ଆଶିଷ କୁମାର

ଉଇକିପିଡ଼ିଆ‌ରୁ
ଆଶିଷ କୁମାର
ଜାତୀୟତାଭାରତୀୟ
ଅନ୍ୟ ନାମଆଶିଷ କୁମାର
ବୃତ୍ତି(ସମୂହ)ଅଭିନେତା
ନିର୍ଦ୍ଦେଶକ

ଆଶିଷ କୁମାର ଜଣେ ଭାରତୀୟ ଅଭିନେତା ଯିଏକି ଅଭିନୟ ବ୍ୟତୀତ ହିନ୍ଦୀ ଓ ବଙ୍ଗଳା ଭାଷାର କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ରାଜା ହରିଶ୍ଚନ୍ଦ୍ର (୧୯୭୯), ଜୟ ସନ୍ତୋଷୀ ମା (୧୯୭୫) ଏବଂ ଜୟ ଦ୍ୱାରକାଧୀଶ (୧୯୭୭) ଭଳି କଥାଚିତ୍ରରେ ତାଙ୍କ ଅଭିନୟ ପାଇଁ ସେ ଜଣାଶୁଣା । ଏହା ବ୍ୟତୀତ ସେ ଅନେକ ପୌରାଣିକ କଥାଚିତ୍ରରେ ଭଗବାନ ଶିବବିଷ୍ଣୁଙ୍କ ଭୂମିକାରେ ଅଭିନୟ କରିଥିଲେ ।

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ପୂର୍ବରୁ ଆଶିଷ ମୁଖ୍ୟତଃ ବଙ୍ଗଳା କଥାଚିତ୍ରରେ ଓ ଟିଭି ଧାରାବାହିକରେ ଅଭିନୟ କରିଥିଲେ ।

ହିନ୍ଦୀ କଥାଚିତ୍ରରେ ଭୂମିକା[ସମ୍ପାଦନା]

୬୦ ଓ ୭୦ ଦଶକରେ ସେ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ । ୧୯୭୫ ମସିହାରେ ତାଙ୍କ ଅଭିନୀତ ଜୟ ସନ୍ତୋଷୀ ମା କଥାଚିତ୍ରଟି ସଫଳତା ପାଇବା ସହିତ ତାଙ୍କୁ ଅନେକ ଲୋକପ୍ରିୟତା ମିଲିଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଆଶିଷ ଅଭିନେତ୍ରୀ ବେଲା ବୋଷଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କ ଗୋଟିଏ ଓ ଗୋଟିଏ ଝିଅ ଅଛନ୍ତି । ୨୦୧୩ ମସିହାର ନଭେମ୍ବର ୨୩ ତାରିଖରେ ଗୋଆରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଧାର[ସମ୍ପାଦନା]

ବାହାର ଲିଙ୍କ୍[ସମ୍ପାଦନା]