ଉଇକିପିଡ଼ିଆ:ଭିଡିଓୱିକି/ଇନ୍‌ଫ୍ଲୁଏଞ୍ଜା

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ଇନ୍‌ଫ୍ଲୁଏଞ୍ଜା (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା[ସମ୍ପାଦନା]

ଇନ୍‌ଫ୍ଲୁଏଞ୍ଜା ବା ଫ୍ଲୁ ଏକ ସଂକ୍ରାମକ ରୋଗ ଯାହା ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଯୋଗୁ ହୁଏ ।[୧]

ଲକ୍ଷଣ[ସମ୍ପାଦନା]

ଏହାର ସାଧାରଣ ଲକ୍ଷଣ ମଧ୍ୟରେ ଜ୍ୱର, ଶର୍ଦ୍ଦି, ତଣ୍ଟି ଦରଜ, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, କାଶ, ଛିଙ୍କ ଓ ଥକ୍କାଣ ଅନୁଭବ ହୁଏ । [୧][୨]

ଲକ୍ଷଣର ସମୟ[ସମ୍ପାଦନା]

ଭୂତାଣୁ ସଂସ୍ପର୍ଶରେ ଆସିବାର ୨ ଦିନ ପରେ ଏହାର ଲକ୍ଷଣ ଆରମ୍ଭ ହୋଇ ଏକ ସପ୍ତାହରୁ କମ୍ ସମୟ ପର୍ଯ୍ୟନ୍ତ ରହେ ।[୧] କିନ୍ତୁ କାଶ ଦୁଇ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ରହେ । [୧]

ପିଲାଙ୍କଠାରେ ଲକ୍ଷଣ[ସମ୍ପାଦନା]

ପିଲାଙ୍କର ତରଳ ଝାଡ଼ା ଓ ବାନ୍ତି ହୋଇପାରେ[୩] ଜଦିଓ ଏହି ଲକ୍ଷଣ ଗୁଡ଼ିକ ସାଧାରଣତଃ ଏହା ସହିତ କୌଣସି ସମ୍ପର୍କ ନଥିବା ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ବା ୨୪ ଘଣ୍ଟିଆ ଫ୍ଲୁ ଯୋଗୁ ହୋଇପାରେ । [୩]

ଜଟିଳତା[ସମ୍ପାଦନା]

ଇନ୍‌ଫ୍ଲୁଏଞ୍ଜା ଜଟିଳ ହେଲେ ଭୁତାଣୁ ନିମୋନିଆ, ପାରିପାର୍ଶ୍ୱିକ ଜୀବାଣୁ ନିମୋନିଆ, ସାଇନସ ସଂକ୍ରମଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ଆଜ୍‌ମା ବା ହୃଦ୍‌ପାତ ଅଧିକ ବିଗିଡ଼ି ଯାଏ । [୪][୨]

ଚାରି ପ୍ରକାର ଇନ୍‌ଫ୍ଲୁଏଞ୍ଜା ଭୁତାଣୁ ଥାଏ । ମାନବକୁ କ, ଖ ଓ ଗ ଶ୍ରେଣୀର ଭୂତାଣୁ ଆକ୍ରମଣ କରନ୍ତି ।[୪][୫] ଘ ଶ୍ରେଣୀର ଭୂତାଣୁ ଆକ୍ରମଣ ନ‌କଲେ ମଧ୍ୟ କରିବା କ୍ଷମତା ରଖିଥାଏ । [୫][୬]

ବାୟୁ ବାହିତ ବିସ୍ତାର[ସମ୍ପାଦନା]

ସାଧାରଣତଃ ଭୂତାଣୁ କାଶ ଓ ଛିଙ୍କରୁ ବାହାରି ବାୟୁ ମାଧ୍ୟମରେ[୧] ଅଳ୍ପ ଦୂରତାକୁ ବିସ୍ତାର ଲାଭ କରେ ।[୭]

Surface spread[ସମ୍ପାଦନା]

ଭୂତାଣୁ ସଂକ୍ରମିତ ସ୍ଥାନ‌କୁ ସ୍ପର୍ଶ କରିବା ପରେ ପାଟି ବା ଚକ୍ଷୁକୁ ସ୍ପର୍ଶ କଲେ ମଧ୍ୟ ସଂକ୍ରମଣ ହୁଏ । [୨][୭]

ସଂକ୍ରାମକ ଅବଧି[ସମ୍ପାଦନା]

ରୋଗର ଲକ୍ଷଣ ପ୍ରକାଶିତ ହେବା ସମୟରେ ଓ ତା ପୂର୍ବରୁ ମଧ୍ୟ ଲୋକର ସଂକ୍ରମଣ କ୍ଷମତା ଥାଏ । [୨]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ରୋଗୀର ଖଙ୍କାର, ଗଳା ଓ ନାକ ପରୀକ୍ଷା କରି ଭୂତାଣୁ ଥିଲେ[୪] ଦୃତ ଇନଫ୍ଲୁଏଞ୍ଜା ପରୀକ୍ଷା କରି ରୋଗ ଥିବା ନିଶ୍ଚିତ କରାଯାଏ ଯଦିଓ ଏହି ପରୀକ୍ଷାର ଫଳ ବିଯୁକ୍ତାତ୍ମକ ଥିଲେ ମଧ୍ୟ ସଂକ୍ରମଣ ଥାଇପାରେ ।[୪]

ପ୍ରତିଷେଧ[ସମ୍ପାଦନା]

ବାରମ୍ବାର ହସ୍ତ ପ୍ରକ୍ଷାଳନ ଓ ଡାକ୍ତରୀ ମାସ୍କ ବ୍ୟବ‌ହାର କଲେ ଭୂତାଣୁ ବିସ୍ତାର ସଙ୍କଟ କମିଯାଏ । [୮][୮]

ଟିକା[ସମ୍ପାଦନା]

ଅତ୍ୟଧିକ ଇନଫ୍ଲୁଏଞ୍ଜା ସଙ୍କଟ ଥିବା ସ୍ଥାନମାନଙ୍କରେ ଲୋକଙ୍କୁ ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରସ କରୁଛି । [୧]

ଟିକାର ପ୍ରଭାବ[ସମ୍ପାଦନା]

ତିନି ବା ଚାରି ପ୍ରକାର ଇନଫ୍ଲୁଏଞ୍ଜା ଉପରେ ଟିକାର ପ୍ରଭାବ ରହେ, [୧] ସାଧାରଣତଃ ଉତ୍ତମ ରୂପେ ସ‌ହ୍ୟ କରିହୁଏ, [୧] କିନ୍ତୁ ଭୂତାଣୁର ଦୃତ ବିକାଶ ଯୋଗୁ ଏକ ମାତ୍ର ଋତୁ ନିମନ୍ତେ କାର୍ଯ୍ୟକ୍ଷମ ହୁଏ । [୧]

ଭୂତାଣୁରୋଧୀ ଔଷଧ[ସମ୍ପାଦନା]

ଇଞ୍ଜ୍ଲୁଏଞ୍ଜା ଚିକିତ୍ସା ନିମନ୍ତେ ଓସେଲ୍ଟାମିଭିର ଭଳି ନିଉରାମିନିଡେଜ ଇନହିବିଟର ଔଷଧ ବ୍ୟବ‌ହାର କରାଯାଉଛି,[୧] କିନ୍ତୁ ଅନ୍ୟଥା ସୁସ୍ଥ ଲୋକର ରୋଗ ସଙ୍କଟ ଅପେକ୍ଷା ଏହାର ଅଧିକ ଉପକାରୀତା ଜଣାଯାଉନାହିଁ, [୯] ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକ ନିମନ୍ତେ କୌଣସି ଉପକାର ମିଳୁନି । [୯][୧୦]

ରୋଗାନୁଶୀଳନ[ସମ୍ପାଦନା]

ଫ୍ଲୁ ଋତୁରେ ବର୍ଷକୁ ପ୍ରାୟ ୫ ନିୟୁତ ଲୋକଙ୍କର ସାଂଘାତିକ ଇନଫ୍ଲୁଏଞ୍ଜା ରୋଗ ହୋଇ ୨୫୦ରୁ ୫୦୦ ଲୋକ ମୃତ୍ୟୁ ବରଣ କରନ୍ତି । [୧] ପ୍ରତି ବର୍ଷ ଟିକା ନ ନେଇଥିବା ୨୦% ପିଲା ଓ ୧୦% ଯୁବକ ସଂକ୍ରମିତ ହୁଅନ୍ତି ।[୧୧]

ଭୂଗୋଳ[ସମ୍ପାଦନା]

ପୃଥିବୀର ଉତ୍ତର ଓ ଦକ୍ଷିଣ ମଧ୍ୟ ଦ୍ରାଘିମା ଅଞ୍ଚଳରେ ଶୀତଦିନେ ମୂଖ୍ୟତଃ ଏହି ମହାମାରୀ ହୁଏ ଓ ଭୂମଧ୍ୟ ରେଖା ଅଞ୍ଚଳରେ ବର୍ଷର ଯେ କୌଣସି ସମୟରେ ଏହି ରୋଗ ହୁଏ ।[୧]

ସର୍ବୋଚ୍ଚ ମୃତ୍ୟୁ ସଙ୍କଟ[ସମ୍ପାଦନା]

ଅଧିକାଂଶ ସମୟରେ ଅଳ୍ପ ବୟସ୍କ, ବୃଦ୍ଧ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ରୋଗୀଙ୍କର ମୃତ୍ୟୁ ହେଉଥିବା ଦେଖାଯାଏ । [୧] ବଡ଼ ଧରଣର ମହାମାରୀ କମ୍ ଥର ହେବା ଦେଖାଯାଏ । [୪]

ଇତିହାସ[ସମ୍ପାଦନା]

ବିଂଶ ଶତାବ୍ଦୀରେ ତିନି ଥର ପୃଥିବୀ ବ୍ୟାପୀ ଇନଫ୍ଲୁଏଞ୍ଜା ମହାମାରୀ ହୋଇଥିଲା ।

ସ୍ପେନୀୟ ଫ୍ଲୁ[ସମ୍ପାଦନା]

ସନ ୨୦୧୮ରେ ଇନଫ୍ଲୁଏଞ୍ଜା ଯୋଗୁ ସ୍ପେନ ଦେଶରେ ୫୦ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ଏସିଆ ଇନଫ୍ଲୁଏଞ୍ଜା[ସମ୍ପାଦନା]

ସନ ୧୯୫୭ରେ ଏସିଆ ଇନଫ୍ଲୁଏଞ୍ଜା ଯୋଗୁ ୨ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ହଙ୍ଗ କଙ୍ଗ ଇନଫ୍ଲୁଏଞ୍ଜା[ସମ୍ପାଦନା]

ସନ ୧୯୬୮ରେ ହଙ୍ଗ କଙ୍ଗ ଇନଫ୍ଲୁଏଞ୍ଜା ଯୋଗୁ ଏକ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା । [୧୨]

ଘୁଷୁରୀ ଇନଫ୍ଲୁଏଞ୍ଜା[ସମ୍ପାଦନା]

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସନ ୨୦୦୯ ଓ ୨୦୧୦ରେ ପୃଥିବୀ ବ୍ୟାପୀ ହୋଇଥିବା ଇନଫ୍ଲୁଏଞ୍ଜା-କ ର ଏକ ନୂଆ ସବ୍‌ଟାଇପ ଦେଖି ତାହାର ଏଚ୧ଏନ୧ ବା ଘୁଷୁରୀ ଇନଫ୍ଲୁଏଞ୍ଜା ନାମକରଣ କରିଥିଲେ । [୧୩]

ଅନ୍ୟାନ୍ୟ ପଶୁ[ସମ୍ପାଦନା]

ଘୋଡ଼ା, ପକ୍ଷୀ ଓ ଘୁଷୁରୀମାନଙ୍କୁ ମଧ୍ୟ ଇନଫ୍ଲୁଏଞ୍ଜା ଆକ୍ରମଣ କରିପାରେ । [୧୪]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Influenza (Seasonal) Fact sheet N°211". who.int. March 2014. Archived from the original on 30 November 2014. Retrieved 25 November 2014.
  2. ୨.୦ ୨.୧ ୨.୨ ୨.୩ "Key Facts about Influenza (Flu) & Flu Vaccine". cdc.gov. 9 September 2014. Archived from the original on 2 December 2014. Retrieved 26 November 2014.
  3. ୩.୦ ୩.୧ Duben-Engelkirk, Paul G.; Engelkirk, Janet (2011). Burton's microbiology for the health sciences (9th ed.). Philadelphia: Wolters Kluwer Health/Lippincott Williams & Wilkins. p. 314. ISBN 978-1-60547-673-5. {{cite book}}: Unknown parameter |name-list-format= ignored (|name-list-style= suggested) (help)
  4. ୪.୦ ୪.୧ ୪.୨ ୪.୩ ୪.୪ Longo, Dan L. (2012). "Chapter 187: Influenza". Harrison's principles of internal medicine (18th ed.). New York: McGraw-Hill. ISBN 978-0-07-174889-6. {{cite book}}: Unknown parameter |name-list-format= ignored (|name-list-style= suggested) (help)
  5. ୫.୦ ୫.୧ "Types of Influenza Viruses Seasonal Influenza (Flu)". CDC (in ଆମେରିକୀୟ ଇଂରାଜୀ). 27 September 2017. Retrieved 28 September 2018.
  6. Shuo Su; Xinliang Fu; Gairu Li; Fiona Kerlin; Michael Veit (25 August 2017). "Novel Influenza D virus: Epidemiology, pathology, evolution and biological characteristics". Virulence. 8 (8): 1580–91. doi:10.1080/21505594.2017.1365216. PMC 5810478. PMID 28812422.
  7. ୭.୦ ୭.୧ Brankston G, Gitterman L, Hirji Z, Lemieux C, Gardam M (April 2007). "Transmission of influenza A in human beings". Lancet Infect Dis. 7 (4): 257–65. doi:10.1016/S1473-3099(07)70029-4. PMID 17376383.
  8. ୮.୦ ୮.୧ Jefferson T, Del Mar CB, Dooley L, et al. (2011). "Physical interventions to interrupt or reduce the spread of respiratory viruses" (PDF). Cochrane Database Syst Rev (7): CD006207. doi:10.1002/14651858.CD006207.pub4. PMID 21735402.
  9. ୯.୦ ୯.୧ Michiels B, Van Puyenbroeck K, Verhoeven V, Vermeire E, Coenen S (2013). "The value of neuraminidase inhibitors for the prevention and treatment of seasonal influenza: a systematic review of systematic reviews". PLOS One. 8 (4): e60348. Bibcode:2013PLoSO...860348M. doi:10.1371/journal.pone.0060348. PMC 3614893. PMID 23565231.{{cite journal}}: CS1 maint: unflagged free DOI (link)
  10. Ebell MH, Call M, Shinholser J (April 2013). "Effectiveness of oseltamivir in adults: a meta-analysis of published and unpublished clinical trials". Family Practice. 30 (2): 125–33. doi:10.1093/fampra/cms059. PMID 22997224.
  11. Somes MP, Turner RM, Dwyer LJ, Newall AT (May 2018). "Estimating the annual attack rate of seasonal influenza among unvaccinated individuals: A systematic review and meta-analysis". Vaccine. 36 (23): 3199–3207. doi:10.1016/j.vaccine.2018.04.063. PMID 29716771.
  12. "Ten things you need to know about pandemic influenza". World Health Organization. 14 October 2005. Archived from the original on 8 October 2009. Retrieved 26 September 2009.
  13. Chan, Margaret (11 June 2009). "World now at the start of 2009 influenza pandemic". World Health Organization. Archived from the original on 12 June 2009. Retrieved 12 June 2009.
  14. Palmer SR (2011). Oxford textbook of zoonoses : biology, clinical practice, and public health control (2. ed.). Oxford u.a.: Oxford Univ. Press. p. 332. ISBN 978-0-19-857002-8.