ଏଟୋନୋଜେସ୍ଟ୍ରେଲ ଜନ୍ମ ନିରୋଧ ପ୍ରତ୍ୟାରୋପଣ

ଉଇକିପିଡ଼ିଆ‌ରୁ
ଏଟୋନୋଜେସ୍ଟ୍ରେଲ ଜନ୍ମ ନିରୋଧ ପ୍ରତ୍ୟାରୋପଣ
Implanon
Background
TypeHormonal
Progestin-only implant
First use1998  ଇଣ୍ଡୋନେସିଆ
Synonymsetonogestrel contraceptive implant
Trade namesImplanon, Nexplanon, others
AHFS/Drugs.comFDA Professional Drug Information
Failure rates (first year)
Perfect use0.05%[୧]
Typical use0.05%[୧]
Usage
Duration effect3 years (4 years off-label)
ReversibilityYes
User remindersRequires removal after the 3–4 years
Advantages and disadvantages
STI protectionNo
WeightMay cause weight gain
Period disadvantagesMay cause irregular or prolonged bleeding
Period advantagesMinimizes pain. In 33% no periods.
BenefitsLong-term contraception.

ଏଟୋନୋଜେସ୍ଟ୍ରେଲ ଜନ୍ମ ନିରୋଧ ପ୍ରତ୍ୟାରୋପଣ (ଇଂରାଜୀ ଭାଷାରେ Etonogestrel birth control implant, ଏକ ବିକ୍ରୟ ନାମ ନେକ୍ସପ୍ଲାନନ) ଏକ ଉପକରଣ ଯାହା ଜନ୍ମ ନିରୋଧ ନିମନ୍ତେ ବ୍ୟବ‌ହୃତ ହେଉଥିବା ଏଟୋନୋଜେସ୍ଟ୍ରେଲ (etonogestrel) ମିଶ୍ରିତ ଏକ ରଡ଼କୁ ବୁଝାଏ ।[୨] ଏହା ସର୍ବାଧିକ ପ୍ରଭାବଶାଳୀ ଜନ୍ମ ନିରୋଧକ ଯାହାର ଏକ ବର୍ଷର ଫେଲ ହାର ମାତ୍ର ୦.୦୫% ।[୩] ଏହି ଉପକରଣ ଚର୍ମ ତଳେ ରଖାଯାଏ ଓ ଏହା ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହେ । ଏହି ଉପକରଣ କାଢ଼ିଦେବା ପରେ ଗର୍ଭଧାରଣ କ୍ଷମତା (fertility) ସଙ୍ଗେସଙ୍ଗେ ଫେରିଆସେ ।[୨]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରାୟ ଏକ ତୃତୀୟାଂଶ ମହିଳାଙ୍କର ଋତୁରୋଧ (no menstrual periods) ହୁଏ ।[୨] ଅନିୟମିତ ଋତୁସ୍ରାବ ଅଳ୍ପ କିଛି ମହିଳାଙ୍କର ହୁଏ ।[୪][୫] ପୃଥୁଳକାୟା ମହିଳାଙ୍କର ଅଳ୍ପ ସମୟ ଅବଧିରେ ଏହା ବଦଳେଇବା ଆବଶ୍ୟକ ହୋଇପାରେ ।[୬] ଯକୃତ ରୋଗ (liver disease) ଥିଲେ ଏହା ଦେବାକୁ ଅନୁମତି ଦିଆଯାଏନାହିଁ ।[୫] ଏହି ଉପକରଣ ଏକ ପ୍ରକାର ଦୀର୍ଘକାଳୀନ ଓଲଟସମ୍ପନ୍ନ ଜନ୍ମ ନିରୋଧକ (long-acting reversible birth control) ।[୩] କାର୍ଯ୍ୟକ୍ଷମ ହେବପାଇଁ ଏହାଦ୍ୱାରା ଡିମ୍ବକ୍ଷରଣ (ovulation) ବନ୍ଦ ହୁଏ, ଜରାୟୁଗ୍ରୀବା (cervix) ଝିଲ୍ଲି ମୋଟ ହୁଏ ଓ ଜରାୟୁର (uterus) ଅନ୍ତଃସ୍ଥ ଝିଲ୍ଲିରେ (mucous) ପରିବର୍ତ୍ତନ ହୁଏ ।[୭]

ଇଣ୍ଡୋନେସିଆରେ ସନ ୧୯୯୮ରେ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୬୪ ଏହା ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪][୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏହାର ମୂଲ୍ୟ ୮.୯୩ରୁ ୧୩.୨୯ ଆମେରିକୀୟ ଡଲାର ।[୧୦] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୮୩.୪୩ ପାଉଣ୍ଡ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୬୨୫ ଆମେରିକୀୟ ଡଲାର ।[୩] ସନ ୨୦୧୦ର ଆକଳନ ଅନୁସାରେ ଏହାକୁ ୯୦ରୁ ଅଧିକ ଦେଶର ପ୍ରାୟ ୩ ନିୟୁତ ମହିଳା ବ୍ୟବ‌ହାର କରୁଛନ୍ତି ।[୭][୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ Trussell, James (2011). "Contraceptive efficacy". In Hatcher, Robert A.; Trussell, James; Nelson, Anita L.; Cates, Willard Jr.; Kowal, Deborah; Policar, Michael S. (eds.). Contraceptive technology (PDF) (20th revised ed.). New York: Ardent Media. pp. 779–863. ISBN 978-1-59708-004-0. ISSN 0091-9721. OCLC 781956734. Archived from the original (PDF) on 2013-11-12. Retrieved 2017-07-01.
  2. ୨.୦ ୨.୧ ୨.୨ The selection and use of essential medicines: Twentieth report of the WHO Expert Committee 2015 (including 19th WHO Model List of Essential Medicines and 5th WHO Model List of Essential Medicines for Children) (PDF). WHO. 2015. pp. 332-. ISBN 9789240694941. Retrieved 8 December 2016.
  3. ୩.୦ ୩.୧ ୩.୨ Wipf, Joyce (2015). Women's Health, An Issue of Medical Clinics of North America, (in ଇଂରାଜୀ). Elsevier Health Sciences. pp. 507–509. ISBN 9780323376082.
  4. ୪.୦ ୪.୧ Shoupe, Donna; Jr, Daniel R. Mishell (2015). The Handbook of Contraception: A Guide for Practical Management (in ଇଂରାଜୀ) (2 ed.). Humana Press. p. 140. ISBN 9783319201856.
  5. ୫.୦ ୫.୧ "Implanon - FDA prescribing information, side effects and uses". www.drugs.com. Retrieved 1 January 2017.
  6. ୬.୦ ୬.୧ British national formulary : BNF 69 (69 ed.). British Medical Association. 2015. pp. 555–556. ISBN 9780857111562.
  7. ୭.୦ ୭.୧ Pattman, Richard; Sankar, Nathan; Handy, Pauline; Price, David Ashley (2010). Oxford Handbook of Genitourinary Medicine, HIV, and Sexual Health (in ଇଂରାଜୀ). OUP Oxford. p. 368. ISBN 9780199571666.
  8. ୮.୦ ୮.୧ Senanayake, Pramilla; Potts, Malcolm (2008). Atlas of Contraception, Second Edition (in ଇଂରାଜୀ) (2 ed.). CRC Press. p. 53. ISBN 9780203347324.
  9. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  10. "Etonogestrel". International Drug Price Indicator Guide. Retrieved 8 December 2016.[permanent dead link]