କରମା ନୃତ୍ୟ

ଉଇକିପିଡ଼ିଆ‌ରୁ

କରମା ନାଚ ଏକ ଆଦିବାସୀ ସଂପ୍ରଦାୟର ଲୋକନୃତ୍ୟ । ପଶ୍ଚିମ ଓଡ଼ିଶା, ଛତିଶଗଡ଼ମଧ୍ୟପ୍ରଦେଶର ଗଣ୍ଡ, ଓରାମ,କିଷାନ , ଲୋଲହ ଓ ଅନନ୍ୟ ସଂପ୍ରଦାଯର ଆଦିବାସୀ ସମରଦୟାଙ୍କ ମଧ୍ୟରେ ଏହି ନୃତ୍ୟ ପାରମ୍ପରିକ ନୃତ୍ୟ ହିସାବରେ ବହୁକାଳରୁ ପ୍ରଚଳିତ । ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନରୁ କରମା ଉତ୍ଶବ ପାଳିତ ହୁଏ ଏହି ସଂପ୍ରଦାଯ ସମୂହର ଆଦିବାସୀମାନଙ୍କ ଭିତରେ । ସେହି ସମୟରେ ସେମାନେ କରମା ଦେବତା ( GOD of FATE)ଙ୍କ ପୂଜା ଅର୍ଚନା କରନ୍ତି ଓ ଖୁସିରେ ଏହି ନୃତ୍ୟ ପ୍ରଦର୍ଶନ କରନ୍ତି । ପାରମ୍ପରିକ ଢୋଲ , ମହୁରି ବାଦ୍ୟର ତାଲ ସହିତ ରଙ୍ଗୀନ ପୋଷାକ ପରିହିତ ତରୁଣା ତରୁଣୀଙ୍କ ଏକତ୍ରିତ ନୃତ୍ୟ ଖୁବ ଆକର୍ଷଣୀୟ.[୧]

References[ସମ୍ପାଦନା]