କିମୋନୋ

ଉଇକିପିଡ଼ିଆ‌ରୁ
କିମୋନୋ

କିମୋନୋ ଏକ ପାରମ୍ପରିକ ଜାପାନିଜ ପରିଧାନ । "କିମୋନୋ" ଶବ୍ଦଟିର ଅର୍ଥ ହେଲା "ପିନ୍ଧିବା ନିମନ୍ତେ ବସ୍ତୁ" ("କି":ପିନ୍ଧିବା, "ମୋନୋ":ବସ୍ତୁ) । ବ୍ୟଭାର କ୍ରମେ ଏହି ଲମ୍ବା ବସ୍ତ୍ରଗୁଡ଼ିକୁ କିମୋନୋ କୁହାଯାଏ । ଜାପାନ ଦେଶରେ ସମସ୍ତ ଉତ୍ସବ ଓ ଔପଚାରିକ ଅବସରରେ କିମୋନୋ ପିନ୍ଧିବା ପରମ୍ପରା ଆଜିଯାଏଁ ରହିଛି । କିମୋନୋକୁ ଦେହ ଚାରିଆଡ଼େ ପିନ୍ଧିଲା ବେଳେ ସାଧାରାଣତଃ ବାଁ'ପଟକୁ ଡାହାଣ ଉପରେ ରଖାଯାଏ, କିନ୍ତୁ ଅନ୍ତିମ କ୍ରିୟା ଇତ୍ୟାଦି କଲାବେଳେ ତାହାର ବିପରୀତ କରାଯାଏ । ପୁଣି ତାହାକୁ ଭିଡ଼ି ଧରିବା ପାଇଁ "ଓବି" ନାମକ କମରପଟିକୁ ପଛରୁ ବନ୍ଧାଯାଏ । କିମୋନୋ ପିନ୍ଧିଲାବେଳେ ତା'ସହ ପାରମ୍ପରିକ ପାଣ୍ଢୋଇ ("ଜୋରି" ବା "ଗେଟା") ଆଉ ସକ୍ସ("ଟାବି") ପିନ୍ଧାଯାଏ । ଆଜିକାଲି ଜାପାନିଜ ନାରୀମାନେ କିମୋନୋ ପର୍ବପର୍ବାଣିରେ ହିଁ ପିନ୍ଧନ୍ତି । ଅବିବାହିତା ଯୁବତୀମାନେ "ଫୁରିସୋଡ଼େ" ନାମକ ବିଶେଷ କିମୋନୋ ପିନ୍ଧନ୍ତି । କେତେକ ବୃଦ୍ଧ ଓ ବୃଦ୍ଧାମାନେ ନିତିଦିନ କିମୋନୋ ପିନ୍ଧିବାର ମଧ୍ୟ ଦେଖାଯାଏ । ପୁରୁଷମାନେ ବିଭାଘର, ଜାପାନିଜ ଚାହା'ସମାରୋହ ଓ ଅନ୍ୟ ଔପଚାରିକ ସଂସ୍ଥାନରେ ହିଁ କିମୋନୋ ପିନ୍ଧନ୍ତି ।ବୃତ୍ତକ ସୁମୋ ମଲ୍ଲମାନେ ମଧ୍ୟ ସର୍ବସାଧାରଣଙ୍କ ସମ୍ମୁଖେ ଏହି କିମୋନୋ ପରିଧାନ କରନ୍ତି ।

ଇତିହାସ[ସମ୍ପାଦନା]

ପରବର୍ତ୍ତୀ କାଳରେ ଆରାମ ଯୋଗୁଁ କିମୋନୋ ଥାନରେ ଲୋକେ ପଶ୍ଚିମୀ ବସନ ଓ ୟୁକାଟା ପିନ୍ଧିବା ଆରମ୍ଭ କରିଥିଲେ । କୌତୂହଳର କଥା ଯେ ୧୯୨୩ର କାଣ୍ଟୋ ମହାଭୂକମ୍ପ ପରେ କିମୋନୋ ପିନ୍ଧୁଥିବା ଲୋକମାନେ ସହଜରେ ଚୋରମାନଙ୍କ ହାବୁଡ଼ରେ ପଡ଼ୁଥିଲେ । ଏହାର କାରଣ ଥିଲା ଯେ କିମୋନୋ ପିନ୍ଧି ଦୌଡ଼ିବା କଦାପି ସହଜ ନୁହେଁ ।  ୨୦୧୪ରେ କିମୋନୋ ଭଳିଆ ନାରୀ ବସ୍ତ୍ରଗୁଡ଼ିକ ପଶ୍ଚିମୀ ଜଗତରେ ପ୍ରସିଦ୍ଧ ହେବା ଦେଖାଯାଇଥିଲା । ଏହା କାଡ଼ିଗାଣ ସଙ୍ଗେ ସାମଞ୍ଜସ୍ଯ ରଖିଛି । 

କିମୋନୋର ବିଭିନ୍ନ ଅଂଶ

ଅଂଶ[ସମ୍ପାଦନା]

ଏହି ଶବଦଗୁଡ଼ିକ କିମୋନୋର ବିଭିନ୍ନ ଅଂଶକୁ ସୂଚିତ କରେ :

  • ଦଉରା : ନାରୀମାନଙ୍କ କିମୋନୋର ଉପର ଲାଇନିଂ
  • ଏରି : ଗଳାପଟି ବା କଲାର
  • ଫୁକି : କଡ଼ରକ୍ଷକ
  • ଓବି : କମରପଟି
  • ସୋଦେତ୍ସୁକେ : ଭୁଜ ଗଳେଇବା ପାଇଁ ରନ୍ଧ୍ର
  • ଉରାଏରି : ଭିତର ଗଳାପଟି ବା ଭିତର କଲାର

ଦାମ[ସମ୍ପାଦନା]

ଗୋଟିଏ ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ କିମୋନୋର ଦାମ ୧୦,୦୦୦ ଆମେରିକୀ ଡଲାରରୁ ଅଧିକ ହେବା ସ୍ୱାଭାବିକ ।ଠିକ ସେହିପରି କିମୋନୋ ସହ ଓବି, ଟାଇ, ସକ୍ସ, ପାଣ୍ଡୋଇ ଓ ଅନ୍ୟାନ୍ୟ ପାରମ୍ପରିକ ବେଶଭୂଷାର ମିଳିତ ଦାମ ୨୦,୦୦୦ ଆମେରିକୀ ଡଲାରଠୁଁ ବେଶୀ ହୋଇପାରେ ।  

ଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

ବାହ୍ୟ ଲିଙ୍କ[ସମ୍ପାଦନା]