ଉଇକିପିଡ଼ିଆ:ଜନ୍ମତିଥି/୧୦/ପୁସ୍ତିକା/ପୃଷ୍ଠା୪

ଉଇକିପିଡ଼ିଆ‌ରୁ

ପୃଷ୍ଠା ୧  |  ପୃଷ୍ଠା ୨  |  ପୃଷ୍ଠା ୩  |  ପୃଷ୍ଠା ୪  |  ପୃଷ୍ଠା ୫  |  ପୃଷ୍ଠା ୬

// ସଚିତ୍ର ସୂଚନାବଳୀ //

ନୂଆ ଖାତା ଖୋଲା ଓ ଲଗ-ଇନ

ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଆଗରୁ ଆପଣକୁ ନୂଆ ଖାତାଟିଏ ଖୋଲିବାକୁ ପଡ଼ିବ । or.wikipedia.org କୁ ଯାଇ ଉପରେ ଥିବା ନୂଆ ଖାତାଟିଏ ଖୋଲନ୍ତୁ ଉପରେ କ୍ଲିକ କରି ନିଜର ଇଉଜର ନାମ, ପାସୱାର୍ଡ଼, ଇମେଲ ଆଦି ଦେଇ ନୂଆ ଖାତାଟିଏ ଖୋଲନ୍ତୁ ।

ଓଡ଼ିଆ ଲିଖନ ସଚଳ କରାଇବା

ଓଡ଼ିଆ ଉଇକିପିଡ଼ିଆରେ ସମସ୍ତ ଲେଖା ଯେଣୁ ଓଡ଼ିଆରେ ଲେଖାଯିବା ବିଧେୟ ଆପଣଙ୍କୁ ଓଡ଼ିଆରେ ଟାଇପ କରି ଲେଖିବାକୁ ପଡ଼ିବ । ତେବେ ଓଡ଼ିଆରେ ଟାଇପ କରିବା ଖୁବ ସରଳ ଓ ସ‌ହଜ । ଆପଣଙ୍କୁ ଏଥି ନିମନ୍ତେ ପ୍ରଥମେ ଲଗ-ଇନ କରିବାକୁ ପଡ଼ିବ । ଲଗ-ଇନ କଲାପରେ ଉପରେ ଥିବା ପସନ୍ଦରେ କ୍ଲିକ କରି ତଳେ ଦେଖାଯାଇଥିବା ଅପ୍ସନକୁ ଯାଇ ଓଡ଼ିଆ ଟାଇପିଂ ସଚଳ କରାଇବେ ।

ଓଡ଼ିଆରେ ଟାଇପ ଓ ସ‌ହାୟକ ପୃଷ୍ଠା

ଏହା ପରେ ସର୍ଚ ବକ୍ସରେ କ୍ଲିକ କଲେ ଛୋଟ କି-ବୋର୍ଡ଼ ଆଇକନଟିଏ ଦେଖିପାରିବେ । ଛବିରେ ଦେଖାଯାଇଥିବା ଭଳି ସେହି ଆଇକନ ଉପରେ କ୍ଲିକ କରି ଲେଖନୀ ବାଛନ୍ତୁ । କେଉଁ ଓଡ଼ିଆ ଅକ୍ଷର ପାଇଁ ଆପଣଙ୍କୁ କେଉଁ କି ଟାଇପ କରିବାକୁ ପଡ଼ିବ ତାହା ଲେଖନୀ ଡାହାଣରେ ଥିବା ? ଉପରେ କ୍ଲିକ କରି ଦେଖିପାରିବେ ।

ପ୍ରସଙ୍ଗଟିଏ ଲେଖିବା ପାଇଁ ଆଗେ ସର୍ଚ ବକ୍ସରେ ଓଡ଼ିଆରେ ଟାଇପ କରି ତାହାର ନାମ ଖୋଜନ୍ତୁ । () ଆପଣ ଗୋଟେ କି ଯୋଡ଼େ ଅକ୍ଷର ଟାଇପ କଲେ ଆପେ ଆପେ ଅନେକ ପ୍ରସଙ୍ଗର ନାମ ଆପଣଙ୍କୁ ଦେଖାଯିବ । ଯେମିତିକି ଆପଣ ଓଡ଼ି ଟାଇପ କରିବେ ତାହେଲେ ଓଡ଼ିଆ, ଓଡ଼ିଆ ଭାଷା ଆଦି ପ୍ରସଙ୍ଗ ଦେଖିପାରିବେ । ଆପଣ ଖୋଜୁଥିବା ଲେଖାଟି ଆଗରୁ ଥିଲେ ଏଠାରୁ ବାଛିପାରିବେ । ଯଦି ଆଗରୁ ନାହିଁ ତାହେଲେ ଏଣ୍ଟର ଦବାଇ ବା () ଚିହ୍ନରେ କ୍ଲିକ କରନ୍ତୁ । ପ୍ରସଙ୍ଗଟି ନ ଥିଲେ ତଳେ ଦେଖାଯିବା ଭଳି ସୂଚନାଟି ଦେଖିପାରିବେ । ପ୍ରସଙ୍ଗର ନାମ ଥିବା ନାଲି ଲିଙ୍କରେ କ୍ଲିକ କରି ନୂଆ ଲେଖାଟିଏ ତିଆରିକରିପାରିବେ ।

ଲେଖାଟି ଆଗରୁ ଥିଲେ ପ୍ରସଙ୍ଗର ଉପରେ ଥିବା ସମ୍ପାଦନା (Edit) ଉପରେ କ୍ଲିକ କରି ପ୍ରସଙ୍ଗରେ ଅଧିକ ଲେଖା ଯୋଡ଼ିପାରିବେ ବା ଆଗରୁ କିଛି ଭୁଲ ଭଟକା ଥିଲେ ସୁଧାରିପାରିବେ ।

  • ପ୍ରସଙ୍ଗ ଖୋଜିବା ଓ [ସମ୍ପାଦନା]
  • ଲେଖା ସାଇତିବା
  • ପ୍ରଶ୍ନ ପଚାରିବା