ଉଇକିପିଡ଼ିଆ:ଜନ୍ମତିଥି/୧୦/ପୁସ୍ତିକା/ପୃଷ୍ଠା୨

ଉଇକିପିଡ଼ିଆ‌ରୁ

ପୃଷ୍ଠା ୧  |  ପୃଷ୍ଠା ୨  |  ପୃଷ୍ଠା ୩  |  ପୃଷ୍ଠା ୪  |  ପୃଷ୍ଠା ୫  |  ପୃଷ୍ଠା ୬


ଓଡ଼ିଆ ଉଇକିପିଡ଼ିଆ ଲୋଗୋ

ବିଶ୍ୱବ୍ୟାପୀ ୨୮୬ରୁ ଅଧିକ ଭାଷାରେ ଉପଲବ୍ଧ ଥିବା ଉଇକିପିଡ଼ିଆ ପ୍ରଥମେ ୨୦୦୧ ମସିହାରେ ଇଂରାଜୀରେ ଆରମ୍ଭ ହୋଇ ପରେ ବିଭିନ୍ନ ଭାଷାରେ ଆରମ୍ଭ ହୋଇଥିଲା । ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ (Articles) ସମୂହ ଆପଣ ଓ ଆମମାନଙ୍କ ଭଳି ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଲେଖାଯାଇଥାଏ । ଜ୍ଞାନର କରମୁକ୍ତ ଓ ଖୋଲା ବିତରଣ ନିମନ୍ତେ ଉଇକିପିଡ଼ିଆର ଲେଖାସବୁରେ କପିରାଇଟ ବା ସ୍ୱତ୍ୱ ରଖା ଯାଇନ ଥାଏ ଯାହା ଫଳରେ ସମସ୍ତେ ମାଗଣାରେ ଏହାକୁ ପଢ଼ିପାରିବେ, ଏଥିରେ ଥିବା ଲେଖାର ନ କଲ କରି ତାହାକୁ ବ୍ୟବ ହାର କରିପାରିବେ ଓ ଲେଖାରେ ଭୁଲ ଥିଲେ ତାହାକୁ ସୁଧାରି ପାରିବେ । ବିଶ୍ୱବ୍ୟାପୀ ୭୦,୦୦୦ରୁ ଅଧିକ ପାଠକ ଭିନ୍ନ ଭିନ୍ନ ଭାଷାରେ ଉଇକିପିଡ଼ିଆରେ ପ୍ରସଙ୍ଗମାନ ଲେଖି, ତାହାକୁ ସମ୍ପାଦନା କରୁଥିଲେ ହେଁ ଭାରତୀୟ ଭାଷାମାନଙ୍କରେ ଲେଖୁଥିବା ସ୍ୱେଚ୍ଛାସେବୀ ସମ୍ପାଦକମାନଙ୍କ ସଂଖ୍ୟା ଖୁବ କମ ଯାହା ଏହି ବର୍ଷ ସୁଦ୍ଧା ୭୦୦-୧୦୦୦ ରୁ ବେଶୀ ହେବ ନାହିଁ ।

ଓଡ଼ିଆ ଉଇକିପିଡ଼ିଆ ଇଣ୍ଟରନେଟରେ ଉପଲବ୍ଧ ଥିବା ଏକ ଅନଲାଇନ ଜ୍ଞାନ କୋଷ ଯେଉଁଥିରେ ସମସ୍ତେ ଲେଖିପାରିବେ ଓ ସମ୍ପାଦନା କରି ଭୁଲ ଥିବା ଲେଖାକୁ ସୁଧାରିପାରିବେ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହୋଇଥିଲା ୨୦୦୪ ମସିହା ଜାନୁଆରୀ ୨୯ ତାରିଖରେ ଯାହାକୁ ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଭାବରେ ପାଳନ କରାଯାଇଥାଏ । ଓଡ଼ିଆ ଉଇକିପିଡ଼ିଆର ଦଶମ ଜନ୍ମତିଥି ଜାନୁଆରୀ ୨୮ ଓ ୨୯ ତାରିଖରେ ଦୁଇ ଦିନ ଧରି ପାଳିତ ହେଉଛି ।

ଆମର ଲକ୍ଷ:

  • ଇଣ୍ଟରନେଟରେ ଓଡ଼ିଆର ବ୍ୟବ ହାର ସମ୍ବନ୍ଧରେ ଜନ ସଚେତନତା
  • ଉପାଦେୟ ଓଡ଼ିଆ ବହିମାନଙ୍କର ଡିଜିଟାଲକରଣ
  • ଓଡ଼ିଆ ଭାଷା, ଓଡ଼ିଶାର ବହୁବିଧ ଭାଷା ଓ ଜନଜାତିଙ୍କର ଭାଷା ତଥା ରାଜ୍ୟର ଅଧିବାସୀଙ୍କର ସଂସ୍କୃତି, ଜନଜୀବନ ଶୈଳୀ, ନିର୍ମାଣ, ବିଜ୍ଞାନ, କାରିଗରୀ, ଇତିହାସ, ଭୂଗୋଳ ଆଦି ବିଷୟରେ ବିଶ୍ୱବାସୀଙ୍କୁ ଅବଗତ କରାଇବା
  • ବିଦ୍ୟାଳୟ ସ୍ତରର ପାଠ୍ୟଖସଡ଼ାରେ ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନା ବାବଦରେ ଶିକ୍ଷା
  • ଓଡ଼ିଆ ଭାଷାର ପ୍ରମୁଖ ବିଭାଗମାନଙ୍କରେ ଓଡ଼ିଆ ଉଇକିପିଡ଼ିଆ ମାଧ୍ୟମରେ ଉଚ୍ଚଶିକ୍ଷାର ବିକାଶ ନିମନ୍ତେ ଯୋଜନା