କପ୍ତିପଦା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କପ୍ତିପଦା
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଭାଷାଓଡ଼ିଆ, ଇଂରାଜୀ
Area
 • ସମୁଦାୟ3,634 km2 (1,403 sq mi)
Population
 (୨୦୧୦)
 • Total୧୨୦୦
Time zoneIST (+୫.୩୦)
ଡାକ କୋଡ଼
୭୫୭୦୪୦
Area code+୦୬୭୯୫
ଯାନବାହାନ ପଞ୍ଚୀକରଣOD-11

କପ୍ତିପଦା ଓଡ଼ିଶାର ଉତ୍ତର ଭାଗରେ ଥିବା ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଏକ ରାଜସ୍ୱ ଗ୍ରାମ।[୧]

ଭୂଗୋଳ[ସମ୍ପାଦନା]

କପ୍ତିପଦା ୨୧.୫୧ ଉତ୍ତର ଅକ୍ଷାଂଶ ଓ ୮୬.୫୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ। ଏହା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରର ୫୩ କିଲୋମିଟର ଦକ୍ଷିଣରେ ଅବସ୍ଥିତ। ମୟୂରଭଞ୍ଜ ଜିଲ୍ଲାର ମୋଟ ୨୬ ପଞ୍ଚାଯତ ସମିତି ମଧ୍ୟରୁ କପ୍ତିପଦା ଗୋଟିଏ। ଏହା କପ୍ତିପଦା ଉପଖଣ୍ଡରେ ଅବସ୍ଥିତ ଯାହାର ମୁଖ୍ୟ ସହର ଉଦଳା ଏଠାରୁ ୮ କିଲୋମିଟର ଦୂର।କପ୍ତିପଦା ଗ୍ରାମର ପାଦ ଦେଶରେ ସୋନ ନଦୀ ବୋହି ଯାଇଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱର ଏଠାରୁ ୨୨୦ କି.ମି. ଦୂର। ବାଲେଶ୍ୱର ଏହାର ନିକଟତମ ରେଳ ସ୍ଟେଶନ ଓ ବଜାର (ପେଣ୍ଠ ସ୍ଥଳୀ ) ହୋଇଥିବାରୁ ଏଠାକାର ଲୋକେ ବାଲେଶ୍ୱର ଉପରେ ବହୁତ ନିର୍ଭରଶୀଳ।[୨]

ଅଧିବାସୀ[ସମ୍ପାଦନା]

କପ୍ତିପଦାର ଜନସଂଖ୍ୟା ପାଖାପାଖି ୫ ହଜାର। କପ୍ତିପଦାର ଅଧିକାଂଶ ଅଧିବାସୀଙ୍କ ମାତୃଭାଷା ଓଡ଼ିଆ ଓ ଏଠିକାର ସରକାରୀ ଭାଷା ମଧ୍ୟ ଓଡ଼ିଆ। କିନ୍ତୁ ଏଠାରେ ଅନେକ ସାନ୍ତାଳି ଭାଷା ଭାଷୀ ଓ ଅନ୍ୟ କିଛି ବଙ୍ଗଳା ଓ ରାଜସ୍ଥାନୀ ଭାଷାଭାଷୀ ପରିବାର ମଧ୍ୟ ବସବାସ କରନ୍ତି। ଅହିକାଂଶ ଲୋକ ହିନ୍ଦୁ ଧର୍ମାବଲମ୍ବୀ। ମାତ୍ର ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଆପଣାକୁ ସାର୍ନା ବୋଲି ଏକ ଭିନ୍ନ ଧର୍ମର ବୋଲି ପରିଚୟ ଦିଅନ୍ତି।

ପ୍ରଶାସନ[ସମ୍ପାଦନା]

କପ୍ତିପଦା ଗ୍ରାମ ଉଦଳା (ସଂରକ୍ଷିତ) ବିଧାନ ସଭା ଓ ମୟୂରଭଞ୍ଜ (ସଂରକ୍ଷିତ) ଲୋକ ସଭା କ୍ଷେତ୍ରର ଅନ୍ତର୍ଭୁକ୍ତ। କପ୍ତିପଦା ପଂଚାୟତ ସମିତିର ମୁଖ୍ୟ କାର୍ୟାଳୟ ଏହି ଗ୍ରାମରେ ଅଛି। ଆଇନ୍ ଶୃଙ୍ଖଳା ବ୍ୟବସ୍ଥା କପ୍ତିପଦା ଥାନାର ଦାୟିତ୍ୱ। ନିକଟରେ ଥିବା ଜଙ୍ଗଲର ସଂରକ୍ଷଣ ପାଇଁ ଜଙ୍ଗଲ ବିଭାଗର ଅଫିସ ଟିଏ ମଧ୍ୟ ଅଛି।

ଶିକ୍ଷା ଓ ସ୍ୱାସ୍ଥ୍ୟ[ସମ୍ପାଦନା]

କପ୍ତିପଦା ଗ୍ରାମରେ ମୋଟ ୫ଟି ସରକାରୀ ବିଦ୍ୟାଳୟ ଅଛି। ପ୍ରାଥମିକ ସ୍ତରରେ ୨ଟି ବେସରକାରୀ ବିଦ୍ୟାଳୟ ମଧ୍ୟ ଅଛି। ଉଚ୍ଚଶିକ୍ଷା ପାଇଁ ସୋନ ନଦୀ ଉପକଣ୍ଠରେ ଗୋଟିଏ ଓ ନୂଆସାହିଠାରେ ଅନ୍ୟ ଏକ ମହାବିଦ୍ୟାଳୟ ଅଛି। ଏଠାରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି। ନୂଆସାହିଠାରେ ଥିବା କପ୍ତିପଦା ମହାବିଦ୍ୟାଳୟରେ ଏବେ ଧନ୍ଦାମୂଳକ ଶିକ୍ଷାଦାନର ବ୍ୟବସ୍ଥା ବି ଆରମ୍ଭ ହୋଇଛି। କପ୍ତିପଦା ବଜାର ଉପକଣ୍ଠରେ ସ୍ୱାସ୍ଥ୍ୟ ସେବା ପାଇଁ ଏକ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଛି। ତାଛଡା କିଛି ବେସରକାରୀ ହୋମିଓପ୍ୟାଥି କ୍ଲିନିକ ମଧ୍ୟ ରହିଛି।

ପର୍ଯ୍ୟଟନ[ସମ୍ପାଦନା]

ଝିଙ୍କେଶ୍ୱର ମନ୍ଦିର[ସମ୍ପାଦନା]

କପ୍ତିପଦାଠାରୁ ୨ କି.ମି. ଦୂର ଝିଙ୍କପଦାଠାରେ ଝିଙ୍କେଶ୍ୱର ମହାଦେବଙ୍କ ମନ୍ଦିର ରହିଛି। ଏଠାରେ ଥିବା ଳିଙ୍ଗ ସ୍ୱୟଂଭୂ ବୋଲି ଲୋକ କଥା ରହିଛି। ତେଣୁ ପ୍ରତିଦିନ ଏଠାକୁ ଶ୍ରଦ୍ଧାଳୁଙ୍କ ଭିଡ ଛୁଟେ।

କାଳ ଓ ସୋନ ବନ୍ଧ[ସମ୍ପାଦନା]

କପ୍ତିପଦାଠାରୁ ୮ କି.ମି. ଦୂରରେ କାଳନଦୀ ଉପରେ ଏକ ବନ୍ଧ ଅଛି, ଯାହା ବନ୍ୟା ନିୟନ୍ତ୍ରଣ ସହିତ ନିକଟବର୍ତୀ ଅଞ୍ଚଳରେ ଜଳସେଚନର ସୁବିଧା ଯୋଗାଉଛି। ଏଠାରେ ମାଛ ଚାଷ ମଧ୍ୟ ହେଉଛି। ବିଶେଷ କରି ଇଂରାଜୀ ନବବର୍ଷ ସମୟରେ ଏଠି ପର୍ଯ୍ୟଟକଙ୍କ ଭିଡ ହୁଏ। ସେହିପରି ୧୪ କି.ମି. ଦୂରରେ ସୋନ ନଦୀ ଉପରେ ଅନ୍ୟ ଏକ ଜଳସେଚନ ପ୍ରକଳ୍ପ ରହିଛି।

ସମୀବୃକ୍ଷ[ସମ୍ପାଦନା]

କପ୍ତିପଦାଠାରୁ ୧୦ କି.ମି. ଦୂରରେ ଏହା ଏକ ମୁଣ୍ଡିଆ ପାହାଡ। କିନ୍ତୁ ମହାଭାରତରେ ଅଜ୍ଞାତବାସ ସହ ଏହାର ସମ୍ପର୍କ ଯୋଗୁଁ ଏହା ପାଖ ଆଖରେ ବହୁତ ଜଣାଶୁଣା। ମକର ସଙ୍କ୍ରାନ୍ତି ସମୟରେ ଏଠାରେ ସପ୍ତାହବ୍ୟାପୀ ମେଳା ବସେ।

ଦେବକୁଣ୍ଡ[ସମ୍ପାଦନା]

ଦେବକୁଣ୍ଡ ଏଠାରୁ ପ୍ରାୟ ୩୦ କି.ମି. ଦୂର। ଶିମିଳିପାଳ ଉପକଣ୍ଠରେ ଏହା ଏକ ସୌନ୍ଦର୍ଜ୍ୟ ପୂର୍ଣ ଜଳପ୍ରପାତ। ଏଠାରେ ଥିବା ଦେବୀ ପୀଠରେ ମକର ସଙ୍କ୍ରାନ୍ତି ସମୟରେ ମେଳା ବସେ।

ଆଧାର[ସମ୍ପାଦନା]