Jump to content

ଆଶିକ୍-୨

ଉଇକିପିଡ଼ିଆ‌ରୁ
ଆଶିକ୍-୨
ନିର୍ଦ୍ଦେଶକମୋହିତ ସୂରୀ
କଳାକାର[ଆଦିତ୍ୟ ରାୟ କପୁର]], ଶ୍ରଦ୍ଧା କପୁର, ମହେଶ ଠାକୁର, ମହେଶ ଭଟ୍ଟ
ସଙ୍ଗୀତମିଥୁନ, ଅଙ୍କିତ ତିୱାରୀ
ଚିତ୍ରଗ୍ରହଣବିଷ୍ଣୁ ରାଓ
ସମ୍ପାଦକଦେବେନ ମୁରୁଦେଶ୍ୱର
ବିତରକଟି ସିରିଜ ଫିଲ୍ମସ୍
ମୁକ୍ତିଲାଭ ତାରିଖ
ଅପ୍ରେଲ୨୬, ୨୦୧୩
କଥାଚିତ୍ରର ସମୟ
୧୩୪ ମିନିଟ
ଦେଶ ଭାରତ
ଭାଷାହିନ୍ଦୀ

ଆଶିକ୍-୨ ହେଉଛି ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ଏକ ପ୍ରେମ ପ୍ରସଙ୍ଗ ଯୁକ୍ତ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ମୋହିତ ସୂରୀ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଆଦିତ୍ୟ ରାୟ କପୁର, ଶ୍ରଦ୍ଧା କପୁର, ମହେଶ ଠାକୁର, ମହେଶ ଭଟ୍ଟ ଇତ୍ୟାଦି ।[] ଭୁଷଣ କୁମାର ଏବଂ ମୁକେଶ ଭଟ୍ଟଙ୍କଦ୍ୱାରା ପ୍ରଯୋଜିତ ଏହି ଚ୍ଚଳଚ୍ଚିତ୍ରଟି ଟି-ସିରିଜ ଏବଂ Vishesh Films ବ୍ୟାନରରେ ନିର୍ମିତ । କଥାବସ୍ତୁରେ ସଂଗୀତର ଭୂମିକା ହିସାବରେ ଏହାକୁ ମୂଳ ଚଳଚ୍ଚିତ୍ର ଆଶିକ୍‌ର ଉତ୍ତର କଥା ଚଳଚ୍ଚିତ୍ର କୁହାଯାଇପାରେ[] । କେପ୍ ଟାଉନ, ଗୋଆ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ଶୁଟିଂ ହୋଇଥିବା ଏହି ଚଳଚ୍ଚିତ୍ରଟି ୨୬ ଅପ୍ରିଲ ୨୦୧୩ରେ ମୁକ୍ତିଲାଭ କରିଥିଲା ।

ନବାଗତ ଅଭିନେତା ଅଭିନେତ୍ରୀଙ୍କୁ ନେଇ ନିର୍ମିତ ହୋଇଥିବା ସତ୍ତ୍ୱେ ଚଳଚ୍ଚିତ୍ରଟି ଭଲ ବ୍ୟବସାୟୀକ ସଫଳତା ଲାଭ କରିପାରିଥିଲା []। ଚଳଚ୍ଚିତ୍ରର ଏକାଧିକ ଗୀତ ଯଥା ତୁମ୍ ହି ତୋ ଏବଂ ସୁନ ରହା ହୈ ଅତ୍ୟନ୍ତ ଲୋକପ୍ରିୟତା ଲାଭ କରିପାରିଥିଲା । ଚଳଚ୍ଚିତ୍ରଟି ପରବର୍ତ୍ତୀ ସମୟରେ ନୀ ଜାଥାଗା ନେନୁନ୍ଦାଲୀ ନାମରେ ତେଲୁଗୁରେ ରିମେକ ହୋଇଥିଲା ।

କାହାଣୀ

[ସମ୍ପାଦନା]

ଚଳଚ୍ଚିତ୍ରରେ କାହାଣିଟି ଆରମ୍ଭ ହୁଏ ଏହିପରି । ସଫଳ ଗାୟକ ତଥା ସଂଗୀତକାର ରାହୁଲ ଜୟକାର (ଅଦିତ୍ୟ ରାୟ କପୁର ଅଭିନୀତ)ଙ୍କୁ ଗୋଆର ଏକ ଷ୍ଟେଜ ଷୋକୁ ପାଛୋଟି ନେବା ପାଇଁ ଜନ ସମୁଦ୍ର ଅପେକ୍ଷା କରିଥାନ୍ତି । ରାହୁଲ ଜଣେ ଲୋକପ୍ରିୟ ଗାୟକ ହେଲେ ବି ମଦ୍ୟ ପ୍ରତି ତାଙ୍କ ଆସକ୍ତି ତାଙ୍କ ଗାୟକ ଜୀବନ ପ୍ରତି କୁପ୍ରଭାବ ପକାଇସାରିଥାଏ । ଷ୍ଟେଜରେ ଗୀତ ଗାଇବା ପରେ ଆର୍‌ୟନ (ସଲୀଲ ଅଚାର୍ଯ୍ୟ ଅଭିନୀତ) ସହ ତାଙ୍କର ଗଣ୍ଡଗୋଳ ହୁଏ ଏଇଥି ପାଇଁ ଯେ ରାହୁଲର ସଂଗୀତର ଯାଦୁରେ ବିମୋହିତ ଶ୍ରୋତା ଆଜି ଆର୍‌ୟନର ସଂଗୀତକୁ ଆଉ ଭଲ ପାଉ ନାହାନ୍ତି । ରାହୁଲ ମଦ୍ୟପାନ କଲାବେଳେ ଦେଖା ହୁଏ ସେହି ମଦ୍ୟ ଶାଳାର ଗାୟିକା ଆରୋହୀ କେଶବ୍ ଷିର୍କେ ( ଶ୍ରଦ୍ଧା କପୁରଙ୍କ ଦ୍ୱରା ଅଭିନୀତ) ସହ । ଆରୋହୀ (ଶ୍ରଦ୍ଧା କପୁର) ରାହୁଲଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିସାରିଥାନ୍ତି । ଆରୋହୀଙ୍କ ସରଳତା ତଥା ଜଣେ ସଫଳ ଗାୟୀକା ହେବାର ନିଷ୍ଠା ଦେଖି ରାହୁଲ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି ଏବଂ ମନେ ମନେ ଶପଥ କରନ୍ତି ଯେ ସେ ଆରୋହୀଙ୍କୁ ଏକ ସଫଳ ଗାୟୀକା କରିବାରେ ସେ ସମସ୍ତ ସହଯୋଗ କରିବେ । ରାହୁଲର ଏହି ଭରସାରେ ଆରୋହୀ ନିଜ ଗାୟିକାର କାମ ଛାଡିଦିଏ ଏବଂ ରାହୁଲ ସହ ମୁମ୍ବାଇ ଫେରି ଆସେ । ରାହୁଲର ପରାମର୍ଶ କ୍ରମେ ଆରୋହୀ ସଂଗୀତ ରେକର୍ଡ ନିର୍ମାତା ସୈଗଲ(ମହେଶ ଠାକୁର ଅଭିନୀତ)କୁ ଦେଖା କରେ । ଘଟଣା ଚକ୍ରରେ ରାହୁଲ କିଛି ଗୁଣ୍ଡାଙ୍କ ଆକ୍ରମଣର ଶିକାର ହୁଏ । ଏହି ସମୟରେ ଆରୋହୀର ଫୋନ ଡାକରା ଗ୍ରହଣ କରିପାରେନି । ରାହୁଲର ସାଙ୍ଗ ତଥା ବ୍ୟବସ୍ଥାପକ କିମ୍ବା ମ୍ୟାନେଜର୍ ରାହୁଲର ଏହି ଦୁର୍ଘଟଣାକୁ ଲୁଚେଇ ରଖନ୍ତି ଏବଂ ଏକ ମିଥ୍ୟାପ୍ରଚାର କରିଦିଅନ୍ତି ଯେ ରାହୁଲ ଏକ ଷ୍ଟେଜ ସୋ ପାଇଁ ଦେଶ ବାହାରକୁ ଚାଲିଯାଇଛି । ରାହୁଲ ସହ ସାକ୍ଷାତ ହେବାପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହେବା ପରେ ଘରର ଗୁଜରାଣ ମେଣ୍ଟାଇବା ପାଇଁ ଅନ୍ୟ ଉପାୟ ନ ପାଇ ଆରୋହୀ ଏକ ଭଗ୍ନ ହୃଦୟ ନେଇ ପୁଣି ଫେରିଯାଏ ମଦ୍ୟ ଶାଳାରେ ଗାୟିକା ହେବା ପାଇଁ ।

କାହାଣୀର ଦ୍ୱିତୀୟ ଭାଗରେ ରାହୁଲ ଏବଂ ଆରୋହୀ ପରସ୍ପର ପାଇଁ ଉତ୍ସଗୀକୃତ ପ୍ରେମର ପ୍ରମାଣ ଦିଅନ୍ତି । ରାହୁଲକୁ ମଦ୍ୟ ପାନର ଭୁଲ ରାସ୍ତାରୁ ଠିକ ରାସ୍ତାକୁ ଆଣିବାର ଆରୋହୀର ନିଷ୍ଠାପର ଉଦ୍ୟମ ସତ୍ତ୍ୱେ ରାହୁଲ ଆତ୍ମହତ୍ୟା କରିଦିଏ ଏଇଥି ପାଇଁ ଯେ ଆରୋହୀର ସ୍ୱପ୍ନ ପୁରଣ ଦିଗରେ ସେ ବାଧକ ହେବାକୁ ଚାହାଁନ୍ତିନି ।

ଚରିତ୍ର

[ସମ୍ପାଦନା]

ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ସଲୀଳ ଅଚାର୍ଯ୍ୟ , ଆଶୀଷ ଭଟ୍ଟ, ଶୂଭାଙ୍ଗୀ ଲଟକର ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।

କଣ୍ଠଶିଳ୍ପୀ

[ସମ୍ପାଦନା]
ଗୀତକଣ୍ଠଶିଳ୍ପୀଅବଧୀ
ତୁମ ହି ହୋଅରିଜିତ ସିଂ୪ ମିନିଟ୍ ୨୨ ସେକେଣ୍ଡ
ସୁନ ରହା ହୈଅଙ୍କିତ ତିୱାରୀ୬ ମିନିଟ୍ ୩୦ ସେକେଣ୍ଡ
ଚାହୁଁ ମେ ୟା ନାଅରିଜିତ ସିଂ, ପାଲକ ମୁଛାଲ୫ ମିନିଟ୍ ୦୪ ସେକେଣ୍ଡ
ହମ ମର ଯାଏଙ୍ଗେଅରିଜିତ ସିଂ, ତୁଲସି କୁମାର୫ ମିନିଟ୍ ୦୭ ସେକେଣ୍ଡ
ମେରି ଆଶିକୀଅରିଜିତ ସିଂ, ପାଲକ ମୁଛାଲ୪ ମିନିଟ୍ ୨୬ ସେକେଣ୍ଡ
ପିୟା ଆୟେ ନାକୃଷ୍ଣା କୁମାର କୁନାଥ୍(କେ କେ), ତୁଲସି କୁମାର୪ ମିନିଟ୍ ୪୬ ସେକେଣ୍ଡ
ଭୁଲା ଦେନାମୁସ୍ତାଫା ଜାହିଦ୪ ମିନିଟ୍ ୦୦ ସେକେଣ୍ଡ
ଆସାନ ନେହିଁ ୟହାଁଅରିଜିତ ସିଂ୩ ମିନିଟ୍ ୩୪ ସେକେଣ୍ଡ

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଫିଲ୍ମଫେୟାର ଆୱାର୍ଡ --- ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ(ଅଙ୍କିତ ତିବାରୀ)
  • ଆଇଫା ଆୱାର୍ଡ --- ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ(ଅଙ୍କିତ ତିବାରୀ ଓ ମିଥୁନ)
  1. "AASHIQUE - 2". Retrieved 29 May 2018.
  2. "Reiew-AAshiqui-2". Archived from the original on 23 April 2018. Retrieved 29 May 2018.
  3. "Aashiqui 2 Second Highest Grosser Of 2013, Beats Special 26". Retrieved 29 May 2018.

ବାହାର ଆଧାର

[ସମ୍ପାଦନା]