କାଳୀକା ମାତା ମନ୍ଦିର, ପଭଗଡ଼
କାଳୀକା ମାତା ମନ୍ଦିର, ପଭଗଡ଼ (Kalika Mata Temple, Pavagadh) | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ପାଞ୍ଚମହଲ ଜିଲ୍ଲା (Panchmahal |
ଦେବାଦେବୀ | କାଳୀକା ମାତା (Kalika Mata) |
Festivals | ନବରାତ୍ରି (Navaratri |
Location | |
ସ୍ଥାନ | ପଭଗଡ ପାହାଡ଼ (Pavagadh Hill) |
State | ଗୁଜରାଟ |
Country | ଭାରତ |
ଭୌଗଳିକ ଅବସ୍ଥିତି | 22°27′40″N 73°30′42″E / 22.46111°N 73.51167°E |
Architecture | |
Type | ହିନ୍ଦୁ ମନ୍ଦିର ସ୍ଥାପତ୍ୟ (Nagara architecture) |
ଋଷି ବିଶ୍ୱାମିତ୍ର (Vishvamitra) (Rishi) | |
Completed | ୧୦-୧୧ଶ ଶତାବ୍ଦୀ |
କାଲିକା ମାତା ମନ୍ଦିର (କଳା ମାତା)[୧] ପଭଗଡ଼ ପାହାଡ଼ ଉପରେ ଅବସ୍ଥିତ ହିନ୍ଦୁ ଦେବୀ ମନ୍ଦିରମାନଙ୍କର ସମାହାର ଓ ତୀର୍ଥ ଯାତ୍ରା ସ୍ଥାନ । ଏହା ପାଖରେ ଚମ୍ପାନେର-ପଭଗଡ଼ ଆର୍କିଓଲୋଜିକାଲ ପାର୍କ (Champaner-Pavagadh Archaeological Park) ଅଛି । ଏହା ଭାରତର ପଞ୍ଚମହଲ ଜିଲ୍ଲାରେ (Panchmahal District) ଅବସ୍ଥିତ । ଏହି ମନ୍ଦିର ଦଶମ ଓ ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଏହି ମନ୍ଦିରରେ ଦେବୀଙ୍କର ତିନୋଟି ବିଗ୍ରହ ଅଛି : କେନ୍ଦ୍ରରେ କାଳୀକା ମାତା, ଡାହାଣ ପାଖରେ କାଳୀ ଓ ବାମ ପାଖରେ ବହୁଚାରମାତା ବିଗ୍ରହ ଅଛି । ଚୈତ୍ର ମାସ ଶୁକ୍ଳ ଅଷ୍ଟମୀରେ ଏଠାରେ ଏକ ମେଳା ବସେ ଯାହାକୁ ଦେଖିବାକୁ ହଜାର ହଜାର ଲୋକ ସମବେତ ହୁଅନ୍ତି । ଏହି ମନ୍ଦିରକୁ ରଜ୍ଜୁପଥରେ ଯାଇହୁଏ । ଏହି ମନ୍ଦିର ଶକ୍ତି ପୀଠମାନଙ୍କ ମଧ୍ୟରୁ ଗୋଟିଏ ଅଟେ ।
ଭୂଗୋଳ
[ସମ୍ପାଦନା]ଭାରତର ଗୁଜରାଟ ପ୍ରଦେଶର ହାଲୋଳ (Halol) ନିକଟରେ ଏହି ମନ୍ଦିର ଅବସ୍ଥିତ[୨] ସମୁଦ୍ର ପତନର ୭୬୨ ମାଇଲ ଉର୍ଦ୍ଧ୍ୱରେ ଅବସ୍ଥିତ ।[୩] ‘ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥାନ’ର ମାନ୍ୟତା ପାଇଥିବା ଆର୍କିଓଲୋଜିକାଲ ପାର୍କ ପରିସରରେ ଏହି ମନ୍ଦିର ଅବସ୍ଥିତ ।[୪] ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଏକ ପାହାଡ ଉପରେ ଏହା ଅବସ୍ଥିତ । ଏକ ଜଙ୍ଗଲ ରାସ୍ତା ମଧ୍ୟରେ ୫ କିମି ଗଲେ ଏହି ମନ୍ଦିର ଦେଖିବାକୁ ମିଳେ ।[୩] ପଟଇ ରବଲ ଉଆସ ଭଗ୍ନସ୍ତୂପ ପଥ ବାଟରେ ଦେଖିବାକୁ ମିଳେ । ଅନ୍ୟଥା ୧୯୮୬ ମସିହାରେ ନିର୍ମିତ ଏକ ରଜ୍ଜୁପଥ ଦେଇ ମଧ୍ୟ ସେଠାକୁ ଯିବା ସମ୍ଭବ ହୁଏ । [୫]
ଇତିହାସ
[ସମ୍ପାଦନା]ଦଶମ ଓ ଏକାଦଶ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ସେହି ସ୍ଥାନର ସର୍ବ ପୂରାତନ ମନ୍ଦିର । ଆର କେ ତ୍ରିବେଦୀଙ୍କ ପୁସ୍ତକ ‘ଫେୟାର ଆଣ୍ଡ ଫେଷ୍ଟିଭାଲ’ ପୁସ୍ତକରେ (୧୯୬୧) ଅନୁସାରେ ସ୍ଥାନୀୟ ଭିଲ ଓ କୋଲି ଜାତିର ଲୋକମାନେ କାଳୀକା ମାତାଙ୍କର ପ୍ରଥମେ ପୂଜା କରୁଥିଲେ[୬] ଓ ପରବର୍ତ୍ତୀ କାଳରେ ପଭଗଡ଼ ପାହାଡ଼ ଶିଖରରେ ବିଶ୍ୱାମିତ୍ର ଏହି ମନ୍ଦିର ତିଆରି କରେଇଥିଲେ ଯେଉଁଠାରେ ଦେବୀ ଦୂର୍ଗା ଓ ଚଣ୍ଡୀଙ୍କୁ ପୂଜା କରାଯାଉଛି । ଏହି ମନ୍ଦିର ବିଷୟରେ ଥିବା କିମ୍ବଦନ୍ତୀ ଅନୁସାରେ ଏକଦା ନବରାତ୍ରି ପାଳନ ସମୟରେ ମନ୍ଦିର ତରଫରୁ ପାରମ୍ପରିକ ଗରବା ନାଚ ଆୟୋଜିତ ହୋଇଥିଲା ଯେଉଁଠାରେ ଶହ ଶହ ଲୋକ ଭକ୍ତି ଭାବରେ ନୃତ୍ୟ କରିଥିଲେ । ଏହା ଦେଖି ସ୍ୱୟଂ ଦେବୀ ମହାକାଳୀ ଏକ ସାଧାରଣ ମହିଳା ବେଶରେ ସେଠାକୁ ଆସି ତାଙ୍କ ମଧ୍ୟରେ ନୃତ୍ୟ କରିବାକୁ ଲାଗିଲେ । ସେହି ସ୍ଥାନରେ ସେହି ରାଜ୍ୟର ରାଜା ପଟଇ ଜୟସିଂହ ମଧ୍ୟ ନୃତ୍ୟ କରୁଥିବା ସମୟରେ ସେହି ମହିଳାଙ୍କୁ ଦେଖି ତାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇଯାଇଥିଲେ । କାମାସାକ୍ତ ରାଜା ମହିଳାଙ୍କ ହାତ ଧରି ଅସୁନ୍ଦର ପ୍ରସ୍ତାବ ଦେଲେ । ଦେବୀ ୩ ଥର ତାଙ୍କୁ ପ୍ରତ୍ୟାଖ୍ୟାନ କରି କ୍ଷମା ମାଗିବାକୁ କହିଥିଲେ କିନ୍ତୁ କାମାସାକ୍ତ ରାଜା ଏକଥା କର୍ଣ୍ଣପାତ କରିନଥିଲେ । କ୍ରୋଧାନ୍ୱିତା ଦେବୀ ତାଙ୍କ ରାଜ୍ୟ ପତନ ହେଉ ବୋଲି ଅଭିଶାପ ଦେଲେ ।
ଅଳ୍ପକାଳ ମଧ୍ୟରେ ମୁସଲମାନ ମହାମୁଦ ବେଗଡା (Mahmud Begada) ତାଙ୍କ ରାଜ୍ୟ ଅଧିକାର କରିନେଲେ । ପଟଇ ଜୟସିଂହ ଯୁଦ୍ଧରେ ହାରିଯାଇ ମୃତ୍ୟୁ ଲାଭ କରିଥିଲେ । ଆଦିବାସୀମାନେ ପଭଗଡ଼ ମହାକାଳୀଙ୍କୁ ପୂଜା କରୁଥିଲେ । ଏକ ୧୫୦୦ ଶତାବ୍ଦୀର ‘ଗଙ୍ଗାଦାସ ପ୍ରତାପ ବିଳାସ’ ନାଟକରେ ଏହି ବିଷୟ ପ୍ରଦର୍ଶିତ ହେଉଥିଲା ।[୭] ଦେବୀ କାଳୀଙ୍କର ସମ୍ମାନାର୍ଥେ ତିଆରି ହୋଇଥିବା ଏହି ମନ୍ଦିର ତାଙ୍କର ବାସସ୍ଥାନ ତଥା ଏକ ଶକ୍ତି ପୀଠର ମାନ୍ୟତା ପାଇଛି ।[୮] ଦେବୀଙ୍କର ଏକ ପାଦ ଆଙ୍ଗୁଠି ଏଠାରେ ପଡ଼ିଥିବା କୁହାଯାଏ ।[୯]
ସ୍ଥାପତ୍ୟ
[ସମ୍ପାଦନା]ଏହି ଛୋଟ ମନ୍ଦିର ସାମନାରେ ଏକା ଖୋଲା ପଡ଼ିଆ ଅଛି । ଯାତ୍ରୀମାନଙ୍କୁ ଭିଡ଼ରୁ ରକ୍ଷା କରିବା ପାଇଁ ଏହି ମନ୍ଦିର ଦୀର୍ଘ ସମୟ ଧରି ଖୋଲା ରହେ ।[୩] ମନ୍ଦିର ସାମନାରେ ଦୁଇଟି ବେଦୀ ଅଛି ଯେଉଁଠାରେ ଅତୀତରେ ବଳି ଦିଆଯାଉଥିଲା କିନ୍ତୁ ୨ୟ/୩ୟ ଶତାବ୍ଦୀର ଧରି ଏହି ପ୍ରଥାକୁ ବେଆଇନ ଘୋଷଣା କରାଯାଇଛି । ମନ୍ଦିରରେ କାଳୀ ଯନ୍ତ୍ର ପୂଜା କରାଯାଏ । ମନ୍ଦିର ପରିସର ଦୁଇ ଭାଗରେ ବିଭକ୍ତ, ତଳ ମହଲାରେ ହିନ୍ଦୁ ମନ୍ଦିର ଓ ଉପର ମହଲାରେ ମୁସଲମାନ ମସଜିଦ ।[୧୦] ତଳ ମହଲାରେ ତିନୋଟି ବିଗ୍ରହ ଅଛି ଯଥା; କେନ୍ଦ୍ରରେ କାଳୀକା ମାତା ଯାହା ଏକ ମୁଣ୍ଡ ଭଳି ଦେଖାଯାଏ ଓ ତାହାର ନାମ ମୁଖୱାତୋ ଓ ରଙ୍ଗ ଲାଲ,[୩] ତାଙ୍କର ଡାହାଣ ପାଖରେ ମହାକାଳୀ, ଓ ବାମ ପାଖରେ ବହୁଚରା ମାତା ବିଗ୍ରହ ଅଛି । ଶଙ୍ଖମର୍ମର ପ୍ରସ୍ତର ନିର୍ମିତ ଚଟାଣକୁ ମନ୍ତ୍ରୀ ଲିମଡି (Limbdi) ଉନ୍ମୋଚନ କରିଥିଲେ । ମନ୍ଦିର ଉପର ଭାଗ ଏକ ଗମ୍ବୁଜ ଭଳି ଦେଖାଯାଏ ଯେଉଁଥିରେ ସୁଫୀ (Sufi) ସନ୍ଥ ସଦନ ଶାହ ପିରଙ୍କର ଏକ ସମାଧି ଅଛି ।
୨୦୨୨ ମସିହାରେ ମନ୍ଦିରର ପୁନଃବିକାଶ କରାଯାଇଥିଲା । ଦରଗାହ ଏକ ନୂଆ ଜାଗାକୁ ନିଆଯାଇଥିଲା ଓ ନୂଆ ଶିଖର ତିଆରି ହୋଇଥିଲା ।[୧୧]
ପର୍ବ
[ସମ୍ପାଦନା]ଏହି ମନ୍ଦିର ଗୁଜରାଟର ଏକ ବିରାଟ ଯାତ୍ରୀ ଆକର୍ଷଣ ଅଟେ ଯେଉଁଠାକୁ ପ୍ରତି ବର୍ଷ ହଜାର ହଜାର ଯାତ୍ରୀ ଆସନ୍ତି ।[୧୨][୧୩] ଚୋଧରି ପରମ୍ପରା ଅନୁସାରେ ଜୀବନରେ ଥରେ ହେଲେ ଏଠାକୁ ଆସିବାକୁ କୁହାଯାଏ ।[୧୪] ପୂଜା ଓ ଦର୍ଶନ ନିମନ୍ତେ ଆସୁଥିବା ଲୋକଙ୍କ ନିମନ୍ତେ ସେଠାରେ ଘଣ୍ଟା ବଜାଯାଏ ।[୧୫] ପ୍ରତି ବର୍ଷ ନଅ ଦିନ ଧରି ସେଠାରେ ନବ ରାତ୍ରି ଉତ୍ସବ ପାଳନ କରାଯାଏ ।
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Stiglmayr, Elisabeth (1968). Acta ethnologica et linguistica. Universität Wien. Institut für Völkerkunde. pp. 25, 111. Retrieved 28 September 2012.
- ↑ Vyas, Rajni (2012). Gujarat Ni Asmita (5th ed.). Ahmedabad: Akshara Publication. p. 26.
- ↑ ୩.୦ ୩.୧ ୩.୨ ୩.୩ "Pavagadh Hill/Kalika Mata Temple". The Official Website of Gujarat Tourism, Govt. of Gujarat. September 22, 2012. Archived from the original on 12 December 2010. Retrieved 29 September 2012.
- ↑ "Champaner-Pavagadh Archaeological Park". UNESCO. Retrieved 29 September 2012.
- ↑ "Usha Breco Limited | Maa Kalidevi". Archived from the original on 19 December 2011. Retrieved 29 September 2012.
- ↑ GANGASHETTY, RAMESH (2019-10-30). THIRTHA YATRA: A GUIDE TO HOLY TEMPLES AND THIRTHA KSHETRAS IN INDIA (in ଇଂରାଜୀ). Notion Press. ISBN 978-1-68466-134-3.
- ↑ Śivānanda, Vi; Bhargava, Atul (2009). Champaner Pavagadh. Archaeological Survey of India. p. 33. ISBN 978-81-904866-2-0. Retrieved 28 September 2012.
- ↑ Srivastava, Vinod Chandra (2 January 2008). History of Agriculture in India, Up to C. 1200 A.D. Concept Publishing Company. pp. 702–. ISBN 978-81-8069-521-6. Retrieved 29 September 2012.
- ↑ "Pavagadh". Government of Gujarat. Archived from the original on 24 September 2012. Retrieved 29 September 2012.
- ↑ Ruggles, D. Fairchild; Silverman, Helaine (15 June 2009). Intangible Heritage Embodied. Springer. pp. 85–. ISBN 978-1-4419-0071-5. Retrieved 28 September 2012.
- ↑ "In harmony: Dargah shifted, shikhar set, PM Modi to unfurl flag atop temple". 17 June 2022.
- ↑ Unesco (30 September 2009). The world's heritage: a complete guide to the most extraordinary places. Collins. p. 730. ISBN 978-92-3-104122-8. Retrieved 28 September 2012.
- ↑ Srivastava, Mahesh Chandra Prasad (1978). Mother goddess in Indian art, archaeology & literature. Agam. p. 140. Retrieved 29 September 2012.
- ↑ Glatter, Augusta (1969). Contributions to the ethnography of the Chodhris, Surat District, Gujarat. Engelbert Stiglmayr. p. 25. Retrieved 29 September 2012.
- ↑ Gujarat State Gazetteers: Kheda. Directorate of Government Print., Stationery and Publications, Gujarat State. 1977. p. 163.