ଇଜାନାଗି

ଉଇକିପିଡ଼ିଆ‌ରୁ
ଇଜାନାଗିନୋ ମିକୋତୋ
ତେଙ୍କେଇ ସହ ସାଗରମାନଙ୍କରେ ଅନୁସନ୍ଧାନ (天瓊を以て滄海を探るの図; ତେଙ୍କେଇଓ ମୋତ୍ତେ ସୋକାଇଓ ସାଗୁରୁନୋ ଜୁ) - କୋବାୟାଶୀ ଏଇତାକୁଙ୍କ ଚିତ୍ର । ଆମେନୋ ନୁହୋକୋ (ତେଙ୍କେଇ)ର ଡାହାଣ ପଟେ ଇଜାନାଗି, ବାମ ପଟେ ଇଜାନାମୀ
ଜାପାନୀ କିମ୍ବଦନ୍ତୀରେ ସୃଷ୍ଟିକର୍ତ୍ତା
ଅନ୍ଯ ନାମଇଜାନାଗିନୋ କାମି (伊邪那岐神)
ଇଜାନାଗିନୋ ଓକାମି (伊邪那岐大神)
କୁମାନୋ ହାୟାତାମାନୋ ଓକାମ (熊野速玉大神)
ଜାପାନୀ伊邪那岐命, 伊耶那岐命, 伊弉諾尊
ମୁଖ୍ଯ ଧାର୍ମିକ ସ୍ଥଳତାଗା ତାଇଶା, ଇଜାନାଗି ଶାଳ, ଏଦୋ ଶାଳ, କୁମାନୋ ହାୟାତାମା ତାଇଶା, ଓନୋକୋରୋଜିମା ଶାଳ, ମିତ୍ସୁମିନେ ଶାଳ ଏବଂ ଅନ୍ଯାନ୍ଯ
ସ୍ୱାମୀ/ସ୍ତ୍ରୀଇଜାନାମୀ
ପିତାମାତାନାହିଁ (କୋଯିକୀ, ନିହୋଁ ଶୋକୀ)
ଆଓକାଶୀକିନେନୋ ମିକୋତୋ (ଶୋକୀ)
ଆୱାନାଗୀନୋ ମିକୋତୋ (ଶୋକୀ)
ଭାଇଭଉଣୀଇଜାନାମୀ
ସନ୍ତାନଗଣଆମାତେରାଶୁ, ତ୍ସୁକୁୟୋମି, ସୁସାନୋ, ହିରୁକୋ, ଏବଂ ଅନ୍ୟମାନେ
ପୁସ୍ତକକୋଯିକୀ, ନିହୋଁ ଶୋକୀ, ସେନ୍ଦାଇ କୁଜୀ ହୋଙ୍ଗୀ
ଅଞ୍ଚଳଜାପାନ

ଇଜାନାଗି (イザナギ) ବା ଇଜାନାକି (イザナキ) ଜାପାନୀ କିମ୍ବଦନ୍ତୀରେ ସୃଷ୍ଟିକର୍ତ୍ତା (କାମି) ଅଟନ୍ତି । ସେ ନିଜ ଭଉଣୀ-ସ୍ତ୍ରୀ ଇଜାନାମୀ ସହ ସ୍ୱର୍ଗ ଓ ପୃଥିବୀର ନିର୍ମାଣ ପରେ ଜନ୍ମ ହୋଇଥିଲେ । ଇଜାନାଗି ଓ ଇଜାନାମୀ ଉଭୟଙ୍କୁ ଜାପାନୀ ଦ୍ୱୀପପୁଞ୍ଜର ସୃଷ୍ଟିକର୍ତ୍ତା ବୋଲି ଶିଣ୍ଟୋବାଦରେ ଗ୍ରହଣ କରାଯାଇଛି । ଉଭୟ ଆମାତେରାଶୁଙ୍କ ପରି ଅନେକ ଦେବାଦେବୀଙ୍କ ଜନକ ଓ ଜନନୀ ।

ନାମ[ସମ୍ପାଦନା]

କୋଯିକୀରେ ତାଙ୍କୁ ଇଜାନାଗିନୋ କାମି (伊邪那岐神) ଏବଂ ଇଜାନାଗିନୋ ମିକୋତୋ (伊邪那岐命) ବୋଲି ସମ୍ବୋଧନ କରାଯାଇଛି । ନିହୋଁ ଶୋକୀରେ ତାଙ୍କୁ ଇଜାନାଗିନୋ ମିକୋତୋ ବୋଲି କୁହାଯାଇଛି କିନ୍ତୁ ତାହାର କାଞ୍ଜି (伊弉諾尊) ଭିନ୍ନ ଅଛି ।

ଇଜାନାଗିଇଜାନାମୀ ନାମ ଦ୍ୱୟ ଇଜାନାଉ (ଐତିହାସିକ କାଣା ଲେଖନଶୈଳୀ: ଇଜାନାଫୁ) କ୍ରିୟାରୁ ଅଣାଯାଇଛି ବୋଲି ବିଶ୍ବାସ କରାଯାଏ । ଯାହାର ଅର୍ଥ - 'ଆମନ୍ତ୍ରଣ କରିବା' । ଏହାସହିତ -କି / -ଗି ଏବଂ -ମି ପୁରୁଷବାଚକ ବା ନାରୀବାଚକ ପ୍ରତ୍ୟୟ ରୂପେ ବ୍ଯବହାର ହୋଇଛି ।[୧][୨][୩] ଶିରାତୋରୀ କୁରାକିଚିଙ୍କ ମତରେ ଇଜା (ବା ଇସା), ଇସାଓ (ଐତିହାସିକ କାଣା ଲେଖନଶୈଳୀ: ଇସାୱୋ)ଠାରୁ ଅଣାଯାଇଛି ଯାହାର ଅର୍ଥ 'ମେଧା' ବା 'ସିଦ୍ଧି' ।[୪]

କିମ୍ବଦନ୍ତୀ[ସମ୍ପାଦନା]

କୋତୋଆମାତ୍ସୁକାମୀ, ପ୍ରଥମ ଦେବତାଙ୍କ ସମୂହ ଏବଂ ତାଙ୍କ ପରେ ଉତ୍ପନ୍ନ କାମିଙ୍କ ସାତ ପୀଢି (କାମିୟୋନାନାୟୋ)।

କୋଯିକୀର ବର୍ଣ୍ଣନା[ସମ୍ପାଦନା]

ଭୂମିର ଉତ୍ପତ୍ତି[ସମ୍ପାଦନା]

କୋଯିକୀ ଅନୁସାରେ, ଯେତେବେଳେ ପୃଥିବୀ ଓ ସ୍ୱର୍ଗ ଅସ୍ତିତ୍ବକୁ ଆସିଲେ, ସେତେବେଳେ ପ୍ରଥମ ଦେବଗଣ କୋତୋଆମାତ୍ସୁକାମୀଙ୍କ ପରେ ସପ୍ତମ ଓ ଅନ୍ତିମ ଥର ପାଇଁ ଇଜାନାଗି ଓ ଇଜାନାମୀ ଜାଆଁଳା ଭାଇଭଉଣୀ ରୂପେ ଜନ୍ମ ନେଲେ ।[୫]

ସେତେବେଳେ ପୃଥିବୀ ଭାସୁଥିବା ତେଲ ପରି ଦିଶୁଥିଲା । ଅନ୍ୟ ଦେବତାଙ୍କଠାରୁ ଆଜ୍ଞା ପାଇ, ପୃଥିବୀକୁ କଠିନ କରିବା ଓ ଏକ ରୂପ ଦେବାପାଇଁ, ଇଜାନାଗି ଏବଂ ଇଜାନାମୀ, ଦୁହେଁ ମିଶି ଏକ ରତ୍ନ ଖଚିତ ଶୂଳଦ୍ୱାରା ଜଳ ବା ସମୁଦ୍ରର ମନ୍ଥନ କଲେ । ଉକ୍ତ ଶୂଳରୁ ଝରି ଥିବା ଜଳବିନ୍ଦୁ ଏକ ଦ୍ୱୀପ, ଓନୋଗୋରୋ ଦ୍ବୀପ(淤能碁呂島)ର ରୂପ ନେଲା ।[୬] ସେଠାରୁ ଦୁହେଁ ଦ୍ୱୀପ ଉପରେ ଅବତରଣ କରି ନିଜ ପାଇଁ ଏକ ଗୃହ ନିର୍ମାଣ କଲେ ଏବଂ ଏକ 'ସ୍ୱର୍ଗୀୟ ସ୍ତମ୍ଭ' (ଆମେନୋ ମିହାଶିରା) ସ୍ଥାପନ କଲେ । ତାପରେ ସେମାନେ ଅନୁଭବ କଲେ ଯେ ସେମାନଙ୍କୁ ସନ୍ତାନ ଉତ୍ପନ୍ନ କରିବାକୁ ପଡିବ । ତେଣୁ ଏହା ସ୍ଥିର କରାଗଲା ଯେ ଉଭୟ ଉକ୍ତ ସ୍ତମ୍ଭ ଚାରିପାଖେ ବିପରୀତ ଦିଗରେ ବୁଲିବେ ଏବଂ ଭେଟ ହେଲାପରେ ସନ୍ତାନ ଉତ୍ପନ୍ନ କରିବେ । ପ୍ରଥମ ପାଳିରେ ଇଜାନାମୀ ଇଜାନାଗିଙ୍କୁ ଅଭିବାଦନ ଜଣାଇଲେ, ଏଥିରେ ଇଜାନାଗି କହିଲେ, ଯେହେତୁ ସେ ପୁରୁଷ ତାଙ୍କର ପ୍ରଥମ କହିବାର ଅଧିକାର ଅଛି । ଫଳରେ ଉକ୍ତ ମିଳନରୁ ଜାତ ସନ୍ତାନ ହିରୁକୋଙ୍କୁ ଅସମ୍ପୂର୍ଣ୍ଣ ମଣି ତିରସ୍କାର କରିଦିଆଗଲା ଏବଂ ଏକ ନୌକାରେ ରଖି ସମୁଦ୍ରରେ ଭସାଇ ଦିଆଗଲା । ଏହା ପର ପାଳିରେ ସେମାନେ ଆୱା (淡島, ଆୱାଶିମା) ଦ୍ୱୀପକୁ ଜନ୍ମ ଦେଲେ ଏବଂ ଏହାକୁ ମଧ୍ଯ ତିରସ୍କାର କରିଦିଆଗଲା ।[୭]

ଇଜାନାଗି ଏବଂ ଇଜାନାମୀଙ୍କଦ୍ୱାରା ଜାତ ଜାପାନର 'ଅଷ୍ଟମହାଦ୍ୱୀପ' (大八洲, ଓୟାଶୀମା)

ଇଜାନାଗି ଏବଂ ଇଜାନାମୀ ଏହାପରେ ଉକ୍ତ ପ୍ରକ୍ରିୟା ଚାଲୁ ରଖିଲେ ଏବଂ ନିମ୍ନ ଲିଖିତ ଦ୍ୱୀପଗୁଡ଼ିକ ଜନ୍ମ ଦେଲେ:

ଏହପରେ ଉଭୟ ମିଶି ଅନେକ ଦେବଦେବୀଙ୍କ ସର୍ଜନା କଲେ ।[୯] ଅଗ୍ନିଦେବତା କାଗୁତ୍ସୁଚୀଙ୍କୁ ଜନ୍ମ ଦେବା ସମୟରେ ଇଜାନାମୀ ବହୁତ କ୍ଷତିଗ୍ରସ୍ତ ହେଲେ ଏବଂ ପରିଶେଷରେ ମୃତ୍ଯୁ ବରଣ କଲେ ।[୧୦] ଏଥିରେ କ୍ରୋଧିତ ହୋଇ ଇଜାନାଗି ନିଜର ଖଣ୍ଡା ତୋତ୍ସୁକାନୋ ତ୍ସୁରୁଗୀରେ କାଗାତ୍ସୁଚୀଙ୍କୁ ମାରିଦେଲେ । ଇଜାନାମୀଙ୍କ ମଳ, ଇଜାନାଗିଙ୍କ ଅଶ୍ରୁ ଏବଂ କାଗାତ୍ସୁଚୀଙ୍କ ରକ୍ତ ତଥା ଅନ୍ୟାନ୍ୟ ଅବଶେଷରୁ ଅନେକ ଦେବଦେବୀଙ୍କ ଜନ୍ମ ହେଲା ।[୧୧][୧୨]

ୟୋମିପୁରରେ ଅବତରଣ[ସମ୍ପାଦନା]

ଇଜାନାମୀଙ୍କୁ ପୁଣିଥରେ ପାଇବା ଆଶାରେ, ଇଜାନାଗି ମୃତ୍ଯୁର ଲୋକ - ୟୋମିପୁରକୁ ଗଲେ । ସେଠାରେ ଯାଇ ସେ ଜାଣିଲେ ଯେ ଇଜାନାମୀ ୟୋମିପୁରର ଚୁଲାରେ ତିଆରି ଖାଦ୍ୟ ଖାଇ ସାରିଛନ୍ତି ତେଣୁ ସେ ଆଉ ଫେରି ପାରିବେ ନାହିଁ । ଇଜାନାଗି ଅଧୈର୍ଯ୍ୟ ହୋଇ ଇଜାନାମୀଙ୍କୁ ନ ଦେଖିବାର ପ୍ରତିଜ୍ଞା ଭାଙ୍ଗିଦେଲେ ଏବଂ ଅଗ୍ନି ପ୍ରଜ୍ବଳିତ କଲେ । ଏକ ପଚିସଢ଼ି ଯାଇଥିବା ମରଶରୀରକୁ ସେ ଦେଖିବାକୁ ପାଇଲେ । ଏଥରେ ଇଜାନାମୀ ଲଜ୍ଜିତ ହେଲେ ଏବଂ ଘଡ଼ଘଡ଼ିର ଦେବତା, ୟୋମିପୁରର କୁରୂପୀ ବୁଢ଼ୀ (予母都志許売; ୟୋମୋତ୍ସୁ ଶିକୋମେ) ଏବଂ ସୈନ୍ଯମାନଙ୍କର ଏକ ଦଳକୁ ନିଜର ମାନହାନୀର ପ୍ରତିଶୋଧ ପାଇଁ ଇଜାନାଗିଙ୍କ ପଛରେ ଛାଡିଦେଲେ । ତାଙ୍କୁ ଭ୍ରମିତ କରିବା ପାଇଁ ଇଜାନାଗି ନିଜ କେଶକୁ ବାନ୍ଧିଥିବା ସୂତା ଓ ଖପାରେ ଲାଗିଥିବା ପାନିଆକୁ ଫିଙ୍ଗି ଦେଲେ । ଏଗୁଡ଼ିକ ଘାସ ଓ ବାଉଁଶରେ ପରିଣତ ହୋଇଗଲା ଯାହାକୁ ସେହି ବୁଢ଼ୀମାନେ ଖାଇଗଲେ । ୟୋମୋତ୍ସୁ ହିରାଶାକା(黄泉比良坂)ର ଗଳିରେ ପହଞ୍ଚିବା ପରେ ଇଜାନାଗି ତିନୋଟି ଆଡ଼ୁର ଫଳ ନେଇ ସେଇ ବୁଢ଼ୀମାନଙ୍କୁ ଘଉଡାଇ ଦେଲେ । ତାପରେ ସେ ସେହି ଫଳ ତ୍ରୟକୁ ପୋତି ଦେଲେ ଓ ସେଗୁଡ଼ିକୁ ଦିବ୍ୟ ବୋଲି କହିଲେ । ଶେଷରେ ଇଜାନାମୀ ନିଜେ ଯେତେବେଳେ ଇଜାନାଗିଙ୍କ ପଛରେ ଆସିଲେ, ସେ ୟୋମିପୁରର ଦ୍ୱାରକୁ ଏକ ବିରାଟ ପ୍ରସ୍ତରଦ୍ୱାରା ଛେଙ୍କିଦେଲେ । ଏଥିରେ କ୍ରୋଧିତ ହୋଇ ଇଜାନାମୀ ଉଦଘୋଷଣା କଲେ ଯେ ପ୍ରତିଦିନ ସେ ହଜାରେ ଜଣ ଲୋକଙ୍କୁ ମାରିଦେବେ । ଏହାର ଉତ୍ତରରେ ଇଜାନାଗି କହିଲେ ଯେ ସେ ପ୍ରତିଦିନ ଏକ ହଜାର ପାଞ୍ଚ ଶହ ଜଣ ଲୋକଙ୍କୁ ଜନ୍ମ ଦେବେ ।[୧୩][୧୪]

ପବିତ୍ରକରଣ (ମିସୋଗି)[ସମ୍ପାଦନା]

ଏକ ନଦୀ(ନାତୋରୀ ଶୁନ୍ସେନ)ରେ ବୁଡ ଦେଇ ଇଜାନାଗି ନିଜକୁ ପବିତ୍ର କରୁଛନ୍ତି (ମିସୋଗି)

ୟୋମିପୁରକୁ ଯାଇଥିବାରୁ ନିଜକୁ ଦୂଷିତ ମନେକରି, ଇଜାନାଗି, ତ୍ସୁକୁଶୀ ଦ୍ୱୀପର ହିମୁକାରେ ଥିବା ତାଚିବାନା ନଦୀମୁହାଣ ନିକଟରେ ଥିବା (ଆୱାଗୀଦ୍ୱାରା ଆଚ୍ଛାଦିତ) ଆୱାଗୀହାରାର ସମତଳକୁ ଗଲେ । ସେଠାରେ ସେ ନଦୀରେ ବୁଡଦେଇ ନିଜକୁ ପରିଷ୍କାର କଲେ । ବୁଡ ଦେବା ସମୟରେ ଯେତେବେଳେ ସେ ନିଜ ବସ୍ତ୍ର ଓ ଅଳଙ୍କାର ଖୋଲୁଥିଲେ, ସେତେବେଳେ ଅନେକ ଦେବତାଙ୍କ ସର୍ଜନା ହେଲା । ତାଙ୍କ ବାମ ଆଖି ଧୋଇବାରୁ ସୂର୍ଯ୍ୟଦେବୀ ଆମାତେରାଶୁ ଓମିକାମି, ଡାହାଣ ଆଖି ଧୋଇବାରୁ ଚନ୍ଦ୍ରଦେବ ତ୍ସୁକୁୟୋମିନୋ ମିକୋତୋଏବଂ ନାକ ଧୋଇବାରୁ ଝଡର ଦେବତା ସୁସାନୋନୋ ମିକୋତୋ ଜନ୍ମ ନେଲେ । ଏହି ତିନି ଦେବତାଙ୍କୁ "ତିନି ମୁଖ୍ଯ ସନ୍ତାନ" ମିହାଶିରାନୋ ଉଜୁନୋ ମିକୋ ବା ସାଙ୍କିଶୀ (三貴子) ବୋଲି କୁହାଯାଏ ।[୧୫][୧୬]

ଇଜାନାଗି ଓ ସୁସାନୋ[ସମ୍ପାଦନା]

ଇଜାନାଗି ଏହି ବିଶ୍ୱ ନିଜ ତିନି ସନ୍ତାନଙ୍କ ମଧ୍ଯରେ ବାଣ୍ଟି ଦେଲେ: ଆମାତେରାଶୁଙ୍କୁ ତାକାମାଗାହାରା (高天原, "ସୁଉଚ୍ଚ ସ୍ୱର୍ଗର ଭୂମି"), ତ୍ସୁକୁୟୋମିଙ୍କୁ ରାତ୍ରି ଓ ସୁସାନୋଙ୍କୁ ସମୁଦ୍ର ମିଳିଲା ।[୧୭] ସୁସାନୋଙ୍କୁ ମିଳିଥିବା କାର୍ଯ୍ୟ ସେ କଲେ ନାହିଁ ଏବଂ କେବଳ କାନ୍ଦିବାକୁ ଲାଗିଲେ, ଫଳରେ ତାଙ୍କ ଦାଢ଼ି ଆଠ ହାତ ବଢିଗଲା । ଏହାଯୋଗୁଁ ପର୍ବତ ମରିଗଲେ ଓ ନଦୀ ଶୁଖିଗଲେ । ସେ ନିଜ ପିତା ଇଜାନାଗିଙ୍କୁ କହିଲେ ଯେ ସେ ମା'ଙ୍କ ଭୂମିକୁ ନେନୋ କାତାସୁ କୁନୀ (根堅州国, 'ମୂଳଭୂମି'କୁ) ଯିବାପାଇଁ ଚାହୁଁଛନ୍ତି । ଏଥିରେ ଉତ୍କ୍ଷିପ୍ତ ଇଜାନାଗି ସୁସାନୋଙ୍କୁ ବହିସ୍କାର କରିଦେଲେ । ଏହି ଘଟଣା ପରେ ଏହି ପୁସ୍ତକରେ ସୁସାନୋଙ୍କ ଆଉ ନାମ ନିଆଗଲା ନାହିଁ ।[୧୮][୧୯]

ନିହୋଁ ଶୋକୀର ବର୍ଣ୍ଣନା[ସମ୍ପାଦନା]

ନିହୋଁ ଶୋକୀ ଅନୁସାରେ ଇଜାନାଗି ଏବଂ ଇଜାନାମୀ, ଦେବୀ ଆଓକାଶୀକିନେନୋ ମିକୋତୋ (青橿城根尊) ବା ଆୟାକାଶୀକୋନେନୋ ମିକୋତୋଙ୍କ ସନ୍ତାନ । ଶୋକୀର ଅନ୍ୟ ଏକ ବର୍ଣ୍ଣନା କହେ ଯେ - ଇଜାନାଗି, ଆୱାନାଗିନୋ ମିକୋତୋ ଏବଂ କୁନିନୋତୋକୋତାଚିନୋ ମିକୋତୋଙ୍କ (沫蕩尊) ସନ୍ତାନ ।[୨୦]

ବିବାହର ରୀତିନୀତି ପାଳନ ପରେ ଇଜାନାଗି ଓ ଇଜାନାମୀ ନିମ୍ନକ୍ରମରେ ଦ୍ୱୀପ ଜନ୍ମ ଦେଲେ:

ଆହୁରି ଦେଖନ୍ତୁ[ସମ୍ପାଦନା]

ଗ୍ରନ୍ଥସମୂହ[ସମ୍ପାଦନା]

  • ଆଷ୍ଚୋନ, ୱିଲିୟମ ଜର୍ଜ, ଟ୍ର. (୧୮୯୬). ନିହୋଁଙ୍ଗୀ:_ଆରମ୍ଭରୁ_୬୯୭_ଖ୍ରୀଷ୍ଟାବ୍ଦ_ପର୍ଯ୍ୟନ୍ତ_ଜାପାନର_ପୌରାଣିକ_କିମ୍ବଦନ୍ତୀ. ଲଣ୍ଡନ: କେଗାନ ପୌଲ, ଟ୍ରେଞ୍ଚ, ଟୃବ୍ନର ଏବଂ କମ୍ପାନୀ.{{cite book}}: CS1 maint: multiple names: authors list (link)
  • ଚାମ୍ବର୍ଲେନ୍, ବାସିଲ ହ., ଟ୍ର. (୧୮୮୨). କୋଯିକୀ ବା ଅତୀତ ଘଟଣାର ଲେଖର ଭାଷ୍ଯାନ୍ତରଣ. ୟୋକୋହାମା: ଲେନ, କ୍ରୌଫୋର୍ଡ ଏବଂ କମ୍ପାନୀ.{{cite book}}: CS1 maint: multiple names: authors list (link)
  • ଫିଲିପ୍ପୀ, ଡୋନାଲ୍ଡ ଲ., ଟ୍ର. (୧୯୬୮/୧୯୬୯). କୋଯିକୀ. ଟୋକିଓ ବିଶ୍ୱବିଦ୍ୟାଳୟର ପ୍ରେସ. ISBN 978-0691061603.

ବାହ୍ଯ ସମ୍ପର୍କ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Kadoya, Atsushi. "Izanagi". Encyclopedia of Shinto. Kokugakuin University. Retrieved 2020-05-17.[permanent dead link]
  2. Phillipi, Donald L. (1969). Kojiki. Tokyo: University of Tokyo Press. p. 482.
  3. Chamberlain (1882). Section II.—The Seven Divine Generations.
  4. Matsumura, Takeo (1955). 日本神話の研究, 第2巻 (Nihon shinwa no kenkyu, vol. 2). Baifūkan. p. 56.
  5. Chamberlain (1882). Section II.—The Seven Divine Generations.
  6. Chamberlain (1882). Section III.—The Island of Onogoro.
  7. Chamberlain (1882). Section IV.—Courtship of the Deities The Male-Who-Invites and the Female Who-Invites.
  8. Chamberlain (1882). Section V.—Birth of the Eight Islands.
  9. Chamberlain (1882). Section VI.—Birth of the Various Deities.
  10. Chamberlain (1882). Section VII.—Retirement of Her Augustness The Princess-Who-Invites.
  11. Chamberlain (1882). Section VIII.—The Slaying of the Fire-Deity.
  12. Phillipi (1969). pp. 48–60.
  13. Chamberlain (1882). Section IX.—The Land of Hades.
  14. Phillipi (1969). pp. 61–67.
  15. Chamberlain (1882). Section X.—The Purification of the August Person.
  16. Phillipi (1969). pp. 68–70.
  17. Chamberlain (1882). Section XI.—Investiture of the Three Deities; The Illustrious August Children.
  18. Chamberlain (1882). Section XII.—The Crying and Weeping of His Impetuous-Male-Augustness.
  19. Phillipi (1969). pp. 71–73.
  20. Aston, William George (1896). "Book I" . Nihongi: Chronicles of Japan from the Earliest Times to A.D. 697. Kegan Paul, Trench, Trübner & Co. p.  – via ଉଇକିପାଠାଗାର.
  21. Aston, William George (1896). "Book I" . Nihongi: Chronicles of Japan from the Earliest Times to A.D. 697. Kegan Paul, Trench, Trübner & Co. p. 13  – via ଉଇକିପାଠାଗାର.