ଉଇକିପିଡ଼ିଆ ଆଲୋଚନା:IRC/21-04-2014

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆଲୋଚନା ସମ୍ବନ୍ଧରେ[ସମ୍ପାଦନା]

ସମସ୍ତଙ୍କୁ ମୋର ବିନୀତ କ୍ଷମାପ୍ରାର୍ଥନା, ମୁଁ ଯାତ୍ରା କରୁଥିବାରୁ ଏଥିର ଭାଗ ନେଇପାରିଲି ନାହିଁ କିମ୍ବା ଆଗରୁ ଜଣାଇପାରିଲି ନାହିଁ ମୋର ଭାଗ ନ ନେବା ଉପରେ । କୌଣସି ମତେ ଶିତିକଣ୍ଠଙ୍କୁ ଜଣାଇଥିଲି ଭାଗ ନେଇପାରୁନାହିଁ ବୋଲି । ତେବେ ଆଲୋଚନାରେ "ଉଇକିଟୁଙ୍ଗି" ବାବଦରେ ଆଶାନୁରୂପ ବିକାଶ ଦେଖି ଖୁସି ଲାଗିଲା । ଭୁବନେଶ୍ୱରରେ ଟୁଙ୍ଗିର ନେତୃତ୍ୱ ନେଉଥିବା ସୁବାସ ସାର ଓ ନାଲକୋରେ ଟୁଙ୍ଗିର ନେତୃତ୍ୱ ନେଉଥିବା ଶଶାଙ୍କ ଭାଇ ଓ ମୃତ୍ୟୁଞ୍ଜୟ ଭାଇଙ୍କୁ ଅନୁରୋଧ କରୁଛି ଯଥାକ୍ରମେ ଉଇକିପିଡ଼ିଆ:ଉଇକିଟୁଙ୍ଗି/ଭୁବନେଶ୍ୱରଉଇକିପିଡ଼ିଆ:ଉଇକିଟୁଙ୍ଗି/ନାଲକୋନଗର ବା ସେହି ଭଳି ନାମରେ ପୃଷ୍ଠାମାନ ଆରମ୍ଭ କରି ସେଥିରେ:

  1. ଟୁଙ୍ଗି ବାବଦରେ ସମ୍ୟକ ସୂଚନା (ଭାଗବତ ଟୁଙ୍ଗି ଅତୀତରେ ଏକ ଗ୍ରମୀଣ ଜ୍ଞାନ କେନ୍ଦ୍ର ଥିଲା ଯାହା ଅଧିକ ଲୋକଙ୍କୁ ସାକ୍ଷର କରିବା ଓ ଗାଁରେ ନ୍ୟାୟ ନିଶାପ କରିବା, ଜୀବନ ଧାରଣ ଶୈଳୀରେ ନୈତିକ ବିଚାର ଓ ମୂଲ୍ୟବୋଧ ଆଣିବା ନିମନ୍ତେ କାମ କରୁଥିଲା, ଆଜିର ଆଧୁନିକ ଯୁଗରେ ଉଇକିଟୁଙ୍ଗି କି ଭୂମିକା ନିଭାଇବ ଅଧିକ ଲୋକଙ୍କୁ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପ ଦ୍ୱାରା କିପରି ଓଡ଼ିଆ ଭାଷାର ବିକାଶ କରିବ ସେ ବାବଦରେ)
  2. ଟୁଙ୍ଗି ଗଠନର ମୂଳ ଲକ୍ଷ କଣ
  3. କଣ କଣ କାମ କରାଯିବ ତାହାର ଏକ ସଂକ୍ଷିପ୍ତ ତାଲିକା
  4. କେତେ ଦିନ ଅନ୍ତରରେ କି କି ପ୍ରକାରର ଆଲୋଚନା କରାଯିବ
  5. ଆବଶ୍ୟକୀୟ ଉପକରଣ (ବହି, ଇ-ବହି, ଖବରକାଗଜ, ପତ୍ରିକା ଆଦି)ର ତାଲିକା
  6. କେତେ ସମୟ ପାଇଁ କେତେ ଅର୍ଥ ଆବଶ୍ୟକ ତାହାର ଏକ ପୂରା ସୂଚନା
  7. କେଉଁ କେଉଁ ଅନୁଷ୍ଠାନରୁ କେତେ ଅର୍ଥ ଆସିବ

ଏ ସମସ୍ତ (ଓ ଯଦି ମୁଁ କିଛି ଛାଡ଼ି ଯାଇଥିବି ତାହା ଅନ୍ତର୍ଭୁକ୍ତ କରି) ନିଜ ନିଜର ପୃଷ୍ଠାମାନ ଗଢ଼ିବାକୁ ଅନୁରୋଧ । ଉଭୟ ଭୁବନେଶ୍ୱର ଓ ନାଲକୋର ଟୁଙ୍ଗିର ମୌଳିକ ଆଭିମୁଖ୍ୟ ଏକା ହେଲେ ବି କାମ ଭିନ୍ନ ଭିନ୍ନ ହେଲେ ଭଲ । ଦୁଇ ଟୁଙ୍ଗି ନିଜ ନିଜର ଟୁଙ୍ଗି-ସାଥିମାନଙ୍କ ସହ ମିଶି ଏହି ପୃଷ୍ଠା ତିଆରି କଲା ପରେ ଆମେ ସମସ୍ତେ ଆଉ ଏକ ଆଲୋଚନା (IRC ଅଥବା ଟୁଙ୍ଗିର "ଆଲୋଚନା ପୃଷ୍ଠା"ରେ) ମାଧ୍ୟମରେ ସମସ୍ତ ଯୋଜନାକୁ ଚୂଡ଼ାନ୍ତ କରିପାରିବା । ସାଧୁବାଦର ସହ --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୪୫, ୨୨ ଅପ୍ରେଲ ୨୦୧୪ (UTC)