ଓବିନଟଜୁମାବ
| Monoclonal antibody | |
|---|---|
| Type | Whole antibody |
| Source | Humanized (from mouse) |
| Target | CD20 |
| Clinical data | |
| Trade names | Gazyva, Gazyvaro |
| Synonyms | Afutuzumab, GA101 |
| AHFS/Drugs.com | monograph |
| data |
|
| Pregnancy category | |
| Routes of administration | Intravenous infusion |
| Legal status | |
| Legal status | |
| Pharmacokinetic data | |
| Elimination half-life | 28.4 days |
| Chemical and physical data | |
| Formula | C6512H10060N1712O2020S44 |
| Molar mass | ୧,୪୬,୦୬୪.୭୨ g·mol−1 |
| (verify) | |
ଓବିନଟଜୁମାବ, ପୂର୍ବରୁ ଆଫୁଟୁଜୁମାବ ଭାବରେ ଜଣାଶୁଣା, ଏକ ଔଷଧ ଯାହା କ୍ରନିକ୍ ଲିମ୍ଫୋସାଇଟିକ୍ ଲିଉକେମିଆ (CLL) ଏବଂ ଫୋଲିକୁଲାର୍ ଲିମ୍ଫୋମା (FL) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଯେତେବେଳେ ଫ୍ଲୁଡାରାବିନ୍ ବ୍ୟବହାର ହୋଇପାରିବ ନାହିଁ ସେତେବେଳେ ସିଏଲଏଲ (CLL) ବ୍ୟବହୃତ ହୁଏ ।[୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ | [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ନିମୋନିଆ, ମୂତ୍ରାଙ୍ଗ ସଂକ୍ରମଣ, ହର୍ପିସ ଜୋସ୍ଟର, ତରଲ ଝାଡ଼ା, ଯନ୍ତ୍ରଣା, ଶୋଇବାରେ ଅସୁବିଧା, କେଶ ଝଡ଼ିବା, ଜ୍ୱର, କମ୍ ପ୍ଲାଟେଲେଟ୍ ସ୍ତର ଏବଂ କମ୍ ଶ୍ୱେତ ରକ୍ତ କଣିକା ସ୍ତର ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରଗତିଶୀଳ ମଲ୍ଟିଫୋକାଲ୍ ଲ୍ୟୁକୋଏନସେଫାଲୋପାଥି ଏବଂ ହେପାଟାଇଟିସ ବି ପୁନଃ ସକ୍ରିୟ ହୋଇପାରେ ।[୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସିଡି୨୦ (CD20) ସହିତ ସଂଲଗ୍ନ ହୁଏ ଏବଂ ସେଠାରେ ପ୍ରତିରକ୍ଷା ପ୍ରଣାଳୀକୁ ନିର୍ଦ୍ଦେଶ ଦେଇଥାଏ । [୨]
୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୪ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓବିନଟଜୁମାବ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୧ଗ୍ରାମ ବିଶିଷ୍ଟ ଭାଏଲର ମୂଲ୍ୟ ୩,୩୦୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୭,୨୦୦ ଡଲାର ଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Obinutuzumab Monograph for Professionals". Drugs.com (in ଇଂରାଜୀ). Archived from the original on 7 October 2021. Retrieved 6 November 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Gazyvaro". Archived from the original on 2 March 2021. Retrieved 6 November 2021.
- ↑ ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 922. ISBN 978-0857114105.
- ↑ "Gazyva Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 6 November 2021.