ଆଳୁ ଟିକ୍କି

ଉଇକିପିଡ଼ିଆ‌ରୁ
ଆଳୁ ଟିକ୍କି
ପ୍ରକାରଜଳଖିଆ
ମୂଳ ସ୍ଥାନଭାରତୀୟ ଉପମହାଦ୍ୱୀପ
ଅଞ୍ଚଳ ବା ରାଜ୍ୟଉତ୍ତର ଭାରତ, ଦକ୍ଷୀଣ ଭାରତ, ବଙ୍ଗଳାଦେଶ ଓ ପାକିସ୍ଥାନ
ପରଷିବା ଉତ୍ତାପଗରମ
ମୁଖ୍ୟ ଉପାଦାନଆଳୁ, ପିଆଜ, ମସଲା, ଚେରମୂଳି
ପ୍ରକାର ଭେଦରଗଡା ଜାଲୀ


ଆଳୁ ଟିକ୍କି ଏକ ଜଳଖିଆ ଅଟେ ଯାହାର ପ୍ରଗତୀ ଭାରତୀୟ ଉପମହାଦ୍ୱୀପରୁ ହୋଇଛି । ଏହା ମୁଖ୍ୟତଃ ଉତ୍ତର ଭାରତ, ଦକ୍ଷୀଣ ଭାରତ, ବଙ୍ଗଳାଦେଶ ଓ ପାକିସ୍ଥାନ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଛି । ଆଳୁ ଟିକ୍କି; ସିଝା ଆଳୁ, ପିଆଜ ଓ ବିଭିନ୍ନ ପ୍ରକାରର ମସଲାରୁ ପ୍ରସ୍ତୁତ ହୋଇଥାଏ । ହିନ୍ଦୀ, ମରାଠୀ ଓ ତାମିଲ ଭାଷାରେ ଆଳୁ ଶବ୍ଦର ଅର୍ଥ "ଆଳୁ" ଏବଂ "ଟିକ୍କି"ର ଅର୍ଥ "କଟଲେଟ" ଅଟେ । ଏହାକୁ ସାଧାରଣତଃ ପୁଦିନା ଚଟଣୀ, ତେନ୍ତୁଳୀ କିମ୍ବା ଦହି ସହିତ ପରୋସା ଯାଏ ।

ପରିବର୍ତ୍ତନ[ସମ୍ପାଦନା]

ଭାରତ, ମୁମ୍ବାଇ ସହରରେ ଆଳୁ ଟିକ୍କି ମୁଖ୍ୟତଃ ଏକ ମସଲା ଯୁକ୍ତ ତରକାରୀ ଓ ବିଭିନ୍ନ ଚଟଣୀ ସହିତ ପରୋସା ଯାଏ । ଏହାକୁ "ରଗଡା ପାଟ୍ଟିସ" କୁହାଯାଏ ଏବଂ ସମଗ୍ର ସହରର ଚାଟ ଷ୍ଟଲରେ ବିଶେଷ ରୂପେ "ଗିରଗାମ ଚୌପାଟୀ କିମ୍ବା ଚୋଯପାଟୀ ବୀଚ"ରେ ବିକ୍ରୀ କରାଯାଏ ।

ଆଳୁ ଟିକ୍କି; ଚକଟା ଆଳୁ, ଧନିଆ, ପିଆଜ, ମସଲା ଓ ଗରମ ତେଲରେ ଛଣା ହୋଇ ପ୍ରସ୍ତୁତ କରାଯାଏ । କିଛି ଉତ୍ତର ଭାରତୀୟ ଢାବାରେ ଏହାକୁ ବ୍ରେଡ ଭିତରେ ପୁରାଇ ସ୍ୟାଣ୍ଡୱିଚ ନାମରେ ବିକ୍ରୀ କରିଥା'ନ୍ତି ।

ବାହାର ଦେଶରେ (ୟୁନାଇଟେଡ କିଙ୍ଗଡମ)ରେ, ପରିବା ଟିକ୍କି ବିଭିନ୍ନ ଦୋକାନରେ ସୁସ୍ୱାଦୁ ମୁଖରୋଚକ ଖାଦ୍ୟ ଭାବେ ବିଭିନ୍ନ କାଉଣ୍ଟରରେ ଉପଲବ୍ଧ ରହିଥାଏ । ଏହା ପୂର୍ବ-ମଧ୍ୟ ଦେଶୀୟ କ୍ଷେତ୍ରରେ ବହୁ ଲୋକପ୍ରୀୟ ଅଟେ । ଦିଲ୍ଲୀରେ, ଉତ୍ତର ପ୍ରଦେଶ ଆଳୁ ଟିକ୍କି ଓ ଅନ୍ୟ ଚାଟ ପାଇଁ ମୁଖ୍ୟତଃ ଭାବେ ଜଣାଯାଏ ।[୧]

ଆଧାର[ସମ୍ପାଦନା]

  1. "Purani Delhi Food". delhi tourism.