ଉଇକିପିଡ଼ିଆ ଆଲୋଚନା:IRC/21-04-2014
ଆଲୋଚନା ସମ୍ବନ୍ଧରେ
[ସମ୍ପାଦନା]ସମସ୍ତଙ୍କୁ ମୋର ବିନୀତ କ୍ଷମାପ୍ରାର୍ଥନା, ମୁଁ ଯାତ୍ରା କରୁଥିବାରୁ ଏଥିର ଭାଗ ନେଇପାରିଲି ନାହିଁ କିମ୍ବା ଆଗରୁ ଜଣାଇପାରିଲି ନାହିଁ ମୋର ଭାଗ ନ ନେବା ଉପରେ । କୌଣସି ମତେ ଶିତିକଣ୍ଠଙ୍କୁ ଜଣାଇଥିଲି ଭାଗ ନେଇପାରୁନାହିଁ ବୋଲି । ତେବେ ଆଲୋଚନାରେ "ଉଇକିଟୁଙ୍ଗି" ବାବଦରେ ଆଶାନୁରୂପ ବିକାଶ ଦେଖି ଖୁସି ଲାଗିଲା । ଭୁବନେଶ୍ୱରରେ ଟୁଙ୍ଗିର ନେତୃତ୍ୱ ନେଉଥିବା ସୁବାସ ସାର ଓ ନାଲକୋରେ ଟୁଙ୍ଗିର ନେତୃତ୍ୱ ନେଉଥିବା ଶଶାଙ୍କ ଭାଇ ଓ ମୃତ୍ୟୁଞ୍ଜୟ ଭାଇଙ୍କୁ ଅନୁରୋଧ କରୁଛି ଯଥାକ୍ରମେ ଉଇକିପିଡ଼ିଆ:ଉଇକିଟୁଙ୍ଗି/ଭୁବନେଶ୍ୱର ଓ ଉଇକିପିଡ଼ିଆ:ଉଇକିଟୁଙ୍ଗି/ନାଲକୋନଗର ବା ସେହି ଭଳି ନାମରେ ପୃଷ୍ଠାମାନ ଆରମ୍ଭ କରି ସେଥିରେ:
- ଟୁଙ୍ଗି ବାବଦରେ ସମ୍ୟକ ସୂଚନା (ଭାଗବତ ଟୁଙ୍ଗି ଅତୀତରେ ଏକ ଗ୍ରମୀଣ ଜ୍ଞାନ କେନ୍ଦ୍ର ଥିଲା ଯାହା ଅଧିକ ଲୋକଙ୍କୁ ସାକ୍ଷର କରିବା ଓ ଗାଁରେ ନ୍ୟାୟ ନିଶାପ କରିବା, ଜୀବନ ଧାରଣ ଶୈଳୀରେ ନୈତିକ ବିଚାର ଓ ମୂଲ୍ୟବୋଧ ଆଣିବା ନିମନ୍ତେ କାମ କରୁଥିଲା, ଆଜିର ଆଧୁନିକ ଯୁଗରେ ଉଇକିଟୁଙ୍ଗି କି ଭୂମିକା ନିଭାଇବ ଅଧିକ ଲୋକଙ୍କୁ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପ ଦ୍ୱାରା କିପରି ଓଡ଼ିଆ ଭାଷାର ବିକାଶ କରିବ ସେ ବାବଦରେ)
- ଟୁଙ୍ଗି ଗଠନର ମୂଳ ଲକ୍ଷ କଣ
- କଣ କଣ କାମ କରାଯିବ ତାହାର ଏକ ସଂକ୍ଷିପ୍ତ ତାଲିକା
- କେତେ ଦିନ ଅନ୍ତରରେ କି କି ପ୍ରକାରର ଆଲୋଚନା କରାଯିବ
- ଆବଶ୍ୟକୀୟ ଉପକରଣ (ବହି, ଇ-ବହି, ଖବରକାଗଜ, ପତ୍ରିକା ଆଦି)ର ତାଲିକା
- କେତେ ସମୟ ପାଇଁ କେତେ ଅର୍ଥ ଆବଶ୍ୟକ ତାହାର ଏକ ପୂରା ସୂଚନା
- କେଉଁ କେଉଁ ଅନୁଷ୍ଠାନରୁ କେତେ ଅର୍ଥ ଆସିବ
ଏ ସମସ୍ତ (ଓ ଯଦି ମୁଁ କିଛି ଛାଡ଼ି ଯାଇଥିବି ତାହା ଅନ୍ତର୍ଭୁକ୍ତ କରି) ନିଜ ନିଜର ପୃଷ୍ଠାମାନ ଗଢ଼ିବାକୁ ଅନୁରୋଧ । ଉଭୟ ଭୁବନେଶ୍ୱର ଓ ନାଲକୋର ଟୁଙ୍ଗିର ମୌଳିକ ଆଭିମୁଖ୍ୟ ଏକା ହେଲେ ବି କାମ ଭିନ୍ନ ଭିନ୍ନ ହେଲେ ଭଲ । ଦୁଇ ଟୁଙ୍ଗି ନିଜ ନିଜର ଟୁଙ୍ଗି-ସାଥିମାନଙ୍କ ସହ ମିଶି ଏହି ପୃଷ୍ଠା ତିଆରି କଲା ପରେ ଆମେ ସମସ୍ତେ ଆଉ ଏକ ଆଲୋଚନା (IRC ଅଥବା ଟୁଙ୍ଗିର "ଆଲୋଚନା ପୃଷ୍ଠା"ରେ) ମାଧ୍ୟମରେ ସମସ୍ତ ଯୋଜନାକୁ ଚୂଡ଼ାନ୍ତ କରିପାରିବା । ସାଧୁବାଦର ସହ --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୪୫, ୨୨ ଅପ୍ରେଲ ୨୦୧୪ (UTC)