କଙ୍ଗନା ରାଣାବତ

ଉଇକିପିଡ଼ିଆ‌ରୁ
କଙ୍ଗନା ରାଣାବତ
Kangana Ranaut is looking away from the camera
କୁଇନ୍ ଚଳଚ୍ଚିତ୍ରର ସଫଳତା ସଭାରେ କଙ୍ଗନା ।
Born
କଙ୍ଗନା ରାଣାବତ

(1987-03-23) ୨୩ ମାର୍ଚ୍ଚ ୧୯୮୭ (ବୟସ ୩୬)
Occupationଅଭିନେତ୍ରୀ
Years active୨୦୦୬–ଏବେଯାଏଁ
Websiteofficialkanganaranaut.com

‌କଙ୍ଗନା ରାଣାବତ‌ (ଜନ୍ମ: ୨୩ ମାର୍ଚ୍ଚ ୧୯୮୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । କଙ୍ଗନା ୩ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ୪ଟି ଭିନ୍ନ ଭିନ୍ନ ବିଭାବର ଫିଲ୍ମ‌ଫେୟାର ପୁରସ୍କାର ପାଇଥିଲେ । ହିମାଚଳ ପ୍ରଦେଶର ଭମ୍ବଳାଠାରେ ଜନ୍ମିତ କଙ୍ଗନା ଛୋଟବେଳୁ ତାଙ୍କ ପିତାମାତାଙ୍କ କଥାନୁସାରେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ । ମାତ୍ର ପରେ ସେ ତାଙ୍କ ପଥ ନିଜେ ବାଛିଥିଲେ ଏବଂ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ଜଣେ ମଡେଲ ଭାବରେ କିଛିଦିନ କାମ କରିଥିଲେ । ଏହପରେ ନିର୍ଦ୍ଦେଶକ ଅରବିନ୍ଦ ଗୌରଙ୍କ ଅଧିନରେ ପ୍ରଶିକ୍ଷଣ ନେବା ପରେ କଙ୍ଗନା ୨୦୦୬ରେ ହିନ୍ଦୀ କଥାଚିତ୍ର ‌ଗ୍ୟାଙ୍ଗଷ୍ଟାର‌ରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା । ଏହାପରେ ସେ ‌ଓ ଲମ୍ହା‌, ‌ଲାଇଫ୍ ଇନ୍ ଏ ମେଟ୍ରୋ‌, ‌ଫ୍ୟାସନ‌ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଫ୍ୟାସନ ଚଳଚ୍ଚିତ୍ର ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।

ଏହାପରେ କଙ୍ଗନା ‌ରାଜ୍‌, ‌ୱାନ୍ସ ଅପନ ଏ ଟାଇମ ଇନ୍ ମୁମ୍ବାଇ‌, ‌ତନୁ ୱେଡ୍ସ ମନୁ‌, କ୍ରିସ୍-୩ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୪ରେ କଙ୍ଗନାଙ୍କ ଅଭିନୀତ ଚଳଚ୍ଚିତ୍ର ‌କୁଇନ୍‌ ଅନେକ ସଫଳତା ପାଇବା ସ‌ହ କଙ୍ଗନା ଫିଲ୍ମ‌ଫେୟାର ଏବଂ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏହାପରେ ୨୦୧୫ରେ କଙ୍ଗନା ‌ତନୁ ୱେଡ୍ସ ମନୁ ରିଟର୍ଣ୍ଣସ୍‌‌ରେ ଦୈତଭୂମିକା ପାଇଁ ଫିଲ୍ମ‌ଫେୟାରରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।

ପ୍ରାରମ୍ଭିକ ଜୀବନ

କଙ୍ଗନା ୨୩ ମାର୍ଚ୍ଚ ୧୯୮୬ରେ ହିମାଚଳ ପ୍ରଦେଶର ଭମ୍ବଳାଠାରେ ଜନ୍ମଗ୍ରହଣ କରିଥିଲେ ।[୧][୨][୩][୪] ତାଙ୍କ ମାଆ ଆଶା ରାଣାବତ ଜଣେ ବିଦ୍ୟାଳୟ ଶିକ୍ଷକ ଏବଂ ବାପା ଅମରଦୀପ ରାଣାବତ ଜଣେ ବ୍ୟବସାୟୀ ।[୫] କଙ୍ଗନାଙ୍କର ଜଣେ ବଡ଼ ଭଉଣୀ ଅଛନ୍ତି ଯିଏକି ତାଙ୍କ ପରିଚାଳିକା ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କର ଜଣେ ସାନ ଭାଇ ମଧ୍ୟ ଅଛି ।[୬][୭] ସେ ଛୋଟବେଳୁ ଏକ ଯୌଥ ପରିବାରରେ ବଡ଼ ହୋଇଥିଲେ ।[୭][୮]

ମଡେଲିଂ ଏବଂ ମଞ୍ଚ ଅଭିନୟ

କଙ୍ଗନା ତାଙ୍କ ପିତାମାତାଙ୍କ କଥାନୁସାରେ ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲେ । ମାତ୍ର ଦ୍ୱାଦଶ ଶ୍ରେଣୀରେ ଏକ ମାସିକିଆ ପରୀକ୍ଷାରେ ରସାୟନ ବିଜ୍ଞାନରେ ଫେଲ ହେଇଯିବାପରେ ସେ ଆଉ ସର୍ବଭାରତୀୟ ମେଡିକାଲ ପରୀକ୍ଷା ପାଇଁ ପଢ଼ିନଥିଲେ ।[୯] ଏହାପରେ ୧୬ବର୍ଷ ବୟସରେ ସେ ଦିଲ୍ଲୀକୁ ଚାଲିଯାଇଥିଲେ ।[୬][୧୦] ମେଡିକାଲ ପାଇଁ ପ୍ରସ୍ତୁତି ନ ହେବାରୁ ତାଙ୍କ ବାପା ତାଙ୍କୁ ବିରୋଧ କରିବା ସ‌ହ ତାଙ୍କର ଏହି ଦିଗ‌ହୀନ ଭବିଷ୍ୟତ ବିଷୟରେ ପଇସା ଦେବା ବନ୍ଦ କରିଦେଲେ ।[୧୧]

ଦିଲ୍ଲୀରେ ରହିବା ପରେ କଙ୍ଗନା ଏଲାଇଟ୍ ମଡେଲ ସଂସ୍ଥାରେ ଯୋଦ ଦେଇଥିଲେ ଏବଂ ସେଠାରେ ମେଡେଲ ଭାବରେ କାର୍ଯ୍ୟ କରିଥିଲେ ।[୫][୧୦] ପରେ ପରେ ସେ ବିଭିନ୍ନ ମଡେଲିଂର କାର୍ଯ୍ୟ କରିଥିଲେ ମାତ୍ର ଧିରେ ଧିରେ ସେ ସେସବୁକୁ ନାପସନ୍ଦ କରିଥିଲେ ଏବଂ ଅଭିନୟରେ ନୃଷ୍ଟିନିବେଷ କରିଥିଲେ ।[୫][୧୦] ଅଭିନୟ ଶିକ୍ଷା ପାଇଁ କଙ୍ଗନା ଅସ୍ମିତା ନାଟ୍ୟସଂସ୍ଥାରେ ଯୋଗଦେଇଥିଲେ, ଯେଉଁଠି ସେ ମଞ୍ଚ ନିର୍ଦ୍ଦେଶକ ଅରବିନ୍ଦ ଗୌରଙ୍କର ତ‌ତ୍ୱାବଧାନରେ ସେ ଅଭିନୟ ଶିକ୍ଷା କରିଥିଲେ ।[୧୨] ସେ ଅରବିନ୍ଦଙ୍କ ନାଟ୍ୟସଂସ୍ଥାରେ ବିଭିନ୍ନ ନାଟକରେ ଅଭିନୟ କରିଥିଲେ ।[୧୩] ତାଙ୍କର ଏକ ନାଟକ ବେଳେ ଜଣେ ପୁରୁଷ ଅଭିନେତାଙ୍କ ଅନୁପସ୍ଥିତିରେ କଙ୍ଗନା ତାଙ୍କର ମୂଳ ନାରୀ ଚରିତ୍ର ସ‌ହ ସେହି ପୁରୁଷ ଚରିତ୍ରରେ ମଧ୍ୟ ଅଭିନୟ କରିଥିଲେ ।[୧୪] ମଞ୍ଚ ନାଟକରେ ଦର୍ଶକଙ୍କର ସାକାରାତ୍ମକ ମତାମତ କଙ୍ଗନାଙ୍କୁ ଚଳଚ୍ଚିତ୍ରରେ ଅଭିନୟ ପାଇଁ ପ୍ରେରିତ କରିଥିଲା ଏବଂ ସେ ମୁମ୍ବାଇକୁ ସ୍ଥାନାନ୍ତରିତ ହୋଇଥିଲେ । ସେଠାରେ ଆଶା ଚନ୍ଦ୍ରଙ୍କର ଡ୍ରାମା ସ୍କୁଲରେ ଚାରିମାସ ପାଇଁ ଅଭିନୟ ଶିଖିଥିଲେ ।[୧୫]

ଏହିଦିନମାନଙ୍କରେ କଙ୍ଗାନାଙ୍କ ପାଖରେ ଅର୍ଥର ଅଭାବ ଥିବା ଯୋଗୁଁ ସେ କେବଳ ପାଉଁରୁଟି ଏବଂ ଆଚାର ଖାଇ ରହୁଥିଲେ ଏବଂ ତାଙ୍କ ବାପାଙ୍କଠାରୁ ସାହାଯ୍ୟ ନେବାକୁ ମନା କରିଦେଇଥିଲେ ।[୧୬][୧୧] କଙ୍ଗନାଙ୍କର ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ ନିଷ୍ପତ୍ତିରେ ତାଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଖୁସି ନ ଥିଲେ[୬] ଏବଂ ସେମାନେ କିଛିବର୍ଷଯାଏଁ କଙ୍ଗନାଙ୍କ ସ‌ହ ସମ୍ପର୍କ ମଧ୍ୟ ରଖିନଥିଲେ ।[୩][୭][୧୧] ୨୦୦୭ରେ କଙ୍ଗନାଙ୍କ ଅଭିନୀତ ଚଳଚ୍ଚିତ୍ର ‌ଲାଇଫ ଇନ୍ ଏ ମେଟ୍ରୋ‌ର ସଫଳତା ପରେ ସେମାନେ କଙ୍ଗନାକୁ ପୁଣିଥରେ ଆପଣେଇଥିଲେ ।[୭]

ଚଳଚ୍ଚିତ୍ର ଅଭିନୟ ଜୀବନ

୨୦୦୪ରେ କଙ୍ଗନାଙ୍କୁ ହିନ୍ଦୀ ଚଳଚ୍ଚିତ୍ର ‌ଆଇ ଲଭ୍ ୟୁ ବସ୍‌‌ରେ ମୁଖ୍ୟ ନାୟିକା ଭାବରେ ଚୁକ୍ତିକରାଯାଇଥିଲା[୪][୧୭] ମାତ୍ର ପରେ ପ୍ରଯୋଜକ କଙ୍ଗନା ସ୍ୱଳ୍ପ ବୟସ ପାଇଁ ତାଙ୍କ ସ୍ଥାନରେ ଚିତ୍ରଙ୍ଗଦାଙ୍କୁ ନେଇଥିଲେ[୧୮] ଏବଂ କଙ୍ଗନାଙ୍କୁ ‌ଗ୍ୟାଙ୍ଗଷ୍ଟାର‌ ଚଳଚ୍ଚିତ୍ର ପାଇଁ ଚୁକ୍ତି କରାଇଥିଲେ ।[୧୦][୧୮] କଙ୍ଗନାଙ୍କର ପ୍ରଥମ ଚଳଚ୍ଚିତ୍ର ୨୦୦୬ରେ ଅଭିନେତା ଇମ୍ରାନ ହାସିମଙ୍କ ସ‌ହ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ଜଣେ ନିଶାଶକ୍ତ ଯୁବତୀ ଭୂମିକାରେ ଅଭିନୟ କରିଥିଲେ ।[୧୯] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହେବା ସ‌ହ କଙ୍ଗନାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ ।[୨୦][୨୧] କଙ୍ଗନାଙ୍କ ଅଭିନୟ ପାଇଁ ସମୀକ୍ଷକମାନେ ମଧ୍ୟ ସାକାରାତ୍ମକ ମନ୍ତବ୍ୟ ଦେଇଥିଲେ ।[୨୨] ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ କଙ୍ଗନାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠନବାଗତା ପୁରସ୍କାର ମିଳିଥିଲା ।[୨୩]

ଏହାପରେ କଙ୍ଗନା ‌ଓ ଲମ୍ହେ‌[୨୪][୨୫], ‌ଲାଇଫ୍ ଇନ୍ ମେଟ୍ରୋ‌[୨୬] ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୦୮ରେ କଙ୍ଗନାଙ୍କ ଅଭିନୀତ କଥାଚିତ୍ର ‌ଫ୍ୟାସନ‌[୨୭] ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୨୩] ୨୦୧୪ରେ କଙ୍ଗନାଙ୍କୁ ଅଭିନୀତ କୁଇନ ଚଳଚ୍ଚିତ୍ର ଅନେକ ସଫଳତା ପାଇଥିଲେ ଏବଂ ଏହି ଚରିତ୍ର ପାଇଁ କଙ୍ଗନାଙ୍କୁ ଜାତୀୟ ଚଳଚ୍ଚିତ୍ର ଏବଂ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୨୮][୨୯]

ଅଭିନୀତ କଥାଚିତ୍ର

  • ୨୦୦୬: ଗ୍ୟାଙ୍ଗଷ୍ଟାର
  • ୨୦୦୬: ଓ ଲମ୍ହେ
  • ୨୦୦୭: ସାକାଲାକା ବୁମ୍ ବୁମ୍
  • ୨୦୦୭: ଲାଇଫ୍ ଇନ୍ ଏ ମେଟ୍ରୋ
  • ୨୦୦୮: ଧାମ୍ ଧୁମ୍ (ତାମିଲ)
  • ୨୦୦୮: ଫ୍ୟାସନ
  • ୨୦୦୯: ରାଜ୍- ଦ ମିଷ୍ଟ୍ରି କନ୍ଟିନିଅସ୍
  • ୨୦୦୯: ୱାଦା ରାହା
  • ୨୦୦୯: ଏକ୍ ନିରଞ୍ଜନ (ତେଲୁଗୁ)
  • ୨୦୧୦: କାଇଟ୍‌ସ୍
  • ୨୦୧୦: ୱାନ୍ସ ଅପନ୍ ଏ ଟିମ୍ ଇନ୍ ମୁମ୍ବାଇ
  • ୨୦୧୦: ନ‌କ୍ ଆଉଟ୍
  • ୨୦୧୦: ନୋ ପ୍ରୋବେଲ୍ମ
  • ୨୦୧୧: ତନୁ ୱେଡ୍ସ ମନୁ
  • ୨୦୧୧: ଗେମ୍
  • ୨୦୧୧: ରେଡ୍ଡି
  • ୨୦୧୧: ଡବଲ ଧମାଲ
  • ୨୦୧୧: ରାସ୍କେଲ୍ସ
  • ୨୦୧୧: ମିଲେ ନା ମିଲେ ହମ୍
  • ୨୦୧୨: ତେଜ୍
  • ୨୦୧୩: ସୁଟ୍ଆଉଟ୍ ଏଟ୍ ୱାଡାଲା
  • ୨୦୧୩: କ୍ରିସ୍-୩
  • ୨୦୧୩: ରଜ୍ଜୋ
  • ୨୦୧୪: କୁଇନ୍
  • ୨୦୧୪: ରିଭଲଭର୍ ରାଣୀ
  • ୨୦୧୪: ଉଙ୍ଗ୍‌ଲି
  • ୨୦୧୫: ତନୁ ୱେଡ୍ସ ମନୁ ରିଟର୍ଣ୍ଣସ୍
  • ୨୦୧୫: ଆଇ ଲଭ୍ NY
  • ୨୦୧୫: କଟ୍ଟି ବଟ୍ଟି
  • ୨୦୧୭: ରଙ୍ଗୁନ୍
  • ୨୦୧୭: ସିମ୍ରନ୍

ଆଧାର

  1. ANI (21 May 2016). "Kangana, a 'Queen' of lies?". Business Standard. Retrieved 4 May 2017.
  2. Singh, Prashant (23 March 2013). "I am not fond of surprise birthdays: Kangana Ranaut". Hindustan Times. Retrieved 4 May 2017.
  3. ୩.୦ ୩.୧ Deshmukh, Ashwini (1 July 2011). "Kangna: Men Keep Hitting On Me". iDiva. Archived from the original on 23 October 2013. Retrieved 4 May 2017.
  4. ୪.୦ ୪.୧ Sharma, Chander S. (21 December 2004). "Kangana Ranaut makes her debut in Bollywood". The Tribune (Chandigarh). Archived from the original on 21 November 2013. Retrieved 4 May 2017.
  5. ୫.୦ ୫.୧ ୫.୨ "Biography of Kangna Ranaut". Zee News. Retrieved 4 May 2017.
  6. ୬.୦ ୬.୧ ୬.୨ Singh, Suhani (5 March 2014). "It no longer matters what others think of me: Kangana". India Today. Retrieved 4 May 2017.
  7. ୭.୦ ୭.୧ ୭.୨ ୭.୩ KBR, Upala (3 December 2010). "Peek into Ranaut's rich lifestyle". Mid Day. Archived from the original on 10 March 2014. Retrieved 4 May 2017.
  8. Dobhal, Pratishtha (October 2010). "Kangna gets candid". Cosmopolitan (magazine). Archived from the original on 26 May 2015. Retrieved 4 May 2017.
  9. Nag, Nilanjana (1 June 2010). "I'm not even a graduate: Kangana". The Times of India. Retrieved 4 May 2017.
  10. ୧୦.୦ ୧୦.୧ ୧୦.୨ ୧୦.୩ "Kangana Ranaut bares her soul". The Times of India. 29 October 2007. Retrieved 4 May 2017.
  11. ୧୧.୦ ୧୧.୧ ୧୧.୨ Ahmed, Afsana (7 July 2013). "Mom thought someone will make a blue film with me: Kangana Ranaut". Hindustan Times. Retrieved 4 May 2017.
  12. Mahajan, Esha (18 June 2012). "Two decades of Asmita theatre". The Times of India. Retrieved 4 May 2017.
  13. "10 things you didn't know about Kangna Ranaut". Rediff.com. 7 March 2014. Retrieved 4 May 2017.
  14. Uniyal, Parmita (22 March 2014). "Kangana Ranaut: from tragedy queen to queen of hearts". Hindustan Times. Archived from the original on 25 March 2014. Retrieved 4 May 2017.
  15. Sahani, Alaka (23 March 2014). "Kangana Ranaut: 'Queen' is changing the way my contemporaries perceive me". The Indian Express. Retrieved 4 May 2017.
  16. Gupta, Priya (13 March 2013). "Married people need to go to a psychiatrist: Kangana". The Times of India. Retrieved 4 May 2017.
  17. Shah, Kunal M. (1 April 2009). "Catch 22". Mumbai Mirror. Retrieved 4 May 2017.
  18. ୧୮.୦ ୧୮.୧ "Chitrangada Singh's loss was Kangana Ranaut's gain". The Times of India. 26 July 2014. Retrieved 4 May 2017.
  19. Pillaai, Jitesh (21 October 2013). ""I couldn't speak English"- Kangana Ranaut". Filmfare. Retrieved 4 May 2017.
  20. "Kangana Ranaut's impressive Bollywood journey". India Today. 6 November 2013. Retrieved 4 May 2017.
  21. "Kangana Ranaut: Box Office Details and Filmography". Box Office India. Archived from the original on 18 September 2015. Retrieved 4 May 2017.
  22. Sen, Raja (28 April 2006). "This Gangster packs a punch!". Rediff.com. Retrieved 4 May 2017.
  23. ୨୩.୦ ୨୩.୧ "Kangana Ranaut: celeb bio". Hindustan Times. 23 July 2012. Archived from the original on 3 January 2015. Retrieved 4 May 2017.
  24. "Real to reel". Mid Day. Retrieved 4 May 2017.[permanent dead link]
  25. Jha, Subhash K. (13 October 2006). "Her moment". The Telegraph (Calcutta). Retrieved 4 May 2017.
  26. "Box Office 2008". Box Office India. Archived from the original on 14 October 2013. Retrieved 4 May 2017.
  27. Jain, Princy (23 October 2008). "'Fashion has nothing to do with Geetanjali Nagpal'". Hindustan Times. Retrieved 4 May 2017.
  28. "60th Britannia Filmfare Awards 2014: Complete list of winners". The Times of India. 31 January 2015. Retrieved 4 May 2017.
  29. "62nd National Film Awards' winners: 'Haider' wins five, Kangana Ranaut's 'Queen' two". The Indian Express. 24 March 2015. Retrieved 4 May 2017.

ଅଧିକ ତ‌ଥ୍ୟ