ଉଇକିପିଡ଼ିଆ:ଲିଖନଶୈଳୀ/ଲିଙ୍କ

ଉଇକିପିଡ଼ିଆ ରୁ
(ଉଇକିପିଡ଼ିଆ:Manual of Style/Linking ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଲିଙ୍କ ଦେବା ଉଇକିପିଡ଼ିଆର ଏହା ଏକ ବୈଶିଷ୍ଟ୍ୟ ଓ ଏହା ସମ୍ଭବ ହୁଏ ହାଇପରଲିଙ୍କ ସ‌ହାୟତାରେ । ଗୋଟିଏ ପୃଷ୍ଠାରେ ଥିବା ଆଇକନ, ଗ୍ରାଫିକ ବା ଟେକ୍ସଟ ଇତ୍ୟାଦିର ଅନ୍ୟ ଏକ ପୃଷ୍ଠାକୁ ଯୋଗସୂତ୍ର ରଖିବା କ୍ଷମତା ଥିଲେ ତାହାକୁ ହାଇପରଲିଙ୍କ କୁହାଯାଏ । ଏହି ଯୋଗସୂତ୍ର କରିବା ପଦ୍ଧତିକୁ ଲିଙ୍କ କୁହାଯାଏ ଓ ଲିଙ୍କ ଦେବା ପରେ ହାଇପରଲିଙ୍କ ହୋଇଯାଏ । ଆଭ୍ୟନ୍ତରୀଣ ଲିଙ୍କ (internal link) ସାହାଯ୍ୟରେ ଉଇକିପିଡ଼ିଆରେ ଥିବା ବିଭିନ୍ନ ବିଷୟମାନଙ୍କ ସ‌ହିତ ଯୋଗସୂତ୍ର ରଖାଯାଏ । ଇଣ୍ଟରଉଇକି ଲିଙ୍କ (Interwiki links) ସାହାଯ୍ୟରେ ଉଇକିମିଡିଆରେ ଥିବା ଉଇକିପିଡ଼ିଆର ଅନ୍ୟାନ୍ୟ ଭଗିନୀ ପ୍ରକଳ୍ପମାନଙ୍କ (ଉଇକିପାଠାଗାର, ଉଇକିଅଭିଧାନ ଇତ୍ୟାଦି) ସ‌ହିତ ଯୋଗସୂତ୍ର ରକ୍ଷା କରାଯାଏ । ବାହ୍ୟ ଲିଙ୍କ (external links) ସାହାଯ୍ୟରେ ଇଣ୍ଟରନେଟରେ (World Wide Web) ଥିବା ଯେ କୌଣସି ସାଇଟ ସ‌ହିତ ଉଇକିପିଡ଼ିଆ ଯୋଗସୂତ୍ର ରକ୍ଷା କରାଯାଏ ।

କୌଣସି ବିଷୟ ପଢ଼ିଲା ବେଳେ ପାଠକର ତା ମଧ୍ୟରେ ଲେଖାଥିବା ନିର୍ଦ୍ଦିଷ୍ଟ ତ‌ଥ୍ୟ ବିଷୟରେ କିଛି ଅବୁଝା ରହିଲେ ବା ଅଧିକ ବୁଝିବାକୁ ଇଚ୍ଛା କଲେ ସେହି ତ‌ଥ୍ୟ ବା ବିଷୟକୁ ତ‌ତ୍‌କ୍ଷଣାତ୍ ବୁଝିପାରିବା ନିମନ୍ତେ ସେହି ତ‌ଥ୍ୟ ଥିବା ପ୍ରକଳ୍ପ ବା ବାହାର ପ୍ରକଳ୍ପ ନିମନ୍ତେ ଉପ‌ଯୁକ୍ତ ଲିଙ୍କ ଦିଆଯାଏ । ସମ୍ପାଦନା କଲାବେଳେ ମୂଖ୍ୟତଃ କେଉଁ ତ‌ଥ୍ୟ ଦିଆଯିବ ତାହା ଜାଣିବା ସ‌ହିତ କେଉଁ ଲିଙ୍କ ଦେଲେ ପାଠକ ଉପ‌ଯୁକ୍ତ ସୂଚନା ପାଇପାରିବ, ତାହା ମଧ୍ୟ ବିଚାର କରିବା ଉଚିତ୍ । ଆବଶ୍ୟକ ସ୍ଥଳେ ଲିଙ୍କ ନ ଦେଲେ ତାହାକୁ ଅଣ୍ଡରଲିଙ୍କିଙ୍ଗ ଓ ଅନାବଶ୍ୟକ ଭାବରେ ଲିଙ୍କ ଦେଲେ ତାହାକୁ ଓଭରଲିଙ୍କିଙ୍ଗ କୁହାଯାଏ ।

ଏହି ପୃଷ୍ଠାରେ ଲିଙ୍କ କେଉଁଠାରେ ଦିଆଯିବ ବା ଦିଆଯିବ ନାହିଁ, ସେ କଥା ଆଲୋଚନା କରାଯିବା ସ‌ହିତ କିପରି ଲିଙ୍କ ଦିଆଯିବ, ତାହାର ମାର୍ଗଦର୍ଶନ କରାଯିବ ।

ବିଷୟସୂଚୀ

ନୀତି[ସମ୍ପାଦନା]

ପାଠକମାନେ ଇଣ୍ଟରନେଟରେ ସ‌ହଜରେ ଆବଶ୍ୟକୀୟ ତ‌ଥ୍ୟ ପାଇବା ନିମନ୍ତେ ଉଇକିପିଡ଼ିଆରେ ହାଇପରଟେକ୍ସଟ ସୁବିଧା ଉପଲବ୍ଧ କରାଯାଇଛି । ଶବ୍ଦ ବା ଶବ୍ଦପୁଞ୍ଜରେ ଲିଙ୍କ ଦେବାପରେ ତାହା ହାଇପରଟେକ୍ସଟରେ ପରିଣତ ହୋଇଯାଏ । ହାଇପରଟେକ୍ସଟ ଥିବା ଲେଖାକୁ କ୍ଲିକ କଲେ ସେହି ଲେଖାରେ ହାଇପରଲିଙ୍କ ଥିବାରୁ ଟାର୍‌ଗେଟ ପୃଷ୍ଠା ଦେଖାଯାଏ । ଯେଉଁ ପୃଷ୍ଠାରେ ହାଇପର୍‌ଲିଙ୍କ ଥାଏ ସେ ପୃଷ୍ଠାକୁ ଆଙ୍କର କୁହାଯାଏ ଓ ଯେଉଁ ପୃଷ୍ଠା ଦେଖିବା ନିମନ୍ତେ ଲକ୍ଷ କରାଯାଇଥାଏ ସେ ପୃଷ୍ଠାକୁ ଟାର୍‌ଗେଟ କୁହାଯାଏ । ଲିଙ୍କ ଦେବା ପୂର୍ବରୁ ଚିନ୍ତା କରିବା ଉଚିତ ଯେ ପାଠକ ଉକ୍ତ ପୃଷ୍ଠାକୁ ପଢ଼ିବାକୁ ଇଚ୍ଛୁକ ହେବ କି ନାହିଁ । ଲେଖୁଥିବା ବିଷୟରେ ଅନ୍ୟ ଗୋଟିଏ ଦ୍ୱିତୀୟ ବିଷୟର ବାରମ୍ବାର ଅବତାରଣା ହେଉଥିଲେ ମଧ୍ୟ ଥରେ ମାତ୍ର ସେହି ଦ୍ୱିତୀୟ ବିଷୟର ଲିଙ୍କ ଦିଆଯାଏ ।

ଲିଙ୍କ ସ୍ଟାଇଲର ସାଧାରଣ କଥା[ସମ୍ପାଦନା]

  • ଲିଙ୍କ ପଦ୍ଧତି ମୂଖ୍ୟ ବା ପ୍ରତ୍ୟକ୍ଷ ଲିଙ୍କ ହୋଇପାରେ ବା ପାଇପ୍/ପରୋକ୍ଷ (|) ଲିଙ୍କ ହୋଇପାରେ ।
  • ବୋଲ୍ଡ ଅକ୍ଷରରେ ଲେଖାଥିବା ପ୍ରଥମ ବାକ୍ୟରେ ଲିଙ୍କ ଦିଆଯାଏ ନାହିଁ ଓ ବାରମ୍ବାର ଏକା ଶବ୍ଦକୁ ବୋଲ୍ଡ ଅକ୍ଷର କରାଯାଏ ନାହିଁ ।
  • କୋଟେସନ ବାକ୍ୟରେ ଲିଙ୍କ ଦିଆଯାଏ ନାହିଁ ।
  • ଲାଗ ଲାଗ ଦୁଇଟି ଦୁଇଟି ଲିଙ୍କ ଦେଲେ ତାହା ଗୋଟିଏ ଲିଙ୍କ ଭଳି ଦେଖାଯିବ, ଏଣୁ ଏ ଭଳି ଲିଙ୍କ ଦିଆଯାଏ ନାହିଁ ।
  • ଟେକନିକାଲ ବିଷୟରେ ଅଧିକ ଲିଙ୍କ ଆବଶ୍ୟକ ହୋଇପାରେ ।
  • ଦିଆଯାଉଥିବା ଲିଙ୍କର ସମ୍ବନ୍ଧ ଅଛି କି ନାହିଁ ଦେଖି ସାରିବା ପରେ ଦିଆଯାଏ କାରଣ ଗୋଟିଏ ଶବ୍ଦର ଏକାଧିକ ଅର୍ଥ ଥାଇପାରେ ଓ ଲେଖାଯାଉଥିବା ବିଷୟ ସାଥୀରେ ଲିଙ୍କ ଦିଆଯାଇଥିବା ଶବ୍ଦର ସମ୍ପର୍କ ନ ଥାଇ ପାରେ ।
  • ବ୍ୟବ‌ହାରକାରୀ, ଉଇକିପ୍ରକଳ୍ପ, ରଚନା ବା ଡ୍ରାଫ୍ଟ ପୃଷ୍ଠାରେ ଲିଙ୍କ ଦିଆଯାଏ ନାହିଁ କେବଳ ଉଇକିପିଡ଼ିଆକୁ ଛାଡ଼ି ।
  • ଅଯଥା ଲିଙ୍କ ଦେବା ଉଚିତ ନୁହେଁ ଯେପରି ଅତ୍ୟଧିକ ଟେକନିକାଲ ବିଷୟ ପାଠକ ପଢ଼ିବା ପସନ୍ଦ ନ କରିପାରେ ।
  • ଆବଶ୍ୟକ ସ୍ଥଳେ ଲିଙ୍କ ଦିଆଯାଉ କିନ୍ତୁ ପାଠକ‌ ଉପରେ ପଢ଼ିବାକୁ ଚାପ ପ୍ରୟୋଗ କରା ନ ଯାଉ ।
  • ବିନା ଲିଙ୍କରେ ପାଠକ ପଢ଼ିପାରୁଥିବା ଆବଶ୍ୟକ ।
  • ରଙ୍ଗୀନ ଲିଙ୍କ ଦିଆଯାଏ ନାହିଁ ।

ଅତ୍ୟଧିକ ଓ ଅନାବଶ୍ୟକ ଲିଙ୍କ[ସମ୍ପାଦନା]

କେଉଁ ଶବ୍ଦ ଲିଙ୍କ ଦେବା ଉଚିତ୍[ସମ୍ପାଦନା]

ପ୍ରସଙ୍ଗର କୌଣସି କଥା ବୁଝିବା ନିମନ୍ତେ ଲିଙ୍କ ଆବଶ୍ୟକତା ଥିଲେ ମଧ୍ୟ ଦିଆ ନ ଯାଇଥିଲେ ସ୍ୱଳ୍ପ ଲିଙ୍କ ବା ଅଣ୍ଡରଲିଙ୍କ କୁହାଯାଏ । ଲିଙ୍କ ନିମନ୍ତେ ଉଚିତ ପ୍ରସଙ୍ଗ:

  • ଲେଖାଯାଉଥିବା ପ୍ରସଙ୍ଗ ସ‌ହିତ ଲିଙ୍କ ଦିଆଯାଉଥିବା ବିଷୟଟି ବୁଝିବାରେ ସାହାଯ୍ୟ କରିବା ଆବଶ୍ୟକ ।
  • ଉପ‌ଯୁକ୍ତ ସୂଚନା ଲିଙ୍କରେ ଥିବା ଉଚିତ୍ ।
  • ଆବଶ୍ୟକ ସ୍ଥଳେ ଲିଙ୍କ ନ ଦେଇ ବୁଝିବା ନିମନ୍ତେ ଲେଖିପାରିଲେ ଭଲ ।
  • ଅବୋଧଗମ୍ୟ ନାମ ବାଚକ ବିଶେଷ୍ୟରେ ଲିଙ୍କ ଦେବା ଆବଶ୍ୟକ ।

କେଉଁ ଶବ୍ଦ ଲିଙ୍କ ଦେବା ଅନୁଚିତ[ସମ୍ପାଦନା]

ଅତ୍ୟଧିକ ଲିଙ୍କ ଦିଆଯାଇଥିବା ବିଷୟ ପାଠକ ଲିଙ୍କ ବୁଝି ପଢ଼ିବା ନିମନ୍ତେ ସମସ୍ୟା ସୃଷ୍ଟି କରେ ।[୧] ସନ ୨୦୧୫ରେ ପ୍ରାୟ ୮୦୦,୦୦୦ ଲିଙ୍କ ଉଇକିପଡ଼ିଆରେ ଦିଆଯାଇଥିଲା । ସେଥିରୁ ୬୬% ଲିଙ୍କ‌କୁ କେହି ଥରେ ବି କ୍ଲିକ କରିନଥିଲେ, ବାକି ଲିଙ୍କ‌ କ୍ୱଚିତ୍ କେହି କ୍ଲିକ କରିଥିଲେ । ଅଧିକ ଲିଙ୍କ ଦେଲେ ଅଧିକ କ୍ଲିକ ମିଳିବାର ସମ୍ଭାବନା ନାହିଁ ।[୨]

ନିମ୍ନଲିଖିତ ଲିଙ୍କ ସାଧାରଣତଃ ଦିଆଯାଏ ନାହିଁ ।

  • ପ୍ରତ୍ୟେକ ଦିନର ବ୍ୟବ‌ହୃତ ଶବ୍ଦ ଯାହା ପାଠକ ବୁଝିପାରନ୍ତି ।
  • ମୂଖ୍ୟ ଭୌଗଳିକ ବିଶେଷତ୍ୱ ଓ ସ୍ଥାନ, ଭାଷା, ଜାତୀୟତା ଓ ଧର୍ମ ।
  • ସାଧାରଣ ବ୍ୟବସାୟ
  • ସାଧାରଣ ମାପର ଏକ‌କ ଯଥା:- ମୁଦ୍ରା, ସମୟ, ଉତ୍ତାପ, ଦୈର୍ଘ୍ୟ, କ୍ଷେତ୍ରଫଳ ଓ ଆୟତନ ଇତ୍ୟାଦିର ଏକ‌କ ବା ୟୁନିଟ ସ‌ହିତ ଲିଙ୍କ ଦେବା ଆବଶ୍ୟକ ନୁହେଁ ।
  • ତାରିଖ

ପ୍ରଥମ ଅନୁଚ୍ଛେଦ[ସମ୍ପାଦନା]

ଅତ୍ୟଧିକ ଲିଙ୍କ ପଢ଼ିବାରେ ଅସୁବିଧା ସୃଷ୍ଟି କରେ । ଟେକନିକାଲ ବିଷୟରେ ବୁଝି ନ ହେଉଥିବା ଶବ୍ଦକୁ ଲିଙ୍କ ଦିଆଯାଇପାରେ । ଅଧିକ ଅବୁଝା ଶବ୍ଦ ମଧ୍ୟ ପ୍ରଥମ ଅନୁଚ୍ଛେଦରେ (lead section) ଦେବା ଉଚିତ ନୁହେଁ ।

ଏକ ଉଦାହରଣ ବିଷୟ[ସମ୍ପାଦନା]

  • ଲିଙ୍କଗୁଡ଼ିକ ସଠିକ୍ ବିଷୟର ସୂଚନା ଦେଉଥିବା ଆବଶ୍ୟକ । ଏକା ଶବ୍ଦ ଶୀର୍ଷକ ଥାଇ ଅନେକ ବିଷୟ ଥାଏ ଓ ସେଗୁଡ଼ିକ ନିମନ୍ତେ ସ୍ପଷ୍ଟ ଲିଙ୍କ ଦେବା ଉଚିତ । ଚନ୍ଦ୍ର ଲେଖିଲେ ତାହା ଜଣେ ଦେବତାଙ୍କ ନାମ ହୋଇପାରେ ବା ଏଇ ଉପଗ୍ରହର ନାମ ହୋଇପାରେ । ରାଗ ଗୋଟିଏ ଫିଲିମ ନାମ ହୋଇପାରେ ଓ ଗୋଟିଏ ଗୀତର ରାଗ ହୋଇପାରେ । ତେଣୁ ଲିଙ୍କ ଦେବା ବେଳେ ସାବଧାନତା ଅବଲମ୍ବନ କରିବା ଉଚିତ୍ ।
  • ଲେଖୁଥିବା ବିଷୟ ସ‌ହିତ ଲିଙ୍କ ଦେବାକୁ ଥିବା ବିଷୟର ସମ୍ପର୍କ ଥିବା ଆବଶ୍ୟକ । ଜଗନ୍ନାଥଙ୍କ ବିଷୟରେ ଲେଖିବା ବେଳେ ଅବଢ଼ା ବା ଅଭଡ଼ା ଲେଖି ଲିଙ୍କ ଦିଆଯାଇପାରେ କିନ୍ତୁ ଡାଲି ଲେଖି ଲିଙ୍କ ଦେବା ଉଚିତ ନୁହେଁ । କାରଣ ଡାଲି ଗୋଟିଏ ନିତ୍ୟ ବ୍ୟବ‌ହାର୍ଯ୍ୟ ଦ୍ରବ୍ୟ ଯାହା ସମସ୍ତେ ଜାଣିଥିବେ ଏଥିରେ ଲିଙ୍କ ଆବଶ୍ୟକ ନାହିଁ । ଶସ୍ୟ ସମ୍ବନ୍ଧରେ ଲେଖିବା ବେଳେ ଡାଲିରେ ଲିଙ୍କ ଦିଆଯାଇପାରେ ।

ଅନୁଚ୍ଛେଦ ବା ଉପଶିର୍ଷକ‌କୁ ଲିଙ୍କ[ସମ୍ପାଦନା]

ବିଷୟର ନାମ ସ‌ହିତ # ଚିହ୍ନ ଦେଇ ଅନୁଚ୍ଛେଦର ନାମ ଲେଖିବା ପରେ ଲିଙ୍କ ଦେଲେ ବିଷୟ ଦେଖାନ‌ଯାଇ ଅନୁଚ୍ଛେଦ ଦେଖାଯିବ । ଉଦାହରଣ:- [[ପୋଲିଓମାୟେଲାଇଟିସ#କାରଣ]] ଲେଖିଲେ ପୋଲିଓମାୟେଲାଇଟିସ#କାରଣ ଦେଖାଯିବ, କିନ୍ତୁ ଏହା ଉପରେ କ୍ଲିକ୍ କଲେ 'କାରଣ' ଅନୁଚ୍ଛେଦ ବା ଉପଶୀର୍ଷକ ଦେଖାଯିବ । ଓ
[[ପୋଲିଓମାୟେଲାଇଟିସ#କାରଣ|କାରଣ]] ଲେଖିଲେ ସିଧା ସଳଖ କାରଣ ଅନୁଚ୍ଛେଦ ଦେଖାଯିବ ।

ଉପଶୀର୍ଷକ‌କୁ ବଦଳ ଲିଙ୍କ[ସମ୍ପାଦନା]

ଉପଶୀର୍ଷକ‌ର ନାମ ଭବିଷ୍ୟତରେ ବଦଳ କରିବାର ସମ୍ଭାବନା ଥିବାରୁ ଲିଙ୍କ ସୁବିଧା ନିମନ୍ତେ ସେକସନ ଶିର୍ଷକ ଠିକ୍ ତଳକୁ ଗୋଟିଏ ଆଙ୍କର ଟେମ୍ପ୍ଲେଟ ଦିଆଯାଏ ଯେପରିକି <span id="
ବଦଳ ନାମ"> ।

ଅନ୍ୟ ଉପାୟ - ଟାର୍ଗେଟ ସେକସନ ଶୀର୍ଷକ ତଳକୁ ଲେଖାଯାଏ ।
==ଟାର୍ଗେଟ ଅନୁଚ୍ଛେଦର ନାମ==
<!-- "ବିଷୟ" ଲିଙ୍କ ଏଠାକୁ ଆସେ -->

ଉପରୋକ୍ତ ମତେ ଦୁଇ ଧାଡ଼ିରେ ନ ଲେଖି ନିମ୍ନମତେ ଏକ ଧାଡ଼ିରେ ଲେଖିଲେ:
==ଟାର୍ଗେଟ ଅନୁଚ୍ଛେଦ==<!-- "ବିଷୟ" ଲିଙ୍କ ଏଠାକୁ ଆସେ -->
ଅସୁବିଧା ଉପୁଜେ ।

ଲିଙ୍କ ଦେବା ପଦ୍ଧତି[ସମ୍ପାଦନା]

ଆଭ୍ୟନ୍ତରୀଣ ଲିଙ୍କ[ସମ୍ପାଦନା]

ଏହିଭଳି ଲିଙ୍କ‌କୁ ଆଭ୍ୟନ୍ତରୀଣ ଲିଙ୍କ (internal link) ବା ଉଇକିଲିଙ୍କ ମଧ୍ୟ କୁହାଯାଏ । ଉଦାହରଣ:-
ଉଇକିପିଡ଼ିଆର ବିଭିନ୍ନ ବିଷ‌ୟ ନିମନ୍ତେ ଲିଙ୍କ ଦେଲେ ଆଭ୍ୟନ୍ତରୀଣ ଲିଙ୍କ କୁହାଯାଏ । ନିର୍ଦ୍ଦିଷ୍ଟ ବିଷୟର ସଠିକ ନାମ ସ‌ହିତ ଲିଙ୍କ ଦେଲେ ବିଷୟଟି ହାଇପରଲିଙ୍କ ହୁଏ । ନାମ ଭୂଲ ଥିଲେ ଲିଙ୍କ ଅକାମୀ ହୁଏ । ପୁରୀ ଶବ୍ଦର ଦୁଇ ପଟେ '[[ ]]' ଚିହ୍ନ ଦେଲେ ଶବ୍ଦଟି ଲିଙ୍କ ଯୁକ୍ତ ହୋଇ ଏହିଭଳି ପୁରୀ ଦେଖାଯାଇ ଉଇକିଲିଙ୍କ ହୁଏ । ଲିଙ୍କ ପଦ୍ଧତି ମୂଖ୍ୟ ବା ପ୍ରତ୍ୟକ୍ଷ ଲିଙ୍କ ହୋଇପାରେ ବା ପାଇପ୍ (|) ଲିଙ୍କ ବା ପରୋକ୍ଷ ଲିଙ୍କ ହୋଇପାରେ । ପାଇପ୍ ଲିଙ୍କ ଦେଲେ ମୂଳ ଶବ୍ଦ ଲେଖିବା ପରେ '|' ଚିହ୍ନ ଦେଇ ଇଚ୍ଛାକୃତ ଯେ କୌଣସି ଶବ୍ଦ ଲେଖିହେବ । ଉଦାହରଣ ସ୍ୱରୂପ 'ପଖାଳ ଓଡ଼ିଆ ଶବ୍ଦ "ପଖାଳିବା/ପଖାଳିତ" ଶବ୍ଦରୁ ଆସିଛି ଯାହାର ଅର୍ଥ ଧୋଇବା', ଏହି ବାକ୍ୟରେ ଓଡ଼ିଆ ଶବ୍ଦରେ ହାଇପରଲିଙ୍କ ଅଛି ଓ ଏଡିଟ ପୃଷ୍ଠାରେ [[ଓଡ଼ିଆ ଭାଷା|ଓଡ଼ିଆ]] ଲେଖାଥିଲେ ମଧ୍ୟ 'ଓଡ଼ିଆ ଭାଷା' ଦେଖା ନ ଯାଇ 'ଓଡ଼ିଆ' ଦେଖାଯାଉଛି ଓ ଏହା ଉପରେ କ୍ଲିକ୍ କଲେ 'ଓଡ଼ିଆ' ପୃଷ୍ଠା ଦେଖା ନ ଯାଇ 'ଓଡ଼ିଆ ଭାଷା' ପୃଷ୍ଠା ଦେଖାଯାଉଛି । ଏହା ଏକ ପାଇପ୍ ଲିଙ୍କ ବା ପରୋକ୍ଷ ଲିଙ୍କ । ଏହି ଲିଙ୍କ ନ ଦେଇ ପ୍ରତ୍ୟକ୍ଷ ଭାବରେ ଓଡ଼ିଆ ଭାଷା ଉପରେ ଏହି '[[ ]]' ଲିଙ୍କ ଦେଇ ଓଡ଼ିଆ ଭାଷା ଲେଖିହେବ । ଏହା ଏକ ପ୍ରତ୍ୟକ୍ଷ ଲିଙ୍କ ।

ଲିଙ୍କ ଦେବା ପରେ ଶବ୍ଦଟି କିପରି ଦେଖାଯାଏ[ସମ୍ପାଦନା]

  • ଲିଙ୍କ ଦିଆଯାଇଥିବା ଶବ୍ଦଟି କୌଣସି ବିଷୟର ଶିର୍ଷକ ଥାଇ ଲେଖା ଥିଲେ ଶବ୍ଦଟି ସାଉତିବା ବା ସେଭ୍ କରିବା ପରେ ନୀଳ ରଙ୍ଗ ଯୁକ୍ତ ହୋଇଯାଏ । ଉଦାହରଣ ସ୍ୱରୂପ କର୍କଟ ରୋଗ ଉପରେ ଲିଙ୍କ ଦେଇ ସାଉଥିବା ପରେ ଏହିଭଳି କର୍କଟ ରୋଗ ଦେଖାଯାଏ ।
  • ଯଦି ଶବ୍ଦ ମତେ କୌଣସି ବିଷୟ ଲେଖାଯାଇ ନ ଥାଏ, ତେବେ ଶବ୍ଦଟି ସାଉତିବା ପରେ ଲାଲ ରଙ୍ଗ ଯୁକ୍ତ ହୋଇଯାଏ ।
  • ଲେଖା‌ଯାଉଥିବା ବିଷୟରେ ସେହି ବିଷୟର ନାମକୁ ଲିଙ୍କ ଦେଲେ କେବଳ ବୋଲ୍ଡ ଅକ୍ଷର ହୋଇଯାଏ, ନୀଳ ବା ନାଲି ନୁହେଁ । ଉଦାହରଣ:- ଏହି ବିଷୟଟିର ଶିର୍ଷକ ହେଉଛି ଲିଙ୍କ । ଏହି ଲିଙ୍କ ଶବ୍ଦକୁ ଏହି ବିଷୟରେ [[ଲିଙ୍କ]] ଦେଲେ ଏହିଭଳି ଦେଖାଯାଏ - ଲିଙ୍କ

ଲିଙ୍କରେ ଅକ୍ଷର ମିଶ୍ରଣ[ସମ୍ପାଦନା]

ଆମେ ଲେଖିବା 'ପୁରୀରେ ଜଗନ୍ନାଥ ମନ୍ଦିର ଅଛି' । ପୁରୀ ସମ୍ପର୍କରେ ଆଗରୁ ଗୋଟିଏ ବିଷୟ ଅଛି । ତେଣୁ ପୁରୀ ଶବ୍ଦରେ ଲିଙ୍କ ଦେଲେ ପୁରୀ ଏହି ଭଳି ନୀଳ ଦେଖାଯାଏ । କିନ୍ତୁ ପୁରୀରେ ଲେଖି କେବଳ ପୁରୀ ଶବ୍ଦରେ [[ ]] ଲିଙ୍କ ଦେଲେ ମଧ୍ୟ ପୁରୀରେ ଶବ୍ଦଟି ନୀଳ ଦେଖାଯିବ କିନ୍ତୁ କ୍ଲିକ କଲେ ପୁରୀ ବିଷୟଟି ଦେଖାଯିବ ।

ରିଡାଇରେକ୍ଟ ଲିଙ୍କ[ସମ୍ପାଦନା]

ଯେ କୌଣସି ବିଷୟ (କ) ଲେଖାସରିଥିଲେ ସେହି ବିଷୟର ନାମ ବ୍ୟତୀତ ଅନ୍ୟ ନାମ (ଖ) ଦେଇ ଗୋଟିଏ ବିଷୟ ତିଆରି କଲା ପରେ ସେହି ମୂଳ ବିଷୟକୁ (କ) ଦେଖେଇବା ନିମନ୍ତେ ଏହି ରିଡାଇରେକ୍ଟ ଲିଙ୍କ ବ୍ୟବ‌ହାର କରାଯାଏ । ପ୍ରଥମେ 'ଖ' ବିଷୟର ନାମ ଲେଖି ତାହାକୁ ଏଡିଟ ମୋଡକୁ ନିଆଯାଏ । ଏହି ଏଡିଟ ପୃଷ୍ଠାର ଉପର ଭାଗରେ ଥିବା ଏଡିଟିଙ୍ଗ ଟୁଲ ବାରରେ ଥିବା ପୁନଃପ୍ରେରଣ ଆଇକନ୍‌ରେ କ୍ଲିକ କରାଗଲା ପରେ ଏହିପରି '#ଲେଉଟାଣି ' ଦେଖାଯାଏ । ଏହି 'ଖ' ଟି ହାଇଲାଇଟେଡ ଥାଏ । ସେହି 'ଖ' ସ୍ଥାନରେ ମୂଳ ବିଷୟର ନାମ 'କ' ଲେଖି ସେଭ କରିଦେଲେ ରିଡାଇରେକ୍ଟ ବା ପୁନଃପ୍ରେରଣ ହୋଇଯିବ । ଏହାପରେ ଖ ସର୍ଚ୍ଚ କଲେ ମଧ୍ୟ କ ଦେଖାଯିବ ।

ଏକା ବିଷୟର ଅନୁଚ୍ଛେଦରେ ଲିଙ୍କ[ସମ୍ପାଦନା]

{{ଅନୁଚ୍ଛେଦ ଲିଙ୍କ}} ଏହି ଟେମ୍ପ୍ଲେଟ ଦେବେ ।

ଅନୁଚ୍ଛେଦର କୌଣସି ଧାଡ଼ିକୁ ଲିଙ୍କ[ସମ୍ପାଦନା]

ଗୋଟିଏ ସେକସନ ବା ଅନୁଚ୍ଛେଦର କୌଣସି ଭାଗକୁ ମଧ୍ୟ ଲିଙ୍କ କରିହୁଏ । ଏଥି ନିମନ୍ତେ ଟାର୍ଗେଟ ସ୍ଥାନରେ ଗୋଟିଏ ଆଙ୍କର ଦେଇ ସେହି ଆଙ୍କର ଶବ୍ଦ ଲେଖି ତାହାକୁ ଲିଙ୍କ ଦିଆଯାଏ ।

ନୂଆ ପୃଷ୍ଠା ଲିଙ୍କ[ସମ୍ପାଦନା]

କୌଣସି ବିଷୟର ଲେଖା ଆରମ୍ଭ କଲାବେଳେ ବିଷୟ ମଝିରେ ଗୋଟିଏ ନୂଆ ଶବ୍ଦ ଲେଖାଯାଏ ଯାହା ଏକ ନୂଆ ବିଷୟର ଶିର୍ଷକ ହୋଇପାରେ । ଏହି ଶବ୍ଦକୁ ଲିଙ୍କ ଦେଇ ସେଭ କଲେ ସେ ଶବ୍ଦଟି ଲାଲ ରଙ୍ଗର ଦେଖାଯାଏ, କାରଣ ଆଗରୁ ସେ ବିଷୟଟି ଲେଖାଯାଇ ନାହିଁ । ଉଦାହରଣ:- ବିମନମ ଶବ୍ଦ । ଏହି ଲାଲ ରଙ୍ଗର ଶବ୍ଦ ଉପରେ କ୍ଲିକ କଲେ ସେହି ନାମର ଶୀର୍ଷକ ଥାଇ ଏକ ପୃଷ୍ଠା ଖୋଲିବ ଯାହାକୁ ଏଡିଟ କରି ଏକ ସମ୍ପୁର୍ଣ୍ଣ ପୃଷ୍ଠା ଲେଖାଯାଇ ପାରିବ । ଯଦି ବିଷୟଟି ଆଗରୁ ଲେଖାଯାଇଥିବ ତେବେ ଶବ୍ଦଟିର ରଙ୍ଗ ନୀଳ ଦେଖାଯିବ ।

ଅନ୍ୟ ଭାଷାର ବିଷୟକୁ ଲିଙ୍କ[ସମ୍ପାଦନା]

ଅନ୍ୟ ଭାଷାର କୋଡ଼କୁ ଲେଖି କୋଲୋନ ଦେବାପରେ ସେହି ଭାଷାର ବିଷୟର ନାମ ଲେଖି ଲିଙ୍କ ଦିଆଯାଏ ।
ଉଦାହରଣ:- [[:en:Poliomyelitis|ପୋଲିଓମାୟେଲାଇଟିସ]] ଲେଖିଲେ ପୋଲିଓମାୟେଲାଇଟିସ ଦେଖାଯିବ ଓ ତା ଉପରେ କ୍ଲିକ କଲେ ଇଂରାଜୀ ପୋଲିଓମାୟେଲାଇଟିସ ବିଷୟଟି ଦେଖାଯିବ ।

ସ୍ୱୟଂ ଲିଙ୍କ ନାମ ପରିବର୍ତ୍ତନ[ସମ୍ପାଦନା]

  • କେବଳ ପାଇପ ଚିହ୍ନ '|' ଲିଙ୍କ ପରେ ଦେଲେ କେତେକ ସ୍ଥଳରେ ନାମ ପରିବର୍ତ୍ତିତ ହୋଇଯାଏ ।
ବର୍ଣ୍ଣନା କଅଣ ଟାଇପ କରିବେ କଅଣ ଦେଖାଯିବ

ବର୍ଗ ବନ୍ଧନୀ ମଧ୍ୟରେ ଥିବା ଲେଖା ଲୁଚିଯାଏ ।

[[ରାଜ୍ୟ(ଜୀବ ଜଗତ)|]]

ରାଜ୍ୟ

କମା ଓ କମା ପରବର୍ତ୍ତୀ ଲେଖା ଲୁଚିଯାଏ । [[କଟକ,ଓଡ଼ିଶା|]] କଟକ

ସ୍ଵୟଂ ନେମସ୍ପେସ ଲୁଚିଯାଏ

[[ଉଇକିପିଡ଼ିଆ:ଆଲୋଚନା ସଭା|]]

ଆଲୋଚନା ସଭା

କିମ୍ବା ଉଭୟ ନେମସ୍ପେସ ଓ ବର୍ଗ ବନ୍ଧନୀ ମଧ୍ୟସ୍ଥ ଲେଖା

[[ଉଇକିପିଡ଼ିଆ:ମାନୁଆଲ ଷ୍ଟାଇଲ (ଶୀର୍ଷକ)|]]

ମାନୁଆଲ ଷ୍ଟାଇଲ

ଏହା ଅନୁଚ୍ଛେଦ ଲିଙ୍କ ନିମନ୍ତେ କାମ କରେନି

[[ଉଇକିପିଡ଼ିଆ:ମାନୁଆଲ ଷ୍ଟାଇଲ#ଲିଙ୍କ|]]

[[ଉଇକିପିଡିଆ:ମାନୁଆଲ ଷ୍ଟାଇଲ #ଲିଙ୍କ |]]

ସ୍ୱୟଂକ୍ରିୟ ଲିଙ୍କ[ସମ୍ପାଦନା]

ଏହାକୁ ମ୍ୟାଜିକ ଲିଙ୍କ ମଧ୍ୟ କୁହାଯାଏ । ଏଥିରେ କୌଣସି ଲିଙ୍କ ଦିଆଯାଏ ନାହିଁ । ତିନି ଶ୍ରେଣୀର ଲିଙ୍କ ଏହାର ଅନ୍ତର୍ଭୁକ୍ତ ।

  1. ଆଇଏସବିଏନ ବା ଇଣ୍ଟରନ୍ୟାସନାଲ ବୁକ ନମ୍ବର । ଏଥିରେ ISBN 978-0-306-40615-7 ଲେଖିଲେ କୌଣସି ପରିବର୍ତ୍ତନ ନ ହୋଇ ISBN 978-0-306-40615-7 ଲିଙ୍କ ଦେଖାଯାଏ ।
  2. ପିଏମଆଇଡି (PubMed identifier ବା PubMed unique identifier) ଏକ ଅତୁଳନୀୟ ସଂଖ୍ୟା ଯାହା ପବମେଡ ରେକର୍ଡ଼ ନିମନ୍ତେ ଦିଆଯାଇଛି । ଉଦାହରଣ:- PMID 11209037 ଲେଖିଲେ PMID 11209037 ଦେଖାଯାଏ ।
  3. ଆରଏଫସି (Request for Comments) (RFC), ଇଣ୍ଟରନେଟ ଇଞ୍ଜିନିଅରିଙ୍ଗ ଟାସ୍କ ଫୋର୍ସଦ୍ୱାରା (Internet Engineering Task Force) (IETF) ଛପାହୋଇଥିବା ଏକ ସ୍ମାରକ ପତ୍ର (memorandum) । ଉଦାହରଣ:- RFC 5620 ଲେଖିଲେ RFC 5620 ଦେଖାଯାଏ ।

ଉଇକିମିଡିଆର ଅନ୍ୟ ପ୍ରକଳ୍ପର ବିଷୟକୁ ଲିଙ୍କ (interwiki link)[ସମ୍ପାଦନା]

ଲିଙ୍କ ପଦ୍ଧତି[ସମ୍ପାଦନା]

'ପ୍ରକଳ୍ପର ନାମ:ବିଷୟର ନାମ' ଲେଖି ଲିଙ୍କ ଦେଲେ ସେହି ପ୍ରକଳ୍ପର ବିଷୟଟି ଦେଖାଯିବ । ଉଦାହରଣ:- ଉକିଅଭିଧାନର କୋଡ଼ ହେଲା 'wikt'

[[wikt:ଯଜମାନ]] ଲେଖିଲେ wikt:ଯଜମାନ ଦେଖାଯିବ କିନ୍ତୁ ତାହା ଉପରେ କ୍ଲିକ୍ କଲେ ଯଜମାନ ଦେଖାଯିବ । [[wikt:ଯଜମାନ|ଯଜମାନ]] ଲେଖିଲେ ଯଜମାନ ଦେଖାଯିବ । ଆଉ ମଧ୍ୟ ଯଜମାନ ପରେ ପାଇପ ଦେଇ ଯେପରିକି [[wikt:ଯଜମାନ|]] ଲେଖିଲେ ମଧ୍ୟ ଯଜମାନ ଦେଖାଯିବ । ପ୍ରତି ପ୍ରକଳ୍ପର ଅଲଗା କୋଡ଼ ଥାଏ । କେତେକ କୋଡ଼ର ନାମ ଦିଆଗଲା ।

ପ୍ରକଳ୍ପ ଲମ୍ବା ଆକାର ଛୋଟ ଆକାର ପୃଷ୍ଠା ଟେମ୍ପ୍ଲେଟ
Wikipedia [[wikipedia:]] [[w:]]
Wiktionary [[wiktionary:]] [[wikt:]] {{Wiktionary|ପୃଷ୍ଠାନାମ}}
Wikinews [[wikinews:]] [[n:]] {{Wikinews|ପୃଷ୍ଠାନାମ}}
Wikibooks [[wikibooks:]] [[b:]] {{Wikibooks|ପୃଷ୍ଠାନାମ}}
Wikiquote [[wikiquote:]] [[q:]] {{Wikiquote|ପୃଷ୍ଠାନାମ}}
Wikisource [[wikisource:]] [[s:]] {{Wikisource|ପୃଷ୍ଠାନାମ}}

ଭାସମାନ ବାକ୍ସ ଲିଙ୍କ[ସମ୍ପାଦନା]

ଏକ ପ୍ରକାର ଭାସମାନ ବାକ୍ସ ଲିଙ୍କ ଯାହା ଉଇକିମିଡିଆ ଫାଉଣ୍ଡେସନର ଅନ୍ୟ ପ୍ରକଳ୍ପ ମାନଙ୍କୁ ଟେମ୍ପ୍ଲେଟ ମାଧ୍ୟମରେ ଲିଙ୍କ ଦିଆଯାଏ । ଏହି କୋଡ଼ର ଏହିପରି {{Wikiquote|Jimmy Wales|ଜିମ୍ମି ୱେଲ୍ସ}} ଏକ ଉଦାହରଣ ଦିଆଯାଇଛି । ଏହା ଏକ ବାକ୍ସ ମଧ୍ୟରେ ଲୋଗୋ ଭଳି ଦେଖାଯାଏ । ଉଇକିମିଡିଆ ବାହାରେ ଥିବା କେତେକ ବିଷୟ ନିମନ୍ତେ ମଧ୍ୟ ଏହିଭଳି ଟେମ୍ପ୍ଲେଟ ବ୍ୟବ‌ହାର କରାଯାଏ କିନ୍ତୁ ସେହି ବାକ୍ସକୁ ଅଲଗା ଭାବେ ଶାଗୁଆ ରଙ୍ଗ ଦିଆଯାଏ ।

ବାହ୍ୟ ଲିଙ୍କ[ସମ୍ପାଦନା]

  • ଏକ ଯୋଡ଼ା ବର୍ଗ ବନ୍ଧନୀ [ ] ମଧ୍ୟରେ ଥିବା ୟୁ.ଆର.ଏଲ. ଲିଙ୍କ‌କୁ ବାହ୍ୟ ଲିଙ୍କ କୁହାଯାଏ । ଏହି ଲିଙ୍କରେ ପାଇପ (|) ଲିଙ୍କ ଦିଆଯାଏ ନାହିଁ, ଏକ ଖାଲି ସ୍ଥାନ ଛାଡ଼ିଦେଇ ଅନ୍ୟ ନାମରେ ନାମିତ କରାଯାଏ । ଲିଙ୍କ ବ୍ୟବ‌ହାର ନ କରି ଏହି ବନ୍ଧନୀ ସାଧାରଣ ଲେଖାରେ ବ୍ୟବ‌ହାର କରିହୁଏ [ଏହିପରି] ।
  • ଏହି ଲିଙ୍କ ବ୍ୟବ‌ହାର ନିମନ୍ତେ ୟୁ.ଆର.ଏଲ. ସପୋର୍ଟ ହେଉଥିବା ଆବଶ୍ୟକ ଯେପରିକି http:// and https:// ସମସ୍ତ ବ୍ରାଉସର୍ ସପୋର୍ଟ କରନ୍ତି । ଅନ୍ୟ କେତେକ କୋଡ଼ ନିମନ୍ତେ ପ୍ଲଗିନ ବା ବାହ୍ୟ ଆପ୍ଲିକେସନ ଆବଶ୍ୟକ ହୁଏ ।
  • [http://www.incredibleegg.org/] ଲେଖିଲେ [୧] ଦେଖାଯାଏ ।

କିନ୍ତୁ ଏହାକୁ ନାମ ଦେବାକୁ ଇଚ୍ଛା କରି [http://www.incredibleegg.org/ ଅଦ୍ଭୁତ ଅଣ୍ଡା] ଲେଖିଲେ ଅଦ୍ଭୁତ ଅଣ୍ଡା ଦେଖାଯାଏ ।
'ୟୁଆରଏଲ'ରେ http:// ଭଳି ପ୍ରୋଟୋକୋଲ ଥିବା ଆବଶ୍ୟକ, ଏହା ନ ଥିଲେ '[www.incredibleegg.org/]' ଭଳି ଦେଖାଯାଏ ।

ବାହ୍ୟ ଲିଙ୍କ ଶୀର୍ଷକ[ସମ୍ପାଦନା]

ଏଚଟିଏମଏଲ ଲିଙ୍କରେ ବର୍ଣ୍ଣନାତ୍ମକ ଶୀର୍ଷକ ଲେଖାଯାଏ ନାହିଁ । ଅଯଥା ଲମ୍ବା ଶୀର୍ଷକ ଦେବା ମଧ୍ୟ ରୂଚିକର ନୁହେଁ ।

ସଂଖ୍ୟାତ୍ମକ ଲିଙ୍କ[ସମ୍ପାଦନା]

କେବଳ ୟୁଆରଏଲ ଧାଡ଼ି ମଧ୍ୟରେ ଲେଖିଲେ ସାଉତିବା ପରେ ସଂଖ୍ୟାତ୍ମକ ହୋଇଯାଏ: ଉଦାହରଣ,

[http://en.wikipedia.org/]

ଲେଖିଲେ

[୨] ଏହିପରି ଦେଖାଯାଏ ଓ ଏହା ଆଧାର ଅନୁଚ୍ଛେଦରେ ସମ୍ପୁର୍ଣ୍ଣ ଭାବେ ଦେଖାଯାଏ ।

ବିଷୟରେ ସ୍ଥାନ[ସମ୍ପାଦନା]

ମୂଳ ଲେଖା: MOS:ORDER

ଏହି ଲିଙ୍କ ଇନଲାଇନ ସାଇଟେସନର ଅନ୍ତର୍ଭୁକ୍ତ ନୁହେଁ । ବିଷୟ ଶେଷରେ [[ଆଧାର]] ଓ {{ଆଧାର}} ପରେ ଏହି ବାହ୍ୟ ଲିଙ୍କ ଦିଆଯାଏ । ଲିଙ୍କଟି କୌଣସି ଉତ୍ସ ନ ଦେଖେଇବାର ଥିଲେ ବାହାର ଲିଙ୍କ ଅନୁଚ୍ଛେଦରେ ଲେଖାଯାଏ । ଏଥିରେ ଦୁଇଟି ସମାନ ଚିହ୍ନ ଦିଆଯାଏ ଓ ବିଷୟର ଶେଷରେ ଲେଖାଯାଏ ।

==ବାହାର ଲିଙ୍କ==
*[http://
*[http://

ଏହା ପରେ ସାଇଟର ନାମ ଦିଆଯାଏ, ଯେପରିକି [http://en.wikipedia.org/]

ଆଧାର[ସମ୍ପାଦନା]

  1. Dvorak, John C. (April 16, 2002). "Missing Links". PC Magazine. Retrieved September 16, 2015. 
  2. Ashwin Paranjape, Bob West, Jure Leskovec, Leila Zia: Improving Website Hyperlink Structure Using Server Logs. WSDM’16, February 22–25, 2016, San Francisco, CA, USA. PDF