କିମୋନୋ
କିମୋନୋ ଏକ ପାରମ୍ପରିକ ଜାପାନିଜ ପରିଧାନ । "କିମୋନୋ" ଶବ୍ଦଟିର ଅର୍ଥ ହେଲା "ପିନ୍ଧିବା ନିମନ୍ତେ ବସ୍ତୁ" ("କି":ପିନ୍ଧିବା, "ମୋନୋ":ବସ୍ତୁ) । ବ୍ୟଭାର କ୍ରମେ ଏହି ଲମ୍ବା ବସ୍ତ୍ରଗୁଡ଼ିକୁ କିମୋନୋ କୁହାଯାଏ । ଜାପାନ ଦେଶରେ ସମସ୍ତ ଉତ୍ସବ ଓ ଔପଚାରିକ ଅବସରରେ କିମୋନୋ ପିନ୍ଧିବା ପରମ୍ପରା ଆଜିଯାଏଁ ରହିଛି । କିମୋନୋକୁ ଦେହ ଚାରିଆଡ଼େ ପିନ୍ଧିଲା ବେଳେ ସାଧାରାଣତଃ ବାଁ'ପଟକୁ ଡାହାଣ ଉପରେ ରଖାଯାଏ, କିନ୍ତୁ ଅନ୍ତିମ କ୍ରିୟା ଇତ୍ୟାଦି କଲାବେଳେ ତାହାର ବିପରୀତ କରାଯାଏ । ପୁଣି ତାହାକୁ ଭିଡ଼ି ଧରିବା ପାଇଁ "ଓବି" ନାମକ କମରପଟିକୁ ପଛରୁ ବନ୍ଧାଯାଏ । କିମୋନୋ ପିନ୍ଧିଲାବେଳେ ତା'ସହ ପାରମ୍ପରିକ ପାଣ୍ଢୋଇ ("ଜୋରି" ବା "ଗେଟା") ଆଉ ସକ୍ସ("ଟାବି") ପିନ୍ଧାଯାଏ । ଆଜିକାଲି ଜାପାନିଜ ନାରୀମାନେ କିମୋନୋ ପର୍ବପର୍ବାଣିରେ ହିଁ ପିନ୍ଧନ୍ତି । ଅବିବାହିତା ଯୁବତୀମାନେ "ଫୁରିସୋଡ଼େ" ନାମକ ବିଶେଷ କିମୋନୋ ପିନ୍ଧନ୍ତି । କେତେକ ବୃଦ୍ଧ ଓ ବୃଦ୍ଧାମାନେ ନିତିଦିନ କିମୋନୋ ପିନ୍ଧିବାର ମଧ୍ୟ ଦେଖାଯାଏ । ପୁରୁଷମାନେ ବିଭାଘର, ଜାପାନିଜ ଚାହା'ସମାରୋହ ଓ ଅନ୍ୟ ଔପଚାରିକ ସଂସ୍ଥାନରେ ହିଁ କିମୋନୋ ପିନ୍ଧନ୍ତି ।ବୃତ୍ତକ ସୁମୋ ମଲ୍ଲମାନେ ମଧ୍ୟ ସର୍ବସାଧାରଣଙ୍କ ସମ୍ମୁଖେ ଏହି କିମୋନୋ ପରିଧାନ କରନ୍ତି ।
ଇତିହାସ
[ସମ୍ପାଦନା]ପରବର୍ତ୍ତୀ କାଳରେ ଆରାମ ଯୋଗୁଁ କିମୋନୋ ଥାନରେ ଲୋକେ ପଶ୍ଚିମୀ ବସନ ଓ ୟୁକାଟା ପିନ୍ଧିବା ଆରମ୍ଭ କରିଥିଲେ । କୌତୂହଳର କଥା ଯେ ୧୯୨୩ର କାଣ୍ଟୋ ମହାଭୂକମ୍ପ ପରେ କିମୋନୋ ପିନ୍ଧୁଥିବା ଲୋକମାନେ ସହଜରେ ଚୋରମାନଙ୍କ ହାବୁଡ଼ରେ ପଡ଼ୁଥିଲେ । ଏହାର କାରଣ ଥିଲା ଯେ କିମୋନୋ ପିନ୍ଧି ଦୌଡ଼ିବା କଦାପି ସହଜ ନୁହେଁ । ୨୦୧୪ରେ କିମୋନୋ ଭଳିଆ ନାରୀ ବସ୍ତ୍ରଗୁଡ଼ିକ ପଶ୍ଚିମୀ ଜଗତରେ ପ୍ରସିଦ୍ଧ ହେବା ଦେଖାଯାଇଥିଲା । ଏହା କାଡ଼ିଗାଣ ସଙ୍ଗେ ସାମଞ୍ଜସ୍ଯ ରଖିଛି ।
ଅଂଶ
[ସମ୍ପାଦନା]ଏହି ଶବଦଗୁଡ଼ିକ କିମୋନୋର ବିଭିନ୍ନ ଅଂଶକୁ ସୂଚିତ କରେ :
- ଦଉରା : ନାରୀମାନଙ୍କ କିମୋନୋର ଉପର ଲାଇନିଂ
- ଏରି : ଗଳାପଟି ବା କଲାର
- ଫୁକି : କଡ଼ରକ୍ଷକ
- ଓବି : କମରପଟି
- ସୋଦେତ୍ସୁକେ : ଭୁଜ ଗଳେଇବା ପାଇଁ ରନ୍ଧ୍ର
- ଉରାଏରି : ଭିତର ଗଳାପଟି ବା ଭିତର କଲାର
ଦାମ
[ସମ୍ପାଦନା]ଗୋଟିଏ ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ କିମୋନୋର ଦାମ ୧୦,୦୦୦ ଆମେରିକୀ ଡଲାରରୁ ଅଧିକ ହେବା ସ୍ୱାଭାବିକ ।ଠିକ ସେହିପରି କିମୋନୋ ସହ ଓବି, ଟାଇ, ସକ୍ସ, ପାଣ୍ଡୋଇ ଓ ଅନ୍ୟାନ୍ୟ ପାରମ୍ପରିକ ବେଶଭୂଷାର ମିଳିତ ଦାମ ୨୦,୦୦୦ ଆମେରିକୀ ଡଲାରଠୁଁ ବେଶୀ ହୋଇପାରେ ।
ଚିତ୍ର
[ସମ୍ପାଦନା]-
ପାରମ୍ପରିକ ବିଭାଘର କିମୋନୋ । ଶିରଭୂଷଣଟି ବିଶେଷ ।
-
କିମୋନୋ ପିନ୍ଧିଥିବା ନାରୀମାନେ, ପୁରାତନ ଚିତ୍ର ।
-
କିମୋନୋ ପିନ୍ଧିଥିବା ନାରୀ, ପୁରାତନ ଫଟୋ, ଜାପାନ
-
କିମୋନୋରେ ରଙ୍ଗ ଦିଆଯାଉଛି
-
ବ୍ରୂକଲିଣ ସଙ୍ଗ୍ରହାଳୟରେ କିମୋନୋ
ଆଧାର
[ସମ୍ପାଦନା]ବାହ୍ୟ ଲିଙ୍କ
[ସମ୍ପାଦନା]- The Canadian Museum of Civilization - Landscape Kimonos of Itchiku Kubota
- Tokyo National Museum Archived 2004-12-05 at the Wayback Machine. Look for "textiles" under "decorative arts".
- Kyoto National Museum: Textiles Archived 2007-11-07 at the Wayback Machine.
- The Costume Museum: Costume History in Japan
- Kimono Fraise; includes directions on how to put on a kimono