Jump to content

କାସ ଅଧିତ୍ୟକା

ଉଇକିପିଡ଼ିଆ‌ରୁ
କାସ ଅଧିତ୍ୟକା
କାସ ପଠାର (ମରାଠୀ)
KAAS VALLEY OF FLOWERS
ମାଳଭୂମି
Nickname: 
କାସ ପଠାର
ଦେଶଭାରତ
ରାଜ୍ୟମହାରାଷ୍ଟ୍ର
ଜିଲ୍ଲାସାତାରା
Elevation
1,200 m (3,900 ft)
Languages
  OfficialMarathi
Time zoneIST
ପିନ୍ କୋଡ୍
415 xxx
ଦୂରଭାଷ କୋଡ୍02162
ଯାନବାହାନ ପଞ୍ଚୀକରଣMH-11

କାସ ଅଧିତ୍ୟକା ଯାହାକୁ ସ୍ଥାନୀୟ ଲୋକେ "କାସ ପଠାର" ବୋଲି କହନ୍ତି, ତାହା ପଶ୍ଚିମ ଘାଟ (ସହ୍ୟାଦ୍ରି) ପର୍ବତମାଳା ଅନ୍ତର୍ଗତ ୧୦୦ ହେକ୍ଟର ବିସ୍ତୃତ ଏକ ମାଳଭୂମି। ଏହା ମହାରାଷ୍ଟ୍ରର ସାତାରା ସହରଠାରୁ ପ୍ରାୟ ୨୨ କିଲୋମିଟର ଦୂରରେ ଅବସ୍ଥିତ।

ନାମ କରଣ

[ସମ୍ପାଦନା]

ଉପତ୍ୟକାର ନାମ କାସ ଗଛ (Elaeocarpus glandulosus)ରୁ ଆସିଅଛି। ଏହି ଗଛର ପତ୍ର ଗୁଡ଼ିକ ପରିପକ୍ୱ ହେଲେ ଲାଲ ବର୍ଣ୍ଣ ଧାରଣ କରିଥାନ୍ତି। ମାର୍ଚ ମାସରେ ମାତ୍ର ୧୫ ଦିନ ପାଇଁ ଏଇ ଗଛରେ ଧଳା ରଙ୍ଗର ଫୁଲ ଫୁଟିଥାଏ।

Cynotis tuberosa
Murdannia lanuginosa

ବିଶେଷତା

[ସମ୍ପାଦନା]

ଅଧିତ୍ୟକାଟି ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବଣୁଆ ଫୁଲରେ ଭରିଯାଏ। ପ୍ରାୟ ୮୫୦ରୁ ଅଧିକ ଜାତିର ଫୁଲ, ଗୁଳ୍ମ ଓ ଲତା ଏଠାରେ ଦେଖିବାକୁ ମିଳେ। ଏଠାରେ ଫୁଟୁଥିବା ଫୁଲଗୁଡ଼ିକ ପ୍ରାୟ ୨ରୁ ୩ ସପ୍ତାହ ପାଇଁ ପୂର୍ଣ୍ଣ ବିକଶିତ ହୋଇ ଶୋଭା ପାଇଥାନ୍ତି, ଯଦିଓ ଏହା ମୌସୁମୀ ଓ ପାଣିପାଗର ସ୍ଥିତି ଉପରେ ନିର୍ଭର କରିଥାଏ। ଏବେ ଏହାକୁ ଜୈବବିବିଧତା ବିଶ୍ୱ ଐତିହ୍ୟ ସ୍ଥଳ(Biodiversity World heritage site) ଭାବରେ ମାନ୍ୟତା ୟୁନେସ୍କୋଙ୍କଠାରୁ (United Nations Educational Scientific and Cultural Organization) (UNESCO) ମିଳିଛି।[][]

ଏହା ତଳକୁ ସର୍ପିଳ ରାସ୍ତା ଦେଇ ଗଲେ କାସ ତାଲାବ ନାମରେ ଏକ ମଧୁର ଜଳ ହ୍ରଦ ଅରଣ୍ୟ ପରିବେଷ୍ଟିତ ମନୋରମ ସ୍ଥାନରେ ରହିଛି। ଏହି ହ୍ରଦର ବାମ ପଟକୁ ସଜ୍ଜନ ଗଡ଼ ଦୁର୍ଗ ଓ ଡାହାଣକୁ କହ୍ନର ବନ୍ଧ ରହିଛି। ଏହା ବଣ ଭୋଜୀ କରିବାର ଏକ ଲୋକପ୍ରିୟ ସ୍ଥଳ।

କାସ ଅଧିତ୍ୟକାରେ ଦେଖା ​ଯାଉଥିବା ଫୁଲ ଗୁଡ଼ିକର ବୈଜ୍ଞାନିକ ନାମ

ବୈଜ୍ଞାନିକ ନାମମରାଠୀ ନାମ
Ceropegia Vincaefoliaକାଣ୍ଟିଲପୁଷ୍ପ
Ceropegia Jainiiସୋମଡ଼ା
Drosera IndicaGavati Davbindu
Smithia hirsute / hirsutaKavala
Senecio grahami / bombayensisSonakee
Utricularia purpurascensSeetechee aasawe
Senecio bombyensisSonki
Murdannia lanuginosaAbolima
Pogostemon deccanensis
Dipcadi montanumDeepkadee
Impatiens oppositifolia
Wild Brinjal flower
Aponogeton satarensisVaytura
Elaeocarpus glandulosusକାସ
Pinda concanensisPinda
Hitchenia caulinaChavar
Paracaryopsis coelestinaNisurdi
Nymphoides indicumKumudini
Cyanotis tuberosaAbhali
Murdannia simplexNilima
Paracaryopsis malbaricaKali Nisurdi
Begonia crenata
Trichosanthes tricuspidataKondal
Chlorophytum glaucoidesମୂଷଳୀ
Ipomoea barlerioides
Ceropegia media
Drosera burmanniDavbindu
Habenaria longicorniculata
Aerids maculosum
Dendrobium barbatulumBharangee
Habenaria panchagnesis
Memecylon umbellatumAnjani
Habenaria heyneanatoothbrush Orchid
Habenaria grandifloriformis
Smithia agharkarii
Flemingia nilgheriensis
Rotala ritchieiPaner
Rotala fimbriata
Adenoon indicummothi sonaki
Linum mysurenseUndri
Dioscorea bulbiferadukkar kanda
Vigna vexillataHalunda
Oberonia recurva
Arisaema murrayiPandhara Sapkanda
Exacum tetragonumUdi chirayat
  1. http://whc.unesco.org/en/list/1342/multiple=1&unique_number=1921
  2. "ଆର୍କାଇଭ୍ କପି". Archived from the original on 2014-10-06. Retrieved 2013-09-24. {{cite web}}: Cite has empty unknown parameter: |1= (help)
  1. http://www.kaasplateau.in/index.php?option=com_content&view=article&id=78&Itemid=85
ଆଧାର ଭୁଲ: <references>ରେ ଦିଆଯାଇଥିବା "Kaasplateau" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।