ଆସ୍କିମିନିବ
Clinical data | |
---|---|
Trade names | Scemblix |
Synonyms | ABL001 |
AHFS/Drugs.com | monograph |
data | |
Pregnancy category | |
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C20H18ClF2N5O3 |
Molar mass | ୪୪୯.୮୪ g·mol−1 |
3D model (JSmol) | |
| |
|
ଆସ୍କିମିନିବ (ଇଂରାଜୀ ଭାଷାରେ Asciminib) , Scemblix ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଫିଲାଡେଲଫିଆ କ୍ରୋମୋଜୋମ-ପଜିଟିଭ୍ (Ph + CML) ଥିବା କ୍ରନିକ୍ ମାଇଲୋଏଡ୍ ଲ୍ୟୁକେମିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] [୩] ଯେତେବେଳେ ଅନ୍ୟ ଔଷଧ ବିଫଳ ହୁଏ, ସେତେବେଳେ ଏହା ବ୍ୟବହୃତ ହୁଏ ।[୩] ଏହାକୁ ଦିନକୁ ଦୁଇଥର ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଦ୍ୱ ଶ୍ୱାସନଳୀ ସଂକ୍ରମଣ, ଅସ୍ଥି- ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ, ଅଇ, ରାସ ଏବଂ ତରଳ ଝାଡ଼ା ହୋଇପାରେ । [୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ, ଅଗ୍ନାଶୟ ପ୍ରଦାହ, ଉଚ୍ଚ ରକ୍ତଚାପ, ଆଲର୍ଜି ପ୍ରତିକ୍ରିୟା ଏବଂ ହୃଦରୋଗ ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର, ବିଶେଷ ଭାବରେ ବିସିଆର-ଏବିଏଲ୧ (BCR :: ABL1) ଟାଇରୋସିନ କାଇନେଜର । [୩]
୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆସ୍କିମିନିବକୁ ଅନୁମୋଦନ କରାଯାଇଥିଲା ।[୪] [୩] ଯୁକ୍ତରାଜ୍ୟରେ ଏହି ଔଷଧ ଦିନକୁ ଦୁଇଥର, ଥରକୁ ୪୦ ମିଗ୍ରା ଭାବରେ ୩୦ ଦିନ ଦେଲେ ୪୦୪୫ ପାଉଣ୍ଡ ଖର୍ଚ୍ଚ ହୁଏ ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮,୫୦୦ ଡଲାର ଅଟେ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Scemblix APMDS". Therapeutic Goods Administration (TGA). 26 July 2022. Archived from the original on 2 August 2022. Retrieved 2 August 2022.
- ↑ "Scemblix Product information". Health Canada. Archived from the original on 1 October 2022. Retrieved 30 September 2022.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Scemblix EPAR". European Medicines Agency (EMA). 20 June 2022. Archived from the original on 9 September 2022. Retrieved 8 September 2022. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Scemblix- asciminib tablet, film coated". DailyMed. Archived from the original on 5 November 2021. Retrieved 4 November 2021.
- ↑ "Asciminib". SPS - Specialist Pharmacy Service. 20 March 2018. Archived from the original on 3 March 2022. Retrieved 25 October 2022.
- ↑ "Scemblix". Archived from the original on 25 October 2022. Retrieved 25 October 2022.