ଏ.ଏମ. ନାୟର
ଏୟପ୍ପନ ପିଲ୍ଲାଇ ମାଧବନ ନାୟର (୧୯୦୫-୧୯୯୦) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ବୈପ୍ଳବିକ ଥିଲେ ଯିଏ ଜାପାନରେ ରହୁଥିବା ସମୟରେ ଭାରତର ସ୍ୱାଧୀନତା ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ । ତାଙ୍କୁ "ନାୟର-ସନ"(ଜାପାନିଜ ସମ୍ମାନଜନକ ସଫିକ୍ସ) ମଧ୍ୟ କୁହାଯାଏ ।
ଇତିହାସ
[ସମ୍ପାଦନା]ନାୟରଙ୍କ ପ୍ରାଥମିକ ଶିକ୍ଷା କେରଳରେ ହୋଇଥିଲା । କିନ୍ତୁ ତାଙ୍କୁ ୧୮ ବର୍ଷ ବୟସରେ କେରଳ ଛାଡିବାକୁ ପଡିଥିଲା, କାରଣ ସେ ତ୍ରାବଣକୋରରେ ଶିକ୍ଷା ଅଧିକାରୀଙ୍କଦ୍ୱାରା ନିଆଯାଇଥିବା କିଛି ପ୍ରଶାସନିକ ପଦକ୍ଷେପକୁ ବିରୋଧ କରିଥିଲେ । ସେତେବେଳେ ସେ ବ୍ରିଟିଶଙ୍କ ବିରୋଧରେ ମଧ୍ୟ କହିଥିଲେ ।[୧] ଜାପାନରେ ସେ ଟୋକିଓ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ । ଜଣେ ଇଞ୍ଜିନିୟର ଭାବରେ କିଛି ସମୟ କାର୍ଯ୍ୟ କରିବା ପରେ ସେ ନିଜ ବ୍ୟକ୍ତିଗତ ସାମର୍ଥ୍ୟରେ ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରବେଶ କରିଥିଲେ ଏବଂ ଖୁବ ଶୀଘ୍ର ରାଶ ବିହାରୀ ବୋଷଙ୍କ ସହ ମିଶି କାର୍ଯ୍ୟ କରିଥିଲେ । ଯେତେବେଳେ ଜାପାନ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରବେଶ କଲା ସେତେବେଳେ ନାୟର, ରାଶ ବିହାରୀ ବୋଷଙ୍କ ମାଧ୍ୟମରେ ଜାପାନରେ ଭାରତୀୟ ସ୍ୱାଧୀନତା ଲିଗ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ ଏବଂ ପରେ ସେ ଓ ରାଶ ବିହାରୀ ବୋଷ ଜାପାନ ସରକାରଙ୍କୁ, ସୁଭାଷ ଚନ୍ଦ୍ର ବୋଷଙ୍କୁ ଜାପାନକୁ ଆଣିବାକୁ ପରାମର୍ଶ ଦେଇଥିଲେ । ସୁଭାଷ ଆସିବା ପରେ ସେ ତାଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥିଲେ ।[୨]
୧୯୪୯ ମସିହାରେ, ନାୟର ଟୋକିଓର ଗିଞ୍ଜାରେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ । ସେ ୧୯୮୨ ମସିହାରେ ତାଙ୍କର ଆତ୍ମଜୀବନୀ ଲେଖିଥିଲେ । ଏହାର ଏକମାତ୍ର ବିତରକ ଭାବରେ ଅଶୋକ ଉମା ପବ୍ଲିକେସନ୍ସ ସହିତ ଏହାକୁ ଜାପାନର ଏକ ଇଣ୍ଡିଆନ ଫ୍ରିଡମ ଫାଇଟର: ମେମୋରିସ ଅଫ୍ ଏମ୍ ନାୟାର (୧୯୮୨) କୁହାଯାଏ ।
ଶେଷ ସମୟ
[ସମ୍ପାଦନା]ନଭେମ୍ବର ୧୯୮୪ ମସିହାରେ ସମ୍ରାଟ ହିରୋହିତୋଙ୍କଦ୍ୱାରା ନାୟରଙ୍କୁ "ଅର୍ଡର ଅଫ ସେକ୍ରେଡ ଟ୍ରେଜର" ପ୍ରଦାନ କରାଯାଇଥିଲା । ୨୨ ଏପ୍ରିଲ ୧୯୯୦ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା ।[୩]
ଚଳଚ୍ଚିତ୍ର
[ସମ୍ପାଦନା]ମୋହନଲାଲ ଏବଂ ଜ୍ୟାକି ଚାନଙ୍କ ଅଭିନୀତ ନାୟର-ସାନ ନାମକ ଏକ ଚଳଚ୍ଚିତ୍ରର ଯୋଜନା ତାଙ୍କ ଜୀବନ ଉପରେ ଆଧାରିତ ଅଟେ, ଯାହାର ନିର୍ଦ୍ଦେଶନା ଆଲବର୍ଟ ଆଣ୍ଟୋଏନ କରିଛନ୍ତି ।[୪] [୫] [୬] [୭]
ଆଧାର
[ସମ୍ପାଦନା]- ↑ "An Indian freedom fighter in Japan : memoirs of A.M. Nair. - Version details". Trove. Retrieved 19 March 2019.
- ↑ "The Man Who Knew Netaji". Rediff.com. 23 January 2006. Retrieved 16 February 2009.
- ↑ "Million dollar Chan cameo in 'Nair San'". MSN. 13 August 2008. Archived from the original on 24 August 2008. Retrieved 16 February 2009.
- ↑ "Mohanlal to play unsung freedom fighter in Indo-Japanese film". PTI – The Press Trust of India Ltd. 29 November 2006. Retrieved 16 February 2009.
- ↑ "Malayalam Cinema News : Mohanlal's 'Aiyyapanpillai Madhavan Nair' is in Japan..." Bharat Waves. Archived from the original on 5 December 2008. Retrieved 16 February 2009.
- ↑ "Mohanlal, Jackie Chan to act together in Nair San". CNN-IBN. 13 August 2008. Archived from the original on 22 May 2011. Retrieved 16 February 2009.
- ↑ "Mohanlal learns Japanese, Chinese". Deccan Herald. 3 September 2008. Retrieved 16 February 2009. [dead link]