ଉଇକିପିଡ଼ିଆ:ଭିଡିଓୱିକି/ସିସ୍ଟିକ୍ ଫାଇବ୍ରୋସିସ୍

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ସିସ୍ଟିକ୍ ଫାଇବ୍ରୋସିସ୍ (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା[ସମ୍ପାଦନା]

ସିସ୍ଟିକ୍ ଫାଇବ୍ରୋସିସ୍ ବା ସିଏଫ ଏକ ଅନୁବଂଶିକ ରୋଗ ଯାହା ମୂଖ୍ୟତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ କିନ୍ତୁ ଅଗ୍ନାଶୟ, ଯକୃତ, ବୃକ୍‌କ ଓ ଅନ୍ତନଳୀମାନଙ୍କୁ ଆକ୍ରମଣ କରେ । [୧][୨]

ଲକ୍ଷଣ[ସମ୍ପାଦନା]

ଏହି ରୋଗରେ ବାରମ୍ବାର ନିମୋନିଆ ହେଉଥିବା ଯୋଗୁ ଅଣନିଶ୍ୱାସୀ ଲାଗେ ଓ କାଶରେ ଖଙ୍କାର ବାହାରେ । [୧]

ଅନ୍ୟାନ୍ୟ ଲକ୍ଷଣ[ସମ୍ପାଦନା]

ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ସାଇନୁସାଇଟିସ, ସ୍ୱଳ୍ପ ଶାରୀରିକ ବିକାଶ, ସ୍ଟିଏଟୋରିଆ ବା ଚର୍ବିଳ ମଳ, ନ‌ଖ କ୍ଲବିଙ୍ଗ ଓ ଅଧିକାଂଶ ପୁରୁଷଙ୍କର ବାଞ୍ଝ ଦୋଷ ଦେଖାଯାଇପାରେ । [୧]

ବଂଶାନୁକ୍ରମରେ ସିଏଫ ରୋଗ ଅଟୋସୋମାଲ ସୂତ୍ରରେ ମିଳେ । [୧]

ଜେନେଟିକ ତୃଟିର କାର୍ଯ୍ୟଶୈଳୀ[ସମ୍ପାଦନା]

ସିସ୍ଟିକ୍ ଫାଇବ୍ରୋସିସ୍ ଟ୍ରାନ୍ସମେମ୍ବ୍ରେନ କଣ୍ଡକ୍ଟାନ୍ସ ରେଗୁଲେଟର ବା ସିଏଫଟିଆର ପ୍ରୋଟିନ ନିମନ୍ତେ ଜିନର ଉଭୟ କପିର ମ୍ୟୁଟେସନ ହେବା ଯୋଗୁ ଏହି ତୃଟି ଦେଖାଯାଏ । [୧]

ବାହକ[ସମ୍ପାଦନା]

ଯେଉଁମାନଙ୍କର ଗୋଟିଏ କାର୍ଯ୍ୟକ୍ଷମ ସିଏଫଟିଆର କପି ଥାଏ ସେମାନେ ବାହକ ହୁଅନ୍ତି ଅନ୍ୟଥା ସାଧାରଣ ହୁଅନ୍ତି ।[୩]

ଜେନେଟିକ ତୃଟିରୁ ପ୍ରଭାବିତ ହେଉଥିବା ପ୍ରଣାଳୀମାନ[ସମ୍ପାଦନା]

ଝାଳ, ହଜମୀ ତରଳ ପଦାର୍ଥ ଓ ମ୍ୟୁକସ୍ ତିଆରିରେ ସିଏଫଟିଆର ଭାଗ ନିଏ । [୪]

ଜେନେଟିକ ତୃଟିର ପ୍ରଭାବ[ସମ୍ପାଦନା]

ସିଏଫଟିଆର କାର୍ଯ୍ୟକ୍ଷମ ନଥିଲେ ଶରୀରର ତରଳ ସ୍ରାବ ସାଧାରଣତଃ ପତଳା ରହିବା ବଦଳରେ ବ‌ହଳିଆ ହୋଇଯାଏ । [୫]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଜେନେଟିକ ଓ ଝାଳ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୧] ତୃଟି ଦେଖାଯାଉଥିବା ପୃଥିବୀର ଅଧିକାଂଶ ସ୍ଥାନରେ ନବଜାତ ଶିଶୁମାନଙ୍କର ସ୍କ୍ରୀନିଙ୍ଗ କରି ଝାଳ ପରୀକ୍ଷା କରାଯାଇପାରେ । [୧]

ଚିକିତ୍ସା[ସମ୍ପାଦନା]

ଅଧୁନା ସିସ୍ଟିକ୍ ଫାଇବ୍ରୋସିସ୍‌ ଆରୋଗ୍ୟ ସାଧ୍ୟ ନୁହେଁ [୩] ଓ ଅଧିକାଂଶ ଜଟିଳତା ସାଧାରଣତଃ ଫୁସଫୁସ ସଂକ୍ରମଣ ଯୋଗୁ ହୁଏ ।

ନିମୋନିଆ ଚିକିତ୍ସା[ସମ୍ପାଦନା]

ଆଣ୍ଟିବାୟୋଟିକ ସାହାଯ୍ୟରେ ତୀବ୍ର ଫୁସଫୁସ ସଂକ୍ରମଣର ଚିକିତ୍ସା କରାଯାଏ ଯାହା ପାଟିରେ, ଆଘ୍ରାଣ ଜରିଆରେ ବା ଶିରାଭ୍ୟନ୍ତରରେ ଦିଆଯାଏ । [୧]

ଫିଜିଓଥେରାପି[ସମ୍ପାଦନା]

ଶ୍ୱାସନଳୀ ପରିଷ୍କାର ନିମନ୍ତେ କରାଯାଉଥିବା ଛାତି ଫିଜିଓଥେରାପିରେ ସ୍ୱଳ୍ପକାଳୀନ ଉପକାର ମିଳିପାରେ କିନ୍ତୁ କିଛି ଦୀର୍ଘକାଳୀନ ପ୍ରଭାବ ଥିବା ସ୍ପଷ୍ଟ ହୋଇନାହିଁ । [୬]

ଫୁସଫୁସ ସଂକ୍ରମଣ ପ୍ରତିଷେଧ[ସମ୍ପାଦନା]

ବାରମ୍ବାର ସଂକ୍ରମିତ ହେଉଥିବା ଲୋକ‌କୁ ବେଳେବେଳେ ଦୀର୍ଘକାଳୀନ ଭିତ୍ତିରେ ଆଜିଥ୍ରୋମାଇସିନ ଦିଆଯାଏ । [୧] ସାଲବୁଟାମୋଲ ଓ ଆଘ୍ରାଣକାରୀ ହାଇପରଟନିକ ସାଲାଇନ ମଧ୍ୟ ଦିଆଯାଇପାରେ । [୧]

ଫୁସଫୁସ ପ୍ରତିରୋପଣ[ସମ୍ପାଦନା]

ଫୁସଫୁସର କାର୍ଯ୍ୟ ଅତି ଦୁର୍ବଳ ହୋଇଗଲେ ଫୁସଫୁସ ପ୍ରତିରୋପଣ କରାଯାଇପାରେ । [୧]

ଅଗ୍ନାଶୟ ଏଞ୍ଜାଇମ ପ୍ରତିସ୍ଥାପନ[ସମ୍ପାଦନା]

ଫୁସଫୁସ ଚିକିତ୍ସା ସ‌ହିତ ଅଗ୍ନାଶୟ ଏଞ୍ଜାଇମ ପ୍ରତିସ୍ଥାପନ ଓ ଚର୍ବି-ଗଳନୀୟ ଜୀବସାର ପରିପୂରକ ମଧ୍ୟ ଜରୁରୀ ଅଟେ ବିଶେଷତଃ ଯୁବାବସ୍ଥାରେ । [୧]

ପୂର୍ବାନୁମାନ[ସମ୍ପାଦନା]

ବିକଶିତ ଦେଶମାନଙ୍କରେ ସିଏଫ ରୋଗୀର ହାରାହାରୀ ଆୟୁଷ ୪୨ରୁ ୫୦ ବର୍ଷ ଆଶା କରାଯାଏ । [୭][୮] ଫୁସଫୁସ ସମସ୍ୟା ଯୋଗୁ ଏହି ସମ୍ପର୍କୀୟ ୮୦% ମୃତ୍ୟୁ ହୁଏ ।[୧]

ରୋଗାନୁଶୀଳନ[ସମ୍ପାଦନା]

ଉତ୍ତର ୟୁରୋପ ବଂଶାବଳୀରେ ଏହା ଏକ ସାଧାରଣ ରୋଗ ଯାହା ୩,୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକୁ ଆକ୍ରମଣ କରେ ।[୧] ଏହା ବ୍ୟତୀତ ସେଠାରେ ୨୫ ଜଣରେ ଜଣେ ସିଏଫ ବାହକ ହୋଇଥାଏ । [୩] ଆଫ୍ରିକା ଓ ଏସିଆରେ ଏ ରୋଗ ଅତି କମ୍ ଦେଖାଯାଏ । [୧]

ଇତିହାସ[ସମ୍ପାଦନା]

ସନ ୧୯୩୮ରେ ଏହି ନିର୍ଦ୍ଦିଷ୍ଟ ରୋଗ ଚିହ୍ନଟ କରିଥିବା ଶ୍ରେୟ ଡୋରୋଥି ଆଣ୍ଡରସନ‌ଙ୍କୁ ଦିଆଗଲେ ମଧ୍ୟ ୧୫୯୫ରୁ ଏହି ରୋଗ ସାଥୀରେ ମେଳ ଖାଉଥିବା ବର୍ଣ୍ଣନା ମିଳୁଛି ।[୨]

ଶବ୍ଦ ବ୍ୟୁତ୍ପତ୍ତି[ସମ୍ପାଦନା]

ସିସ୍ଟିକ୍ ଫାଇବ୍ରୋସିସ୍‌ ଶବ୍ଦଟି ଅଗ୍ନାଶୟରେ ସୃଷ୍ଟି ହେଉଥିବା ଫାଇବ୍ରୋସିସ ଓ ସିସ୍ଟମାନଙ୍କର ବିଶେଷତ୍ୱ ସାଥିରେ ମେଳ ଖାଉଛି । [୨][୯]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ O'Sullivan, BP; Freedman, SD (30 May 2009). "Cystic fibrosis". Lancet. 373 (9678): 1891–904. doi:10.1016/s0140-6736(09)60327-5. PMID 19403164.
  2. ୨.୦ ୨.୧ ୨.୨ Hodson, Margaret; Geddes, Duncan; Bush, Andrew, eds. (2012). Cystic fibrosis (3rd ed.). London: Hodder Arnold. p. 3. ISBN 978-1-4441-1369-3. Archived from the original on 2017-09-08.
  3. ୩.୦ ୩.୧ ୩.୨ Massie, J; Delatycki, MB (December 2013). "Cystic fibrosis carrier screening". Paediatric Respiratory Reviews. 14 (4): 270–5. doi:10.1016/j.prrv.2012.12.002. PMID 23466339.
  4. Buckingham, Lela (2012). Molecular diagnostics fundamentals, methods, and clinical applications (2nd ed.). Philadelphia: F.A. Davis Co. p. 351. ISBN 978-0-8036-2975-2. Archived from the original on 2017-09-08.
  5. Yankaskas JR, Marshall BC, Sufian B, Simon RH, Rodman D (2004). "Cystic fibrosis adult care consensus conference report". Chest. 125 (90010): 1–39. CiteSeerX 10.1.1.562.1904. doi:10.1378/chest.125.1_suppl.1S. PMID 14734689.
  6. Warnock, L.; Gates, A. (21 December 2015). "Chest physiotherapy compared to no chest physiotherapy for cystic fibrosis". The Cochrane Database of Systematic Reviews (12): CD001401. doi:10.1002/14651858.CD001401.pub3. PMID 26688006.
  7. Ong, T; Ramsey, BW (15 September 2015). "Update in Cystic Fibrosis 2014". American Journal of Respiratory and Critical Care Medicine. 192 (6): 669–75. doi:10.1164/rccm.201504-0656UP. PMID 26371812.
  8. Nazareth, D; Walshaw, M (October 2013). "Coming of age in cystic fibrosis - transition from paediatric to adult care". Clinical Medicine. 13 (5): 482–6. doi:10.7861/clinmedicine.13-5-482. PMC 4953800. PMID 24115706.
  9. Andersen DH (1938). "Cystic fibrosis of the pancreas and its relation to celiac disease: a clinical and pathological study". Am J Dis Child. 56 (2): 344–399. doi:10.1001/archpedi.1938.01980140114013.