ଉପେନ୍ଦ୍ର ମିଶ୍ର
ଉପେନ୍ଦ୍ର ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୮ ଫେବୃଆରୀ ୧୯୧୭ ବାଜପୁର, ଖୋର୍ଦ୍ଧା, ଓଡ଼ିଶା |
ମୃତ୍ୟୁ | ୨ ଜାନୁଆରୀ ୨୦୧୨ ପୁରୀ, ଓଡ଼ିଶା | (ବୟସ ୯୪)
ଜାତୀୟତା | ![]() |
ଜୀବିକା | ଅଧ୍ୟାପକ |
ଉପେନ୍ଦ୍ର ମିଶ୍ର, (୧୮ ଫେବୃଆରୀ ୧୯୧୭ - ୨ ଜାନୁଆରୀ ୨୦୧୨) ଜଣେ ଓଡ଼ିଆ ସାହିତ୍ୟିକ ଓ ଅଧ୍ୟାପକ । ଉପେନ୍ଦ୍ର ୧୯୧୭ ମସିହା ଫେବୃଆରୀ ୧୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଜପୁରଠାରେ ଜନ୍ମ ଗ୍ରହଣ କରିଥିଲେ । [୧] ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଉପେନ୍ଦ୍ର କେନ୍ଦ୍ରାପଡ଼ା ବାଲିଆ ଏଲିମେଣ୍ଟାରୀ ଟ୍ରେନିଙ୍ଗ ସ୍କୁଲରେ ସହକାରୀ ଶିକ୍ଷକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୪୭ ମସିହାରେ ସେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗଦାନ କରିଥିଲେ । ପୁରୀଠାରେ ୨୦୧୨ମସିହା, ଜାନୁଆରୀ ୨ତାରିଖ ଦିନ (୯୪ବର୍ଷ)ରେ ସେ ଦେହତ୍ୟାଗ କରିଥିଲେ ।[୨]
ରଚନାବଳୀ[ସମ୍ପାଦନା]
- ସୌରଜଗତ
- ବୈଦ୍ୟରତ୍ନ ମାଗୁଣୀ ବ୍ରହ୍ମା
- ବୈଦ୍ୟରତ୍ନ ପୂର୍ଣ୍ଣଚନ୍ଦ୍ର
- ଔପନ୍ୟାସିକ ଫକୀର ମୋହନ
- ମହାମହୋପାଧ୍ୟାୟ ସଦାଶିବ
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୧୯୮୦[୩]
- ଯଦୁମଣି ସାହିତ୍ୟ ସଂସଦ ପୁରସ୍କାର
- ସାରଳା ସାହିତ୍ୟ ସମ୍ମାନ
- ଅଭିନନ୍ଦନିକା ବିଷ୍ଣୁପ୍ରିୟା ସ୍ମୃତି ପୁରସ୍କାର
- ସହକାର ମକର ମିଳନ ସମ୍ମାନ
- ଶ୍ରୀକ୍ଷେତ୍ର ପୁସ୍ତକ ଉତ୍ସବ ସମ୍ମାନ
- ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ ପୁରସ୍କାର
- ଦ୍ୱାରକା ନାଥ ଦାସ ସ୍ମୃତି ପୁରସ୍କାର
ଟୀକା[ସମ୍ପାଦନା]
- ↑ ଖବର, ୩ଜାନୁଆରୀ ୨୦୧୨, ପୃଷ୍ଠା-୬
- ↑ "ସାହିତ୍ୟିକ ଉପେନ୍ଦ୍ର ମିଶ୍ରଙ୍କ ପରଲୋକ". ଧରିତ୍ରୀ. ୩ ଜାନୁଆରୀ ୨୦୧୨. p. ୭. Retrieved 28 September 2021.
{{cite web}}
: Check date values in:|date=
(help) - ↑ "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 28 September 2021.