ଇନ୍ଦ୍ରମଣି ବେହେରା

ଉଇକିପିଡ଼ିଆ‌ରୁ
ଇନ୍ଦ୍ରମଣି ବେହେରା
ମୃତ୍ୟୁ୧୬ ଫେବୃଆରୀ ୨୦୨୪(୨୦୨୪-୦୨-୧୬) (୬୭ ବର୍ଷ)
ମୃତ୍ୟୁର କାରଣକର୍କଟ ରୋଗ
ବୃତ୍ତିଅଭିନେତା

ଇନ୍ଦ୍ରମଣି ବେହେରା ଜଣେ ଓଡ଼ିଆ ହାସ୍ୟ ଅଭିନେତା ତଥା ରାଜନେତା ଥିଲେ । ସେ ଓଡ଼ିଆ କଥାଚିତ୍ର, ଧାରାବାହିକ, ମଞ୍ଚ ନାଟକ ଆଦିରେ କାମ କରିଥିଲେ ।[୧] ସେ ଏଇ ଆଖି ଆମ ସାକ୍ଷୀ କଥାଚିତ୍ରରେ ଅଭିନୟ କରିଥିଲେ ।[୨]

ଅଭିନୟ ଜୀବନ[ସମ୍ପାଦନା]

ସେ ପିଲାଟିଦିନରୁ ଅଭିନୟ ପ୍ରତି ଆକର୍ଷିତ ଥିଲେ ଏବଂ ପ୍ରଥମ ମଞ୍ଚ ନାଟକ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ ଅଭିନୟ କରିଥିଲ ।[୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

ରାଜନୀତି ଜୀବନ[ସମ୍ପାଦନା]

ସେ ରାଜନୀତିରେ ସକ୍ରିୟ ଥିବାବେଳେ ଢେଙ୍କାନାଳ ପୌରପାଳିକାର ୧୦ ନମ୍ବର ୱାର୍ଡ଼ର ସଭ୍ୟ ଭାବରେ ନିର୍ବାଚିତ ହେବା ସହିତ ନଗରପାଳ ଭାବରେ କାର୍ଯ୍ୟ କରିଥିଲେ ।[୨][୩]

ମୃତ୍ୟୁ[ସମ୍ପାଦନା]

କର୍କଟ ରୋଗରେ ପୀଡ଼ିତ ହୋଇ ୨୦୨୪ ମସିହାର ଫେବୃଆରୀ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୨] ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. Pradhan, Manas (17 February 2024). "ଓଲିଉଡରୁ ଆସିଲା ଦୁଃଖ ଖବର: ବରିଷ୍ଠ ହାସ୍ୟ ଅଭିନେତା ଇନ୍ଦ୍ରମଣି ବେହେରାଙ୍କ ପରଲୋକ". Odisha Bhaskar (in od-IN). Archived from the original on 17 February 2024. Retrieved 17 February 2024.{{cite web}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ ୨.୩ "ପରଲୋକରେ ହାସ୍ୟ ଅଭିନେତା ଇନ୍ଦ୍ରମଣି ବେହେରା". ସମ୍ବାଦ (in od-IN). No. ଅନୁଗୋଳ. ଢେଙ୍କାନାଳ. 17 February 2024. p. 18. Archived from the original on 17 February 2024. Retrieved 17 February 2024.{{cite news}}: CS1 maint: unrecognized language (link)
  3. "ଛିଣ୍ଡୁନି ଢେଙ୍କାନାଳ ଅଙ୍କ !". Kanak News (in od-IN). 2 March 2019. Archived from the original on 17 February 2024. Retrieved 17 February 2024.{{cite web}}: CS1 maint: unrecognized language (link)

ଅଧିକ ତ‌ଥ୍ୟ[ସମ୍ପାଦନା]