ଏକକୋଷୀ ଜୀବ

ଉଇକିପିଡ଼ିଆ ରୁ
Jump to navigation Jump to search
ଏକକୋଷୀ ଜୀବ
ଭେଲୋନିଆ ଭେଣ୍ଟ୍ରିକୋଷା, ଏକ ଶୈବାଳ ଜାତି, (ବ୍ଯାସ ୧ରୁ ୪ ସେ.ମି.) ଯାହା ସବୁଠାରୁ ବଡ଼ ଏକକୋଷୀ ଜୀବ

ଏକକୋଷୀ ଜୀବ, ମାତ୍ର ଗୋଟିଏ କୋଷରେ ଗଢା ହୋଇଥାଏ। ଏକକୋଷୀମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି, ଯଥା - ପ୍ରାକ୍-ନ୍ଯଷ୍ଟୀୟକ ଏବଂ ସୁନ୍ଯଷ୍ଟୀୟକ। ସମସ୍ତ ପ୍ରାକ୍-ନ୍ଯଷ୍ଟୀୟକମାନେ ଏକକୋଷୀ ଏବଂ ବ୍ଯାକ୍ଟେରୀଆଆର୍କିଆ ଏହିପରି ଦୁଇ ଶ୍ରେଣୀରେ ବିଭକ୍ତ। ଏକକୋଷୀ ସୁନ୍ଯଷ୍ଟୀୟକମାନେ ହେଉଛନ୍ତି ପ୍ରାକ୍ଜୀବ, ଏକକୋଷୀ ଶୈବାଳ, ଏକକୋଷୀ କବକ, ଇତ୍ଯାଦି। ଏକକୋଷୀ ଜୀବମାନଙ୍କୁ ସର୍ବପୂରାତନ ଜୀବରୂପ ଭାବରେ ବିବେଚନା କରାଯାଏ, ପ୍ରାକ୍କୋଷର ଆନୁମାନିକ ଉତ୍ପତ୍ତି ପ୍ରାୟ ୩.୮ରୁ ୪ ବୃନ୍ଦ-ବର୍ଷ-ପୂର୍ବେ ହୋଇଥିଲା।[୧][୨]

କେତେକ ପ୍ରାକ୍-ନ୍ଯଷ୍ଟୀୟକ ଏକତ୍ର ରହି କୋଲୋନି ଗଠନ କରିଥାନ୍ତି, କିନ୍ତୁ ସେମାନେ କୌଣସି ଗୋଟିଏ କାମ ପାଇଁ ବିକଶିତ ହୋଇନଥାନ୍ତି। ଏହିପରି ଜୀବମାନେ ଏକାଠି ରହନ୍ତି ସତ କିନ୍ତୁ ନିଜ ନିଜର କାର୍ଯ୍ୟ ନିଜେ କରିଥାନ୍ତି। ଅପରପକ୍ଷେ ସରଳତମ ବହୁକୋଷୀ ଜୀବମାନଙ୍କ କୋଷମାନେ ପରସ୍ପର ଉପରେ ନିର୍ଭର କରଥାନ୍ତି।

ଅଧିକାଂଶ ବହୁକୋଷୀମାନଙ୍କର ଏକ ଏକକୋଷୀ-ଅବସ୍ଥ ରହିଥାଏ। ଉଦାହରଣ ସ୍ବରୂପ - ଯୁଗ୍ମକ, ବହୁକୋଷୀମାନଙ୍କର ପ୍ରଜନନ ନିମିତ୍ତ ଏକକୋଷ।[୩]

କିଛି ଜୀବମାନେ ଅର୍ଦ୍ଧ-ଏକକୋଷୀ, ଯ଼େପରି ଡିକ୍ଟିଓଷ୍ଟେଲିଅମ୍ ଡିଷ୍କୋଇଡିଅମ୍। ତା ଛଡ଼ା କେତେକ ଏକକୋଷୀ ଜୀବ ବହୁନ୍ଯଷ୍ଟୀୟ, ଯଥା- କୋଉଲେର୍ପା, ପ୍ଲାଜ୍ମୋଡିଅମ୍, ମିକ୍ସୋଗାଷ୍ଟ୍ରିଆ

ବିବର୍ତ୍ତନୀୟ ପରିକଳ୍ପନା[ସମ୍ପାଦନା]

ବର୍ତ୍ତମାନର ଏକକୋଷୀ ଜୀବମାନଙ୍କର ପୂର୍ବରୂପ ପ୍ରାଚୀନ ପ୍ରାକ୍କୋଷମାନ ଅଟନ୍ତି। ଅବଶ୍ଯ ଜୀବନର ଉତ୍ପତ୍ତି ଏବେ ମଧ୍ଯ ଏକ ରହସ୍ଯ ହୋଇ ରହିଛି, କିନ୍ତୁ ଏବେର ବହୁ ପ୍ରଚାରିତ ଉପପାଦ୍ୟ RNA ବିଶ୍ୱ ଅନୁସାରେ ପ୍ରାକ୍-RNA ଅଣୁମାନେ ହିଁ ଜୈବ-ରାସାୟନିକ ପ୍ରତିକ୍ରିୟା ଏବଂ ସ୍ୱ-ପ୍ରତିକରଣ ପାଇଁ ଉତ୍ତେଜକର କାର୍ଯ୍ୟ କରୁଥିଲେ।[୪]

କୋଷ ମଧ୍ଯରେ ରାସାୟନିକ ପ୍ରକ୍ରିୟାଗୁଡ଼ିକୁ ଅଲଗା ରଖିବା ପାଇଁ କୋଷର ପ୍ରକୋଷ୍ଠିକରଣ ଆବଶ୍ୟକ ଥିଲା। ଉଦାହରଣ ସ୍ବରୂପ - ଯଦି ଅଲଗା ରଖାନଯାଏ,ତେବେ ରାଇବୋଜାଇମ୍, ଏକ ପ୍ରାଚୀନ RNA ପ୍ରତିକାରୀ, ଭିନ୍ନ କ୍ରମ ଥିବା ରାଇବୋଜାଇମମାନଙ୍କର ପ୍ରତିକରଣ କରିଦେଇପାରେ।[୫] ଏହିପରି RNA ଥିବା ପରିକଳ୍ପିତ କୋଷମାନଙ୍କୁ ରାଇବୋକୋଷ କୁହାଯାଏ।[୪]

ପ୍ରାକ୍-ନ୍ଯଷ୍ଟିୟକ[ସମ୍ପାଦନା]

ପ୍ରାକ୍-ନ୍ଯଷ୍ଟୀୟ ଜୀବଙ୍କଠାରେ ମାଇଟୋକଣ୍ଡ୍ରିଆ ବା ନ୍ଯଷ୍ଟି ପରି ଝିଲ୍ଲୀ-ବିଶିଷ୍ଟ କୋଷାଙ୍ଗ ନଥାଏ ।[୬] ପ୍ରତିବଦଳରେ ସେମାନଙ୍କର ଏକ ପ୍ରାକ୍-ନ୍ଯଷ୍ଟି ବୋଲି ଅଞ୍ଚଳ ରହିଥାଏ ଯେଉଁଠାରେ ଡିଏନେ ରହିଥାଏ ।[୭] ସୁନ୍ଯଷ୍ଟିୟକଙ୍କ ବିପରୀତ ପ୍ରାକ୍-ନ୍ଯଷ୍ଟିୟକଙ୍କ ସାଧାରଣତଃ ଗୋଟିଏ ବୃତ୍ତାକାର ଗୁଣସୂତ୍ର ରହିଥାଏ ।[୮]

ବ୍ଯାକ୍ଟେରିଆ[ସମ୍ପାଦନା]

ଅଷ୍ଟ୍ରେଲୀୟ ବେଳାଭୂମିରେ ଷ୍ଟ୍ରୋମାଟୋଲାଇଟ । ୫ ସେ.ମି.ର ଷ୍ଟ୍ରୋମାଟୋଲାଇଟ ତିଆରି ହେବାପାଇଁ ଶହ ଶହ ବର୍ଷ ଲାଗିଥାଏ ।[୯]

ବ୍ଯାକ୍ଟେରିଆ ହେଉଛି ବିଶ୍ୱର ପ୍ରାଚୀନତମ ଜୀବମାନଙ୍କ ମଧ୍ଯରୁ ଏକ ।[୧୦][୧୧]

ଆଧାର[ସମ୍ପାଦନା]

  1. An Introduction to Cells, ThinkQuest, retrieved 2013-05-30
  2. Pohorille, Andrew; Deamer, David (2009-06-23). "Self-assembly and function of primitive cell membranes". Research in Microbiology. 160 (7): 449–456. doi:10.1016/j.resmic.2009.06.004. PMID 19580865.
  3. Coates, Juliet C.; Umm-E-Aiman; Charrier, Bénédicte (2015-01-01). "Understanding "green" multicellularity: do seaweeds hold the key?". Frontiers in Plant Science. 5: 737. doi:10.3389/fpls.2014.00737. PMC 4299406. PMID 25653653.
  4. ୪.୦ ୪.୧ Lane N (2015). The Vital Question – Energy, Evolution, and the Origins of Complex Life. WW Norton. p. 77. ISBN 978-0-393-08881-6.
  5. "Exploring Life's Origins: Fatty Acids". exploringorigins.org. Retrieved 2015-10-28.
  6. Prokaryotes". webprojects.oit.ncsu.edu. Retrieved 2015-11-22.
  7. Kleckner, Nancy; Fisher, Jay K.; Stouf, Mathieu; White, Martin A.; Bates, David; Witz, Guillaume (2014-12-01). "The bacterial nucleoid: nature, dynamics and sister segregation". Current Opinion in Microbiology. Growth and development: eukaryotes/ prokaryotes. 22: 127–137. doi:10.1016/j.mib.2014.10.001. PMC 4359759. PMID 25460806.
  8. "Eukaryotic Chromosome Structure | Science Primer". scienceprimer.com. Retrieved 2015-11-22.
  9. "Nature Fact Sheets – Stromatolites of Shark Bay » Shark Bay". www.sharkbay.org.au. Retrieved 2015-11-22.
  10. ଆଧାର ଭୁଲ: ଅଚଳ <ref> ଚିହ୍ନ; Dwight G Smith ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  11. Smith, Dwight G (2015). Bacteria. Salem Press Encyclopedia of Science. ISBN 978-1-58765-084-0.