ଉଦୟ ଭାନୁ

ଉଇକିପିଡ଼ିଆ‌ରୁ
ଉଦୟ ଭାନୁ
ଜନ୍ମ (1980-08-05) ଅଗଷ୍ଟ ୫, ୧୯୮୦ (ବୟସ ୪୨)
ସୁଲତାନାବାଦ, କରିମ୍‌ନ‌ଗର, ତେଲେଙ୍ଗାନା, ଭାରତ[୧]
ବୃତ୍ତି(s)ଅଭିନେତ୍ରୀ, ଉପସ୍ଥାପିକା
Years active୧୯୯୪ – ଏବେଯାଏଁ
ଜୀବନସାଥୀଶ୍ରୀନିବାସ

ଉଦୟ ଭାନୁ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ଉପସ୍ଥାପିକା ।[୨][୩][୪] ସେ ମାତ୍ର ୧୪ ବର୍ଷ ବୟସରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଭାନୁ ଜଣେ କୁଚୁପୁଡ଼ି ନୃତ୍ୟରେ ପ୍ରଶିକ୍ଷଣ ନେଇଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଉଦୟ ଭାନୁ ୫ ଅଗଷ୍ଟ ୧୯୮୦ରେ ତେଲେଙ୍ଗାନାର କରିମ୍‌ନ‌ଗରସ୍ଥିତ ସୁଲତାନାବାଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ଡାକ୍ତର ଏବଂ ମାତା ଜଣେ ଆୟୁରଦେବ ଡାକ୍ତର ଥିଲେ । ତାଙ୍କର ମାତ୍ର ଗୋଟିଏ ଭାଇ ଅଛି, ଯେ କି ଜଣେ ସଫ୍ଟଓୟାର ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଛନ୍ତି ।[୩] ତାଙ୍କର ପିତା ମଧ୍ୟ ଜଣେ କବି ।[୫] ଭାନୁଙ୍କୁ ମାତ୍ର ଚାରି ବର୍ଷ ବୟସ ହୋଇଥିବା ବେଳେ ସେ ମୃତ୍ୟୁବରଣ କରିଥିଲେ ।[୫] ଭାନୁଙ୍କର ୨ ସେପ୍ଟେମ୍ବର ୨୦୧୬ରେ ଦୁଇଟି ଯମଜ ଝିଅ ଜନ୍ମ ହୋଇଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଭାନୁ ୧୯୯୪ରେ ଆର୍. ନାରାୟଣ ମୂର୍ତ୍ତୀଙ୍କର ଚଳଚ୍ଚିତ୍ର ଏରା ସୈନ୍ୟମ୍ ଜରିଆରେ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଦୂରଦର୍ଶନର ହର୍ଲିକ୍ସ ହୃଦୟାଞ୍ଜଳୀ କାର୍ଯ୍ୟକ୍ରମରେ ଜଣେ ଉପସ୍ଥାପିକା ଏବଂ ଗାୟିକା ଭାବରେ କାର୍ଯ୍ୟ କରିଥିଲେ । କୋଣ୍ଡାଭୀତି ସିଂହାସନମ୍, କ୍ୱାଇଦି ବ୍ରଦର୍ସ ଏବଂ ଶ୍ରାବଣ ମାସମ୍ ଭଳି କିଛି ତେଲୁଗୁ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ସେ କିଛି କନ୍ନଡ଼ ଚଳଚ୍ଚିତ୍ରରେ ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରଥିଲେ ।[୫] ସେ ତିନୋଟି ତେଲୁଗୁ ଚଳଚ୍ଚିତ୍ର ଆପ୍‌ଡ଼ା ମୋକ୍କୁଲା ବାଡ଼ୁ, ଲିଡ଼ର୍ ଏବଂ ଜୁଲାଇ‌ରେ ଆଇଟମ୍ ନୃତ୍ୟ ମଧ୍ୟ କରିଥିଲେ ।[୬]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ଭାଷା ମନ୍ତବ୍ୟ
୧୯୯୪ ଏରା ସୈନ୍ୟମ୍ ତେଲୁଗୁ
୧୯୯୫ ଭେତାଗାଡ଼ୁ ତେଲୁଗୁ
୧୯୯୭ ଅଲିୟା ଆଲ୍ଲା ମାଗଲା ଗଣ୍ଡା କନ୍ନଡ଼
୨୦୦୨ କ୍ୱାଇଦି ବ୍ରଦର୍ସ ତେଲୁଗୁ
କୋଣ୍ଡାଭୀତି ସିଂହାସନମ୍ ତେଲୁଗୁ
ପୋଲିସ୍ ନଂ ୧ ତେଲୁଗୁ
୨୦୦୩ ବସ୍ତି ମେଁ ସାୱଲା ତେଲୁଗୁ
୨୦୦୫ ଶ୍ରାବଣ ମାସମ୍ ତେଲୁଗୁ
୨୦୦୮ ଆପ୍‌ଡ଼ା ମୋକ୍କୁଲା ବାଡ଼ୁ ତେଲୁଗୁ
୨୦୧୦ ଲୀଡର ତେଲୁଗୁ
୨୦୧୨ ଜୁଲାଇ[୬] ତେଲୁଗୁ
୨୦୧୩ ମଧୁମତି ମଧୁମତି ତେଲୁଗୁ ମୁଖ୍ୟ ଭୂମିକା[୭][୮]

ଆଧାର[ସମ୍ପାଦନା]

  1. "'In the mood for anchoring'". The Hindu. Chennai, India. 9 May 2009.
  2. "She is a television anchor with the Midas touch". The Hindu. Chennai, India. 25 February 2008.
  3. ୩.୦ ୩.୧ "A bundle of energy". The Hindu. Chennai, India. 30 September 2002.
  4. "Udaya Bhanu, Suma continue to reign on small screen Out of the Box". The Hindu. Chennai, India. 27 October 2008.
  5. ୫.୦ ୫.୧ ୫.୨ http://www.idlebrain.com/celeb/interview/udayabhanu.html
  6. ୬.୦ ୬.୧ "Udayabhanu to shake legs with Allu Arjun in Julayi Title Song". 19 July 2012. Retrieved 20 July 2012.
  7. Top Telugu Anchor as Sex Worker
  8. Udayabhanu to sparkle as 'Madhumati'