ଓଜେନୋକ୍ସାସିନ
Clinical data | |
---|---|
Pronunciation | oz en ox' a sin |
Trade names | Ozanex; Xepi |
AHFS/Drugs.com | monograph |
MedlinePlus | a618010 |
data |
|
Pregnancy category |
|
Routes of administration | Topical |
Legal status | |
Legal status | |
Identifiers | |
Chemical and physical data | |
Formula | C21H21N3O3 |
Molar mass | ୩୬୩.୪୨ g·mol−1 |
3D model (JSmol) | |
ଓଜେନୋକ୍ସାସିନ (ଇଂରାଜୀ ଭାଷାରେ Ozenoxacin), ଓଜାନେକ୍ସ ଏବଂ ଜେପି ଏହାର ବିକ୍ରୟ ନାମ, ଇମ୍ପେଟିଗୋ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଆଣ୍ଟିବାୟୋଟିକ ।[୨] ଏହା ମଧ୍ୟରେ ମେଥିସିଲିନ-ପ୍ରତିରୋଧୀ ଏସ ଅରିଅସ (MRSA) ଜୀବାଣୁ ଜନିତ ଇମ୍ପେଟିଗୋ ଅନ୍ତର୍ଭୁକ୍ତ ।[୩] ଏହା ଚର୍ମରେ କ୍ରିମ୍ ଭାବରେ ପ୍ରୟୋଗ କରାଯାଏ ।[୩]
ଚର୍ମ ମାଧ୍ୟମରେ ଅଳ୍ପ ଶୋଷିତ ହୁଏ; ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ କମ୍ ହୁଏ ।[୩] ପାର୍ଶ୍ୱ ପ୍ରତିକ୍ରିୟାରେ ସେବୋରିକ ଚର୍ମରୋଗ ହୋଇପାରେ ।[୪] ଗର୍ଭଧାରଣ କିମ୍ବା ସ୍ତନ୍ୟପାନ କରାଇବା ସମୟରେ ଏହା କ୍ଷତିକାରକ ବୋଲି ଆଶା କରାଯାଏ ନାହିଁ ।[୨] ଏହା ଏକ କ୍ୱିନୋଲୋନ୍ ଅଟେ ଏବଂ ଡିଏନ୍ଏ ଗାଇରେଜ୍ ଏ ଓ ଟପୋଏସୋମରେଜ ଚତୁର୍ଥକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]
୨୦୧୭ ମସିହାରେ ଆମେରିକା ଏବଂ କାନାଡ଼ାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓଜେନୋକ୍ସାସିନ ଅନୁମୋଦିତ ହୋଇଥିଲା ।[୨] [୫] ଯୁକ୍ତରାଷ୍ଟ୍ରରେ ୧% କ୍ରିମ ବିଶିଷ୍ଟ ୩୦ ଗ୍ରାମ୍ ଟ୍ୟୁବର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୪୦ ଡଲାର ଥିଲା ।[୬] କାନାଡ଼ାରେ ଏହି ରାଶିର ମୁଲ୍ୟ ପ୍ରାୟ ୫୩ କାନାଡ଼ା ଡଲାର ଅଟେ ।[୭]
ଆଧାର
[ସମ୍ପାଦନା]- ↑ "Xepi- ozenoxacin cream". DailyMed. 30 January 2020. Archived from the original on 17 October 2020. Retrieved 13 October 2020.
- ↑ ଏହି ଯାଏ ଉପରକୁ ଯାଆନ୍ତୁ: ୨.୦ ୨.୧ ୨.୨ ୨.୩ "DailyMed - XEPI- ozenoxacin cream". dailymed.nlm.nih.gov. Archived from the original on 11 November 2021. Retrieved 10 November 2021.
- ↑ ଏହି ଯାଏ ଉପରକୁ ଯାଆନ୍ତୁ: ୩.୦ ୩.୧ ୩.୨ Robertson, Dirk B.; Maibach, Howard I. (2020). "61. Dermatologic pharmacology". In Katzung, Bertram G.; Trevor, Anthony J. (eds.). Basic and Clinical Pharmacology (in ଇଂରାଜୀ) (15th ed.). New York: McGraw-Hill. p. 1112. ISBN 978-1-260-45231-0. Archived from the original on 2021-10-10. Retrieved 2021-11-07.
- ↑ "Ozenoxacin Monograph for Professionals". Drugs.com (in ଇଂରାଜୀ). Archived from the original on 15 October 2020. Retrieved 10 November 2021.
- ↑ Canada, Health (30 June 2017). "Notice: Prescription Drug List (PDL): Multiple Additions [2017-06-23]". www.canada.ca. Archived from the original on 8 July 2021. Retrieved 10 November 2021.
- ↑ "Xepi Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 10 November 2021.
- ↑ "Pharmacoeconomic Review Report" (PDF). CADTH. Archived (PDF) from the original on 19 October 2019. Retrieved 10 November 2021.