ଦରକାର ଅନୁସାରେ ବଦଳେଇଥାଏ।ତୀର (Arrow) ଚିହ୍ନିତ "କି" ଗୁଡିକ ଦିଗ ଅନୁସାରେ କର୍ସର କୁ ଚଳେଇଥାନ୍ତି।Page Scroll "କି" ଯେପରିକି Page Up ଓ Page Down "କି" ପୃଷ୍ଠା କୁ ଉପରତଳ କରିଥାନ୍ତି।କର୍ସର କୁ ତାର ମୂଳ ଅବସ୍ଥିତି କୁ ଫେରାଇବା ପାଇଁ Home "କି" ବ୍ୟବହାର କରାଯାଏ ସେହିପରି କର୍ସର କୁ ସବା ଶେଷ ରେ ରଖିବା ପାଇଁ End "କି" ବ୍ୟବହାର କରାଯାଏ।Tab କି କର୍ସର କୁ ଏକ tab ଦୂରତା ଯାଏଁ ଘୁଞ୍ଚେଇଦିଏ।


Insert କି ବର୍ତମାନ ର ଲେଖା ଉପରେ ଆଉଥରେ ଲେଖିବା ପାଇଁ ବ୍ୟବହାର କରାଯାଏ ଏହା କଲାବେଳେ ଏହାର ପରବର୍ତୀ ଅକ୍ଷର ଗୁଡିକ ଗୋଟେ ଗୋଟେ ସ୍ଥାନ ଘୁଞ୍ଚିଯାନ୍ତି।Delete କି କର୍ସର ଡାହାଣ ପଟେ ଥିବା ଅକ୍ଷର ଗୁଡିକୁ ସଫା କରିଦିଏ।ବହୁତ ଗୁଡିଏ Notebook ରେ Backspace ଆଉ Delete ଗୋଟିଏ କାମ କରେ ଯେହେତୁ ଦୁଇଟି ଯାକ "କି" କୁ ଗୋଟିଏ ଜାଗା ରେ ରଖା ହେଇଥାଏ।Backspace କରସର ବାମପଟେ ଥିବା ଅକ୍ଷର କୁ ସଫା କରିଥାଏ।


Lock "କି" ଗୁଡିକ କିବୋର୍ଡ ର ବିଭିନ୍ନ ଅଂଶ କୁ ଅଦରକାରୀ ସମୟ ରେ ଅକାମୀ କରିଦେଇଥାଏ।ଏଥିରେ ସାଧାରଣତଃ LED ଖଞ୍ଜାଯାଇଥାଏ ଜଊଥିପାଇଁ କି ଜାଣିବାକୁ ସମ୍ଭବ ହେଇଥାଏ ଉକ୍ତ ଅଂଶ ଗୁଡିକ କାମ କରୁଛି ନା ନାଇଁ।Scroll Lock,Num Lock (ସଂଖ୍ୟା ର "କି" ର ବ୍ୟବହାର ଉଦ୍ଦେଶ୍ୟ ରେ) ଓ Caps Lock ଇତ୍ୟାଦି Lock 'କି" ର ଅଂଶ ବିଶେଷ।

ଯନ୍ତ୍ରଚାଳନକାରୀ ଆଦେଶ(System Commands)[ସମ୍ପାଦନା]

SysRq/PrtSc ଆଦେଶ ଗୋଟିଏ "କି" ରେ ରହିଥାଏ।SysRq ବହୁତ ଆଗରୁ ବ୍ଯବହ୍ରୁତ ହଉଥିଲା ଯନ୍ତ୍ର ରେ ହଉଥିବା ଦୁର୍ଘଟଣା(System Crash) ରୁ ବର୍ତିବା ପାଇଁ।PrtSc କି ସ୍କ୍ରିନ ର ଏକ ଛବି କୁ ଛପେଇଥାଏ କିନ୍ତୁ ବର୍ତମାନ ଏହାକୁ Screenshot କୁହାଯାଏ ଯାହାକୁ ବିଭିନ୍ନ ପ୍ରକଳ୍ପ ରେ ବ୍ୟବହାର କରାଯାଏ।Break/Pause କି ଆଉ ବହୁଳ ଭାବେ ବ୍ୟବହାର ହଉନି ଆଗରୁ ଏହା Teleprinter ରେ ବ୍ୟବହାର କରାଯାଉଥିଲା ଚାଲୁଥିବା କାର୍ଯ୍ୟ କୁ ତୁରନ୍ତ ସ୍ଥଗିତ ରଖିବା ପାଇଁ।ବର୍ତମାନ Break କି କୁ ଦୁଇଟି Login Session ଭିତରେ ବଦଳ କରିବା, ଚାଲୁଥିବା ପ୍ରୋଗ୍ରାମ କୁ ବନ୍ଦ କରିବା ଓ Modem Connection କୁ ରଖିବା।


DOS, Pascal, C ପ୍ରୋଗ୍ରାମିଂ ରେ Break କି ବହୁଳ ଭଲବେ ବ୍ୟବାହରେ ହେଇଥାଏ ଯେତେବେଳେ ପ୍ରୋଗ୍ରାମ ଟି ଆମେ ନଚାହୁଁ ଥିବା ଆଉଟପୁଟ ଦେଇଖେଇବା ପାଇଁ ପ୍ରସ୍ତୁତ ହୁଏ। Break କି ଦାବିଲେ ତାହା ଆଉଟପୁଟ ନଦେଖେଇ ମୂଳ ପ୍ରୋଗ୍ରାମ କୁ ଆସିଯାଏ। Linux ରେ ଏହି କାର୍ଯ୍ୟ କୁ Ctrl+C ମାରିକି ମଧ୍ୟ କରାଯାଏ।ଉଇଣ୍ଡୋଜ ରେ ଉଇଣ୍ଡୋଜ କି ସହ Break ମାରିଲେ System ପ୍ରପର୍ଟି ଦେଖେଇଥାଏ।


Escape (Esc) କି କିବୋର୍ଡ ର ଉପର ଧାଡି ର ବାମପଟେ ଥାଏ।ବର୍ତମାନ ଚାଲୁଥିବା ପ୍ରୋଗ୍ରାମ କୁ କିମ୍ବା ଯଦି କୌଣସି ଉଇଣ୍ଡୋ ଭୁଲ ବଶତଃ ଖୋଲିଯାଇଛି ତାକୁ Escape ଦ୍ଵାରା ବନ୍ଦ କରିପାରିବା।Escape ପାଇଁ ବ୍ୟବହାର କରାଯାଉଥିବା ଅନ୍ୟ ସବୁ ଶବ୍ଦ ଗୁଡିକ ହେଲା No, Quit, Cancel କିମ୍ବା Abort।


Escape କି ର ଅନ୍ୟକିଛି ବ୍ୟବହାର ହେଲା ଏହାକୁ ଆଜି କଲି Web Browswer ରେ Stop Bottom ଭାବେ ବ୍ୟବହାର କରାଯାଉଛି।ଉଇନ୍ଡୋଜ ରେ ଯେତେବେଳେ Start କି ନଥିଲା Ctrl+Esc ମାରିକି Start Menu ଅଣାହଉଥିଲା।


ଉଇନ୍ଡୋଜ କିବୋର୍ଡ ରେ Menu କି ଥାଏ।ସାଧାରଣ ଭାବେ ଆମେ ମାଉସ ର Right-Click କରିଲେ ଜଉ ତାଲିକା ପାଉ,ଏହି କି ଟିକୁ ଟିପିଲେ ସେଇ ତାଲିକା ପାଉ।ଏହି କି ଉପରେ ଏକ ତାଲିକା ସହ କର୍ସର ର ଚିତ୍ର ଥାଏ।ଉଇଣ୍ଡୋଜ କି ସହ ଏହି କି ଏକ ସଙ୍ଗେ ବାହାରିଥିଲା।ଯେତେବେଳେ ମାଉସ ର ଡାହାଣ ପାଟ କିମ୍ବା ସମ୍ପୂର୍ଣ ମାଉସ କରେନି ସେଟବେଳେ ଏହି କି କୁ ବ୍ୟବହାର କରାଯାଏ।କେତେବେଳେ ଏହି "କି" ବାହାରି ନଥିଲା ଏହାର ବଦଳ କି ଭାବରେ Shift+F10 ଦବାଯାଉଥିଲା।

ଅନ୍ୟାନ୍ୟ[ସମ୍ପାଦନା]

ଇଣ୍ଟରନେଟ କରିବା ପାଇଁ ଓ ଶବ୍ଦ ବଢେଇବା ପାଇଁ ସ୍ଵତନ୍ତ୍ର ବୋତାମ ଥିବା କିବୋର୍ଡ଼


ବହୁତ ଗୁଡିଏ କିବୋର୍ଡ ରେ ସଂଖ୍ୟା ର "କି" ଅକ୍ଷର "କି" ସମୂହ ର ଡାହାଣ ପଟେ ଦେଇଥାଏ।ଏହା ସଂଖ୍ୟା ସମେତ ସାଧାର ଗାଣିତିକ ପ୍ରତୀକ ବହନ କରିଥାଏ ଯେପରି ମିଶାଣ (+),ଫେଡାଣ (-),ଗୁଣନ (*),ହରଣ (/)।ଜାପାନୀ ଓ କୋରିୟ କିବୋର୍ଡ ଭାଷା ବଦଳ ପାଇଁ ସ୍ଵତନ୍ତ୍ର "କି" ଥାଏ।କିଛି କିବୋର୍ଡ ରେ ପ୍ରବନ୍ଧନ "କି" ଥାଏ (ଉ.ହ:Power କି ,Sleep କି ଓ Wake କି);ଇଣ୍ଟରନେଟ ଏପରି ଇମେଲ ଓ ମଲ୍ଟିମେଡ଼ିଆ ଯେପରି ଶବ୍ଦ ପରିଚାଳନା ଇତ୍ୟାଦି "କି" ମଧ୍ୟ ରହିଥାଏ।

ଏକାଧିକ ସଜାଣି[ସମ୍ପାଦନା]

ଗୋଟିଏ ଅପରେଟିଂ ସିଷ୍ଟମ ରେ ଅଲଗା ଅଲଗା ପ୍ରକାର ର କିବୋର୍ଡ କୁ ଇନଷ୍ଟଲ କରିହେବ ଓ ସେମାନଙ୍କ ଭିତରେ ବଦଳ ମଧ୍ୟ କରିହେବ।ଏହି ବଦଳ ଅପରେଟିଂ ସିଷ୍ଟମ ର କାର୍ଯ୍ୟ ପ୍ରଣାଳୀ କୁ ଉପଯୋଗ କରେ ହେଇପାରେ ଅଥବା ବାହାର ଉପଯୋଗ ଦ୍ଵାରା ହେଇପାରେ। Microsoft Windows[୮], Ubuntu[୯], Linux[୧୦], and Mac [୧୧]ଅପରେଟିଂ ସିଷ୍ଟମ ଗୁଡିକ କିବୋର୍ଡ ର ପ୍ରକାର କୁ ନିଜେ ନିଜେ ବାଛିବାର କ୍ଷମତା ପାଇଥାନ୍ତି କି କୌ କିବୋର୍ଡ ସେମାନଙ୍କ ପାଇଁ ଉପଯୁକ୍ତ ହବ।

ସଜାଣି ବଦଳକାରୀ ସଫ୍ଟବେର[ସମ୍ପାଦନା]

"କି" କୁ ଦାବିଲା ପରେ ବାହାରୁଥିବା ଅକ୍ଷର କୋଡ ଗୁଡିକୁ କିବୋର୍ଡ ଡ୍ରାଇଭର ସଫ୍ଟବେର ନିଶ୍ଚିତ କରିଥାଏ।"କି" କୁ ଚାପିଲେ ଏକ ସ୍କାନକୋଡ ତିଆରି ହୁଏ ଯାହାକୁ ଅଙ୍କାକ୍ଷରିକ ପ୍ରତୀକ ରୂପେ ଧରିନିଆଯାଏ।ଅପରେଟିଂ ସିଷ୍ଟମ କୁ ଭିତ୍ତି କରି ବହୁତ କିଛି ଉପଯୋଗୀତା ବାହାରିଛି ଯାହା କିବୋର୍ଡ ରେ ସଜାଣି କୁ ତିଆରି, ସେଥିରେ ମିଶେଇ ପାରିବ ଓ ସେମାନଙ୍କ ମଧ୍ୟ ରେ ବଦଳ କରିପାରିବ।ଆହୁରି କେତେକ ପ୍ରୋଗ୍ରାମ ରହିଛି ଯାହା କିଛି ଭାଷା ପାଇଁ ତିଆରିହେଇଛି।ଭାଷା ଭିତ୍ତିକ କିବୋର୍ଡ କୁ ଭିନ୍ନ ଢାଞ୍ଚା ରେ ତିଆରି କରାଯାଏ।ସେହି ଢାଞ୍ଚା କୁ ସମ୍ପାଦନ କରାଯାଇ ନୂଆ ଢାଞ୍ଚା ତିଆରି କରାଯାଇପାରେ।


ଉଦାହରଣ ସ୍ୱରୂପ ଇଉକେଲେଲେ ଯାହା ମାକ ରେ ବ୍ୟବହାର ହୁଏ, ସେଥିରେ ମାଇକ୍ରୋସଫ୍ଟ ରେ କିବୋର୍ଡ ଢାଞ୍ଚା [୧୨]କୁ ବଦଳାଯାଇପାରେ।ସମାନ ପ୍ରକାର ଅନ୍ୟ କିବୋର୍ଡ ହେଲା Avro କିବୋର୍ଡ ଯାହାକି Tavultesoft Keyman Developer [୧୩]ଦ୍ଵାରା ବାହାର କରାଯାଇଛି।ଅନ୍ୟ ଗୁଡିକ ହେଲା ଉଇଣ୍ଡୋଜ ପାଇଁ Microsoft Keyboard Layout Creator[୧୪], MountFocus Keyboard Designer[୧୫],Map Keyboard, KbdEdit, Key Customizer, Keyboard Remapper, Infine Keyboard Commander ଏବଂ ଲିନକ୍ସ ପାଇଁX Neural Switcher, Keyboard Layout Editor [୧୬] ଓ Keyboard Layout Creator[୧୭]

ଉଜ୍ଜ୍ୱଳୀକରଣ (Illumination)[ସମ୍ପାଦନା]

କିବୋର୍ଡ ବା କିପ୍ୟାଡ ଭିତରୁ ସୁସଜ୍ଜିତ ହେଇପାରେ ସ୍ଵତନ୍ତ୍ର ଭାବେ ମୋବାଇଲ ବ୍ୟବହାର ନିମନ୍ତ ବ୍ୟବହାର କରାଯାଉଥିବା ଜିନିଷ ସବୁ। ଅନ୍ଧାର ମଧ୍ୟ ରେ କିବୋର୍ଡ କୁ ବ୍ୟବହାର କରିବାପାଇଁ କେମିତି ସଜାଣି ହବ ଦରକାର ସେ ବ୍ୟବସ୍ଥା ମଧ୍ୟ କରାଯାଇଥାଏ।ଖେଳିବା ପାଇଁ ବ୍ୟବହାର କରାଯାଉଥିବା କି କିବୋର୍ଡ ରେ ଲାଇଟ ଥିବା କି ଥାଏ ଏହା ଖେଳାଳି ମାନଙ୍କୁ ଅନ୍ଧାରିଆ କୋଠରି ଭିତରେ କିବୋର୍ଡ ରେ ଆଦେଶ ଖୋଜିବା ରେ ସାହାଯ୍ୟ କରିଥାଏ।କିଛି କମ୍ପୁଟର ରେ କେବଳ ଫଙ୍କସନାଲ କି ରେ LED ଥାଏ ଯାହା ଇଉଜର ଙ୍କୁ ମନେପକେଇଦିଏ କି ସେହି "କି" ଦ୍ଵାରା ଆରମ୍ଭ କରାଯାଇଥିବା ଫଙ୍କସନ ଏବେ ବି ଚାଲୁଅଛି।

LED ଲାଇଟ ଥିବା କିବୋର୍ଡ ଯାହା ଅନ୍ଧାର ରେ ସାହାଯ୍ୟ କରେ

ପ୍ରଯୁକ୍ତି (Technology)[ସମ୍ପାଦନା]

"କି" ସୁଇଚ[ସମ୍ପାଦନା]

କି ବୋର୍ଡରେ ବ୍ୟବହୃତ ସୁଇଚ୍ ଗୁଡ଼ିକର ବିକାଶ ବିଷୟରେ ମଧ୍ୟ ଏକ ନିଆରା ଇତିହାସ ଅଛି। ୧୯୭୦ମସିହାର ପ୍ରାରମ୍ଭିକ କାଳରେ ଧାତବ ଫ୍ରେମ ଉପରେ ଅଲଗା ଅଲଗା ଛୋଟ ଗାତ କରି ସେଥିରେ କି ସୁଇଚ୍ ଗୁଡ଼ିକୁ ଖଞ୍ଜା ଯାଉଥିଲା। ଏ ଗୁଡ଼ିକର ଦାମ୍ ୮୦ରୁ ୧୨୦ ଆମେରିକୀୟ ଡ଼ଲାର ରହିଥିଲା। ଏ ଗୁଡ଼ିକ କମ୍ପ୍ୟୁଟର ଟର୍ମିନାଲ ବା ଡାଟା ଟର୍ମିନାଲ ଆଦି ଜାଗାରେ ବ୍ୟବହାର କରାଯାଉଥିଲା। ତେବେ ଏହାର ପରବର୍ତ୍ତୀକାଳରେ ବିକଶିତ ରିଡ ସୁଇଚ (ବାୟୁଶୂନ୍ୟ ଏକ ଆବଦ୍ଧ କାଚ କେପସୁଲ ଭିତରେ ଖଞ୍ଜା ଯାଇଥିବା ଚୁମ୍ବକୀୟ କି)ଗୁଡ଼ିକ ଲୋକ ପ୍ରିୟ ହୋଇ ପାରିଥିଲା। [୧୮] ଏହି କୌଶଳକୁ ଆଧାର କରି ସି.ପି. କ୍ଲାୟର କମ୍ପାନୀ ସାଧାରଣ ଉପକରଣପାଇଁ ମଧ୍ୟ ରିଡ୍ ସୁଇଚ୍ ବନେଇବା ଆରମ୍ଭ କରିଦେଲା। [୧୯] ଇଲିନୋଇସ୍, ସ୍ପୋକାନେ ୱାସିଂଟନର କି-ଟ୍ରୋନିକ କର୍ପୋରେସନ ଏକ ଅର୍ଧପରିବାହୀ ଭିତରେ ଚୁମ୍ବକୀୟ ଶକ୍ତି ପ୍ରବାହିତ କରି ବୈଦ୍ୟୁତିକ ଊର୍ଜ୍ଜା ସୃଷ୍ଟି କରି ପାରିଲେ ଓ ଏଇ କୌଶଳର ଆଧାରରେ ମାଇକ୍ରୋସୁଇଚରୁ ହଲ-ଇଫେକ୍ଟ ସୁଇଚ୍ ତିଆରି କଲେ। [୨୦] ଏହଛଡ଼ା ଏକ ଇଣ୍ଡକ୍ଟିଭ କୋର ସୁଇଚର ମଧ୍ୟ ନିର୍ମାଣ ହେଲା। [୨୧] ଯାହା ଇଲିନୋଇସ ଟୁଲ ୱାର୍କସ ଅନ୍ତର୍ଗତ ଥିଲା। ୧୦୦ ନିୟୁତ ଥର ଚାପ ସମ୍ଭାଳିବାର କ୍ଷମତା ଏଇ ସୁଇଚ ଗୁଡ଼ିକର ଅଛି ବୋଲି ନିର୍ଦ୍ଧାରଣ କରାଯାଇଥିଲା। ଏହି କି ଗୁଡ଼ିକର ଗତି ୦.୧୮୭ ଇଞ୍ଚ(୪.୭୫ ମି.ମି.) ଗଭୀରତା ଯାଏଁ ଥିଲା। ଏହା ସହିତ ତୁଳନା କଲେ ଜଣାପଡ଼େ ଆଜିର କି ବୋର୍ଡରେ ବ୍ୟବହୃତ କି ର ଗତି ୦.୧୧୦ ଇଞ୍ଚ(୨.୭୯ ମି.ମି.) ଗଭୀରତା ପର୍ଯ୍ୟନ୍ତ ହୋଇଥାଏ।

୧୯୭୦ର ମଧ୍ୟବର୍ତ୍ତୀ କାଳରେ କମ୍ ଦାମର ସିଧା-ସମ୍ପର୍କିତ କି ସୁଇଚ୍ ନିର୍ମାଣ କରାଗଲା। ତେବେ ଏହାର ଆୟୁ ତୁଳନାତ୍ମକ ଭାବେ କମ୍ ଥିଲା(ପାଖାପାଖି ୧୦ ନିୟୁତ ଥର)। ତଥାପି ବି ଏହା ଲୋକପ୍ରିୟ ହୋଇ ପାରିଥିଲା।

୧୯୭୮ରେ କି-ଟ୍ରୋନିକ କର୍ପୋରେସନ ପ୍ରତିଟି କି ପାଇଁ ଅଲଗା ଅଲଗା ସୁଇଚ ବଦଳରେ କ୍ୟାପାସିଟାନ୍ସ ଭିତ୍ତିରେ ଏକ ଅଭିନବ କି-ବୋର୍ଡ ନିର୍ମାଣ କଲେ , ଯେଉଁଥିରେ ସବୁଯାକ କି ଏକ ସ୍ପଞ୍ଜପ୍ୟାଡ ଉପରେ ରଖାଯାଉଥିଲା। ଏହି ସ୍ପଞ୍ଜ ପ୍ୟାଡର ଗୋଟିଏ ପାଖରେ ବିଦ୍ୟୁତ ସୁପରିବାହି ଧାତୁ ଝଳା ହୋଇଥିବା ପ୍ଲାଷ୍ଟିକ ଲଗାଯାଇଥିଲା। ଏହା ତଳେ, ପ୍ରତିଟି ‘କି’ର ଠିକ୍ ସାମନାରେ ଅର୍ଦ୍ଧଚନ୍ଦ୍ରାକାର ଆକୃତି ମୁଦ୍ରିତ ସର୍କିଟ ବୋର୍ଡ ରହିଥିଲା। କୌଣସି ବି କି ବା କୁଞ୍ଚିକୁ ଦବାଇଲେ ତାହାର ପ୍ରଭାବ ତଳେ ରହିଥିବା ସର୍କିଟ୍ ବୋର୍ଡ ଉପରେ ନିର୍ଦ୍ଦିଷ୍ଟ ଜାଗାରେ ପଡୁଥିଲା ଓ କ୍ୟାପାସିଟାନ୍ସ ସେଇ ଅନୁସାରେ ବଦଳୁଥିଲା, ଯାହାକୁ ଆଇ. ସି. (integrated circuits – IC) ମାଧ୍ୟମରେ ଚିହ୍ନିତ କରା ଯାଇ ପାରୁଥିଲା। ଏଇ କି-ବୋର୍ଡଗୁଡ଼ିକର ମୂଲ୍ୟ ୬୦ ଡଲାର ରହିଥିଲା ଓ କାଳକ୍ରମେ କି-ଟ୍ରୋନିକ ସର୍ବାଧିକ କି-ବୋର୍ଡ ନିର୍ମାତା ରୂପେ ଖ୍ୟାତି ଲାଭ କଲା।

ଇତି ମଧ୍ୟରେ ଆଇ.ବି.ଏମ୍.(IBM)ନିଜର ପ୍ୟାଟେଣ୍ଟ କୌଶଳ ଭିତ୍ତିରେ ନିଜସ୍ୱ କି-ବୋର୍ଡ ନିର୍ମାଣ ଆରମ୍ଭ କରିଦେଲା। ପୁରୁଣା ଆଇ.ବି.ଏମ୍. କି-ବୋର୍ଡର ସୁଇଚ ଗୁଡ଼ିକ ସ୍ପ୍ରିଂ ସାହାଯ୍ୟରେ ନିର୍ମାଣ କରାଯାଇଥିଲା। ବ୍ୟବହାରକାରୀର ଆଙ୍ଗୁଠି ଚାପରେ ସ୍ପ୍ରିଂ ଉପରେଥିବା କୁଞ୍ଚିଟି ଦବିଗଲେ କୁଞ୍ଚିତଳେ ଓ ମୂଖ୍ୟ ବୋର୍ଡ ଉପରେ ଥିବା ସୁପରିବାହୀ ପରଦାଦୁଇଟି ମିଳିତ ହେଉଥିଲେ ଓ ବୈଦ୍ୟୁତିକ ସର୍କିଟ ପରିପୂର୍ଣ୍ଣ ହେଉଥିଲା। ଏହା ଏକ ପ୍ରକାର କ୍ଲିକ୍ ଶବ୍ଦ ସୃଷ୍ଟି କରୁଥିଲା, ଯାହାକୁ ଶୁଣି କୁଞ୍ଚିଟି ଠିକ୍ ଭାବରେ ଚାପି ହୋଇଛି କି ନା, ଟାଇପିଷ୍ଟ ସହଜରେ ଜାଣି ପାରୁଥିଲା। [୨୨][୨୩]

ପ୍ରଥମ ଇଲେକ୍ଟ୍ରୋନିକ କି-ବୋର୍ଡର କୁଞ୍ଚିର ଚାପ ୦.୧୮୭ ଇଞ୍ଚ(୪.୭୫ ମି.ମି.) ଗଭୀରତା ପର୍ଯ୍ୟନ୍ତ ଥିଲା। କୁଞ୍ଚିର ଉଚ୍ଚତା ୧୨.୭ ମି.ମି. ଥିଲା ଓ କି-ବୋର୍ଡଟି ୫ ସେ.ମି. ମୋଟାଥିଲା। ସମୟକ୍ରମେ କୁଞ୍ଚିଚାପର ଗଭୀରତା ଆହୁରି କମ୍ ହେଲା (୦.୧୧୦ ଇଞ୍ଚ(୨.୭୯ ମି.ମି.) ଓ ବଜାରରେ ଏହାର ଚାହିଦା ବଢିଲା। ଯୋଗକୁ କି-ଟ୍ରୋନିକ୍ ଏମିତି ଏକ କି-ବୋର୍ଡ ତିଆରି କରିଥିଲା ଯାହା କେବଳ ଏକ ଇଞ୍ଚ ମୋଟା ଥିଲା। ଆଜିକାଲିତ ଅଧଇଞ୍ଚ ମୋଟାର କି-ବୋର୍ଡ ମାର୍କେଟରେ ମିଳୁଛି।

କି-ବୋର୍ଡର ଉପଯୋଗୀତାକୁ ଲକ୍ଷ୍ୟକଲେ କୁଞ୍ଚିର ଅଗ୍ରଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ କୁଞ୍ଚିଗୁଡିକର ଉପରିଭାଗ ସେ କାଳର ଟାଇପରାଇଟରର କି ପରି, ଥାଳିଭଳି ଚେପଟା ଥିଲା। ଆଉ ଏହି କୁଞ୍ଚି ଉପରେ ଲେଖାଯାଇଥିବା ଅକ୍ଷରଟିର ଆୟୁ ମଧ୍ୟ ସେହି ଅନୁପାତରେ ଅଧିକ ହେବା(ପାଖାପାଖି ଦଶ ନିୟୁତ ଥର)ର ଆବଶ୍ୟକତା ରହିଥିଲା। କାରଣ ଏହା ଉପରେ ହାତ ଆଙ୍ଗୁଳି, ନଖ, ତେଲ, କ୍ରିମ୍ ଲାଗି ଏହାର ସ୍ପଷ୍ଟତାକୁ କ୍ରମେ କ୍ରମେ ଅସ୍ପଷ୍ଟ କରିଦିଏ। ତେଣୁ କୁଞ୍ଚିର ଉପରିଭାଗକୁ ଖୋଦେଇକରି ସେଥିଲେ ରଙ୍ଗ ଭରି ପ୍ରଥମେ ଯେଉଁ କୁଞ୍ଚି ଗୁଡ଼ିକ ତିଆରି ହେଉଥିଲା, ତାକୁ ଲୋକେ ପସନ୍ଦ କଲେ ନାହିଁ, ଫଳରେ ମୋଲ୍ଡେଡ କି ସବୁ ତିଆରି ହେଲା। ଇଞ୍ଜେକ୍ସନ ମୋଲ୍ଡିଂ ନାମକ ପ୍ରଣାଳୀରେ କୁଞ୍ଚି ଓ ସେଥିଲେ ଲେଖାଥିବା ସଙ୍କେତ ବା ଅକ୍ଷରକୁ କ୍ରମାନ୍ୱୟରେ ମୋଲ୍ଡ କରାଯାଉଥିଲା। ଏହା ବ୍ୟୟବହୁଳ ହୋଇଥିବାରୁ ରଙ୍ଗ-ସବ୍ଲିମେସନ ପ୍ରିଣ୍ଟିଂ, ଲେଜର ଖୋଦେଇ ପରି ପ୍ରଣାଳୀ ବିକଶିତ ହେଲା। ଏହାଦ୍ୱାରା ପୁରା କି-ବୋର୍ଡକୁ ଏକା ସାଙ୍ଗରେ ମୁଦ୍ରିତ କରିବା ସମ୍ଭବପର ହୋଇ ପାରିଲା। ପ୍ରଥମେ ପ୍ରଥମେ ସବ୍ଲିମେସନ ପ୍ରିଣ୍ଟିଂ ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର କାଳିକୁ କୁଞ୍ଚିର ଉପରିଭାଗରେ ଉତ୍ତାପଦେଇ ଏମିତି ଭାବେ ମୁଦ୍ରିତ କରା ଯାଉଥିଲା ଯେ କାଳିର ଅଣୁ କୁଞ୍ଚିର ଅଣୁକୁ ଭେଦ କରି ଅଙ୍କିତ ହୋଇ ଯାଉଥିଲା। କିନ୍ତୁ ଏହା ଏତେଟା ଲୋକପ୍ରିୟ ହୋଇ ପାରିଲା ନାହିଁ କାରଣ ତେଲ ଲାଗିବାଦ୍ୱାରା ଏହି କାଳି ଚରି ଯାଉଥିଲା। ସେଥିପାଇଁ ପରବର୍ତ୍ତୀ କାଳରେ ଏହାକୁ ରୋକିବାପାଇଁ ମୁଦ୍ରଣ କରିସାରିଲା ପରେ କୁଞ୍ଚିର ଉପରିଭାଗରେ ଏକ ପ୍ରକାର ଆସ୍ତରଣ (କୋଟିଂ) ଦିଆଯାଉଥିଲା। ଏହି କୌଶଳ ଆଧାରରେ ଆଇ.ବି.ଏମ୍. ନିଜର କି-ବୋର୍ଡ ନିର୍ମାଣ ଆରମ୍ଭ କରିଦେଲା ଓ କୁଞ୍ଚିର ଅଗ୍ରଭାଗକୁ ଚେପଟା ନ କରି ସାମାନ୍ୟ ବକ୍ରାକାର (ଗହୀରିଆ) କରିଦେଲା। ଏହି ମୁଦ୍ରଣ ପ୍ରଣାଳୀର ସବୁଠାରୁ ବଡ ଦୁର୍ଗୁଣ ଥିଲା ଯେ ଏହା କେବଳ ଗାଢ଼ରଙ୍ଗର କାଳିକୁ ହାଲକା ରଙ୍ଗର କି-ବୋର୍ଡ ଉପରେ ମୁଦ୍ରଣ କରି ପାରୁଥିଲା ଓ ଏଥିପାଇଁ ବହୁତ ସମୟ ଲାଗୁଥିଲା। ଏହାପରେ ଆଇ.ବି.ଏମ୍. ପ୍ରତ୍ୟେକ କୁଞ୍ଚିର ଅଗ୍ରଭାଗପାଇଁ ସ୍ୱତନ୍ତ୍ର କୁଞ୍ଚି-ଟୋପି (keycap) ତିଆରି କଲା। ଏଥିପାଇଁ ବ୍ୟବହୃତ ପ୍ଲାଷ୍ଟିକ ସାଧାରଣ ଏ.ବି.ଏସ. କି-ବୋର୍ଡଠାରୁ ଭିନ୍ନ ଥିଲା।

ଅନ୍ତତଃ ଅଳ୍ପ ଦାମର (୧୦ ଡଲାରରୁ କମ୍) ଆଧୁନିକ କି-ବୋର୍ଡ ନିର୍ମାଣ ହେଲା। ଏହା ପଛରେ ତିନୋଟି ଯାନ୍ତ୍ରୀକ କୌଶଳର ପ୍ରମୁଖ ଅବଦାନ ରହିଛି:

  1. "ଏକକ ଢାଞ୍ଚା - ମୋନୋବ୍ଲକ" କି-ବୋର୍ଡର ପ୍ରାରୂପ, ଯେଉଁଠି ପ୍ରତିଟି କୁଞ୍ଚିପାଇଁ ଅଲଗା ଅଲଗା ଢାଞ୍ଚା ବଦଳରେ ଗୋଟିଏ "ମୋନୋବ୍ଲକ" ଢାଞ୍ଚାର ବ୍ୟବହାର କରାଗଲା। ମୋଲ୍ଡ଼ିଂ କୌଶଳଦ୍ୱାରା ଏହା ସମ୍ଭବ ହୋଇ ପାରିଲା।
  2. ମୋନୋବ୍ଲକ ତଳେ ସମ୍ପର୍କ ସୁଇଚ୍ ପରଦା (contact-switch membrane)ର ପ୍ରଚଳନ। ସୁଇଚର ତଳେ ଓ ମୋନୋବ୍ଲକର ଉପରେ ଥିବା ପରିବାହୀ ପରଦା ଭିତରେ ଏକ ଖାଲି ସ୍ଥାନ ରହିଲା, ଯେପରିକି କୁଞ୍ଚିଟିକୁ ଚାପିଲେ ହିଁ ଏକ ପ୍ରକାର ବୈଦ୍ୟୁତିକ ସମ୍ପର୍କ ସୃଷ୍ଟି ହେବ। ଏଇ ପରଦା ଗୁଡ଼ିକ ବହୁ ପରିମାଣରେ ‘ରିଲ୍ ରୁ ରିଲ୍’ ମୁଦ୍ରଣ କଳଦ୍ୱାରା ମୁଦ୍ରିତ କରାଗଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତିଟି କି-ବୋର୍ଡରେ ଖଣ୍ଡ ଖଣ୍ଡ କରି କାଟି ଲଗାଇ ଦିଆଗଲା।
  3. କୁଞ୍ଚିର ଅଗ୍ରଭାଗର ପ୍ୟାଡ ପ୍ରିଣ୍ଟିଂ ଯାହାକୁ ଟେମ୍ପୋ [୨୪] ବୋଲି କୁହାଯାଏ, ତାହା ସବୁଠାରୁ ଲୋକପ୍ରିୟ ଉପକରଣ ତିଆରି ସଂସ୍ଥାଥିଲା। ପ୍ରଥମେ ସବ୍ଲିମେସନ କାଳି ବ୍ୟବହାର କରାଯାଉଥିଲା (ଉପରେ ଦେଖନ୍ତୁ) କିନ୍ତୁ ଏହାକୁ ସୁରକ୍ଷା ଦେବାପାଇଁ ଅଧିକ ଦିନ ସ୍ଥାୟୀ ସ୍ୱଚ୍ଛ ଆବରଣ ଏବେ ଏହା ଉପରେ ମୁଦ୍ରିତ କରାଯାଉଛି। ଏହି ଆବରଣର ଆଉ ଏକ କାମ ହେଲା ଏହା ଉଜ୍ଜ୍ୱଳତାକୁ କମ କରିଦିଏ ଓ ଅନେକ ସ୍ଥାନରେ ଏହା ଏକ ଜୀବାଣୁ ନାଶକ ତତ୍ତ୍ୱଯୁକ୍ତ ହୋଇଥାଏ ଯାହା ବ୍ୟବହାରକାରୀପାଇଁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଉପଯୋଗୀ। [୨୫]

ଇଲେକ୍ଟ୍ରୋନିକ କି-ବୋର୍ଡ ନିର୍ମାଣରେ ପ୍ଲାଷ୍ଟିକ ଜିନିସର ଉପଯୋଗୀତା ବହୁତ ବେଶି। ମୋନୋବ୍ଲକ ଆସିବା ଆଗରୁ ଡର୍ଲିନ ନାମକ ବସ୍ତୁ (Polyoxymethylene plastic) କି-ବୋର୍ଡ ତିଆରି ପାଇଁ ବ୍ୟବହୃତ ହେଉଥିଲା, ଯାହା ଏହା ଉପରେ ବାରମ୍ବାର ପଡୁଥିବା ଚାପକୁ ସହ୍ୟ କରିବାକୁ ସକ୍ଷମ ଥିଲା। କି ସୁଇଚରେ ସ୍ପ୍ରିଂ ପ୍ରଭାବ ଉତ୍ପନ୍ନ କରିବାପାଇଁ ଗ୍ରୀଜ ପରି କୌଣସି ଜିନିସ ବ୍ୟବହାର କରିବା ଉପଯୁକ୍ତ ନୁହେଁ। କାରଣ ଏହା ଦ୍ୱାରା କି-ବୋର୍ଡ ସହଜରେ ମଇଳା ହୋଇଯାଏ ଓ ଉପରର ଲେଖା ଦିଶେନାହିଁ। ତେବେ ଏହି ସ୍ପ୍ରିଂ ପ୍ରଭାବକୁ ସୁଚାରୁରୂପେ ଚଲାଇବାପାଇଁ ଉପଲବ୍ଧ ଏକମାତ୍ର ଜିନିସ ଥିଲା ଡର୍ଲିନ। କିନ୍ତୁ ଏହା ଏତେ ନରମ ଯେ ଏହା କୁଞ୍ଚିର ଅଗ୍ରଭାଗରେ ବ୍ୟବହାର କରାଯାଇ ନ ପାରେ। ତେଣୁ ଅଗ୍ରଭାଗପାଇଁ ଏ.ବି.ଏସ୍. (Acrylonitrile butadiene styrene-ABS) ପ୍ଲାଷ୍ଟିକ ବ୍ୟବହାର କରା ଯାଉଥିଲା। କାଳକ୍ରମେ ପ୍ଲାଷ୍ଟିକ ମୋଲ୍ଡିଂ ବିକଶିତ ହେଲା ପରେ କୁଞ୍ଚି ଚାପର ଗଭୀରତା ୦.୧୮୭ ଇଞ୍ଚରୁ ୦.୧୧୦ ଇଞ୍ଚ କମ କରି ବି ସ୍ପ୍ରିଂ ପ୍ରଭାବକୁ ଆଗଭଳି ରଖିହେଲା ଓ ମୋନୋବ୍ଲକ କି ବୋର୍ଡ ତଥା ଭିନ୍ନ ଭିନ୍ନ ଏକକ-କୁଞ୍ଚ୍ୟାଗ୍ର ( single-part keytop/plungers)ର ପ୍ରଚଳନ ଏ.ବି.ଏସ୍. ପ୍ଲାଷ୍ଟିକଦ୍ୱାରା ସମ୍ଭବ ହୋଇ ପାରିଲା।

ନିୟନ୍ତ୍ରିତ ପରିଚାଳକ(Control Processor)[ସମ୍ପାଦନା]

କମ୍ପୁଟର ର କିବୋର୍ଡ ରେ ଏକ ସର୍କିଟ ଥାଏ ଯାହା "କି" ଚାପ କୁ ଏକ code ରେ ବଦଳାଏ ଯାହାକୁ କେବଳ କମ୍ପୁଟର ହି ବୁଝିଥାଏ।ଏହି କି ଗୁଡିକ ଏକ Electrical X-Y matrix ଆକାର ସହ ସଂଯୋଗ ହେଇଥାନ୍ତି ଯେଉଁତିରେ Y ଧାଡି ଦେଇ voltage ଯାଇଥାଏ ଏବଂ ଯେତେବେଳେ କି କୁ ଚିପିଥାଉ X ଧାଡି ଦ୍ଵାରା Scan ହୁଏ କି କଣ କାର୍ଯ୍ୟ କରାଗଲା!।


ପ୍ରଥମେ ୧୯୭୨ ବେଳେ କିବୋର୍ଡ ଯୁକ୍ତ Microprocessor ଆସିଲା।କିନ୍ତୁ ୧୯୭୮ ରେ କମ୍ପୁଟର କିବୋର୍ଡ ରେ ୮୦୪୮ Microcontroller ଲାଗିଲା। ଯେତେବଳେ କିବୋର୍ଡ ଦ୍ଵାରା ଆମେ କିଛି ଟାଇପ କରୁ ବା ଆଦେଶ ଦେଇ ପ୍ରଥମେ ଏହା code ରେ ପରିଣତ ହୁଏ ,ଏହି code ଗୁଡିକ ତାର ଦ୍ଵାରା Motherboard କୁ ଯାଏ ।କିବୋର୍ଡ ର cable ରେ ତଥ୍ୟ ଆଦାନ ପ୍ରଦାନ ଉଭୟ ଦିଗକୁ ହେଇଥାଏ କାରଣ ଏହାଯୋଗୁ ଆମେ ଜାଣିପାରୁ କି " caps lock", "num lock" ଓ "scroll lock" ର light ଗୁଡିକ କାମକରୁଛି ନା ନାହିଁ।

ସଂଯୋଗ ପ୍ରକାର(Connection Types)[ସମ୍ପାଦନା]

କିବୋର୍ଡ କୁ ସିଷ୍ଟମ ସହ ସଂଯୋଗ କରିବା ପାଇଁ ଅନେକ ଗୁଡିଏ ବାଟ ଥାଏ।କିବୋର୍ଡ କୁ ଆଜିକାଲି ତାର (Cable) ଦ୍ଵାରା କିମ୍ବା ବେତାର ମାଧ୍ୟମ ରେ ସଂଯୋଗ କରାଯାଇପାରୁଅଛି।ତାର ଥିବା କିବୋର୍ଡ କୁ ମଦରବୋର୍ଡ ର Standard AT Connector ସହ ଯୋଗ କରାଯାଏ।AT Connector ବଦଳ ରେ PS/2 କିମ୍ବା USB ଦ୍ଵାରା ମଧ୍ୟ ସଂଯୋଗ କରାଯାଇପାରିବ।Apple କିବୋର୍ଡ କୁ ଲଗେଇବା ପାଇଁ Apple Desktop Bus ବ୍ୟବହାର କରିଥାଏ ଯାହାକୁ ସିଷ୍ଟମ ର iMac line ବୋଲି କୁହାଯାଇଥାଏ।


ବେତାର ମାଧ୍ୟମ ଆଜିକାଲି ବହୁତ ପ୍ରସିଦ୍ଧ କାରଣ ଏହା ଇଉଜର ର ସ୍ଵାଧୀନତା କୁ ବଢେଇ ଥାଏ।ବେତାର କିବୋର୍ଡ RF ମାନକ ବ୍ୟବହାର କରିଥାଏ ଯାହାକୁ Bluetooth କହନ୍ତି।କମ୍ପୁଟର ରେ ଥିବା Transreciever Bluetooth ର ସଙ୍କେତ କୁ ଧରିଥାଏ ଓ ସଂଯୋଗ କରିବାରେ ସାହାଜ୍ଯ କରିଥାଏ।କିନ୍ତୁ ବେତାର କିବୋର୍ଡ ପାଇଁ ବ୍ଯାଟେରି ର ଦରକାର ପଡିଥାଏ ଓ ଏହାର ସୁରକ୍ଷା ଜନିତ ସମସ୍ଯା ମଧ୍ୟ ରହିଥାଏ। ବେତାର ସଙ୍କେତ (Signal) ହାକର(Hacker) ମାନେ ଚୋରେଇନେଇ କଣ ସିଷ୍ଟମ ର ତଥ୍ୟ ସବୁ ଚୋରେଇନେଇପାରନ୍ତି। ସୌର କିବୋର୍ଡ ର battery ସୂର୍ଯ୍ୟ ର ରଶ୍ମୀ ଦ୍ଵାରା କିମ୍ବା ସାଧାରଣ ଆଲୋକ ଦ୍ଵାରା ଚାର୍ଜ ହେଇଥାଏ।Olivetti Envision ସୌର କିବୋର୍ଡ ର ଏକ ଉଦାହରଣ।

ବିକଳ୍ପ ତଥ୍ୟ ଭର୍ତି କାର୍ଯାବଳି[ସମ୍ପାଦନା]

ଏକ ଅନ-ସ୍କ୍ରୀନ କିବୋର୍ଡ ଯାହା ମାଉସ ଦ୍ଵାରା ପରିଚାଳିତ

Optical character recognition (OCR) କୁ rekeying ପାଇଁ ଆଧାର କରାଯାଇଥାଏ ଯାହାକି ଆଗରୁ ଲେଖାଯାଇଥିବା ତଥ୍ୟ କୁ ପୁନର୍ଲିଖିତ କରିଥାଏ କିନ୍ତୁ ଏହା ଜନ୍ତ୍ର ବୁଝିଲା ଭଳିଆ ଭାଷା (Machine Readable Format) ରେ ନଥାଏ। ଅନ୍ୟଭାଷା ରେ ଆମେ ଯଦି ଗୋଟେ ଛବି(Image) କୁ ଲେଖା(Text) ରେ ବଦଳ(Convert) କରିଥାଉ ଯାହା ଆଉଟପୁଟ ବାହାରେ (ସାଧାରଣତଃ ଏହା ଏକ ସଂଖ୍ୟାକ୍ଷରିକ କୋଡ ର ଧାଡି(String)) ଥାଏ) ତାହାକୁ ଜଣେ ଆଉଥରେ ଟାଇପ କରିପାରେ କିନ୍ତୁ କମ୍ପୁଟର ତାକୁ ନିଜେ ବଦଳ କରିଦିଏ।OCR ପ୍ରଯୁକ୍ତି ବିଦ୍ୟା ଆଜି ଏକ ଉଚ୍ଚ ସ୍ଥାନ ରେ ପହଞ୍ଚିଗଲାଣି (ଉଦାହରଣ : ଗୁଗଲ ବହି ଖୋଜା) ଆଉ ଭବିଷ୍ୟତ ପାଇଁ ଅନେକ ଆଶା ର ସଂଚାର କରେ। କଥା ର ଶବ୍ଦ କୁ ଧରିବା ପ୍ରଣାଳୀ (Speech Recognition) ଯାହା କଥାକୁ ଯନ୍ତ୍ର ପଢିଲା ଭଳିଆ ଭାଷା କୁ ବଦଳେଇଥାଏ।ଏହି ପ୍ରଯୁକ୍ତି ମଧ୍ୟ ଅନେକ ଆଗକୁ ଆସିଗଲାଣି ଯାହାକୁ ଚିକିତ୍ସା ଓ ବୈଧତା ନିରୀକ୍ଷଣ ,ସମ୍ବାଦିକତା ତଥା ରଚନା ଓ ଗ୍ରନ୍ଥ ଲିଖନ ରେ ବ୍ଯବହ୍ରୁତ ହୁଏ।କିବୋର୍ଡ ରେ ବହୁତ କିଛି କାମ ଶୀଘ୍ର ଶୀଘ୍ର କରିହୁଏନି।ଏଥିପାଇଁ ଏକ ପୋଏଣ୍ଟିଙ୍ଗ ଡିଭାଇସ ଥାଏ ଯାହା ଲେଖା କୌଠୁ ଆରମ୍ଭ କରିବା,କଉଠି ଲେଖିବା,କେମିତି ଲେଖିବା ଏସବୁ କାମ ନିମିଷକ ମଧ୍ୟ ରେ କରିଥାଏ।ସାଧାରତଃ ଏହାକୁ ମାଉସ ରୂପେ ବ୍ୟବହାର କରାଯାଏ କିନ୍ତୁ ଏହାର ଅନ୍ୟ ଅନ୍ୟ ରୂପ ବାହାରିଲାଣିଯଥା ଗ୍ରାଫିଟି (Graffiti),ଡାଶର(Dasher) ଓ ଅନ-ସ୍କ୍ରୀନ ଭର୍ଚୁଆଲ କିବୋର୍ଡ।

ଅନ୍ୟାନ୍ୟ ଜାଣିବା କଥା[ସମ୍ପାଦନା]

କିଷ୍ଟ୍ରୋକ ଲଗିଂ[ସମ୍ପାଦନା]

କିଷ୍ଟ୍ରୋକ ଲଗିଂ ଇଉଜର ର କିଷ୍ଟ୍ରୋକ ବା "କି" ଦବେଇବା ର ପ୍ରଣାଳୀ କୁ ରେକର୍ଡ କରି ରଖିଥାଏ।ଯେତେବେଳେକି ଏହା କର୍ମଚାରୀ ମାନଙ୍କର କାର୍ଯ୍ୟଦକ୍ଷତା ମାପିବାରେ ତଥା ବେଆଇନ କାର୍ଯ୍ୟକଳାପ କୁ ଧରିବାରେ ସହାୟକ ହେଇଥାଏ , ଏହାକୁ ମଧ୍ୟ ସଫ୍ଟବେର ଆକ୍ରମଣକାରୀ(Hacker) ବିଭିନ୍ନ ବେଆଇନ କାର୍ଯ୍ୟ ରେ ବ୍ୟବହାର କରନ୍ତି। ହାକର ମାନେ କିଲଗର କୁ ପାସଉଆର୍ଡ ବା ଲୁଛାଯାଇଥିବା(Encryption) କି କୁ ଅନ୍ୟ ସୁରକ୍ଷା ମାପ ଦ୍ଵାରା ବାଇ-ପାସ କରାଇ ପାଇଯାଇଥାନ୍ତି।

ହାର୍ଡବେର ଓ ସଫ୍ଟବେର ର ତଥ୍ୟ ଦ୍ଵାରା କିଷ୍ଟ୍ରୋକ ଲଗିଂ କୁ ହାସଲ କରାଯାଇପାରିବ।ହାର୍ଡବେର କିଲଗର କିବୋର୍ଡ ତାର ସହ ଲାଗିକି ଥାଏ କିଂବା କିବୋର୍ଡ ଭିତରେ ଇନଷ୍ଟାଲ ହେଇକାରୀ ଥାଏ।ସଫ୍ଟବେର କିଲଗର କମ୍ପୁଟର ର ଅପରେଟିଂ ସିଷ୍ଟମ ରେ କାର୍ଯ୍ୟ କରିଥାଏ ଓ ହାର୍ଡବେର ଉପରେ ଅନଧିକାର ଅଧିକାର କରିଥାଏ,କିବୋର୍ଡ କାର୍ଯ୍ୟଶୈଳୀ ଉପରେ ପ୍ରଭାବ ପକେଇଥାଏ କିମ୍ବା ବାହାରୁ ରେକର୍ଡେଡ ତଥ୍ୟ କୁ ଅନ୍ୟତ୍ର ସ୍ଥାନାନ୍ତର କରିଦିଏ ଯଉଠି ତଥ୍ୟ କୁ ନଯିବା କଥା।ଯେହେତୁ ତଥ୍ୟ ଗୁଡିକ ପାକେଟ ରୂପେ ଯିବା ଆସିବା କରେ ହାକର ମାନେ କିଲଗର ବ୍ୟବହାର କରି ବାଟରୁ ପାକେଟ କୁ ଚୋରୀ କରିନିଅନ୍ତି ବେତାର ମାଧ୍ୟମ କୁ ମାଧ୍ୟମ କରି।

ଆଣ୍ଟି-ସ୍ପାଇଓୟାର ଦ୍ଵାରା ଅନେକ କିଲଗର କି ଧରାଯାଇଥାଏ ଓ ତାଙ୍କୁ ହଟାଇ ମଧ୍ୟ ଦିଆଯାଇଥାଏ।ସଫ୍ଟବେର ର କ୍ରେତା ମାନେ ଆଣ୍ଟି-ସ୍ପାଇଓୟାର ଦ୍ଵାରା ଧରିବା କାର୍ଯ୍ୟ କୁ ସମର୍ଥନ କରନ୍ତି ସଫ୍ଟବେର ର ଅପବ୍ଯବହାର କୁ ରୋକିବା ପାଇଁ।ଫାୟାରୱାଲ (Firewall) କୁ ଚାଲୁକରିବା ଦ୍ଵାରା କିଲଗର କୁ ବନ୍ଦ କରିହୁଏନି କିନ୍ତୁ ରୋକିହୁଏ ଯଦି ଏହାକୁ ସଠିକ ଭାବେ ତିଆରିକରାଯାଇଥାଏ।ନେଟୱର୍କ ମନିଟର ଇଉଜର କୁ ସତର୍କ କରେଇଦିଏ ଯଦି ନେଟୱର୍କ ଉପରେ କିଛି ବାହାରୁ ଆକ୍ରମଣ କରେ।ଏହା ଇଉଜର କୁ କିଲଗର କୁ ବନ୍ଦ କରିବା ପାଇଁ ଏକ ସୁଯୋଗ ଦେଇଥାଏ।ସ୍ୱୟଂଚାଳିତ ପ୍ରୋଗ୍ରାମ କିବୋର୍ଡ କୁ ବ୍ୟବହାର କରି କିଲଗର କୁ ରୋକିପାରେନାହିଁ।ଅନେକ କିଲଗର କୁ ତଥ୍ୟ କୁ ଅଲଗା କ୍ରମ ରେ ଅସଜଡା ଭାବରେ ଲେଖିକି ବୋକା କରାଯାଇପାରିବ।

ବେତାର କିଷ୍ଟ୍ରୋକ ଲଗିଂ[ସମ୍ପାଦନା]

ଯାହାକୁ ରିମୋଟ କିଲଗିଂ ବା ବେତାର(ଓୟାରଲେସ) କିଲଗିଂ ମଧ୍ୟ କୁହାଯାଏ।


ଏକ ସର୍ବେକ୍ଷଣ "“Compromising Electromagnetic Emanations of Wired Keyboard” ରେ ବୁଆଗନୌକ୍ସ ଓ ପାଶିନୀ ପ୍ରମାଣ ଦେଲେ ଯେ କିବୋର୍ଡ ରୁ ବିଦ୍ୟୁତ-ଚୁମ୍ବକୀୟ ବିକିରଣ (ଇଲେକଟ୍ରୋ-ମାଗନେଟିକ Emanations) ହୁଏ।କିନ୍ତୁ ସେ ତାଙ୍କ ସର୍ବେକ୍ଷଣ ରେ ଯେଉଁ ୪ ଟି ପ୍ରଣାଳୀ ବିକିରଣ କୁ ରୋକିବା ପାଇଁ ଦେଇଛନ୍ତି ତାହା ଯଥେଷ୍ଟ ନୁହେଁ।ସେ ଏହା ମଧ୍ୟ ଦର୍ଶାଇଛନ୍ତି ରେ ଏହି ବିକିରଣ କୁ ସ୍ଵତନ୍ତ୍ର ଭାବେ ଶସ୍ତା କିବୋର୍ଡ ତଥା ଏହାର ଯନ୍ତ୍ରାଂଶ ଦ୍ଵାରା କେବଳ ଗୋଟିଏ କକ୍ଷ କୁ ସୀମିତ ନହେଇ ପୁରା କାର୍ଯାଳୟ ରେ ରୋକାଯାଇପାରିବ। ଏହି ଇଲେକଟ୍ରୋ-ମାଗନେଟିକ ବିକିରଣ ର ଆକ୍ରମଣ ସୁରକ୍ଷା ଉପରେ ବିପଦ ସୃଷ୍ଟି କରେ। PS/୨,USB, ଲାପଟପ ଓ ବେତାର ମାଧ୍ୟମ ରେ ଅସୁବିଧା ହବା ସ୍ଵାଭାବିକ।ଆହୁରିମଧ୍ୟ ଏହି ଆକ୍ରମଣ କି ବନ୍ଦକରିବା ପାଇଁ କିଛି ସଫ୍ଟବେର ପ୍ୟାଚ ମଧ୍ୟ ନଥାଏ।ସୁରକ୍ଷା ପାଇଁ ହାର୍ଡବେର କୁ ବଦଲାଯାଇପାରିବ।ମୂଲ୍ୟ ର ପ୍ରଭାବ ତଥା ଜ୍ଞାନ ର ଅଭାବ ଯୋଗୁଁ କିବୋର୍ଡ କୁ ଯାନ୍ତ୍ରିକ ସୁରକ୍ଷା ଦିଆଯାଇପାରୁନାହିଁ।

ଶାରୀରିକ ସମସ୍ୟା[ସମ୍ପାଦନା]

କମ୍ପ୍ୟୁଟର ଆଗରେ ବସିବାର ତଥା କିବୋର୍ଡ଼ ଧରିବାର ଉଚିତ ପ୍ରଣାଳୀ ଯାହାକି ମେରୁଦଣ୍ଡ ସମସ୍ୟାରୁ ମୁକ୍ତିଦିଏ.[୨୬]

କିବୋର୍ଡ ଦ୍ଵାରା ଶରୀରର ଅନେକ ଅଙ୍ଗରେ ପୀଡ଼ା କିମ୍ବା ଗମ୍ଭୀର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥାଏ। ମୁଖ୍ୟତଃ ହାତ,କଚଟି,କାନ୍ଧ,ବାହୁ,ବେକ ଓ ପିଠି ଆଦିରେ ସମସ୍ୟା ଦେଖାଯାଏ। ଏହି ସବୁ କ୍ଷତିରୁ ରକ୍ଷା ପାଇବାପାଇଁ ହେଲେ ମଝିରେ ମଝିରେ ପ୍ରତିଘଣ୍ଟାରେ ଥରେ ଟାଇପିଙ୍ଗରୁ ବିରତି ନେବା ଉଚିତ। ଇଉଜର ନିଜ କାର୍ଯ୍ୟକୁ ଏମିତି କରିବା ଦରକାର ଯେପରି ନିଜ ହାତ ଆଉ କାନ୍ଧ ଉପରେ ବେଶି ଚାପ ନ ପଡେ। ଯେତେବେଳେ କିବୋର୍ଡ ବ୍ୟବହାର କରାଯାଉଛି ଇଉଜର ନିଜ କାନ୍ଧକୁ ଆରମ ଓ କହୁଣିକି ଏକ ସାହାରା ଦେବାର ଅଛି। କିବୋର୍ଡ ଓ ମାଉସ ଏପରି ଜାଗାରେ ରହୁଥିବ ଯେପରି ହାତ ସେଠି ସହଜରେ ପହଞ୍ଚିପାରୁଥିବ। କଚଟିକୁ ମେଜର ଧାରୁଆ ଧାରା ଆରାମ କରିବାକୁ ଦିଅନ୍ତୁ ନାହି। କଚଟି ଓ ପାପୁଲିକୁ ଟାଇପିଙ୍ଗ କଲା ବେଳେ ସାହାରା ଦିଅନ୍ତୁ ନାହିଁ। କିନ୍ତୁ ଏଭଳି ବହୁତ କିବୋର୍ଡ ବାହାରିଲାଣି ଯାହା ଏପରି ସମସ୍ୟାକୁ କମ କରିବାରେ ସାହାଯ୍ୟ କରେ।

ସ୍ୱାସ୍ଥ୍ୟ ପ୍ରତି ସତର୍କତା[ସମ୍ପାଦନା]

ଏକ ବଢୁଥିବା ଶରୀର ର ସର୍ବେକ୍ଷଣ କିବୋର୍ଡ କୁ ଅନେକ ଅସୁସ୍ଥତା ର କାରଣ କହେ।କିଛି କିବୋର୍ଡ ରୁ ବାହାରୁଥିବା ଜୀବାଣୁ ପାଇଖାନା ର ଜୀବାଣୁ ଠାରୁ ୫ ଗୁଣ ଅଧିକ ଥାଏ। ଡାକ୍ତର ଆରୋନ ଗ୍ଲାଟ Infectious Disease Society of America ର ପ୍ରବକ୍ତା ମନେପକେଇଥିଲେ କି ସୂର୍ଯ୍ୟ ର ଉତ୍ତାପ ଯେଉଁଠି ପହଞ୍ଚିପାରେନି ତାହା ଏକ ସମତଳ ନୁହେଁ।ତେଣୁ ଟାଇପ କରିସାରିକି ହାତ ଧୋଇବା ଆଉ କିବୋର୍ଡ ଆଉ କାହା ସହ ନବାଣ୍ଟିଲେ କିଛି ପରିମାଣ ରେ କ୍ଷତିକାରକ ଜୀବାଣୁ ଠାରୁ ରକ୍ଷା ପାଇପାରିବା ଓ ଅପେକ୍ଷାକୃତ ସୁସ୍ଥ ରହିପାରିବା।

ଆଧାର[ସମ୍ପାଦନା]

  1. "Standard Keyboard Layouts". http://www.pcguide.com/ref/kb/layout/std.htm. 
  2. "USB Computer Keyboards". Fentek-ind.com. http://www.fentek-ind.com/usb.htm. Retrieved 2012-03-28. 
  3. "Air Touch Flexible Keyboard Reviews". OCIA.net. http://www.ocia.net/reviews/atkeyboard/page1.shtml. Retrieved 2012-03-28. 
  4. The default keyboard layout changes when you use Remote Desktop Connection to connect to a Windows XP-based computer (Microsoft)
  5. Mac OS X: Changing or resetting an account password (Apple)
  6. MEPIS 8.5 user's manual (MEPISlovers.org)
  7. An introduction to Linux Mint 8 – Main Edition (Helena) (Liberian Geek )
  8. "Use a keyboard layout for a specific language". http://office.microsoft.com/en-us/onenote-help/use-a-keyboard-layout-for-a-specific-language-HP003084567.aspx. Retrieved 2010-10-07. 
  9. "How to Change Keyboard Layout in Ubuntu". http://www.wikihow.com/Change-Keyboard-Layout-in-Ubuntu. Retrieved 2010-10-07. 
  10. "Changing The Language & Keyboard Layout On Various Distributions". http://www.howtoforge.com/changing-language-and-keyboard-layout-on-various-linux-distributions. Retrieved 2010-10-07. 
  11. "Change the default keyboard layout". http://hints.macworld.com/article.php?story=20060601175751872. Retrieved 2010-10-07. 
  12. "The Microsoft Keyboard Layout Creator". http://msdn.microsoft.com/en-us/goglobal/bb964665.aspx. Retrieved 2010-10-07. 
  13. Durdin, Marc. "Tavultesoft Keyman Developer". http://www.tavultesoft.com/keymandev/. Retrieved 2010-12-14. 
  14. "The Microsoft Keyboard Layout Creator". http://msdn.microsoft.com/en-us/goglobal/bb964665.aspx. Retrieved 2010-10-19. 
  15. "MountFocus Keyboard Designer 3.2". http://mountfocus-keyboard-designer.mountfocus-information-systems.qarchive.org/. Retrieved 2010-10-19. 
  16. "Keyboard Layout Editor". http://code.google.com/p/keyboardlayouteditor/. Retrieved 2010-12-14. 
  17. Patel, Ankit. "Keyboard Layout Creator". http://www.mail-archive.com/gnome-devel-list@gnome.org/msg00509.html. Retrieved 2010-12-14. 
  18. "Clare Pendar switches from". Visualux. http://www.visualux.com/visualux2/clarependar.htm. Retrieved 2012-03-28. 
  19. "Clare Home". Clare.com. http://www.clare.com/. Retrieved 2012-03-28. 
  20. Content.honeywell.com[dead link]
  21. "Rugged Keyboards for military, industrial and extreme applications". Cortroninc.com. http://www.cortroninc.com/. Retrieved 2012-03-28. 
  22. A Passion for the Keys: Particular About What You Type On? Relax – You're Not Alone. LOOSE WIRE, By JEREMY WAGSTAFF, Wall Street Journal, November 23, 2007
  23. Dan's Data Review: IBM 42H1292 and 1391401 keyboards, Review date: 15 August 1999, updated 13-Nov-2007
  24. "Pad printing, Green Pad printing & screen printing". Tampo. http://www.tampo.co.uk/. Retrieved 2012-03-28. 
  25. UV-cured keyboard coating[dead link]
  26. Berkeley Lab. Integrated Safety Management: Ergonomics. Website. Retrieved 9 July 2008.

ଅଧିକ ତଥ୍ୟ[ସମ୍ପାଦନା]