କସ୍ତୁରବା ଗାନ୍ଧୀ

ଉଇକିପିଡ଼ିଆ‌ରୁ
କସ୍ତୁରବା ଗାନ୍ଧୀ
ଜନ୍ମ(1869-04-11)୧୧ ଅପ୍ରେଲ ୧୮୬୯
ମୃତ୍ୟୁ୨୨ ଫେବୃଆରୀ ୧୯୪୪(1944-02-22) (ବୟସ ୭୪)
ଆଗା ଖାଁ ପେଲେସ, ପୁନା, ବମ୍ବେ ପ୍ରାନ୍ତ, ବ୍ରିଟିସ ଭାରତ
(ବର୍ତ୍ତମାନପୁନା, ମହାରାଷ୍ଟ୍ର, ଭାରତ)
ପ୍ରସିଦ୍ଧିସ୍ତ୍ରୀ ମୋହନ ଦାସ କରମଚାନ୍ଦ ଗାନ୍ଧୀ

କସ୍ତୁରବା ଗାନ୍ଧୀ listen  (ଜନ୍ମ କସ୍ତୁର କାପଡ଼ିଆ ୧୧ ଅପ୍ରେଲ ୧୮୬୯ - ୨୨ ଫେବୃଆରୀ ୧୯୪୪) ମହାତ୍ମା ଗାନ୍ଧୀଙ୍କ ସ୍ତ୍ରୀ ଥିଲେ । ସେ ମହାତ୍ମା ଗାନ୍ଧୀଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମରେ ସ‌ହ‌ଯୋଗ କରିଥିଲେ ।

ଜନ୍ମ ଓ ବାଲ୍ୟ ଜୀବନ[ସମ୍ପାଦନା]

କସ୍ତୁରବା ଗାନ୍ଧୀଙ୍କ ଜନ୍ମ ଗୁଜରାଟର ପୋରବନ୍ଦରରଠାରେ ହୋଇଥିଲା । ସେ ପିତା ଗୋକୁଳ ଦାସ ଓ ମାତା ବ୍ରଜକୁବରବା କପାଡ଼ିଆଙ୍କ ଚତୁର୍ଥ ସନ୍ତାନ ଥିଲେ ।[୧] ତାଙ୍କ ବାପା ଜଣେ ସମୃଦ୍ଧ ବ୍ୟାପାରୀ ଥିଲେ । ତାଙ୍କର ବିବାହ ମାତ୍ର ୧୩ ବର୍ଷ ବୟସରେ ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ସ‌ହ ହୋଇଥିଲା । ସେ ବିବାହ ସମୟରେ ଅଶିକ୍ଷିତ ଥିଲେ । ପରେ ଗାନ୍ଧିଜୀ ତାଙ୍କୁ ପଢ଼ିବା ଓ ଲେଖିବା ଶିଖାଇଥିଲେ । ସେ ଜଣେ ଧର୍ମ‌ପରାୟଣା ମ‌ହିଳା ଥିଲେ । ତାଙ୍କର ୪ ଗୋଟି ପୁତ୍ର ହେଲେ ହରିଲାଲ, ମନିଲାଲ, ରାମଦାସ ଓ ଦେବଦାସ ।[୨]

ରାଜନୀତି ଜୀବନ[ସମ୍ପାଦନା]

ସେ ବ‌ହୁତ ଥର ଜେଲ ମଧ୍ୟ ଯାଇଛନ୍ତି, ପ୍ରଥମେ ଦକ୍ଷିଣ ଆଫ୍ରିକା ଓ ପରେ ଭାରତର ସ୍ୱାଧିନତା ସକାଶେ ଅହିଂସାତ୍ମକ ଆନ୍ଦୋଳନ ସମୟରେ । ଭାରତର ସ୍ୱାଧୀନତା ସଂଗ୍ରାମରେ ଯେତେବେଳେ ଗାନ୍ଧିଜୀଙ୍କୁ ଗିରଫଦାର କରାଯାଇଥିଲା କସ୍ତୁରବା ନିଜେ ସଂଘର୍ଷରେ ଲଢ଼ି ସଭା ଗୁଡ଼ିକରେ ଭାଗ ନେଇ ଟଙ୍କା ପଇସା ଏକାଠି କରୁଥିଲେ ଏବଂ ଲୋକମାନଙ୍କୁ ପ୍ରୋତ୍ସାହନ କରୁଥିଲେ ।

ସ୍ୱାସ୍ଥ୍ୟ ଓ ମୃତ୍ୟୁ[ସମ୍ପାଦନା]

୧୯୪୨ ସମିହାରେ ପୁନାର ଆଗାଖାଁ ପାଲେସରେ ଗୋଟିଏ ସଭାକୁ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ତାଙ୍କୁ ଗିରଫଦାର କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା ଏବଂ ହୃଦଘାତ୍ ବା କଠୋର ନିମୋନିଆ ହୋଇଥିଲା । ସେ ବିରୋଧକୁ ଜାରି ରଖି ଖାଦ୍ୟ ତ୍ୟାଗ କରିଥିଲେ । କେବଳ ଗଙ୍ଗା ନ‌ଦୀର ପାଣି ପିଇଥିଲେ । ୨୨ ତାରିଖ ଫେବୃଆରୀ ୧୯୪୪ ମସିହାରେ ତାଙ୍କ ମୃତ୍ୟୁବରଣ ହୋଇଥିଲା । ତାଙ୍କ ଇଚ୍ଛା ଅନୁସାରେ ଗାନ୍ଧିଜୀଙ୍କ ହାତରେ ବୁଣାହୋଇଥିବା ଖଦିରେ କସ୍ତୁରବାଙ୍କ ଅନ୍ତିମ ସଂସ୍କାର ହୋଇଥିଲା ।

ଆଧାର[ସମ୍ପାଦନା]

  1. "Gandhi and Kasturba". www.gandhiashramsabarmati.org. Retrieved 28 July 2018.
  2. "Kasturba Gandhi: इनके त्याग से 'महान' बने महात्मा गांधी". jagranjunction. Retrieved 28 July 2018.