ଇଶା ଗୁପ୍ତା

ଉଇକିପିଡ଼ିଆ‌ରୁ
ଇଶା ଗୁପ୍ତା
ଜନ୍ନତ୍-୨ର ସଫଳତା ସଭାରେ ଇଶା
Born
ଇଶା ଗୁପ୍ତା

(1985-11-28) ୨୮ ନଭେମ୍ବର ୧୯୮୫ (ବୟସ ୩୮)[୧][୨]
Nationalityଭାରତୀୟ
Occupation(s)ଅଭିନେତ୍ରୀ, ମଡେଲ
Years active୨୦୦୭-ଏବେଯାଏଁ
Titleଫେମିନା ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍-୨୦୦୭

ଇଶା ଗୁପ୍ତା (ଜନ୍ମ: ୨୮ ନଭେମ୍ବର ୧୯୮୫)[୧][୨] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ମଡେଲ ଏବଂ ୨୦୦୭ର ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ବିଜେତା । ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।[୫]

ଇଶା ୨୦୦୭ରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେଇଥିଲେ । ସେଠାରେ ସେ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସଲାନ୍ ଭାବେ ବିଜୟୀ ହୋଇଥିଲେ ଏବଂ ପରେ ମିସ୍ ଇଣ୍ଟରନ୍ୟାସଲାନ୍‌ରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହାପରେ ସେ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ପାଇଥିଲେ । ୨୦୧୨ରେ ଇଶା ଅଭିନେତା ଇମ୍ରାନ ହାସିମ୍‌ଙ୍କ ସ‌ହ ଜନ୍ନତ୍‌-୨ରେ ପ୍ରଥମ କରି ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ୨୦୧୩ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ ହୋଇଥିଲେ । ଏହାପରେ ସେ ଚକ୍ରବ୍ୟୁହ, ହମ୍‌ସକଲ୍‌ସ୍, ରାଜ୍ 3D, ରୁସ୍ତମ୍ ଭଳି କଥାଚିତ୍ରରେ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଇଶା ୨୮ ନଭେମ୍ବର ୧୯୮୫ରେ ନୂଆ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଏବଂ ମାଆ ଜଣେ ଗୃହିଣୀ ।[୬] ତାଙ୍କର ଜଣେ ଭଉଣୀ ଅଛନ୍ତି ନେହା ।[୭] ସେ ମଣିପାଳ ବିଶ୍ୱ ବିଦ୍ୟାଳୟ, କର୍ଣାଟକରେ ଗଣ ଯୋଗାଯୋଗ ବିଷୟରେ ପଢ଼ୁଥିଲା ବେଳେ ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଯାଇଥିଲେ ।[୮]

ଅଭିନୟ ଜୀବନ[ସମ୍ପାଦନା]

ଇଶା ୨୦୦୭ରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ ମିସ୍ ଫଟୋଜେନିକ୍ ପୁରସ୍କାର ପାଇଥିଲେ ।[୯] ଏବଂ ୩ୟ ସ୍ଥାନରେ ରହିଥିଲେ, ଫଳରେ ସେ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ପାଇଁ ଯାଇଥିଲେ ।[୧୦] ୨୦୧୦ରେ ସେ କିଙ୍ଗ୍‌ଫିସର୍‌ କ୍ୟାଲେଣ୍ଡରର ଏକ ମଡେଲ ଭାବରେ ସ୍ଥାନ ପାଇଥିଲେ ।[୧୧]

ଇଶା ୨୦୧୨ରେ ମହେଶ ଭଟ୍ଟଙ୍କ ଚଳଚ୍ଚିତ୍ର ଜନ୍ନତ୍-୨ରେ ଅଭିନେତା ଇମ୍ରାନ ହାସିମ୍‌ଙ୍କ ସ‌ହ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧୨] ଇଶା ତାଙ୍କର ଅଭିନୟ ପାଇଁ ଭଲ ମନ୍ତବ୍ୟ ମଧ୍ୟ ପାଇଥିଲେ ।[୧୩] ଆଉ କିଛି ମଧ୍ୟ ତାଙ୍କୁ ଏକ ଅଭିନୟ ଶିକ୍ଷା କେନ୍ଦ୍ରରେ ଯୋଗ ଦେବାକୁ ଉପଦେଶ ଦେଇଥିଲେ ।[୧୪] ଗୌରବ ମଲାନୀ କ‌ହିଥିଲେ କି ଇଶା ଲାରା ଦତ୍ତ ଏବଂ ଇଶା କୋପିକରଙ୍କର ମିଶ୍ରଣ ପରି ଲାଗୁଛନ୍ତି ।[୧୫][୧୬] ଏହାପରେ ସେ ବିକ୍ରମ ଭଟ୍ଟଙ୍କ ଚଳଚ୍ଚିତ୍ର ରାଜ୍ 3Dରେ ପୁଣିଥରେ ଇମ୍ରାନ ହାସିମ୍‌ଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ବିପାଶା ବସୁ ମଧ୍ୟ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଇଶାଙ୍କ ଭୂମିକା ପାଇଁ ସମୀକ୍ଷକ ତରଣ ଆଦର୍ଶ ଇଶାଙ୍କୁ ପ୍ରସଂଶା କରିଥିଲେ ।[୧୭] ଅନ୍ୟତମ ସମୀକ୍ଷକ କୋମଳ ନାହଟା ମଧ୍ୟ ଇଶାଙ୍କୁ ପ୍ରସଂଶା କରିଥିଲେ ।[୧୮][୧୯][୨୦] ଏହି ଚଳଚ୍ଚିତ୍ରଟି ମଧ୍ୟ ସଫଳ ବ୍ୟବସାୟ କରିଥିଲା ।[୨୧] ୨୦୧୩ରେ ଇଶା କରଣ ଜୋହରଙ୍କର ଚଳଚ୍ଚିତ୍ର ଗୋରୀ ତେରେ ପ୍ୟାର୍ ମେଁ‌ରେ ଇମ୍ରାନ ଖାଁଙ୍କ ସ‌ହ ଧେତ୍ ତେରି କି ଗୀତରେ ଅଭିନୟ କରିଥିଲେ ।

୨୦୧୪ରେ ଇଶା ନିର୍ଦ୍ଦେଶକ ସାଜିଦ୍ ଖାଁଙ୍କ ଚଳଚ୍ଚିତ୍ର ହ‌ମ୍‌ସକଲ୍‌ସ୍‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଇଶାଙ୍କ ସ‌ହ ସୈଫ ଅଲ୍ଲୀ ଖାନ୍, ରିତେଶ ଦେଶମୁଖ, ରାମ କପୁର, ବିପାଶା ବସୁ ଏବଂ ତମନ୍ନା ଭାଟିଆ ପ୍ରମୁଖ ଅଭିନୟ କରିଥିଲେ । ମାତ୍ର ଚଳଚ୍ଚିତ୍ରଟି ସଫଳ ବ୍ୟବସାୟ କରିପାରିନଥିଲା ।[୨୨]

୨୦୧୬ରେ ଇଶା ନୀରଜ ପାଣ୍ଡେଙ୍କର ଚଳଚ୍ଚିତ୍ର ରୁସ୍ତମ୍‌ରେ ଖଳନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଇଶାଙ୍କ ସ‌ହ ଅଭିନେତା ଅକ୍ଷୟ କୁମାର ଏବଂ ଇଲିୟାନା ଡି' କ୍ରୁଜ ପ୍ରମୁଖ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୨: ଜନ୍ନତ୍
  • ୨୦୧୨: ରାଜ୍ 3D
  • ୨୦୧୨: ଚକ୍ରବ୍ୟୁହ
  • ୨୦୧୩: ଗୋରୀ ତେରି ପ୍ୟାର୍ ମେଁ
  • ୨୦୧୪: ହ‌ମ୍‌ସକଲ୍‌ସ୍
  • ୨୦୧୫: ବେବି
  • ୨୦୧୬: ରୁସ୍ତମ୍
  • ୨୦୧୬: ତୁଟକ ତୁଟକ ତୁତିୟା
  • ୨୦୧୭: କମାଣ୍ଡୋ ୨

ଆଧାର[ସମ୍ପାଦନା]

  1. ୧.୦ ୧.୧ "Birthday Special: Esha Gupta's Knockout Looks!". Rediff. 28 November 2014. Retrieved 20 May 2017.
  2. ୨.୦ ୨.୧ "Esha Gupta's birthday wish: To do a 'masala 'film". Daily News and Analysis. 28 November 2012. Retrieved 20 May 2017.
  3. Hooli, Shekhar H (31 March 2015). "Esha Gupta to Compete with Anushka Shetty in 'Size Zero'". International Business Times. Retrieved 20 May 2017.
  4. "Birthday special: Things you may not know about Esha Gupta". Mid Day. Retrieved 20 May 2017.
  5. "Planet glamour Act II". Financialexpress.com. 13 August 2012. Retrieved 20 May 2017.
  6. "Celeb Fitness Mantras: Esha Gupta". iDiva. Retrieved 20 May 2017.
  7. "Esha and Neha Gupta at the launch of Omega's 'Ladymatic' watch at Taj Palace, Delhi on November 23, 2011". Photogallery.indiatimes.com. Retrieved 20 May 2017.
  8. "Bollywood wasn't Esha Gupta's first choice". Hindustan Times. 15 January 2013. Archived from the original on 23 January 2013. Retrieved 20 May 2017.
  9. "Miss India Winners 2007 – Miss India – Title Holders – Femina Miss India – Indiatimes". Feminamissindia.indiatimes.com. 16 July 2012. Archived from the original on 1 December 2012. Retrieved 20 May 2017.
  10. "Esha Gupta - Femina Miss India 2007 Contestants - Indiatimes.com". Feminamissindia.indiatimes.com. Archived from the original on 16 May 2013. Retrieved 20 May 2017.
  11. ninjas. "Sexy Kingfisher Calendar Girls | guylife.com | Page 4". guylife.com. Archived from the original on 26 May 2012. Retrieved 20 May 2017.
  12. "/ Emraan is USP of Jannat 2: Esha Gupta". Indiavision.com. 25 April 2012. Archived from the original on 15 August 2012. Retrieved 20 May 2017.
  13. "Jannat 2 (2012) | Hindi Movie Critic Review By Taran Adarsh". Bollywood Hungama. Retrieved 20 May 2017.
  14. "Jannat 2 movie review". glamsham.com. 4 May 2012. Archived from the original on 5 August 2012. Retrieved 20 May 2017.
  15. Gaurav Malani (4 May 2012). "Jannat 2: Movie Review – Times Of India". Articles.timesofindia.indiatimes.com. Archived from the original on 25 October 2012. Retrieved 20 May 2017.
  16. "JANNAT 2 movie review: A gritty and unabashed potboiler". Bollywoodlife.com. Retrieved 20 May 2017.
  17. "Raaz 3 (2012) | Hindi Movie Critic Review By Taran Adarsh". Bollywood Hungama. Retrieved 20 May 2017.
  18. "Raaz 3 Movie Review | Emraan Hashmi, Bipasha Basu, Esha Gupta". Koimoi.com. 27 October 2012. Retrieved 20 May 2017.
  19. "Critics report: Raaz 3 gets mixed reviews". Hindustan Times. 7 September 2012. Archived from the original on 5 November 2012. Retrieved 20 May 2017.
  20. "Movie review: Raaz 3 : Reviews, News – India Today". Indiatoday.intoday.in. 7 September 2012. Retrieved 20 May 2017.
  21. "'Raaz 3′ has Fantastic Weekend, on a Record Breaking Spree at the Box Office". Koimoi.com. Retrieved 20 May 2017.
  22. Lalwani, Vickey (3 June 2013). "Sajid Khan replaces Jacqueline with Esha". Times of India. Archived from the original on 9 June 2013. Retrieved 20 May 2017.

ଅଧିକ ତ‌ଥ୍ୟ[ସମ୍ପାଦନା]