ଶିଆଳିଆ

ଉଇକିପିଡ଼ିଆ‌ରୁ
(କବାଟ ନଥିବା ଗାଁ ଶିଆଳିଆରୁ ଲେଉଟି ଆସିଛି)

ଶିଆଳିଆ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ଗାଁ । [୧]

ଅବସ୍ଥିତି[ସମ୍ପାଦନା]

ଏହା କେନ୍ଦ୍ରାପଡ଼ାର ରାଜକନିକା ସଦର ମହକୁମା ପୂର୍ବକୁ ଚାରି କିଲୋମିଟର ଦୂରରେ ଅବସ୍ଥିତ । ଗ୍ରାମ ପ୍ରାୟ ୧ କିମି ଦୀର୍ଘ । [୧]

ଜନସଂଖ୍ୟା[ସମ୍ପାଦନା]

ଏହି ଗାଁରେ ପ୍ରାୟ ୯୦ ଘର ଓ ୫୦୦ଟି ପରିବାର ବାସ କରନ୍ତି । [୧]

ପର୍ଯ୍ୟଟନ[ସମ୍ପାଦନା]

ବାସୁଳେଈ / ଖରାଖାଇ[ସମ୍ପାଦନା]

ଶିଆଳିଆ ଗ୍ରାମର ଖରାଖାଇ ଠାକୁରାଣୀ

ଗାଁର ଉତ୍ତର ଦିଗରେ ମୁକ୍ତ ଆକାଶ ତଳେ ଗ୍ରାମଦେବୀ କେନ୍ଦୁବାସୁଳେଈଙ୍କ ମନ୍ଦିର । ପୂଜାପୀଠର ଚାରି ପାଖରେ କେନ୍ଦୁ ବୃକ୍ଷମାନ ରହିଛି। ସେହି କେନ୍ଦୁବୃକ୍ଷର ନାମ ଅନୁସାରେ ଠାକୁରାଣୀଙ୍କ ନାମ କେନ୍ଦୁବାସୁଳେଈ । ଖରାରେ ଅଧିଷ୍ଠିତ ହୋଇଥିବାରୁ ତାଙ୍କ ଅନ୍ୟନାମ ଖରାଖାଇ ବୋଲି ସେ ଲୋକମୁଖରେ ପରିଚିତ। ବିପଦ ଆପଦରୁ ରକ୍ଷା ପାଇଁ ବାସୁଳେଈଙ୍କ ପାଦତଳେ ମାନସିକ ଧାରୀ ମାଟିଘୋଡ଼ା ଅର୍ପଣ କରିଥାନ୍ତି । [୨][୩]

ଗ୍ରାମର ସ୍ୱାତନ୍ତ୍ର୍ୟତା[ସମ୍ପାଦନା]

କୌଣସି କଳହ ବା ବାଦବିବାଦ ଦେଖାଦେଲେ ମୋକଦ୍ଦମା କୋର୍ଟ କଚେରୀକୁ ଯାଏନି । ପୋଲିସ କେବେ ସେହି ଗ୍ରାମକୁ ଯାଏନି । ବିବାଦ ଆଲୋଚନା ମାଧ୍ୟମରେ ସେମାନଙ୍କ ମଧ୍ୟରେ ତୁଟିଯାଏ । କେଉଁ ଏକ ଅତୀତରୁ ଦୃଢ଼ ବିଶ୍ୱାସପୁର୍ଣ୍ଣ ପରମ୍ପରାକୁ ମାନି ଅଦ୍ୟାବଧି ବିନା ଝରକା ଏବଂ କବାଟ ବନ୍ଧରେ ଘର କରି ବେଶ୍ ସୁଖ ଶାନ୍ତିରେ ଜୀବନଯାପନ କରି ଆସୁଛନ୍ତି ଶିଆଳିଆ ଗ୍ରାମବାସୀ । ନା ଅଛି ଚୋରଙ୍କ ଭୟ ନା ଅଛି ହିଂସ୍ର ବାଘ ଭାଲୁଙ୍କ ଭୟ କେନ୍ଦୁବାସୁଳେଈଙ୍କ ଛତ୍ରଛାୟା ତଳେ ନିର୍ଭୟରେ ବାସ କରୁଛନ୍ତି ଗ୍ରାମବାସୀ । [୪][୫]

କିମ୍ବଦନ୍ତୀ[ସମ୍ପାଦନା]

କାହିଁ କେଉଁ ପିତୃପିତାମହ ଅମଳରୁ ଘରମାନଙ୍କରେ କବାଟ ଦ୍ୱାର ନାହିଁ । କାରଣ ମଧ୍ୟ ଜଣାନାହିଁ । ଗୋଟିଏ କଥା ଅତୀତରୁ ମାନି ଆସିଛନ୍ତି ସମସ୍ତେ । ଦିନେ ଜଣେ ସରଳ ଗ୍ରାମବାସୀ ଆଧୁନିକ ସଭ୍ୟତା ଅବଲମ୍ବୀ ଜଣେ ଧୂର୍ତ୍ତ ପ୍ରଭାବଶାଳୀ ଲୋକର କଥାରେ ପ୍ରଭାବିତ ହୋଇ ଘରର କବାଟ ଲଗାଇଲା । ଗ୍ରାମବାସୀ ମଧ୍ୟ ଏକାର୍ଯ୍ୟରେ ବାଧା ଦେଲେନାହିଁ । ଅଚାନକ ତା'ର ଘରଟି ପୋଡ଼ିଗଲା କିନ୍ତୁ ଅନ୍ୟ କୌଣସି ଘରକୁ ନିଆଁ ଡେଇଁଲା ନାହିଁ । ସେହି ରାତିରେ ତାକୁ ଦୈବବାଣୀ ହେଲା ଯେ, ତୁ ଆଉ ଭୁଲ କରେନା । ମୁଁ ପରା କବାଟ ଭଳି ତୋ ଦୁଆର ଜଗିଛି

ଭିନ୍ନ ଧର୍ମୀୟ ଜଣେ ବ୍ୟକ୍ତି ଏକଦା ସେହି ଗ୍ରାମକୁ ଆସିଥିଲେ ଏବଂ ଠାକୁରାଣୀଙ୍କଠାରେ ତାଙ୍କର ବିଶ୍ୱାସ ନଥିଲା । ସେ ଏକ ଗୃହ ନିର୍ମାଣ କରି ସେଥିରେ କବାଟ ସ୍ଥାପନ କଲେ । କିଛି ଦିନ ମଧ୍ୟରେ ତାଙ୍କର ବଳଦ ମରିଗଲେ ଏବଂ ତାଙ୍କୁ ଦୁର୍ଦ୍ଦଶା ପଡ଼ିଲା । ସେହି ବ୍ୟକ୍ତି ସାତଟି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ । ରାଜସ୍ୱ ରେକର୍ଡରେ ସେହି ବ୍ୟକ୍ତିଙ୍କ ନାମ 'ପଠାଣ କିଆରୀ' ଭାବେ ଲିପିବଦ୍ଧ ଅଛି ।

ଏହି ଭଳି ଏକ ଦୈବୀଶକ୍ତିକୁ ବିଶ୍ୱାସ କରି ଶିଆଳିଆ ଗ୍ରାମର ଗ୍ରାମବାସୀମାନେ କାହିଁ କେଉଁ ଅତୀତରୁ ପରସ୍ପର ସହଯୋଗ ଭରା ଜୀବନଯାପନ କରି ଆସୁଛନ୍ତି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଆର୍କାଇଭ୍ କପି". Archived from the original on 2014-07-05. Retrieved 2015-05-30. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2013-04-05. Retrieved 2015-05-30. {{cite web}}: Cite has empty unknown parameter: |1= (help)
  3. http://archive.indianexpress.com/news/village-where-houses-go-without-doors-windows/1044184/
  4. http://www.rediff.com/news/report/a-village-where-houses-have-no-doors-windows/20121212.htm
  5. http://www.udayindia.org/english/content_03august2013/beyond-headlines.html[permanent dead link]