ଏ.ଏମ. ନାୟର

ଉଇକିପିଡ଼ିଆ‌ରୁ

ଏୟପ୍ପନ ପିଲ୍ଲାଇ ମାଧବନ ନାୟର (୧୯୦୫-୧୯୯୦) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ବୈପ୍ଳବିକ ଥିଲେ ଯିଏ ଜାପାନରେ ରହୁଥିବା ସମୟରେ ଭାରତର ସ୍ୱାଧୀନତା ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ । ତାଙ୍କୁ "ନାୟର-ସନ"(ଜାପାନିଜ ସମ୍ମାନଜନକ ସଫିକ୍ସ) ମଧ୍ୟ କୁହାଯାଏ ।

ଇତିହାସ[ସମ୍ପାଦନା]

ନାୟରଙ୍କ ପ୍ରାଥମିକ ଶିକ୍ଷା କେରଳରେ ହୋଇଥିଲା । କିନ୍ତୁ ତାଙ୍କୁ ୧୮ ବର୍ଷ ବୟସରେ କେରଳ ଛାଡିବାକୁ ପଡିଥିଲା, କାରଣ ସେ ତ୍ରାବଣକୋରରେ ଶିକ୍ଷା ଅଧିକାରୀଙ୍କଦ୍ୱାରା ନିଆଯାଇଥିବା କିଛି ପ୍ରଶାସନିକ ପଦକ୍ଷେପକୁ ବିରୋଧ କରିଥିଲେ । ସେତେବେଳେ ସେ ବ୍ରିଟିଶଙ୍କ ବିରୋଧରେ ମଧ୍ୟ କହିଥିଲେ ।[୧] ଜାପାନରେ ସେ ଟୋକିଓ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ । ଜଣେ ଇଞ୍ଜିନିୟର ଭାବରେ କିଛି ସମୟ କାର୍ଯ୍ୟ କରିବା ପରେ ସେ ନିଜ ବ୍ୟକ୍ତିଗତ ସାମର୍ଥ୍ୟରେ ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରବେଶ କରିଥିଲେ ଏବଂ ଖୁବ ଶୀଘ୍ର ରାଶ ବିହାରୀ ବୋଷଙ୍କ ସହ ମିଶି କାର୍ଯ୍ୟ କରିଥିଲେ । ଯେତେବେଳେ ଜାପାନ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରବେଶ କଲା ସେତେବେଳେ ନାୟର, ରାଶ ବିହାରୀ ବୋଷଙ୍କ ମାଧ୍ୟମରେ ଜାପାନରେ ଭାରତୀୟ ସ୍ୱାଧୀନତା ଲିଗ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ ଏବଂ ପରେ ସେ ଓ ରାଶ ବିହାରୀ ବୋଷ ଜାପାନ ସରକାରଙ୍କୁ, ସୁଭାଷ ଚନ୍ଦ୍ର ବୋଷଙ୍କୁ ଜାପାନକୁ ଆଣିବାକୁ ପରାମର୍ଶ ଦେଇଥିଲେ । ସୁଭାଷ ଆସିବା ପରେ ସେ ତାଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥିଲେ ।[୨]

୧୯୪୯ ମସିହାରେ, ନାୟର ଟୋକିଓର ଗିଞ୍ଜାରେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ । ସେ ୧୯୮୨ ମସିହାରେ ତାଙ୍କର ଆତ୍ମଜୀବନୀ ଲେଖିଥିଲେ । ଏହାର ଏକମାତ୍ର ବିତରକ ଭାବରେ ଅଶୋକ ଉମା ପବ୍ଲିକେସନ୍ସ ସହିତ ଏହାକୁ ଜାପାନର ଏକ ଇଣ୍ଡିଆନ ଫ୍ରିଡମ ଫାଇଟର: ମେମୋରିସ ଅଫ୍ ଏମ୍ ନାୟାର (୧୯୮୨) କୁହାଯାଏ

ଶେଷ ସମୟ[ସମ୍ପାଦନା]

ନଭେମ୍ବର ୧୯୮୪ ମସିହାରେ ସମ୍ରାଟ ହିରୋହିତୋଙ୍କଦ୍ୱାରା ନାୟରଙ୍କୁ "ଅର୍ଡର ଅଫ ସେକ୍ରେଡ ଟ୍ରେଜର" ପ୍ରଦାନ କରାଯାଇଥିଲା । ୨୨ ଏପ୍ରିଲ ୧୯୯୦ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା ।[୩]

ଚଳଚ୍ଚିତ୍ର[ସମ୍ପାଦନା]

ମୋହନଲାଲ ଏବଂ ଜ୍ୟାକି ଚାନଙ୍କ ଅଭିନୀତ ନାୟର-ସାନ ନାମକ ଏକ ଚଳଚ୍ଚିତ୍ରର ଯୋଜନା ତାଙ୍କ ଜୀବନ ଉପରେ ଆଧାରିତ ଅଟେ, ଯାହାର ନିର୍ଦ୍ଦେଶନା ଆଲବର୍ଟ ଆଣ୍ଟୋଏନ କରିଛନ୍ତି ।[୪] [୫] [୬] [୭]

ଆଧାର[ସମ୍ପାଦନା]

  1. "An Indian freedom fighter in Japan : memoirs of A.M. Nair. - Version details". Trove. Retrieved 19 March 2019.
  2. "The Man Who Knew Netaji". Rediff.com. 23 January 2006. Retrieved 16 February 2009.
  3. "Million dollar Chan cameo in 'Nair San'". MSN. 13 August 2008. Archived from the original on 24 August 2008. Retrieved 16 February 2009.
  4. "Mohanlal to play unsung freedom fighter in Indo-Japanese film". PTI – The Press Trust of India Ltd. 29 November 2006. Retrieved 16 February 2009.
  5. "Malayalam Cinema News : Mohanlal's 'Aiyyapanpillai Madhavan Nair' is in Japan..." Bharat Waves. Archived from the original on 5 December 2008. Retrieved 16 February 2009.
  6. "Mohanlal, Jackie Chan to act together in Nair San". CNN-IBN. 13 August 2008. Archived from the original on 22 May 2011. Retrieved 16 February 2009.
  7. "Mohanlal learns Japanese, Chinese". Deccan Herald. 3 September 2008. Retrieved 16 February 2009. [dead link]