କସ୍ତୁରୀ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
କସ୍ତୁରୀ ପଟ୍ଟନାୟକ
Kasturi performing at Bhubaneswar.jpg
ଭୁବନେଶ୍ୱରରେ ନୃତ୍ୟ ପ୍ରଦର୍ଶନ କରୁଥିବା କସ୍ତୁରୀ
Background information
ଜନ୍ମ ସମୟରେ ନାମକସ୍ତୁରୀ ବଡୁ
ଜନ୍ମ (1966-10-31) ୩୧ ଅକ୍ଟୋବର ୧୯୬୬ (ବୟସ ୫୬)
କଟକ, ଭାରତ
ଜନ୍ମସ୍ଥାନଭାରତ
ଶୈଳୀଭାରତୀୟ ଶାସ୍ତ୍ରୀୟ ନୃତ୍ୟ
ପେଷାପ୍ରଦର୍ଶନ କଳାକାର ଭାରତୀୟ ଶାସ୍ତ୍ରୀୟ ନୃତ୍ୟ (ଓଡ଼ିଶୀ ନୃତ୍ୟ) ନିପୁଣ, କୋରିଓଗ୍ରାଫର, ଶିକ୍ଷକ
କାର୍ଯ୍ୟକାଳ୧୯୭୫–ଏପର୍ଯ୍ୟନ୍ତ
ୱେବସାଇଟwww.kasturipattanaik.in

କସ୍ତୁରୀ ପଟ୍ଟନାୟକ (ଜନ୍ମ ୩୧ ଅକ୍ଟୋବର ୧୯୬୬) ଜଣେ ଓଡ଼ିଶୀ ନୃତ୍ୟ କଳାକାର । ସେ ଓଡ଼ିଶୀ ଗବେଷଣା କେନ୍ଦ୍ର (ORC), ଭୁବନେଶ୍ୱର ସହିତ ବିଶେଷକରି କୋରିଓଗ୍ରାଫି ଏବଂ ଛାତ୍ରଛାତ୍ରୀମାନଙ୍କର ପ୍ରଶିକ୍ଷଣପାଇଁ ପାଖାପାଖି ଦୁଇ ଦଶନ୍ଧି ଧରି ସମ୍ପୃକ୍ତ। ସେ ଓଡ଼ିଶୀ ଗବେଷଣା କେନ୍ଦ୍ରରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ବ୍ୟାଚ୍‌ର ଜଣେ ଛାତ୍ରା।

ଜୀବନୀ[ସମ୍ପାଦନା]

କସ୍ତୁରୀ ପଟ୍ଟନାୟକ ହେଉଛନ୍ତି ଓଡ଼ିଶୀ ନୃତ୍ୟର ଜଣେ କଳାକାର, ସଙ୍ଗୀତକାର, ଶିକ୍ଷକ ଓ କୋରିଓଗ୍ରାଫର।[୧] ଓଡ଼ିଶୀ ନାଚରେ ସେ ହେଉଛନ୍ତି ଜଣେ ବହୁମାନ୍ୟ ଜ୍ୟେଷ୍ଠ ନିପୁଣ କଳାକାର। [୨] ଓଡ଼ିଶି ନୃତ୍ୟ ନାଟକ ଉପରେ କେନ୍ଦ୍ରିତ ରହି ସେ ଉଭୟ ଏକକ ଏବଂ ସମୂହ ପ୍ରଦର୍ଶନ କରନ୍ତି। ଏଥିରେ ଓଡ଼ିଶାର ଶାସ୍ତ୍ରୀୟ ଏବଂ ଲୋକ ପରମ୍ପରା, ଭାରତୀୟ ପୁରାଣ ଏବଂ ବିଭିନ୍ନ ଐତିହାସିକ ଏବଂ ସାମାଜିକ ସମସ୍ୟା ମିଳିତ ଭାବରେ ପ୍ରଦର୍ଶିତ ହୋଇଥାଏ।

କସ୍ତୁରୀ ପିଲାଟିବେଳୁ ଓଡ଼ିଶୀ ନୃତ୍ୟ ଓ କଥକ ନୃତ୍ୟ ଶିକ୍ଷା କରିଥିଲେ। ସେ ଓଡ଼ିଶୀ ଗବେଷଣା କେନ୍ଦ୍ର (ORC) ଭୁବନେଶ୍ୱରୁ ଏହି ଶିକ୍ଷା ଗ୍ରହଣ କରିଥିଲେ। [୩] ସ୍ୱର୍ଗତ ଗୁରୁ ରଘୁନାଥ ଦତ୍ତ, ସ୍ୱର୍ଗତ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର, ପଦ୍ମଶ୍ରୀ କୁମକୁମ ମହାନ୍ତି, ସ୍ୱର୍ଗତ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନ, ଗୁରୁ ରମଣୀ ରଞ୍ଜନ ଜେନା, ସ୍ୱର୍ଗତ ଦୟାନିଧି ଦାସଙ୍କଠାରୁ ସେ ଶିକ୍ଷା ଲାଭ କରିଥିଲେ।[୪]

ସେ ଓଡ଼ିଶୀ ନୃତ୍ୟର ପ୍ରଦର୍ଶନ ଏବଂ ଶିକ୍ଷାଦାନପାଇଁ ସେ ହଂକଂ, ଋଷିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ, ସିଂଗାପୁର ଏବଂ ଉତ୍ତର କୋରିଆ ସମେତ ସମଗ୍ର ଏସିଆ ମହାଦେଶ ପରିଭ୍ରମଣ କରିଥିଲେ। ସେ ଭାରତ ତଥା ବିଦେଶର ଅନେକ ଛାତ୍ରଙ୍କୁ ସେ ପ୍ରଶିକ୍ଷିତ କରିଥିଲେ, ଯେଉଁମାନଙ୍କ ଭିତରୁ ଅନେକ ଏବେ ଗୁରୁ ହୋଇ ସାରିଲେଣି।

ଓଡ଼ିଶୀ ଗବେଷଣା କେନ୍ଦ୍ରର ସମ୍ମାନ [୩] ସହିତ ସେ ଦିଲ୍ଲୀସ୍ଥ SANKALPର କାର୍ଯ୍ୟକ୍ରମ ନିର୍ଦ୍ଦେଶକ। ସେଠାରେ ସେ ଶିକ୍ଷା, ଗବେଷଣା ଏବଂ ନୀତି ନିର୍ଦ୍ଧାରଣ ଆଦି ଅନେକ କାର୍ଯ୍ୟକଳାପରେ ସମ୍ପୃକ୍ତ ହୋଇଥିଲେ। ସେ ଲୁପ୍ତ ହୋଇ ଯାଉଥିବା ଆଦିବାସୀ ଲୋକ କଳାର ସଂରକ୍ଷଣପାଇଁ କାମ କରିଥିଲେ। ସେ ମହିଳା ଏବଂ ନିମ୍ନବର୍ଗର ଶିଶୁମାନଙ୍କପାଇଁ ଶିକ୍ଷାର ବ୍ୟବସ୍ଥା କରିଥିଲେ। ସଂକଳ୍ପ SANKALPର ଏକ ପ୍ରତିନିଧି ହିସାବରେ ସେ ଭାରତୀୟ ସଂସଦରେ ଅଂଶଗ୍ରହଣ କରିଥିଲେ।

କସ୍ତୁରୀ ଓଡ଼ିଆ ଚଳଚ୍ଚିତ୍ର ଏବଂ ଜାତୀୟ ଦୂରଦର୍ଶନ ଚ୍ୟାନେଲର ଦେବଦାସୀ ପରି ଧାରାବାହିକରେ ଅଭିନୟ କରିଛନ୍ତି। ସେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) କମିଟି ଏବଂ ସଂସ୍କୃତି ମନ୍ତ୍ରଣାଳୟର ଜଣେ ସଦସ୍ୟା ଥିଲେ। ସେ ଏବେ ମନ୍ତ୍ରଣାଳୟର ପ୍ରଦର୍ଶନ କଳା ବିଶେଷଜ୍ଞ କମିଟିରେ ଅଛନ୍ତି।

ଉପଲବ୍ଧି ଏବଂ ଅବଦାନ[ସମ୍ପାଦନା]

କସ୍ତୁରୀ ଏବେ ବି ସଂକଳ୍ପ SANKALPରେ ଅଛନ୍ତି,[୫] ଯାହାକୁ ପୂର୍ବତନ ମୁଖ୍ୟ ବିଚାରପତି ଜେ. ଏସ୍. ବର୍ମାଙ୍କ ଅଧ୍ୟକ୍ଷତାରେ ରହିଥିବା ଭାରତ ସରକାରଙ୍କ କମିଟି "ଅତି ଉତ୍ତମ" "very good" and " ଭାବେ ଚିହ୍ନିତ କରିଛନ୍ତି। ସଂସ୍କୃତିର କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ହିସାବରେ ସେ ସାଂସ୍କୃତିକ ଏବଂ ପ୍ରାକୃତିକ ପରମ୍ପରାକୁ ପ୍ରଚାର କରୁଛନ୍ତି। [୬]

ସେ ନଅଟି ପଲ୍ଲବୀ ତିଆରି କରିଛନ୍ତି:

  • ଚାରୁକେଶୀ
  • ପଟ୍ଟଦୀପ
  • ଗତି ସମ୍ମିକୃତ
  • ହଂସଧ୍ୱନି
  • ନାରାୟଯଣୀ
  • ଜନସମ୍ମୋହିନୀ
  • ଆସାବରୀ
  • ବାଗେଶ୍ରୀ
  • ଶଙ୍କରାଭରଣ-୧-ନୂତନ ଶିକ୍ଷାର୍ଥୀଙ୍କପାଇଁ
  • ଶଙ୍କରାଭରଣ-୨
  • କୌଶିକ ଧ୍ୱନି

ନୃତ୍ୟନାଟିକାରେ ରହିଛି:

  • କୃଷ୍ଣସାର ମୃଗ
  • ଯମ ସାବିତ୍ରୀ ସମ୍ବାଦ
  • ରସ ତ୍ରୟୀ
  • କାଞ୍ଚି ଅଭିଯାନ
  • ଚିତ୍ରାଙ୍ଗତା
  • ସ୍ଥିତପ୍ରଜ୍ଞ
  • ଶବରୀ ଉପାଖ୍ୟାନମ୍

ସମ୍ମାନ[ସମ୍ପାଦନା]

  • ରାଜେନ୍ଦ୍ର ପ୍ରସାଦ ସ୍ମୃତି ସଂସଦ କଟକଙ୍କ ତରଫରୁ ୧୯୯୭ରେ ରାଜେନ୍ଦ୍ର ପ୍ରସାଦ ପୁରସ୍କାର
  • ବିଷ୍ଣୁପ୍ରିୟା ସ୍ମୃତି ସମ୍ମାନଙ୍କଠାରୁ ପୁରୀ, ଓଡ଼ିଶାରେ ଓଡ଼ିଶୀରେ ଅତ୍ୟୁତ୍ତମ ଅଭିନୟପାଇଁ “ଅଭିନନ୍ଦନିକା – ୧୯୯୯”
  • ୧୯୮୭ରେ ରାଜ୍ୟରୁ ଏବଂ ମାନବ ସମ୍ବଳ ବିକାଶଙ୍କଠାରୁ ୨୦୦୦ରେ ମେଧାବୃତ୍ତି
  • ୨୦୦୩ରେ ଉଦୟନ ସାଂସ୍କୃତିକ ଅନୁଷ୍ଠାନରୁ "ଦେବଦାସୀ ସମ୍ମାନ"
  • ୨୦୦୨ରେ କେନ୍ଦ୍ରୀୟ ଫିଲ୍ମ ନିର୍ମାଣ ବୋର୍ଡର ଜ୍ୟୁରୀ
  • ୧୯୯୯ରେ ଆନ୍ଧ୍ର ପ୍ରଦେଶର କୁଚିପୁଡ଼ି ଜିଲ୍ଲାରୁ କୁଚିପୁଡ଼ି ନାଟ୍ୟକଳା ମଣ୍ଡଳୀଙ୍କଠାରୁ ସମ୍ମାନିତ
  • ଆଦିଗୁରୁ ପଙ୍କଜ ଚରଣ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ମାହାରୀ ପୁରସ୍କାର - ୨୦୧୫-2015[୭]

ଉତ୍ସବ[ସମ୍ପାଦନା]

  • ଭାରତ ଉତ୍ସବ ୧୯୮୭ ( India Festival, USSR, 1987)
  • ବସନ୍ତ ଉତ୍ସବ ଉତ୍ତର କୋରିଆ ୧୯୯୦ (Spring Festival, North Korea, 1990) (ICCR)[୮]
  • କଳିଙ୍କ ବାଲିଯାତ୍ରା (ଇଣ୍ଡୋନେସିଆର ଜାକର୍ତ୍ତା, ବାଲି, ସିଂଗାପୁର, ଥାଇଲାଣ୍ଡ)
  • ଏକକ ପ୍ରଦର୍ଶନ (ହଂକଂ, ଜାପାନ), ୧୯୯୪
  • ଖଜୁରହୋ ଉତ୍ସବ ୧୯୯୨ ଏବଂ ୨୦୦୭
  • ଏକାମ୍ର ଉତ୍ସବ ୨୦୦୭
  • ଏଲୋରା ଉତ୍ସବ ୧୯୯୧
  • ନିଶାଗାନ୍ଧି ଉତ୍ସବ ୧୯୮୯ (Nisagandhi Festival, 1989)
  • ସୂର୍ଯ୍ୟ ଉତ୍ସବ ୧୯୯୦, ୧୯୯୨, ୨୦୧୦ (Surya Festival, 1990, 1992, 2010)
  • ସିଧେନ୍ଦ୍ର ଯୋଗୀ ନୃତ୍ୟ ଉତ୍ସବ, କୁଚିପୁଡ଼ି, ୧୯୯୮, ୧୯୯୯, ୨୦୦୦ (Sidhendra Yogi Dance Festival, Kuchipudi, 1998, 1999, 2000)
  • ଉଦୟ ଶଙ୍କର ନୃତ୍ୟ ଉତ୍ସବ ୨୦୦୦ (Udaya Shankar Dance Festivals, 2000)
  • କୋଣାର୍କ ନୃତ୍ୟ ଉତ୍ସବ ୧୯୮୯ରୁ ୨୦୦୪
  • କୋଣାର୍କ ନାଟ ମଣ୍ଡପ ଉତ୍ସବ, ୧୯୯୮
  • କେନ୍ଦ୍ରୀୟ ଏସଏନଏ ଯୁବ ଉତ୍ସବ (Central SNA Youth Festivals)
  • ଯୁବ ନୃତ୍ୟ ଉତ୍ସବ ୧୯୯୨, ୧୯୯୬, ୨୦୦୩ (Yuva Nrita Utsav, 1992, 1996, 2003)
  • ଓଡ଼ିଶୀ ଆନ୍ତର୍ଜାତୀୟ, ଭୁବନେଶ୍ୱର ୨୦୧୦ (Odissi International, Bhubaneswar, 2010)
  • ଉତ୍କଳ ଦିବସ ରାଉରକେଲା ୨୦୧୦ [୯] 2014[୧୦][୧୧]
  • ସଂକଳ୍ପ ଉତ୍ସବ କ୍ରମ ମୈସୁର ୨୦୧୦ ଏବଂ ବେଙ୍ଗାଲୁରୁ ୨୦୧୦ (SANKALP Festival Series, Mysore 2010 and Benguluru 2010)
  • କମନୱେଲ୍‌ଥ କ୍ରୀଡ଼ା, ନୂଆ ଦିଲ୍ଲୀ, ୨୦୧୦ (Commonwealth Game, New Delhi, 2010)
  • ଓଡ଼ିଆ ସିନେମା ୭୫ ବର୍ଷ ଉତ୍ସବ ଦିବସ, ଭୁବନେଶ୍ୱର, ୨୦୧୧
  • ଉତ୍କଳ ଦିବସ, ଡେରାଡୁନ, ୨୦୧୧
  • କବି ରବୀନ୍ଦ୍ରନାଥ ଠାକୁରଙ୍କର ୧୫୦ତମ ଜନ୍ମ ଜୟନ୍ତୀର ଉଦ୍‌ଘାଟନୀ ସମାରୋହ, ଭୋପାଳ, ୨୦୧୧
  • ବେତୱା ମହୋତ୍ସବ, ବିଦିଶା, ୨୦୧୧ (Betwa Mahotsav, Vidisha, 2011)
  • ସତନା ମହୋତ୍ସବ,ସତନା ୨୦୧୨ (Satna Mahotsav, Satna, 2012)
  • ଓଡ଼ିଶୀ ନୃତ୍ୟ ସର୍ଜନା ଉପରେ ସଙ୍କଳ୍ପର ଜାତୀୟ ଉତ୍ସବ ୨୦୧୨ (SANKALP’s National Festival on New Creations in Odissi Dance, 2012) [୧୨][୧୩]
  • କୋଣାର୍କ ଉତ୍ସବ ୨୦୧୨[୧୪]
  • ଖଜୁରାହୋ ଉତ୍ସବ ୨୦୧୪ (Khajuraho Festival, 2014)[୧୫][୧୬][୧୭]


ଆଧାର[ସମ୍ପାଦନା]

  1. Pattanaik, Kasturi. "Brief Profile of Kasturi Pattanaik".
  2. Panda, N. Capital sways to Odissi creations. The Daily Telegraph, March 24, 2012.
  3. ୩.୦ ୩.୧ Odissi Research Centre. "Our Shining Stars".
  4. "Kasturi Pattanaik, Indian Classical Dancer". IndiaNetzone.com. Retrieved 2023-02-19.
  5. SANKALP.org
  6. http://list.ly/list/1xD-kasturi-oddissi
  7. http://mail.dailypioneer.com/state-editions/bhubaneswar/kasturi-patnaik-gets-mahari-award.html
  8. The Hindu
  9. http://www.business-standard.com/article/pti-stories/rsp-celebrates-utkal-dibas-114040200857_1.html
  10. http://www.thestatesman.net/news/47463-utkal-dibas-160-celebrated-in-rsp.html
  11. http://www.rourkelacity.com/top-news/odishi-nrutyangana-kasturinka-nrutya-pradarshana/#.Uz6XlL7NbeA
  12. http://odisha.360.batoi.com/2011/12/22/innovations-within-the-tradition-fourth-day-of-odissi-international/
  13. http://news.webindia123.com/news/articles/India/20120318/1948410.html
  14. Orissa Tourism
  15. http://khajurahodancefestival.com/festival-2014.php
  16. http://www.orissadiary.com/CurrentNews.asp?id=48571
  17. http://www.dailypioneer.com/state-editions/bhubaneswar/kasturi-presents-scintillating-odissi-at-khajuraho-fest.html